ଓଡିଶା

odisha

ETV Bharat / photos

ଫ୍ୟାନ୍ସଙ୍କୁ ଦିୱାନା କଲା ଦୀପିକା ପାଦୁକୋନଙ୍କ ଗର୍ଜିୟସ ଲୁକ୍

By ETV Bharat Odisha Team

Published : Mar 3, 2024, 12:05 PM IST

Deepika Padukone Latest Pictures: ଖୁବଶୀଘ୍ର ମା' ହେବେ ଦୀପିକା ପାଦୁକୋନ । ସେପ୍ଟେମ୍ବରରେ ସନ୍ତାନ ପ୍ରସବ କରିବା ନେଇ ନିକଟରେ ସୂଚନା ଦେଇଥିଲେ ଅଭିନେତ୍ରୀ । ବର୍ତ୍ତମାନ ଦୀପିକା ନିଜ ଲାଟେଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ସେ ବିଭିନ୍ନ ଆଉଟଫିଟରେ ଗର୍ଜିୟସ ଲୁକରେ ନଜର ଆସିଛନ୍ତି । ଏହି ଫଟୋ ସେୟାର ହେବା ମାତ୍ରେ ଫ୍ୟାନ୍ସ ଏହାକୁ ପସନ୍ଦ କରିଛନ୍ତି ।
ଦୀପିକା ପାଦୁକୋନ ବର୍ତ୍ତମାନ ନିଜ ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନୀକୁ ନେଇ ଲାଇମଲାଇଟରେ ରହିଛନ୍ତି
'ଫାଇଟର' ସଫଳତା ଉପଭୋଗ କରୁଥିବା ଦୀପିକା ଗର୍ଭବତୀ ଥିବା ଖବର ନେଇ ଏବେ ଶିରୋନାମାରେ ରହିଛନ୍ତି
ଖୁବଶୀଘ୍ର ରଣଭୀର ସିଂ ଏବଂ ଦୀପିକା ପାଦୁକୋନଙ୍କ ଘରକୁ ଆସିବେ ନୂଆ ଅତିଥି
ବିବାହର ୬ ବର୍ଷ ପରେ ରଣଭୀର ଏବଂ ଦୀପିକା ନିଜ ପ୍ରଥମ ସନ୍ତାନର ପିତାମାତା ହେବାକୁ ଯାଉଛନ୍ତି
ନିକଟରେ ଦୀପିକା ଇନଷ୍ଟାଗ୍ରାମରେ ମା' ହେବା ନେଇ ଖୁସି ଖବର ଦେଇଥିଲେ
ଏହି ଖୁସି ଖବର ଶୁଣାଇବା ପରେ ରଣଭୀର ଓ ଦୀପିକାଙ୍କୁ ଅନନ୍ତ ଅମ୍ୱାନି ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହରେ ଦେଖିବାକୁ ମିଳିଛି
ଦୀପିକା ପାଦୁକୋନ ନିଜ ଲାଟେଷ୍ଟ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି
ଅନନ୍ତ ଅମ୍ୱାନି ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହରେ ଦୀପିକାଙ୍କୁ ଏହି ଆଉଟଫିଟରେ ଦେଖିବାକୁ ମିଳିଥିବା ବେଳେ ତାଙ୍କର ଏହି ଲୁକ ଫ୍ୟାନ୍ସଙ୍କୁ ଦିୱାନା କରିଛି
ଦୀପିକାଙ୍କ ଏହି ଲାଟେଷ୍ଟ ଫଟୋକୁ ଫ୍ୟାନ୍ସ ପସନ୍ଦ କରିବା ସହ କମେଣ୍ଟ ବର୍ଷା କରୁଛନ୍ତି
ଦୀପିକାଙ୍କ ଏହି ଲୁକ ଉପରେ ସ୍ୱାମୀ ରଣଭୀର ସିଂ ମଧ୍ୟ ପ୍ରତିକ୍ରିୟା ଦେଇ 'ହାଏ ହଟି' ବୋଲି ଲେଖିଛନ୍ତି

ABOUT THE AUTHOR

...view details