ଓଡିଶା

odisha

୫୦ ବର୍ଷରେ କାଜୋଲ; ଶ୍ୟାମଳ ରଙ୍ଗ ପାଇଁ ଦିନେ ହୋଇଥିଲେ ଟ୍ରୋଲ, ଆଜି ଟପ୍ ଅଭିନେତ୍ରୀ - Kajol Birthday

By ETV Bharat Odisha Team

Published : Aug 5, 2024, 11:40 AM IST

Updated : Aug 5, 2024, 12:10 PM IST

Kajol Birthday: ଆଜି ୫୦ ବର୍ଷରେ ପାଦ ଥାପିଛନ୍ତି ବଲିଉଡ ଲୋକପ୍ରିୟ ଅଭିନେତ୍ରୀ କାଜୋଲ । ଦିନେ ଶ୍ୟାମଳ ରଙ୍ଗ ପାଇଁ ଟ୍ରୋଲ ହୋଇଥିଲେ । କିନ୍ତୁ ସେ ନିଜର ଦମଦାର ଅଭିନୟ ଓ ଅନ୍ଦାଜ ସହ ଲୋକଙ୍କ ମନ ଜିତିଛନ୍ତି । ସେ ନିଜ କ୍ୟାରିଅରରେ ଅନେକ ବ୍ଲକବଷ୍ଟର ଫିଲ୍ମ ଦେଇ ଲୋକପ୍ରିୟତା ସାଉଁଟିଛନ୍ତି । ଏପରି କିଛି ରୋଚକ କଥା ଜାଣନ୍ତୁ କାଜୋଲଙ୍କ ବିଷୟରେ, (kajol, instagram)
ଆଜି ଅର୍ଥାତ୍ ଅଗଷ୍ଟ ୫ରେ ବଲିଉଡ ଲୋକପ୍ରିୟ ଅଭିନେତ୍ରୀ କାଜୋଲଙ୍କ ୫୦ତମ ଜନ୍ମଦିନ । (kajol, instagram)
କାଜୋଲ ୧୯୭୪ ମସିହା ଅଗଷ୍ଟା ୫ରେ ଜନ୍ମଗ୍ରହଣ କରିଥିବା ବେଳେ ସେ ଭେଟେରାନ ଅଭିନେତ୍ରୀ ତନୁଜାଙ୍କ ଝିଅ ଅଟନ୍ତି । (kajol, instagram)
ମାଆ ତନୁଜାଙ୍କ ପରି ସେ ମଧ୍ୟ ନିଜ ଦମଦାର ଅଭିନୟରେ ଲୋକଙ୍କୁ ଦିୱାନା କରିଛନ୍ତି । (kajol, instagram)
କାଜୋଲ ୧୬ ବର୍ଷ ବୟସରେ ୧୯୯୨ ରେ ମୁକ୍ତିଲାଭ କରିଥିବା ଫିଲ୍ମ 'ବେଖୁଦି' ସହ ବଲିଉଡରେ ଏଣ୍ଟ୍ରି କରିଥିଲେ । (kajol, instagram)
ଏହା ପରେ ସେ ଶାହାରୁଖ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର 'ବାଜିଗର' କରିଥିଲେ । ଏହି ଫିଲ୍ମ ବ୍ଲକବଷ୍ଟର ହେବା ସହ କାଜୋଲଙ୍କ ପାଇଁ ସଫଳତା ଆଣିଦେଇଥିଲା । (kajol, instagram)
ଏପରି ଅନେକ ସୁପର-ଡୁପର ହିଟ୍ ଚଳଚ୍ଚିତ୍ର ଦେବା ସତ୍ତ୍ୱେ, କାଜୋଲ ତାଙ୍କ ଶ୍ୟାମଳ ରଙ୍ଗ ଯୋଗୁଁ ବହୁତ ଟ୍ରୋଲ ହୋଇଥିଲେ । (kajol, instagram)
ତଥାପି କାଜୋଲ ହାର ନମାନି ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇଥିଲେ । କାଜୋଲ ଆଜି ବି ଟାଉନର ଶ୍ରେଷ୍ଠ ଅଭିନେତ୍ରୀ ଅଟନ୍ତି । (kajol, instagram)
କାଜୋଲ ଗୁପ୍ତ, କରଣ-ଅର୍ଜୁନ, ଦୁଲହନିଆ ଲେ ଜାଏଙ୍ଗେ, ମୋର ନାମ ଖାନ, କୁଛ କୁଛ ହୋତା ହେ, କଭି ଖୁସି କଭି ଘମ୍ ପରି ଅନେକ ଫିଲ୍ମ ଦେଇଛନ୍ତି । (kajol, instagram)
୧୯୯୫ ରେ, କାଜୋଲ ୟଶ ଚୋପ୍ରାଙ୍କ ଦିଲୱାଲେ ଦୁଲହନିଆ ଲେ ଜାଏଙ୍ଗେ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ଫିଲ୍ମଫେୟାର ପୁରସ୍କାର ପାଇଥିଲେ । (kajol, instagram)
କାଜୋଲ ନିଜ କ୍ୟାରିୟରରେ 'ନୋ କିସ୍' ପଲିସି ଫଲୋ କରୁଥିବା ବେଳେ କିନ୍ତୁ ୫୦ ବର୍ଷ ବୟସରେ ଲିପଲକ୍ ସିନ୍ ଧମାକା କରିଥିଲା । (kajol, instagram)
୨୦୧୧ ରେ, କାଜୋଲଙ୍କୁ ଭାରତୀୟ ସିନେମାରେ ତାଙ୍କର ଅବଦାନ ପାଇଁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା । (kajol, instagram)
କାଜୋଲ ଅଭିନେତା ଅଜୟ ଦେବଗନଙ୍କୁ ୧୯୯୯ରେ ବିବାହ କରିଥିଲେ । ବର୍ତ୍ତମାନ ଉଭୟଙ୍କର ଏକ ପୁଅ ଓ ଏକ ଝିଅ ରହିଛନ୍ତି । (kajol, instagram)
Last Updated : Aug 5, 2024, 12:10 PM IST

ABOUT THE AUTHOR

...view details