ଅନ୍ତରାଷ୍ଟ୍ରୀୟ ଧରିତ୍ରୀ ମାତା ଦିବସ ବା ପୃଥିବୀ ଦିବସ ସେଲିବ୍ରେଟ କରିଛନ୍ତି ରକୁଲ ପ୍ରୀତ ସିଂ ।. ରକୁଲ ପ୍ରୀତ ସିଂ ପ୍ରକୃତି ସହ ଜଡ଼ିତ କିଛି ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ପୃଥିବୀ ଦିବସର ଶୁଭେଚ୍ଛା ଜଣାଇଛନ୍ତି ।. ଏହା ସେୟାର କରି ରକୁଲ ଲେଖିଛନ୍ତି. ଆର୍ଥ ଏକ ଅଦ୍ଭୁତ ଗ୍ରହ ଯାହାକୁ ଆମେ ଘର କହୁ। ଆଜି ସେହି ଗ୍ରହ ପାଇଁ ସେଲିବ୍ରେସନର ଦିନ ।. ଏହା ଆମର ପରିବେଶକୁ ସଂରକ୍ଷଣ କରିବା ଏବଂ ଏହାର ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରିବାର ଗୁରୁତ୍ୱକୁ ଚିହ୍ନିବା ଦିନ ।. ଆଜିର ଦିନରେ ଏକାଠି ହୋଇ ବର୍ଜ୍ୟବସ୍ତୁ ହ୍ରାସ. ଶକ୍ତି ସଂରକ୍ଷଣ. ବୃକ୍ଷରୋପଣ କରି ଏକ ପରିବର୍ତ୍ତନ ଆଣିବା ।. ପ୍ରତ୍ୟେକ ଛୋଟ ପଦକ୍ଷେପ ଆମ ସମସ୍ତଙ୍କ ପାଇଁ ଏକ ଉଜ୍ଜ୍ୱଳ ଏବଂ ସବୁଜ ଭବିଷ୍ୟତ ପାଇଁ ଗଣନା କରେ ।. ଫ୍ୟାନ୍ସଙ୍କୁ ପୃଥିବୀ ଦିବସର ଶୁଭେଚ୍ଛା ଜଣାଇଛନ୍ତି । ସେପଟେ ଫ୍ୟାନ୍ସ ବି ଏହାକୁ ପସନ୍ଦ କରିବା ସହ ଅଭିନେତ୍ରୀଙ୍କ ପ୍ରଂଶସା କରିଛନ୍ତି ।. ରକୁଲ ପ୍ରୀତ ସିଂ ବର୍ତ୍ତମାନ ନିଜ ବୈବୈହିକ ଜୀବନ ଖୁସିରେ ବିତାଉଛନ୍ତି ।. ରକୁଲ ଅଭିନେତା ତଥା ନିର୍ମାତା ଜ୍ଯାକି ଭଗ୍ନାନୀଙ୍କୁ ଚଳିତ ବର୍ଷ ଫେବୃଆରୀରେ ବିବାହ କରିଥିଲେ ।