ଓଡିଶା

odisha

ETV Bharat / politics

ସୁରଙ୍କ ପାଇଁ ଅଡ଼ୁଆରେ ଜଟଣୀ କଂଗ୍ରେସ, କଂଗ୍ରେସ ଗଡ ଭାଙ୍ଗିବା ଆଶଙ୍କା - ODISHA ASSEMBLY ELECTION 2024 - ODISHA ASSEMBLY ELECTION 2024

Awkward Situation In Jatani Congress: ଭୁବନେଶ୍ବର ଲୋକସଭା ଆସନରୁ କଂଗ୍ରେସ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥ ବିଜେଡି ସାଂସଦ ପ୍ରାର୍ଥୀ ହୋଇଛନ୍ତି । ନିଜର ସମର୍ଥକଙ୍କ ସହ ବିଜେଡିରେ ସାମିଲ ହେବା ପରେ ଜଟଣୀ କଂଗ୍ରେସର ପକେଟ ଭୋଟ ଉପରେ ପ୍ରଭାବ ପଡିବ ବୋଲି ବୁଦ୍ଧିଜୀବୀ ଆଶଙ୍କା କରିଛନ୍ତି । ଅଧିକ ପଢନ୍ତୁ

ସୁରଙ୍କ ପାଇଁ ଅଡ଼ୁଆରେ ଜଟଣୀ କଂଗ୍ରେସ, କଂଗ୍ରେସ ଗଡ ଭାଙ୍ଗିବା ଆଶଙ୍କା
ସୁରଙ୍କ ପାଇଁ ଅଡ଼ୁଆରେ ଜଟଣୀ କଂଗ୍ରେସ, କଂଗ୍ରେସ ଗଡ ଭାଙ୍ଗିବା ଆଶଙ୍କା

By ETV Bharat Odisha Team

Published : Mar 28, 2024, 5:01 PM IST

ସୁରଙ୍କ ପାଇଁ ଅଡ଼ୁଆରେ ଜଟଣୀ କଂଗ୍ରେସ, କଂଗ୍ରେସ ଗଡ ଭାଙ୍ଗିବା ଆଶଙ୍କା

ଖୋର୍ଦ୍ଧା: ପାଖେଇ ଆସୁଛି ନିର୍ବାଚନ ତାରିଖ , କିନ୍ତୁ କଂଗ୍ରେସ ପାଇଁ ଦିନକୁ ଦିନ ସମସ୍ୟା ବଢି ଚାଲିଛି । ରାଜ୍ୟରେ କଂଗ୍ରେସ ଯେଉଁ ପରିସ୍ଥିତି ଦେଇ ଗତି କରୁଛି ତାହା ଦଳୀୟ ହାଇକମାଣ୍ଡଙ୍କ ଚିନ୍ତା ବଢାଇ ଦେଇଛି । ସାଧାରଣ ନିର୍ବାଚନ ପାଇଁ ବିଗୁଲ୍ ବାଜି ସାରିଥିବା ବେଳେ ପୂର୍ବ ସ୍ଥିତିକୁ ବଞ୍ଚାଇ ରଖି ପାରିବକି ନା ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ବିଶେଷକରି ଭୁବନେଶ୍ବର ଉପକଣ୍ଠ ଜଟଣୀ ନିର୍ବାଚନ ମଣ୍ଡଳୀ କଂଗ୍ରେସର ଗଡ ପାଲଟିଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ପାଇଁ ଏହି ଗଡ ଏବେ ଦୁର୍ବଳ ହୋଇଛି । ଘରର ମନୋମାଳିନ୍ୟ ପାଇଁ ଜଟଣୀରେ କଂଗ୍ରେସ ମୂଳପୋଛ ହେବଭଳି ପରିସ୍ଥିତି ଉପୁଜିଛି । ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ଜଟଣୀ ନିର୍ବାଚନ ମଣ୍ଡଳୀରୁ ହଜାର ହଜାର ସମର୍ଥକଙ୍କ ସହ ଗତକାଲି ବିଜେଡ଼ିରେ ସାମିଲ ହୋଇ ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ହୋଇଛନ୍ତି । ଯାହା ଜଟଣୀ କଂଗ୍ରେସ ଉପରେ ବଡ ପ୍ରଭାବ ପକାଇବ ବୋଲି ବୁଦ୍ଧିଜୀବୀ ମାନେ ଆଶଙ୍କା ପ୍ରକଟ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ ...ସ୍ବର ବଦଳାଇଲେ ସୁର; ପୁଅ ପାଇଁ କଲେ ଭୋଟ ଭିକ୍ଷା, କଂଗ୍ରେସର ସବୁ କମିଟିରୁ ଦେଲେ ଇସ୍ତଫା - Suresh Routray

ଦୀର୍ଘ ବର୍ଷ ଧରି ସୁର ରାଉତରାୟ ଜଟଣୀ କଂଗ୍ରେସକୁ ମଜଭୁତ କରି ରଖିଥିବା ବେଳେ ଏବେ ତାଙ୍କ ସାନ ପୁଅ ବିଜେଡ଼ିରେ ମିଶି ସବୁ ଓଲଟ ପାଲଟ କରିଦେଇଛନ୍ତି ଏବଂ ସୁରଙ୍କ ସମସ୍ତ ସମର୍ଥକଙ୍କୁ ନିଜ ଆଡକୁ ନେଇଥିବା ଚର୍ଚ୍ଚା ହେଉଛି । ସେପଟେ କିନ୍ତୁ ଜଟଣୀ କଂଗ୍ରେସର କର୍ମୀ କଦାପି ସୁର କିମ୍ବା ତାଙ୍କ ସାନ ପୁଅ ମନ୍ମଥଙ୍କ ସହ ନଥିବା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ସୁରଙ୍କ ପୁତୁରା ତଥା ଜଟଣୀର ପୂର୍ବତନ ପୌରାଧ୍ୟକ୍ଷ ସଂଗ୍ରାମ କେଶରୀ ରାଉତରାୟ । ସେ କହିଛନ୍ତି ଯେ, "କଂଗ୍ରେସର ସମସ୍ତ କର୍ମୀ ଅଛନ୍ତି ଓ ରହିବେ । ଜଟଣୀ କଂଗ୍ରେସର ଦୁର୍ଗ ଥିଲା ଅଛି ରହିବ । କିଏ କେଉଁ ଦଳକୁ ପଳେଇଲେ କଂଗ୍ରେସ ଉପରେ କିଛି ପ୍ରଭାବ ପକାଇପରିବ ନାହିଁ । ଏଥର ନେତୃତ୍ଵ ପରିବର୍ତ୍ତନ ହେବ ।"

ସେହିପରି ଜଟଣୀ ନଗର କଂଗ୍ରେସ ସଭାପତି ଅଶୋକ କୁମାର ମଙ୍ଗରାଜ କହିଛନ୍ତି, "ମନ୍ମଥ କଂଗ୍ରେସରେ ନଥିଲେ ସେହିପରି ସୁର ବାବୁ ଜଟଣୀ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ଏବଂ ଦଳୀୟ ହାଇକମାଣ୍ଡ ଯାହାକୁ ପ୍ରାର୍ଥୀ କରିବେ ଜଟଣୀ ବାସୀ ତାଙ୍କୁ ସମର୍ଥନ କରିବେ।" ପୁଣିଥରେ ଜଟଣୀରେ କଂଗ୍ରେସ ତାର ଗଡ ବଜାୟ ରଖିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details