ବଲିଉଡ ଅଭିନେତ୍ରୀ ଭୂମି ପେଡନେକର ନିଜର ଅପକମିଂ ଫିଲ୍ମ 'ଭକ୍ଷକ'କୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମ ଫେବ୍ରୁଆରୀ ୯ ତାରିଖରେ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ ହେବାକୁ ଯାଉଛି । ତେବେ ରିଲିଜ ପୂର୍ବରୁ ମା' କାମାକ୍ଷାଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି ଭୂମି ପେଡନେକର । ଦର୍ଶନ ସମୟର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରି କ୍ୟାପସନରେ ଲେଖିଛନ୍ତି 'ଜୟ ମା' ।