ଓଡିଶା

odisha

ETV Bharat / photos

ଫ୍ୟାନ୍ସଙ୍କ ମନ ଜିତିଲେ ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା, ଦେଶୀ ଲୁକରେ ଆସିଲେ ନଜର - ଇଭାଙ୍କା ଟ୍ରମ୍ପ ଫଟୋ

Ivanka Trump Latest Pictures: ଅନନ୍ତ ଅମ୍ବାନି ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ପ୍ରି-ୱେଡିଂ ସମାରୋହରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ସମୟରେ ସପରିବାର ସହ ଇଭାଙ୍କା ଦେଶୀ ଲୁକରେ ନଜର ଆସିଛନ୍ତି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଦେଖନ୍ତୁ, ଇଭାଙ୍କାଙ୍କ ଦେଶୀ ଲୁକ୍

By ETV Bharat Odisha Team

Published : Mar 4, 2024, 5:25 PM IST

ଅନନ୍ତ ଅମ୍ବାନି ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ପ୍ରି-ୱେଡିଂ ସମାରୋହରେ ସାମିଲ ହୋଇଥିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ
ସ୍ୱାମୀ ଜାରେଦ କସନର ଏବଂ ଝିଅଙ୍କ ସହ ଇଭାଙ୍କା ଏହି ବିବାହ ଉତ୍ସବରେ ସାମିଲ ହୋଇଥିଲେ
ଗୁଜୁରାଟର ଜାମନଗରରେ ହୋଇଥିବା ଅନନ୍ତଙ୍କ ପ୍ରିୱେଡିଂ ସମାରୋହରେ ଯୋଗ ଦେଇଥିଲେ ଇଭାଙ୍କା
ଏହି ସମୟରେ ସପରିବାର ସହ ଇଭାଙ୍କା ଦେଶୀ ଲୁକରେ ନଜର ଆସି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି
ସ୍ୱାମୀ ଜାରେଦ କସନର ଶେରୱାନିରେ ନଜର ଆସିଥିବା ବେଳେ ଇଭାଙ୍କା ଶାଢୀ ଏବଂ ଲେହେଙ୍ଗାରେ ନଜର ଆସିଛନ୍ତି
ଗ୍ରୀନ ଏବଂ ହ୍ବାଇଟ ରଙ୍ଗର ଲେହେଙ୍ଗା ଓ ୟେଲୋ ରଙ୍ଗର ଶାଢୀରେ ଇଭାଙ୍କା ଖୁବ ଗର୍ଜିୟସ ଲୁକରେ ନଜର ଆସିଛନ୍ତି
ଇଭାଙ୍କା ଏହି ବିବାହ ଉତ୍ସବରୁ ଅନେକ ଫଟୋ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଛନ୍ତି
ଅନନ୍ତଙ୍କ ବିବାହ ଉତ୍ସବରେ ଇଭାଙ୍କା ନିଜ ପରିବାର ସହ ଖୁବ ଉପଭୋଗ କରିଥିବା ବେଳେ ସପରିବାର ସହ ଅନେକ ଫଟୋ କ୍ଲିକ କରିଛନ୍ତି
ଇଭାଙ୍କା ଏବଂ ଜାରେଦଙ୍କୁ ୨୦୦୯ ମସିହାରେ ବିବାହ କରିଥିବା ବେଳେ ଉଭୟ ଦୁଇ ପୁଅ ଜୋସେଫ, ଥିଓଡୋର ଏବଂ ଗୋଟିଏ ଝିଅ ଆରବେଲା ରୋଜଙ୍କ ପିତାମାତା ଅଟନ୍ତି
ତେବେ ଏହି ଫଟୋ ସେୟାର ହେବା ମାତ୍ରେ ଫ୍ୟାନ୍ସ ଏହାକୁ ପସନ୍ଦ କରିବା ସହ ଇଭାଙ୍କାଙ୍କା ଦେଶୀ ଲୁକର ଖୁବ ପ୍ରଶଂସା କରିଛନ୍ତି

ABOUT THE AUTHOR

...view details