ଓଡିଶା

odisha

ବିଶ୍ବ ନିଅନ୍ତାଙ୍କ ଦୁର୍ଲଭ ସୁନାବେଶ, ଦେଖନ୍ତୁ ଫଟୋ - Suna Besha 2024

By ETV Bharat Odisha Team

Published : Jul 17, 2024, 10:13 PM IST

ଶ୍ରୀଜିଉଙ୍କ ପବିତ୍ର ସୁନାବେଶ ବା ରାଜରାଜେଶ୍ବର ବେଶ । ସୁନାର ହାତ, ପାଦ, ଆଙ୍ଗୁଳିରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ଅଳଙ୍କାର ଲାଗି ହୋଇଛି । ଚତୁର୍ଦ୍ଧା ମୂର୍ତ୍ତିଙ୍କ ସୁନାବେଶ ଦର୍ଶନ କରୁଛନ୍ତି ଭକ୍ତ । (SJTA And I&PR)
ସିଂହଦ୍ବାର ନିକଟରେ ତିନି ରଥରେ ଦୁର୍ଲଭ ସୁନାବେଶର ଦର୍ଶନ ଦେଉଛନ୍ତି ଶ୍ରୀବିଗ୍ରହ । (SJTA)
ପ୍ରଭୁ ଶ୍ରୀଜଗନ୍ନାଥ ବିଭିନ୍ନ ପ୍ରକାରର ସ୍ବର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । (SJTA)
ପ୍ରଭୁ ଶ୍ରୀବଳଭଦ୍ରଙ୍କ ନିକଟରେ ବିଭିନ୍ନ ଅଳଙ୍କାର ଲାଗି ହୋଇଛି । ସ୍ବର୍ଣ୍ଣ ଅଳଙ୍କାର ପରିଧାନ କରି ଝଟକୁଛନ୍ତି ବଡ଼ ଠାକୁର । (SJTA)
ଦେବୀ ସୁଭଦ୍ରା ମଧ୍ୟ ବିଭିନ୍ନ ପ୍ରକାରର ସ୍ବର୍ଣ୍ଣ ଅଳଙ୍କାର ପରିଧାନ କରି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । (SJTA)
ଶ୍ରୀମନ୍ଦିରରୁ ଶ୍ରୀଜିଉଙ୍କ ଅଳଙ୍କାର ଆସୁଥିବା ସମୟର ଦୃଶ୍ୟ । (I&PR)
ଶ୍ରୀମନ୍ଦିରରୁ ମୁକୁଟ ଆସି ଶ୍ରୀଜିଉଙ୍କ ନିକଟରେ ଲାଗି କରାଯାଇଛି । (I&PR)
ଶ୍ରୀପୟର ତିନି ଠାକୁରଙ୍କ ନିକଟରେ ଲାଗି ହୋଇଥାଏ । (I&PR)

ABOUT THE AUTHOR

...view details