ଓଡିଶା

odisha

ETV Bharat / politics

ଏଥର ବଣାଇ ଆସନରେ ତ୍ରିମୁଖୀ ଲଢେଇ, CPIMକୁ ଟକ୍କର ଦେବ ବିଜେପି-ବିଜେଡି - Odisha Assembly Polls 2024 - ODISHA ASSEMBLY POLLS 2024

Assembly Polls 2024: CPIM ପ୍ରାର୍ଥୀ ଘୋଷଣା କଲା ପରେ ତ୍ରିମୁଖୀ ଲଢେଇ ପାଇଁ ତୟାର ବଣାଇ ନିର୍ବାଚନ ମଣ୍ଡଳୀ । ବିଜେପି, ବିଜେଡି ଏକା ଲଢୁଥିବା ବେଳେ କଂଗ୍ରେସ CPIM ସହ ମେଣ୍ଟ କରି ପ୍ରାର୍ଥୀ ଦେଇଛି । ଅଧିକ ପଢନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Apr 5, 2024, 10:25 AM IST

Updated : Apr 5, 2024, 2:11 PM IST

ଏଥର ବଣାଇ ଆସନରେ ତ୍ରିମୁଖୀ ଲଢେଇ, CPIMକୁ ଟକ୍କର ଦେବ ବିଜେପି-ବିଜେଡି

ରାଉରକେଲା: ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଉଷ୍ଣ ହେବାରେ ଲାଗିଛି ସୁନ୍ଦରଗଡ଼ ରାଜନୀତି । ବିଶେଷକରି ସିପିଆଇଏମ (CPIM) ପ୍ରାର୍ଥୀ ଘୋଷଣା ପରେ ଜିଲ୍ଲାର ବଣାଇ ନିର୍ବାଚନ ମଣ୍ଡଳୀ ସରଗରମ ହୋଇଛି । ଏଥର ତ୍ରିମୁଖୀ ଲଢେଇ ଦେଖିବ ବଣାଇ । ଏଠି ବିଜେପି, ବିଜେପି ଓ ସିପିଆଇଏମ ମଧ୍ୟ କଡା ଟକ୍କର ହେବ । ଏବେ ଏହି ବିଧାନସଭା ଆସନଟି ସିପିଆଇଏମ ଦଖଲ ଥିବାବେଳେ ଏହାକୁ କବ୍‌ଜା କରିବାକୁ ଅନ୍ୟ ଦୁଇ ଦଳ ରଣନୀତି ପ୍ରସ୍ତୁତ କରୁଛନ୍ତି ।

ରାଜ୍ୟର ଦୁଇ ପ୍ରମୁଖ ଦଳ ବିଜେପି, ବିଜେଡି ବଣାଇରେ ଏକା ଲଢୁଥିବା ବେଳେ କଂଗ୍ରେସ CPIM ସହ ମେଣ୍ଟ କରି ପ୍ରାର୍ଥୀ ଦେଇଛି । ବର୍ତ୍ତମାନର ବିଧାୟକ ଲକ୍ଷ୍ମଣ ମୁଣ୍ଡାକୁ ପୁଣିଥରେ ଛିଡା କରି ସିପିଆଇଏମ । ସେପଟେ ବିଜେଡି ଏହି ବିଧାନସଭା ମଣ୍ଡଳୀରେ କେବେ ଖାତା ଖୋଲି ନଥିବା ବେଳେ ଏଥର ବିଧାୟକଙ୍କ ପ୍ରତି ଭୋଟରଙ୍କ ଅସନ୍ତୋଷକୁ ପୁଞ୍ଜି କରି ଏବଂ ରାଜ୍ୟ ସରକାରଙ୍କ ସମସ୍ତ ଜନକଲ୍ୟାଣକାରୀ ଯୋଜନା ଓ ଉନ୍ନତିକୁ ନେଇ ଲୋକଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି । ବିଜେଡି ଏଠି ପୂର୍ବତନ ବଣାଇ ବିଧାୟକ ଭୀମସେନ ଚୌଧୁରୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ମହିଳା କାର୍ଡ ଖେଳିଛି ବିଜେପି । ବିଜେପିରୁ ସେବତୀ ନାଏକ ପ୍ରାର୍ଥୀ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ହଟହଟା ହେଲେ ବଣାଇ ବିଧାୟକ, ଗାଁ ମଝିରେ ଅଟକାଇ ଜବାବ ମାଗିଲେ ଜନତା - Bonai MLA Face Public Anger

ଏହାଛଡ଼ା ବଣାଇ ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ବିଜେପି ପକ୍ଷରୁ ରଣହୁଙ୍କାର ଦିଆଯାଇଛି । ରାଜ୍ୟ ସରକାରଙ୍କ ଥିବା ଅପାରଗତା ଓ ଦୁର୍ନୀତି ସମେତ ଅନ୍ୟାନ୍ୟ ବିଷୟ ଶିକ୍ଷା ସ୍ୱାସ୍ଥ୍ୟ ଏବଂ ଗମନାଗମନକୁ ନେଇ ମୈଦାନକୁ ଓହ୍ଲାଇବ ଦଳ । CPIM କଂଗ୍ରେସ ସହ ମେଣ୍ଟ କରି ଉଭୟ କେନ୍ଦ୍ର ଓ ରାଜ୍ୟ ପ୍ରଶାସନର ବିଫଳତା, ବିଶେଷକରି ଶିକ୍ଷା, ସ୍ୱାସ୍ଥ୍ୟ, ସଡ଼କ କ୍ଷେତ୍ରରେ ବିଫତା ସହ ଦୁର୍ନୀତି ବେରୋଜଗାରୀ ଆଦିକୁ ମୁଦ୍ଦା କରି ଲୋକଙ୍କ ପାଖରେ ପହଞ୍ଚିବ । ସେହିପରି ବିଜେଡି ଏହାର ତୃଣମୂଳ ସ୍ତରର ଆଭିମୁଖ୍ୟ ଉପରେ ଗୁରୁତ୍ୱାରୋପ କରିବା ସହ ବଣାଇ ବିଧାନସଭା ମଣ୍ଡଳୀରେ ପରିବର୍ତ୍ତନ ଆଣିବାର ପ୍ରତିଶ୍ରୁତି ଦେଇ ଭୋଟରଙ୍କୁ ପ୍ରଭାବିତ କରିବାର ଯୋଜନା ରଖିଛି ।

ବଣାଇ ବିଧାନସଭା ଆସନ ଉପରେ ଏବେ ସମସ୍ତଙ୍କ ନଜର ରହିଥିବା ବେଳେ ଏଠାରେ ଏକ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ଆଶା କରାଯାଉଛି । ପ୍ରତ୍ୟେକ ଦଳ ବଣାଇ ବିଜୟ ପାଇଁ ରଣନୀତି ପ୍ରସ୍ତୁତିରେ ଲାଗି ପଡିଛନ୍ତି ।

ଇଟିଭି ଭାରତ, ରାଉରକେଲା

Last Updated : Apr 5, 2024, 2:11 PM IST

ABOUT THE AUTHOR

...view details