ଓଡିଶା

odisha

ETV Bharat / opinion

ତାଇୱାନ ସୀମାରେ କାହିଁକି ବଢୁଛି ଚୀନର ସାମରିକ ଡ୍ରିଲ, ଜାଣନ୍ତୁ ଏହା ପଛର କାରଣ - CHINA TAIWAN ISSUE

CHINA TAIWAN ISSUE: ତାଇୱାନରେ ନିର୍ବାଚନ ଆରମ୍ଭ ଏବଂ ଲାଇ ଚିଙ୍ଗତେ ତାଇୱାନର ନୂଆ ରାଷ୍ଟ୍ରପତି ହେବା ପରଠୁ ସୀମାବର୍ତ୍ତୀ ଅଞ୍ଚଳରେ ଚୀନ ସାମରିକ ଡ୍ରିଲ ଆରମ୍ଭ କରିଛି । କଣ ଏହା ପଛର କାରଣ ଜାଣନ୍ତୁ

Taiwan's new President Lai Ching-te, right, and former President Tsai Ing-wen wave during Lai's inauguration ceremony in Taipei, Taiwan on May 20, 2024
Taiwan's new President Lai Ching-te, right, and former President Tsai Ing-wen wave during Lai's inauguration ceremony in Taipei, Taiwan on May 20, 2024 (AP Photo)

By Major General Harsha Kakar

Published : Jun 11, 2024, 10:57 PM IST

ହାଇଦ୍ରାବାଦ:ବଢୁଛି ଚୀନର ପ୍ରାଦୁର୍ଭାବ । ପଡ଼ୋଶୀ ରାଷ୍ଟ୍ର ଉପରେ ପକାଉଛି ଲୋଲୁପ ଦୃଷ୍ଟି । ନିକଟରେ ତାଇୱାନ ସୀମାରେ ବଢିବାରେ ଲାଗିଛି ଚୀନର ସାମରିକ ଡ୍ରିଲ । ଏହାସହିତ ବେଜିଂ ଯୁଦ୍ଧ ଜାହାଜ ଓ ଏୟାରକ୍ରାଫ୍ଟକୁ ମଧ୍ୟ ତାଇୱାନ ସୀମାରେ ନିୟୋଜିତ କରୁଛି । ନିକଟରେ ତାଇୱାନର ନୂଆ ରାଷ୍ଟ୍ରପତି ହୋଇଥିବା ଲାଇ ଚିଙ୍ଗତେ ଚୀନ ଓ ତାଇୱାନର ପୁନଃମିଳନ ବିରୁଦ୍ଧରେ ଅଛନ୍ତି । ପୂର୍ବରୁ ତାଇୱାନ ଚୀନର ଏକ ଅଂଶ ଥିବା ବେଳେ 1949ରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହୋଇଥିଲା । ଏହାପରେ ତାଇୱାନ ଚୀନଠୁ ବିଭାଜିତ ହୋଇ ସ୍ବତନ୍ତ୍ର ରାଷ୍ଟ୍ର ହୋଇଛି । ତାଇୱାନର ନୂଆ ରାଷ୍ଟ୍ରପତି ଏହି ପୁନଃମିଳନ ବିରୁଦ୍ଧରେ ଥିବାରୁ ଚୀନ ସୀମାରେ ହଲଚଲ ଆରମ୍ଭ କରି ଏକପ୍ରକାର ଭୟ ସୃଷ୍ଟି କରିବାକୁ ଉଦ୍ୟମ କରୁଛି ।

ତାଇୱାନ ନୂଆ ରାଷ୍ଟ୍ରପତି ଲାଇ ଚିଙ୍ଗତେ ଚଳିତ ବର୍ଷ ମେ 19 ତାରିଖରେ ନୂଆ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ଶପଥ ସମାରୋହରେ ଦେଶବାସୀଙ୍କୁ ସମ୍ବୋଧିତ କରିବା ସମୟରେ ସେ କହିଥିଲେ, "ମୁଁ ଆଶା କରୁଛି ଯେ ତାଇୱାନର ବାସ୍ତବ ଅସ୍ତିତ୍ବକୁ ଚୀନ ହୃଦୟଙ୍ଗମ କରୁ । ତାଇୱାନର ଲୋକଙ୍କ ପସନ୍ଦ ପ୍ରତି ସମ୍ମାନ ଜଣାଉ ।" ଚୀନ ନେତୃତ୍ବ ତାଇୱାନର ନୂଆ ରାଷ୍ଟ୍ରପତି ଲାଇଙ୍କୁ ନାପସନ୍ଦ କରନ୍ତି । କାରଣ ସେ ଚୀନ ଓ ତାଇୱାନର ପୁନଃମିଳନ ବିରୁଦ୍ଧରେ ଅଛନ୍ତି । ଲାଇ ତାଙ୍କ ଅଭିଭାଷଣରେ ଚୀନ ସହ ଶାନ୍ତି ପ୍ରତିଷ୍ଠା ପାଇଁ ଅପିଲ୍‌ କରିଥିବା ବେଳେ ଚୀନର ଧମକକୁ କେବେ ହେଲେ ଭୟ କରିବେ ନାହିଁ ବୋଲି ସିଧାସିଧା କହିଛନ୍ତି ।

Reasons Behind China's Increased Military Drills Around Taiwan (ETV Bharat)

ତାଇୱାନର ନିର୍ବାଚନକୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିଲା ଚୀନ, ​​କିନ୍ତୁ ବିଫଳ ହୋଇଥିଲା । ଚଳିତ ବର୍ଷ ଜାନୁଆରୀରେ ହେବାକୁ ଥିବା ନିର୍ବାଚନରେ ​​ବିରୋଧୀଦଳ ପ୍ରାର୍ଥୀ ହୋ ୟୁ-ୟିଙ୍କୁ ଚୟନ କରିବା ପାଇଁ ବେଜିଂ ଚକ୍ରାନ୍ତ କରୁଥିଲା । ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ଉଦ୍ଦିଷ୍ଟ ଥିବା ହଜାର ହଜାର ନକଲି ଫେସବୁକ ଏବଂ ଏକ୍ସ ଆକାଉଣ୍ଟ ମଧ୍ୟ ଖୋଲିଥିଲା । ଯାହାକୁ ପରବର୍ତ୍ତୀ ସମୟରେ ଡିଲିଟ୍‌ କରାଯାଇଥିଲା । ତାଇୱାନ ଉପକୂଳରେ ନିୟୋଜିତ ଚୀନ ନୌସେନା ନିୟମିତ ଭାବରେ ତାଇୱାନ ଉଦ୍ଦେଶ୍ୟରେ ଏକ ନାରା ଦେଉଥିଲା । 'ପିପୁଲ୍ସ ରିପବ୍ଲିକ ଚୀନ ହେଉଛି ଏକମାତ୍ର ବୈଧ ସରକାର ଏବଂ ତାଇୱାନ ଚୀନର ଅବିଚ୍ଛେଦ୍ୟ ଅଙ୍ଗ ।' 1996 ପରଠାରୁ ଏହା ନିୟମିତ ଘଟଣା ପାଲଟିଥିଲା ।

ଲାଇଙ୍କ ଶପଥ ଗ୍ରହଣ ଏକ ରେଡଲାଇନ ଥିଲା । ଫଳସ୍ବରୂପ ଚୀନ ନୂଆ ରାଷ୍ଟ୍ରପତି ଲାଇଙ୍କ ଶପଥ ଗ୍ରହଣ ସମାରୋହର କିଛି ଦିନ ପରେ ତାଇୱାନ ଉପକୂଳରେ ଏହାର ମିଳିତ ସମରାଭ୍ୟାସ -2024 ଆରମ୍ଭ କରିଛି । ଚଳିତ ବର୍ଷ ଅଧିକ ସମାରାଭ୍ୟାସ ମଧ୍ୟ ଆଶା କରାଯାଇପାରେ । ନିକଟ ଅତୀତରେ ଚୀନ ତାଇୱାନ ଉପକୂଳରେ ସାମରିକ ଅଭ୍ୟାସ କରିଆସୁଥିଲା, ଯାହାକି ଅସନ୍ତୋଷର ସଙ୍କେତ ଦେଇଥାଏ । ଲାଇ କର୍ତ୍ତୃପକ୍ଷଙ୍କୁ ସ୍ପଷ୍ଟ ଭାବରେ ଚୀନ ଚେତାବନୀ ଦେଉଛି ଯେ ସ୍ବାଧୀନତା ପାଇବା ଏକ ଭୟାବହ ସ୍ଥିତିକୁ ନିମନ୍ତ୍ରଣ କରୁଛି । ସେପଟେ ଚୀନକୁ ଜବାବ ଦେବା ସ୍ବରୂପ ତାଇୱାନ ଏହାର ସଶସ୍ତ୍ର ବାହିନୀକୁ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛି ।

ଚୀନ ସମାରାଭ୍ୟାସର ପ୍ରଭାବ:-

ଚୀନ ଅନୁମାନ କରୁଥିଲା ଯେ ଏହାର ସାମରିକ ଧମକ ତାଇୱାନକୁ ଭୟଭୀତ କରିପାରେ, କିନ୍ତୁ ଏହା ଭୁଲ ପ୍ରମାଣିତ ହୋଇଛି । ସର୍ବଶେଷରେ ତାଇୱାନର ନିର୍ବାଚନ ପ୍ରକ୍ରିୟା କୌଣସି ପ୍ରକାରେ ପ୍ରଭାବିତ ହୋଇନି । ଚୀନ ସବୁ ପ୍ରକାର ଧମକ ବିଫଳ ହୋଇଛି । ତାଇୱାନ ଓ ଚୀନର ପୁନଃମିଳନ ଚାହୁଁନଥିବା ନେତା ଲାଇଙ୍କୁ ନିଜ ନେତା ବାଛିଛନ୍ତି ତାଇୱାନ ବାସୀ । ତାଇୱାନ ଓ ଚୀନ ମଧ୍ୟରେ ବାକ୍‌ଯୁଦ୍ଧ ମଧ୍ୟ ଆରମ୍ଭ ହୋଇଛି । ଚୀନ୍ ଦାବି କରିଛି ଯେ, ‘ଯେଉଁମାନେ ନିଆଁ ସହିତ ଖେଳନ୍ତି ସେମାନେ ନିଜକୁ ଭସ୍ମ ହୋଇଯାଆନ୍ତି । ତାଇୱାନର ଏହାର ଜବାବ ଦେଇ କହିଛି, ' ଯଦି ଚାଇନିଜ କମ୍ୟୁନିଷ୍ଟ ପାର୍ଟି ତାଇୱାନ ଉପରେ ଆକ୍ରମଣ କରେ ,ଏହା ସେମାନଙ୍କ ପାଇଁ ସହଜ ହେବ ନାହିଁ । ତାଇୱାନର ଲୋକେ ଯୁଦ୍ଧକୁ ଭୟ କରନ୍ତି ନାହିଁ ।’

ମାନସିକ ଯୁଦ୍ଧ:-

ବେଜିଂ ସିଧାସଳଖ ଭାବେ ତାଇୱାନବାସୀଙ୍କ ମାନସିକ ଉପରେ ପ୍ରଭାବ ପକାଇବାକୁ ଉଦ୍ୟମ କରୁଛି । ଏଣୁ ସୀମାବର୍ତ୍ତୀ ଅଞ୍ଚଳରେ ମିଲିଟାରୀ ଶକ୍ତି ପ୍ରଦର୍ଶନ କରୁଛି । ଅନ୍ୟପଟେ ତାଇୱାନ ଏହାର ସୈନ୍ୟ ପ୍ରସ୍ତୁତି, ମନୋବଳ ଏବଂ ଯେକୌଣସି ଚୀନ ଆକ୍ରମଣକୁ ବନ୍ଦ କରିବାକୁ ସଂକଳ୍ପବଦ୍ଧତାର ଭିଡିଓ ସେୟାର କରୁଛି । ତାଇୱାନର ଜଣେ ସାମରିକ ବିଶ୍ଳେଷକ ସୁ ଜୁ-ୟୁନ୍ କହିଛନ୍ତି ଯେ, ତାଇୱାନ ସରକାର ଦ୍ବୀପରେ ଚୀନର ସାମରିକ କାର୍ଯ୍ୟକଳାପ ଉପରେ ତାଇୱାନ ସୈନ୍ୟବାହିନୀର ଟ୍ରାକିଂ କରୁଥିବା ଭିଡିଓ ପ୍ରକାଶ କରି ଚୀନର ମାନସିକ ଯୁଦ୍ଧର ପ୍ରଭାବକୁ ବିଫଳ କରିଛନ୍ତି ।

ଚୀନ ଏବଂ ହଂକଂ ମଧ୍ୟରେ ଏକ ଚୁକ୍ତିନାମା ହୋଇଥିଲା । ଯାହାକୁ ବେଜିଂ ଭାଙ୍ଗି ଦେଇଛି । ତାଇୱାନ ବାସୀ ଏହାର ସାକ୍ଷୀ ଅଛନ୍ତି, ଏଣୁ ବେଜିଂ ଦ୍ବାରା ଜାରି କରାଯାଉଥିବା କୌଣସି ପ୍ରତିଶୃତିକୁ ରାଷ୍ଟ୍ର ବିଶ୍ବାସକୁ ନେଉନାହିଁ । ଚୀନ ଓ ହଂକଂ ‘ଏକ ରାଷ୍ଟ୍ର ଦୁଇଟି ସିଷ୍ଟମ୍’ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା, ଚୀନ ସ୍ବଳ୍ପ ମଧ୍ୟରେ ଏହି ଚୁକ୍ତିନାମାରୁ ବିଚ୍ୟୁତ ହୋଇଥିଲା । ତାଇୱାନକୁ ସମାନ ପ୍ରତିଶ୍ରୁତି ଦେଉଛି ଚୀନ । ତାଇୱାନର ରାଷ୍ଟ୍ରପତି ଭାବରେ ଲାଇ ଚିଙ୍ଗତେଙ୍କ ମଧ୍ୟରେ ତିକ୍ତତା ବନ୍ଦ ହେବ ନାହିଁ । ଚୀନ ତାଙ୍କୁ ସ୍ବାଧୀନତାବାଦୀ ଭାବେ ବିବେଚନା କରିଥାଏ ।

ଭାରତ ଉପରେ କଣ ରହିବ ପ୍ରଭାବ ?

ନୂଆଦିଲ୍ଲୀ ଏହି ବିବାଦର ପକ୍ଷ ନୁହେଁ, ତଥାପି ଚୀନର କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖିବ । ଦକ୍ଷିଣ ଏବଂ ପୂର୍ବ ଚୀନ ସମୁଦ୍ରର ଦ୍ବୀପପୁଞ୍ଜ ତାଇୱାନ ଏବଂ ଅରୁଣାଚଳ ବେଜିଂର ଏକ ଅସମାପ୍ତ ଏଜେଣ୍ଡା । ଚୀନ କିଛି ପର୍ଯ୍ୟାୟରେ ଏହାର ଅସମାପ୍ତ ଏଜେଣ୍ଡା ବିରୁଦ୍ଧରେ ଆକ୍ରମଣାତ୍ମକ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବ । ବିଶେଷ କରି ୟୁରୋପ ଏବଂ ମଧ୍ୟ ପୂର୍ବରେ ଅଶାନ୍ତି ଜାରି ରହି ଆମେରିକାର ଦୃଷ୍ଟି ଆକର୍ଷଣ କରିବ । ଆମେରିକାର ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ ସିଙ୍ଗାପୁରରେ କହିଥିଲେ ଯେ 'ଆମେରିକା ସେହି ପର୍ଯ୍ୟନ୍ତ ସୁରକ୍ଷିତ ଯେତେ ପର୍ଯ୍ୟନ୍ତ ଏସିଆ ସୁରକ୍ଷିତ ।' ଏଣୁ ଆମେରିକା ଚୀନର କାର୍ଯ୍ୟକଳାପ ଉପରେ ନଜର ରଖିବ । ଭାରତ ସହିତ ଆମେରିକାର ସମ୍ପର୍କ ପୂର୍ବାପେକ୍ଷା ଆହୁରୁ ମଜଭୁତ ହୋଇଚାଲିଛି ବୋଲି ମଧ୍ୟ ସେ କହିଥିଲେ ।

ଏହା ବି ପଢନ୍ତୁ- କାହିଁକି ଚୀନ ତିଆରି କଲା ନୂଆ ୟୁନିଟ ? କଣ ଏହି ISF

ଦିଲ୍ଲୀ ଏହି ଅଞ୍ଚଳର ରାଷ୍ଟ୍ରମାନଙ୍କ ସହ ସୁସମ୍ପର୍କ ସ୍ଥାପନ କରିବା ଲାଗି ଅସ୍ତ୍ରଶସ୍ତ୍ର ଓ ତାଲିମ ପ୍ରଦାନ କରୁଛି । ବର୍ତ୍ତମାନ ପରିସ୍ଥିତିରେ ଆମେରିକା ସହ ଜାପାନ ମଧ୍ୟ ଚୀନ-ତାଇୱାନ ତିକ୍ତତା ଉପରେ ତୀକ୍ଷ୍ଣ ନଜର ରଖିବାକୁ ପଡ଼ିବ । ଏହା ନିଶ୍ଚିତ କରିବାକୁ ପଡିବ ଯେ ତାଇୱାନ ଯେକୌଣସି ଚୀନର ଆକ୍ରମଣର ଉଚିତ ଜବାବ ଦେଇପାରିବ ।

ABOUT THE AUTHOR

...view details