ଓଡିଶା

odisha

ବ୍ଲାକ ଶାଢୀରେ ଇଣ୍ଟରନେଟର ପାରା ବଢାଇଲେ ଆଲିଆ

By ETV Bharat Odisha Team

Published : Feb 18, 2024, 3:25 PM IST

Alia Bhatt Latest Pictures: ଲଣ୍ଡନରେ ଆୟୋଜିତ 'ପୋଚର' ସ୍ବତନ୍ତ୍ର ସ୍କ୍ରିନିଂରେ ଯୋଗ ଦେଇଥିଲେ ଆଲିଆ ଭଟ୍ଟ । ଏହି ସମୟରେ ସେ ଦେଶୀ ଲୁକରେ ନଜର ଆସି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି କାର୍ଯ୍ୟକ୍ରମରୁ ଅଭିନେତ୍ରୀ ନିଜ ଲାଟେଷ୍ଟ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଦେଖନ୍ତୁ, ଆଲିଆଙ୍କ ଲାଟେଷ୍ଟ ଫଟୋ
ଫିଲ୍ମ 'ପୋଚର'କୁ ନେଇ ଶିରୋନାମାରେ ରହିଛନ୍ତି ଆଲିଆ ଭଟ୍ଟ
ଆଲିଆ ଭଟ୍ଟ ତାଙ୍କ ପ୍ରଡକ୍ସନ କମ୍ପାନୀ 'ଇଟରନଲ ସନସାଇନ' ମାଧ୍ୟମରେ କାର୍ଯ୍ୟନିର୍ବାହୀ ନିର୍ମାତା ଭାବେ 'ପୋଚର'ର ଏକ ଅଂଶ ହୋଇପାରିଛନ୍ତି
ଲଣ୍ଡନରେ ଆୟୋଜିତ 'ପୋଚର' ସ୍ବତନ୍ତ୍ର ସ୍କ୍ରିନିଂରେ ଯୋଗ ଦେଇଥିଲେ ଅଭିନେତ୍ରୀ ତଥା ନିର୍ମାତା ଆଲିଆ ଭଟ୍ଟ
ଏହି ସମୟରେ ଆଲିଆ ବ୍ଲାକ ରଙ୍ଗର ଶାଢୀରେ ସମସ୍ତଙ୍କ ହୋସ ଉଡାଇ ଦେଇଛନ୍ତି
ଆଲିଆ ନିଜ ବ୍ଲାକ ଶାଢୀ ଲୁକର ଲାଟେଷ୍ଟ ଫଟୋସୁଟର ଫଟୋ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି
ଆଲିଆଙ୍କ ଏହି ଫଟୋ ସେୟାର ହେବା ମାତ୍ରେ ଶାଶୁ ନୀତୁ କପୁର ସମେତ ସେଲିବ୍ରିଟି ଏବଂ ଫ୍ୟାନ୍ସ ହାର୍ଟ ବର୍ଷା କରିଛନ୍ତି
୮ଟି ଏପିସୋଡରେ ନିର୍ମିତ ପୋଚର ସିରିଜ ୨୩ ଫେବୃଆରୀରେ ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହେବ
ପୋଚରର ନିର୍ଦ୍ଦେଶକ ହେଉଛନ୍ତି ଏମି ପୁରସ୍କାର ବିଜେତା ରିଚି ମେହେତା । ଏହି ସିରିଜ ହିନ୍ଦୀ ସମେତ ଇଂରାଜୀ, ତାମିଲ, ତେଲୁଗୁ ଏବଂ କନ୍ନଡ ଭାଷାରେ ମୁକ୍ତିଲାଭ କରିବ ।
ଆଲିଆ ଭଟ୍ଟ ନିଜ ଅଭିନୟ ବ୍ୟତୀତ ଫ୍ୟାଶନ ପାଇଁ ବେଶ ଜଣାଶୁଣା । ଏତଦ ବ୍ୟତୀତ ଆଲିଆ ଏବେ ନିର୍ମାତା ଭାବେ ମଧ୍ୟ ଲୋକପ୍ରିୟତା ହାସଲ କରିଛନ୍ତି

ABOUT THE AUTHOR

...view details