ଓଡିଶା

odisha

ETV Bharat / politics

ଭର୍ତ୍ତୃହରିଙ୍କ 'ଅଳିଆ' ମନ୍ତବ୍ୟକୁ କାଉଣ୍ଟର; ଦେବାଶିଷ କହିଲେ କିଏ ଅଳିଆ ସ୍ପଷ୍ଟ କରନ୍ତୁ - Bhartruhari Mahatab Dump Statement - BHARTRUHARI MAHATAB DUMP STATEMENT

Bhartruhari Mahatab Dump Statement: ଭର୍ତ୍ତୃହରିଙ୍କ ଅଳିଆ ଉପାଖ୍ୟାନକୁ କାଉଣ୍ଟର କଲେ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ । କହିଲେ ଅଯଥା ପ୍ରସଙ୍ଗ ନଉଠାଇ ମହାନଦୀ ବିବାଦ ସମାଧାନ କରନ୍ତୁ । ଅଧିକ ପଢ଼ନ୍ତୁ

Bhartruhari Mahatab Dump Statement
Bhartruhari Mahatab Dump Statement (ETV Bharat Odisha)

By ETV Bharat Odisha Team

Published : Jul 19, 2024, 10:24 PM IST

କଟକ: ବିଜେପିର ଲୋକସଭା ସାଂସଦ ବନାମ ବିଜେଡିର ରାଜ୍ୟସଭା ସାଂସଦ । ଭର୍ତ୍ତୃହରି ଓ ଦେବାଶିଷଙ୍କ କଳିକୁ ନେଇ ଚର୍ଚ୍ଚା । ଦିନକୁ ଦିନ ଉଷ୍ମ ହେବାରେ ଲାଗିଛି କଟକ ରାଜନୀତି । ଗତକାଲି (ଗୁରୁବାର) ମାହାଙ୍ଗାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ 'ଅଳିଆ ହଟିବ ଏବଂ ବହୁତ ଲୋକ ଜେଲ ଯିବେ' ବୋଲି କହିଥିଲେ ଭର୍ତ୍ତୃହରି ମହତାବ । ତେବେ ଭର୍ତ୍ତୃହରିଙ୍କ ମନ୍ତବ୍ୟ ଉପରେ ଆଜି ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ସେ ଭର୍ତ୍ତୃହରିଙ୍କୁ କଡ଼ା ସମାଲୋଚନା ମଧ୍ୟ କରିଛନ୍ତି ।

Bhartruhari Mahatab Dump Statement (ETV Bharat Odisha)

ରାଜ୍ୟସଭା ସାଂସଦ ତଥା କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ କହିଛନ୍ତି, "ଭର୍ତ୍ତୃହରି ସ୍ପଷ୍ଟ କରନ୍ତୁ ଯେ ଅଳିଆ କିଏ ଏବଂ ତାଙ୍କ ଦଳରେ ଅଳିଆ ଅଛନ୍ତି ନା ଆମ ଦଳରେ ଅଳିଆ ଅଛନ୍ତି । ସେ ଅଳିଆ କିଏ ସ୍ପଷ୍ଟ କରି କହିଥିଲେ ଭଲ ହୋଇଥାନ୍ତା । କାହାକୁ ସେ ଇଙ୍ଗିତ କରି କହିଛନ୍ତି ସେ ଜାଣିଥିବେ । ଯଦି ଆମ ଦଳ କଥା କହୁଥିବେ, ସେ ଏତେ ବର୍ଷ ଧରି ଦଳରେ ଥିଲେ, ସେତେବେଳେ ଅଳିଆ କଥା କହିଥିଲେ ଭଲ ହୋଇଥାନ୍ତା । ଏବେ ସେ ଦଳ ପରିବର୍ତ୍ତନ କରିଛନ୍ତି, ସେଥିପାଇଁ ଏଭଳି ଅଳିଆ କଥା କହୁଛନ୍ତି । ଯଦି ଅଳିଆ ଆଳରେ କୌଣସି ଦୁର୍ନୀତି ନେଇ ସେ ଅଭିଯୋଗ କରୁଥିବେ, ତେବେ କେନ୍ଦ୍ରରେ ଓ ରାଜ୍ୟରେ ତାଙ୍କ ସରକାର ଅଛି, ତଦନ୍ତକାରୀ ସଂସ୍ଥାକୁ ଲଗେଇ ଅଳିଆକୁ ଜେଲରେ ପୁରାନ୍ତୁ । ଭର୍ତ୍ତୃହରି ପୂର୍ବରୁ ବିଜେଡିରୁ ସାଂସଦ ହୋଇଥିଲେ, ଏବେ ବିଜେପିରୁ ସାଂସଦ ହୋଇଛନ୍ତି । ରାଜ୍ୟର ସ୍ବାର୍ଥ କଥା ଚିନ୍ତା କରି ମହାନଦୀ ପ୍ରସଙ୍ଗ ସଂସଦରେ ଉଠାନ୍ତୁ । ଏବେ ଟ୍ରିପଲ ଇଞ୍ଜିନ ସରକାର ଅଛି । ଛତିଶଗଡରେ, ଓଡିଶାରେ ଏବଂ କେନ୍ଦ୍ରରେ ବିଜେପି ସରକାର ଅଛି । ଆଶା କରୁଛି, ଏହାର ସମାଧାନ ସେ କରିବେ ।" ଅଯଥା ପ୍ରସଙ୍ଗ ନଉଠାନ୍ତୁ ବୋଲି କହି କଡ଼ା ସମାଲୋଚନା କରିଛନ୍ତି ଦେବାଶିଷ ।

ପ୍ରକାଶ ଥାଉ, ଗତକାଲି (ଗୁରୁବାର) ମାହାଙ୍ଗାରେ ଆୟୋଜିତ ଏକ ସଭାରେ କଟକ ସାଂସଦ ଭର୍ତ୍ତୃହରି ମହତାବ ଜେଲରେ କୋଠରୀ ସଂଖ୍ୟା ବଢ଼ାନ୍ତୁ ଓ ଏଥିପାଇଁ ବଜେଟରେ ବ୍ୟୟବରାଦ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଅନୁରୋଧ କରିଥିଲେ । ଏପରିକି ଅଳିଆଙ୍କୁ ଜେଲ ପଠାଯିବ ବୋଲି କହି ବିରୋଧୀଙ୍କୁ ସିଧା ଟାର୍ଗେଟ କରିଥିଲେ । ପୂର୍ବରୁ 2024 ସାଧାରଣ ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଜେପିର ଶୀର୍ଷ ନେତୃତ୍ବ ଖଣି ଚୋର, ଚିଟ୍‌ଫଣ୍ଡ ଚୋର ଓ ରତ୍ନଭଣ୍ଡାର ଚାବି ଚୋରଙ୍କୁ ଜେଲ ପଠାଯିବ ବୋଲି କହିଥିଲେ । ଏବେ ତାଙ୍କରି ଦଳର ଜଣେ ଅଭିଜ୍ଞ ସାଂସଦଙ୍କ ଏପରି ବୟାନ ଏବେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି ଦେବାଶିଷ ।

ଏହା ମଧ୍ୟ ପଢ଼ନ୍ତୁ...ବଢିଲା ବିଜେଡି କଳି: ଦେବାଶିଷଙ୍କୁ ଜବାବ ରଖିଲେ ସମ୍ବିତ; କହିଲେ ପାରାଦ୍ବୀପରୁ ସୁଯୋଗ ମିଳିଲାନି ବୋଲି ରାଗ - BJD Internal Conflict

ଇଟିଭି ଭାରତ, କଟକ

ABOUT THE AUTHOR

...view details