ଓଡିଶା

odisha

ETV Bharat / photos

ଫଟୋରେ ଖବର: ସାତ ଜନ୍ମ ପାଇଁ ଜ୍ୟାକିଙ୍କର ହେଲେ ରକୁଲ

By ETV Bharat Odisha Team

Published : Feb 22, 2024, 10:30 AM IST

Jackky Bhagnani-Rakul Preet Singh Wedding Photo: ଗୋଆରେ ବଲିଉଡର ନବବିବାହିତ ଦମ୍ପତି ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭଗ୍ନାନୀ ଧୁମଧାମରେ ବିବାହ କରିଛନ୍ତି । ଏହି ଦମ୍ପତି ଶିଖ ଏବଂ ସିନ୍ଧି ରୀତିନୀତି ଅନୁଯାୟୀ ବିବାହ କରିଛନ୍ତି । ବର୍ତ୍ତମାନ ଉଭୟଙ୍କ ବିବାହର ଅନେକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ନଜର ପକାନ୍ତୁ, ରକୁଲ ଏବଂ ଜ୍ୟାକିଙ୍କ ବିବାହ ଫଟୋ ଉପରେ,
ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭଗ୍ନାନୀଙ୍କ ପଡ଼ିଲା ହାତଗଣ୍ଠି
ଶିଖ ଏବଂ ସିନ୍ଧି ରୀତିନୀତି ଅନୁଯାୟୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ରକୁଲ ଏବଂ ଜ୍ୟାକି
ବିବାହ ପରେ ଉଭୟ ନିଜ ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ପରସ୍ପର ପ୍ରତି ପ୍ରେମବ୍ୟକ୍ତ କରିଛନ୍ତି
ବିବାହରେ ରକୁଲ ପିଚ ରଙ୍ଗର ଲେହେଙ୍ଗା ପିନ୍ଧିଥିବା ବେଳେ ଜ୍ୟାକି କ୍ରିମ ରଙ୍ଗର ଶେରୱାନିରେ ନଜର ଆସିଥିଲେ
ଏହି ଫଟୋ ସେୟାର କରି ଉଭୟ କ୍ୟାପସନରେ ଲାଲ ହାର୍ଟ ଇମୋଜି ସହ ଲେଖିଛନ୍ତି, ତୁମେ ବର୍ତ୍ତମାନ ମୋର ଏବଂ ସବୁଦିନ ପାଇଁ ମୋର ହୋଇଛ
ପାପାରାଜିଙ୍କ ସାମ୍ନାରେ ମଧ୍ୟ ରକୁଲ ଏବଂ ଜ୍ୟାକି ରୋମାଣ୍ଟିକ ପୋଜ ଦେଇଛନ୍ତି
ଗୋଆରେ ରକୁଲ ଏବଂ ଜ୍ୟାକିଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା ।
ରକୁଲ ଏବଂ ଜ୍ୟାକିଙ୍କ ବିବାହ ଫଟୋ ଭାଇରାଲ ହେଉଥିବା ବେଳେ ସେଲିବ୍ରିଟି ସମେତ ଫ୍ୟାନ୍ସ ଉଭୟଙ୍କୁ ନୂଆ ଇଂନିସ ପାଇଁ ଶୁଭକାମନା ଜଣାଉଛନ୍ତି

ABOUT THE AUTHOR

...view details