ଓଡିଶା

odisha

ETV Bharat / politics

ନିଆଳିରୁ ବିଜେଡି ପ୍ରାର୍ଥୀ ହେବାକୁ ଆଶାୟୀଙ୍କ ଲମ୍ବା ଲାଇନ, ଶକ୍ତି ପ୍ରଦର୍ଶନ କଲେ ସୁବାଷ ମଲ୍ଲିକ - Subash Mallick Road Show

BJD Subash Mallick Road Show: ନିଆଳି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡିର ଏକାଧିକ ଆଶାୟୀ । ଏହାରି ଭିତରେ ବିଜେଡିର ଆଶାୟୀ ପ୍ରାର୍ଥୀ ସୁବାଷ ମଲ୍ଲିକଙ୍କ ନେତୃତ୍ବରେ ଏକ ବିଶାଳ ରୋଡ୍‌ ଶୋ' ଦେଖିବାକୁ ମିଳିଛି । କୁହାଯାଉଛି ଟିକେଟ ପାଇବା ପାଇଁ ଏହା ସୁବାଷ ମଲ୍ଲିକଙ୍କ ଶକ୍ତି ପ୍ରଦର୍ଶନ । ଅଧିକ ପଢ଼ନ୍ତୁ

ଶକ୍ତି ପ୍ରଦର୍ଶନ କଲେ ସୁବାଷ ମଲ୍ଲିକ
ଶକ୍ତି ପ୍ରଦର୍ଶନ କଲେ ସୁବାଷ ମଲ୍ଲିକ

By ETV Bharat Odisha Team

Published : Feb 18, 2024, 7:30 PM IST

ଶକ୍ତି ପ୍ରଦର୍ଶନ କଲେ ସୁବାଷ ମଲ୍ଲିକ

ନିଆଳି: ସାଧାରଣ ନିର୍ବାଚନକୁ ନେଇ ନିଆଳି ବିଧାନସଭା କ୍ଷେତ୍ରରେ ଭରିଲାଣି ନିର୍ବାଚନୀ ତାତି । ବିଭିନ୍ନ ଦଳର ଆଶାୟୀ ପ୍ରାର୍ଥୀମାନେ ଘନ ଘନ ସାଧାରଣ ବୈଠକ ଏବଂ ଭୋଟରଙ୍କ ନିକଟତର ହେବା ପାଇଁ ଆରମ୍ଭ କରିସାରିଲେଣି ଉଦ୍ୟମ । ନିଜ ସପକ୍ଷରେ ଜନମତ ସୃଷ୍ଟି ଏବଂ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ଉଦ୍ୟମ ଏବେଠୁ ଜୋରଦାର ହେଉଥିବା ଦେଖିବାକୁ ମିଳିଲାଣି । ଏହି ପରିପ୍ରେକ୍ଷୀରେ ଆଜି ବିଜେଡିର ଆଶାୟୀ ପ୍ରାର୍ଥୀ ସୁବାଷ ମଲ୍ଲିକଙ୍କ ନେତୃତ୍ବରେ ଏକ ବିଶାଳ ରୋଡ୍‌ ଶୋ' ଦେଖିବାକୁ ମିଳିଛି ।

ବିଜେଡି ଦଳରେ ଏକାଧିକ ଆଶାୟୀ ଥିବାରୁ ଦଳର ହାଇକମାଣ୍ଡଙ୍କ ଦୃଷ୍ଟିଗୋଚର ପାଇଁ ବିଭିନ୍ନ ପ୍ରାର୍ଥୀ ବିଭିନ୍ନ ଉପାୟରେ ଗୋଟିଚାଳନା ଆରମ୍ଭ କରିଲେଣି । ଏହାରି ମଧ୍ୟରେ ସୁବାଷ ମଲ୍ଲିକଙ୍କ ନେତୃତ୍ବରେ ଆଜି ନୂଆଗାଁ ସ୍ଥିତ ଶୋଭନେଶ୍ବର ମନ୍ଦିର ନିକଟରୁ ଏକ ରୋଡ ଆରମ୍ଭ କରି ବଙ୍ଗାଳିସାହି ଛକରୁ ନିଆଳି ବଜାର ପର୍ଯ୍ୟନ୍ତ ଏକ ଲମ୍ବା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ନିଆଳି ଅଚିହ୍ନା ପଡିଆ ନିକଟରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ଆଶାୟୀ ବିଜେଡି ପ୍ରାର୍ଥୀ ସୁବାଷ । ସୁବାଷ ମଲ୍ଲିକଙ୍କ କହିବା କଥା, "ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଓ ଲୋକାଭିମୁଖୀ କାର୍ଯ୍ୟକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଏବଂ ସାଧାରଣ ଜନତା କିପରି ୨୦୨୪ ବିଧାନସଭାରେ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଭାବରେ ଓଡ଼ିଶାର ଶାସନ ଦେବେ, ଏଥିପାଇଁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ନିଆଳିବାସୀଙ୍କୁ ସଚେତନ କରାଯାଉଛି ।"

ଏହା ମଧ୍ୟ ପଢ଼ନ୍ତୁ...ନିର୍ବାଚନ ପାଇଁ ନିଆଳି ବିଜେଡିର ପ୍ରସ୍ତୁତି, ଚତୁର୍ଥ ଥର ପ୍ରମୋଦଙ୍କୁ ବିଧାୟକ କରିବାକୁ କର୍ମୀ ନେଲେ ସଂକଳ୍ପ

ତେବେ ଯଦି ଦଳର ସୁପ୍ରିମୋ ସୁବାଷଙ୍କୁ ନିଆଳିରୁ ଲଢିବା ପାଇଁ ସୁଯୋଗ ଦେବେ, ତେବେ ଏଥିପାଇଁ ସେ ପ୍ରସ୍ତୁତ ଥିବା କହିଛନ୍ତି ଆଶାୟୀ ପ୍ରାର୍ଥୀ ସୁବାଷ ମଲ୍ଲିକ । ବହୁ ସଂଖ୍ୟକ ପୁରୁଷ ଓ ମହିଳା ସମର୍ଥକ ସୁବାଷଙ୍କ ସହିତ ପଦଯାତ୍ରାରେ ସାମିଲ ହେବା ସହିତ 'ଏଥର ନିଆଳି ପାଇଁ ବିଜେଡି ଦଳରୁ ସୁବାଷ ମଲ୍ଲିକ ଆମର ନେତା' ବୋଲି ସ୍ଲୋଗାନ ଦେଇଥିଲେ । କଟକ ଜିଲ୍ଲା ନିଆଳି ନିର୍ବାଚନ ମଣ୍ଡଳୀ ଏକ ସମ୍ବେଦନଶୀଳ ନିର୍ବାଚନ ମଣ୍ଡଳୀ । ଏଠାରେ ବିଜେଡି, କଂଗ୍ରେସ ମଧ୍ୟରେ କଡା ଟକ୍କର ହେଉଥିବା ବେଳେ ଗତ ୨୦୧୯ ସାଧାରଣ ନିର୍ବାଚନ ସମୟରେ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ହୋଇଥିଲା । କଂଗ୍ରେସ ଦଳ ତୃତୀୟ ସ୍ଥାନରେ ଥିଲା । ତେବେ ବିଜେଡି ଦଳରେ ପ୍ରାୟ 8ରୁ ଅଧିକ ଆଶାୟୀ ପ୍ରାର୍ଥୀ ଥିବାରୁ କିଏ ନିଆଳି ପାଇଁ ବିଜେଡି ମଙ୍ଗ ଧରିବେ, ଏବେଠୁ ଆକଳନ କରିବା ମୁସ୍କିଲ ।

ଇଟିଭି ଭାରତ, ନିଆଳି/କଟକ

ABOUT THE AUTHOR

...view details