ଓଡିଶା

odisha

୨୦୨୪ ଲୋକସଭା ନିର୍ବାଚନ: 'ଦେଶବ୍ୟାପୀ ୨ଟି ଯାତ୍ରା କଂଗ୍ରେସ ପାଇଁ ଆଣିଦେଲା ସଫଳତା' - 2 Nation Prospective

By Amit Agnihotri

Published : Jun 5, 2024, 7:31 PM IST

Rahul's Two Nation Prospective: ୨୦୨୪ ଲୋକସଭା ନିର୍ବାଚନ ଫଳାଫଳରେ କଂଗ୍ରେସର ପ୍ରଦର୍ଶନ ଭଲ ରହିଛି । ଏହାକୁ ନେଇ ପଢନ୍ତୁ ଅମିତ ଅଗ୍ନିହୋତ୍ରୀଙ୍କ ଆଲେଖ୍ୟ ।

2 Nation Prospective
2 Nation Prospective (ETV Bharat)

ହାଇଦ୍ରାବାଦ:ନିର୍ବାଚନ କମିଶନଙ୍କ ତଥ୍ୟ ଅନୁସାରେ, 2024 ମସିହାରେ କଂଗ୍ରେସ 99/543 ଆସନ ପାଇବାକୁ ପ୍ରସ୍ତୁତି କରିଥିଲା । ଯାହା ବିଗତ 2019 ନିର୍ବାଚନରେ ​​ଦଳ ଜିତିଥିବା 52ଟି ଆସନର ପ୍ରାୟ ଦୁଇ ଗୁଣ। ରହିଛି । 2014 ସାଧାରଣ ନିର୍ବାଚନରେ ଯେତେବେଳେ କଂଗ୍ରେସ ନେତୃତ୍ବାଧୀନ ୟୁପିଏ କ୍ଷମତା ହରାଇଲା, ଦଳ ସର୍ବନିମ୍ନ 44 ଟି ସିଟ୍ ଛୁଇଁବାରେ ସକ୍ଷମ ହୋଇପାରିଲା । ୧୦ ବର୍ଷ ପରେ ଭଲ ପ୍ରଦର୍ଶନ ପାଇଁ ବରିଷ୍ଠ ନେତାମାନେ ଦଳର ପୂର୍ବତନ ମୁଖ୍ୟଙ୍କୁ ଶ୍ରେୟ ଦେଇଛନ୍ତି ।

ରାହୁଲ ଗାନ୍ଧୀ ୨୦୧୯ରେ ଆକ୍ରମଣାତ୍ମକ ଢଙ୍ଗରେ ନୂଆ ଅଭିଯାନର ନେତୃତ୍ବ ନେଇଥିଲେ । ହେଲେ ସେ ମାତ୍ର ୫୨ଟି ସିଟ୍ ଜିତିବାରେ ସକ୍ଷମ ହୋଇଥିଲେ । ହେଲେ ଚଳିତ ଥର କଂଗ୍ରେସ ଶାଣିତ ଢଙ୍ଗରେ ବହୁ ପୂର୍ବରୁ ଆରମ୍ଭ କରିଥିଲା ପ୍ରସ୍ତୁତି । ଦେଶବ୍ୟାପୀ ୨ଟି ଯାତ୍ରା କରିଥିଲେ ରାହୁଲ । ଗୋଟିଏ ୨୦୨୨ରେ ଓ ଅନ୍ୟଟି ୨୦୨୩ ମସିହାରେ ହୋଇଥିଲା । ଯେଉଁଥିରେ ଦେଶର ସମସ୍ତ କୋଣ ଅନୁକୋଣ ଯାତ୍ରା କରିଥିଲା ଦଳ । ଏହି ଯାତ୍ରା ମାର୍ଗରେ ଏକତ୍ରିତ ହୋଇଥିଲେ ଲକ୍ଷ ଲକ୍ଷ ଲୋକେ । AICC କାର୍ଯ୍ୟକର୍ତ୍ତାଙ୍କ କହିବା ଅନୁଯାୟୀ, ସହଯୋଗୀ ସମାଜବାଦୀ ପାର୍ଟି ସହିତ ମେଣ୍ଟର ପ୍ରଭାବ ଉତ୍ତରପ୍ରଦେଶରେ ଆଶ୍ଚର୍ଯ୍ୟଜନକ ଫଳାଫଳ ହାସଲ କରିବାରେ ସହାୟକ ହୋଇଛି । ଲୋକସଭାକୁ 80 ଜଣ ସଦସ୍ୟ ନିର୍ବାଚିତ ହୋଇଛନ୍ତି । INDIA ମେଣ୍ଟ ଅଧାରୁ ଅଧିକ ଆସନ ଅକ୍ତିଆର କରିବାକୁ ସ୍ଥିର କରିଥିଲା ।

"ରାହୁଲ ଗାନ୍ଧୀଙ୍କ ଯାତ୍ରା ସମୟରେ ଜନସାଧାରଣଙ୍କଠାରୁ ମିଳିଥିବା ମତାମତ ଅନୁସାରେ ଆମର 2024 ମାନିଫେଷ୍ଟୋରେ 5 ନ୍ୟାୟ ଏବଂ 25 ଗ୍ୟାରେଣ୍ଟି ଅନୁଯାୟୀ ପ୍ରସ୍ତୁତ ହୋଇଥିଲା " ବୋଲି ଦଳ ପକ୍ଷରୁ କୁହାଯାଇଛି । ଦଳୀୟ କର୍ମକର୍ତ୍ତାଙ୍କ କହିବା ଅନୁସାରେ, ଉତ୍ତରପ୍ରଦେଶ ଦଳର ଫୋକସରେ ରହିଥିଲା । ରାହୁଲ ରାୟବରେଲୀରୁ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଥିଲେ, ଯେଉଁଠି ସେ ବିଜେପି ପ୍ରାର୍ଥୀ ଦିନେଶ ପ୍ରତାପ ସିଂଙ୍କୁ ବହୁ ମାର୍ଜିନରେ ପରାସ୍ତ କରିଥିଲେ । ଦଳର ପୂର୍ବତନ ସଭାପତି କେରଳର ୱାୟନାଡ ଆସନରୁ ମଧ୍ୟ ପୁଣି ଥରେ ଜିତିଛନ୍ତି ।

ଦଳର ଷ୍ଟ୍ରାଟେଜିକୁ ନେଇ ଏବେ ତର୍କ ବିତର୍କ ଜାରି ରହିଛି । ମା' ସୋନିଆଙ୍କ ଆସନ ରାୟବରେଲିକୁ ରାହୁଲ ବଜାୟ ରଖିବା ଉଚିତ୍ ବୋଲି ମତ ପ୍ରକାଶ ପାଇଛି । ଯେହେତୁ ଏହା ତାଙ୍କ ପରିବାରର ପାରମ୍ପରିକ ଆସନ । ୨୦୦୪ରୁ ୨୦୨୪ ପର୍ଯ୍ୟନ୍ତ ଏହି ଆସନ କଂଗ୍ରେସ କବଜାରେ ରହିଛି । "ୟୁପିର ନେତାମାନେ ଚାହୁଁଛନ୍ତି ଯେ, ରାହୁଲ ରାୟବରେଲୀ ଆସନ ବଜାୟ ରଖନ୍ତୁ କିନ୍ତୁ ଏହା ତାଙ୍କ ଉପରେ ନିର୍ଭର କରୁଛି ଯେ, ସେ କ'ଣ ନିଷ୍ପତ୍ତି ନେବେ" ବୋଲି କହିଛନ୍ତି AICC ଉତ୍ତରପ୍ରଦେଶ ସାଧାରଣ ସମ୍ପାଦକ ଦାୟିତ୍ବରେ ଥିବା ତାକିର ଆଲମ ।

ଏହା ମଧ୍ୟ ପଢନ୍ତୁ...Lok Sabha Election 2024 Results: ଉଭୟ ରାୟବରେଲୀ ଓ ଓ୍ବାୟନାଡ ଆସନରୁ ରାହୁଲ ଗାନ୍ଧୀ ଆଗରେ

ଆଲମଙ୍କ କହିବା ଅନୁସାରେ, "ଯେତେବେଳେ ରାହୁଲ ଗାନ୍ଧୀ ପ୍ରଥମ ଥର ଭାରତ ଯୋଡ଼ ଯାତ୍ରା ବିଷୟରେ ଘୋଷଣା କରିଥିଲେ ତା ପରଠୁ ଉତ୍ତରପ୍ରଦେଶରେ ବିଜେପି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରିବାରେ ପ୍ରାଣପଣେ ଉଦ୍ୟମ କରିଥିଲା । ଇଡି ବହୁ ସମୟ ଧରି ନ୍ୟାସନାଲ ହେରାଲ୍ଡ ମାମଲାରେ ରାହୁଲଙ୍କୁ ପଚରାଉଚରା କରିଥିଲା । ପରେ ଯେତେବେଳେ ମୋଦିଙ୍କ ବନ୍ଧୁ ତଥା ପ୍ରତିଷ୍ଠିତ ବ୍ୟବସାୟୀ ଆଦାନୀଙ୍କ ବିଷୟରେ ଯେତେବେଳେ ରାହୁଲ ପାଲଟା ପ୍ରଶ୍ନ କରିଥିଲେ ସେତେବେଳେ ତାଙ୍କର ଲୋକସଭା ସଦସ୍ୟତା ରଦ୍ଦ କରାଗଲା । ପୁନର୍ବାର ଫେରିବା ପାଇଁ ତାଙ୍କୁ ୬ ମାସ ଧରି ସଂଘର୍ଷ କରିବାକୁ ପଡ଼ିଥିଲା । ସେ ଏକମାତ୍ର ବିରୋଧୀ ଦଳର ନେତା ଯିଏ କ୍ରମାଗତ ଭାବରେ ମୋଦି ସରକାରଙ୍କ ବିରୋଧୀ ଦଳ ନେତା ଭାବେ ରହିଆସିଛନ୍ତି ।"

ରାହୁଲ ୨୦୦୪ରୁ ନିଜର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ । ଆମେଠୀରୁ ସେ ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଯାହାକି ଗାନ୍ଧୀ ପରିବାରର ପାରମ୍ପରିକ ଆସନ ଭାବେ ଜଣାଶୁଣା । ଏହାପରେ ସେ AICCର ସାଧାରଣ ସମ୍ପାଦକ ଓ ୨୦୧୩ରେ ଦଳର ଉପସଭାପତି ଭାବେ ଦାୟିତ୍ବ ତୁଲାଇଲେ । ୟୁପିଏ ସରକାର ସମୟରେ ୨୦୦୪ରୁ ୨୦୧୪ ମଧ୍ୟରେ ଗ୍ରାମୀଣ ରୋଜଗାର ଦିଗରେ ପଦକ୍ଷେପ ନିଆଯାଇଥିଲା । ଫୁଡ୍ ଆକ୍ଟ ମଧ୍ୟରେ କୃଷକଙ୍କ ଜମିଅଧିଗ୍ରହଣ ଦିଗରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଇଥିଲେ ।

୨୦୧୪ରେ ସୋନିଆ ଗାନ୍ଧୀ ନେତୃତ୍ବ ନେଇଥିବାବେଳେ କଂଗ୍ରେସ ହାତରୁ କ୍ଷମତା ଖସିଯାଇଥିଲା । ୨୦୧୭ରେ ରାହୁଲ ପ୍ରଥମ ଥର ଦଳର ସଭାପତି ଦାୟିତ୍ବ ନେଲେ । ୨୦୧୯ରେ ଦେଶ ବ୍ୟାପୀ ପ୍ରଚାର କାର୍ଯ୍ୟକୁ ତ୍ବରାନ୍ବିତ କରିଥିଲେ ରାହୁଲ । ହେଲେ ନିର୍ବାଚନ ଫଳାଫଳ ସେତେଟା ସନ୍ତୋଷ ଜନକ ନଥିବାବେଳେ ସେ ନିଜ ପଦବୀରୁ ଇସ୍ତଫା ଦେଇଥିଲେ । ପରବର୍ତ୍ତୀ ବର୍ଷମାନଙ୍କରେ ତାଙ୍କୁ ଦଳର ନବୀକରଣରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା । ଅକ୍ଟୋବର 2022ରେ ଆଭ୍ୟନ୍ତରୀଣ ସର୍ଭେ ମାଧ୍ୟମରେ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେଙ୍କୁ ଦଳୀୟ ସଭାପତି ଭାବେ ନିର୍ବାଚିତ କରାଯାଇଥିଲା । "ରାହୁଲ ଗାନ୍ଧୀଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ କରିବା ପାଇଁ ବିଜେପି କୋଟି କୋଟି ଟଙ୍କା ଖର୍ଚ୍ଚା କରିଥିବାବେଳେ ସେ ମୋଦିଙ୍କ ପାଇଁ ଏକ ବଡ଼ ଚାଲେଞ୍ଜ ଭାବେ ଉଭା ହୋଇଥିଲେ" ବୋଲି କହିଛନ୍ତି AICC ଗୁଜୁରାଟ ସମ୍ପାଦକ ଦାୟିତ୍ବରେ ଥିବା ବିଏମ ସନ୍ଦୀପ କୁମାର ।

(ଏହା ଲେଖକଙ୍କର ନିଜସ୍ବ ମତ)

ABOUT THE AUTHOR

...view details