ଓଡିଶା

odisha

By ETV Bharat Odisha Team

Published : 5 hours ago

ETV Bharat / photos

ଦିଲ୍ଲୀରେ ରାଷ୍ଟ୍ରପତିଙ୍କୁ ଭେଟିଲେ ବାଚସ୍ପତି ସୁରମା ପାଢୀ - Surama Meets President

ଭାରତ ଆଞ୍ଚଳିକ ସମ୍ମିଳନୀ ଅବସରରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ଭେଟିଛନ୍ତି ବାଚସ୍ପତି ସୁରମା ପାଢ଼ୀ। ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ରାଷ୍ଟ୍ରପତି ଭବନରେ ସୌଜନ୍ୟମୂଳକ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ସହ ଆଲୋଚନା କରିଛନ୍ତି । (ETV Bharat Odisha)
ଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢୀ ଓ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ । (ETV Bharat Odisha)
ଓଡ଼ିଶାର ଉନ୍ନତି ଓ ପ୍ରଗତି କ୍ଷେତ୍ରରେ ବିଧାନସଭାର ଅବଦାନ ରହୁ ବୋଲି ଏହି ଆଲୋଚନା ସମୟରେ ମହାମହିମ ରାଷ୍ଟ୍ରପତି ମତ ଦେଇଥିଲେ। (ETV Bharat Odisha)
ରାଜ୍ୟସଭାର ଉପାଧ୍ୟକ୍ଷ ଜଗଦୀପ ଧନଖଡଙ୍କୁ ମଧ୍ୟ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଉଭୟ ବାଚସ୍ପତି ଓ ଉପବାଚସ୍ପତି। (ETV Bharat Odisha)
ଓଡ଼ିଶା ଗସ୍ତରେ ଆସି ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ବୁଲି ଦେଖିବାକୁ ଉପରାଷ୍ଟ୍ରପତିଙ୍କୁ ଆମନ୍ତ୍ରଣ କରିଛନ୍ତି ବାଚସ୍ପତି। (ETV Bharat Odisha)
ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ ବାଚସ୍ପତି। (ETV Bharat Odisha)

ABOUT THE AUTHOR

...view details