ଓଡିଶା

odisha

ETV Bharat / opinion

ଭାରତର ସ୍ବଦେଶୀ ‘କାମିକାଜେ ଏରିଆଲ ଆଟାକ ସିଷ୍ଟମ’, ଜାଣନ୍ତୁ କେତେ ପ୍ରଭାବଶାଳୀ - KAMIKAZE AERIAL ATTACK WEAPONRY

Indias own version of Kamikaze aerial attack weaponry: ଭାରତ ବିକଶିତ କରିଛି ସ୍ବଦେଶୀ କାମିକାଜେ ଏରିଆଲ ଆଟାକ ସିଷ୍ଟମ । କ’ଣ ରହିଛି ଫିଚର ଓ ଶତ୍ରୁ ପାଇଁ କେତେ ଘାତକ ? ପଢନ୍ତୁ ଅରୁଣିମ ଭୂୟାଁଙ୍କ ବିଶ୍ଳେଷଣାତ୍ମକ ଆଲେଖ୍ୟ...

ଭାରତର ସ୍ବଦେଶୀ ‘କାମିକାଜେ ଏରିଆଲ ଆଟାକ ସିଷ୍ଟମ’, ଜାଣନ୍ତୁ କେତେ ପ୍ରଭାବଶାଳୀ
ଭାରତର ସ୍ବଦେଶୀ ‘କାମିକାଜେ ଏରିଆଲ ଆଟାକ ସିଷ୍ଟମ’, ଜାଣନ୍ତୁ କେତେ ପ୍ରଭାବଶାଳୀ (ETV Bharat Odisha)

By Aroonim Bhuyan

Published : Jun 16, 2024, 2:33 PM IST

ନୂଆଦିଲ୍ଲୀ:ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନ ସେନାର ଶକ୍ତିଶାଳୀ ଆଟାକ ୟୁନିଟ୍‌ରେ ଏକ ସାମରିକ ବିମାନ ଚଳାଚଳ ସ୍ବତନ୍ତ୍ର ବାହିନୀ ଥିଲା । ଏହାର ନାମ ଥିଲା ‘କାମିକାଜେ’ (Kamikaze) । ଏହି ସ୍ପେଶାଲ ୟୁନିଟ କେବଳ ଆକାଶମାର୍ଗରୁ ଆତ୍ମଘାତୀ ଆକ୍ରମଣ କରିବା ପାଇଁ ପ୍ରତିଷ୍ଠା କରାଯାଇଥିଲା । ଏହି ଆକ୍ରମଣ ମିଶନରେ କେବଳ ପ୍ରଶିକ୍ଷିତ ଲଢୁଆ ପାଇଲଟମାନେ କାର୍ଯ୍ୟରତ ଥିଲେ । ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଏହି ଆଟାକ ୟୁନିଟ ବେଶ ପ୍ରଭାବୀ ଭାବେ ଯୁଦ୍ଧ ଲଢିଥିଲା । ପ୍ରତିପକ୍ଷ ମିତ୍ରଶକ୍ତିର ଦେଶମାନଙ୍କର ନୌସେନା ଉପରେ ଏହି ପ୍ରଣାଳୀରେ ଭୟଙ୍କର ଆତ୍ମଘାତୀ ଆକ୍ରମଣ କରିଥିଲା ଜାପାନ । ଏଥିରେ ପ୍ରାୟ 7000ରୁ ଅଧିକ ଅନ୍ୟ ଦେଶର ସାମରିକ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା । ଜାପାନର ଏହି ମିଶନରେ ନିୟୋଜିତ ଥିବା ପ୍ରାୟ 3,800 କାମିକାଜେ ପାଇଲଟଙ୍କ ମଧ୍ୟ ପ୍ରାଣ ହରାଇଥିଲେ ।

ଏକବିଂଶ ଶତାବ୍ଦୀର ବୈଶ୍ବିକ ସାମରିକ ଦୃଶ୍ୟପଟ୍ଟରେ ଭାରତ ମଧ୍ୟ ସେହିପରି ଏକ ଯୁଦ୍ଧାସ୍ତ୍ର ବିକଶିତ କରିବାରେ ସଫଳତା ପାଇଛି । ଏହା ସମ୍ପୂର୍ଣ୍ଣ ଭାବେ ସ୍ବଦେଶୀ ଜ୍ଞନକୌଶଳରେ ବିକଶିତ ହୋଇଛି । ଏହାର ନାମ ରଖାଯାଇଛି ‘ନାଗାସ୍ତ୍ର-1’ (Nagastra-1) । ଏହି କ୍ଷେପଣାସ୍ତ୍ର ପ୍ରଣାଳୀ ତତ୍କାଳୀନ ଜାପାନର ‘କାମିକାଜେ ଏରିଆଲ ଆଟାକ ୟୁନିଟ’ ସହ ସାମାନ୍ୟ ମିଶୁଥିଲେ ମଧ୍ୟ ଏହା ବିଶେଷ ଭାବେ ଭିନ୍ନ । କାରଣ ଏଥିରେ ଲଢୁଆ ପାଇଲଟଙ୍କର ଆବଶ୍ୟକତା ନାହିଁ । ଏହା ଉଚ୍ଚଶକ୍ତିସମ୍ପନ୍ନ ସାମରିକ ଡ୍ରୋନ । ଯେଉଁଥିରେ ସମସ୍ତ ଅତ୍ୟାଧୁନିକ ଫିଚର ସହ ପ୍ରଚଣ୍ଡ ଆକ୍ରମଣର କ୍ଷମତା ରହିଛି । ନାଗପୁରର ସୋଲାର ଇଣ୍ଡଷ୍ଟ୍ରିଜ୍ ଦ୍ୱାରା ନିର୍ମିତ ‘ନାଗାସ୍ତ୍ର-1’ ଏକ କିଲୋଗ୍ରାମ ୱାରହେଡ ବହନ କରିପାରିବ । ଦୁଇ ମିଟର ପରିଧି ମଧ୍ୟରେ ସଠିକତାର ସହ ଏହା ଜିପିଏସ ମାଧ୍ୟମରେ ନିର୍ଭୁଲ ଆକ୍ରମଣ କରିପାରିବ । ଏହା ଯେକୌଣସି ଟାର୍ଗେଟ ଉପରେ ଉଡାଣ ଭରି ଷ୍ଟ୍ରାଇକ କରିପାରିବ । ଏହା ପରେ ଏହା ନିଜେ କ୍ରାସ ହୋଇ ନଷ୍ଟ ହୋଇଯିବ । ଏହା ଏକ ଯନ୍ତ୍ରାଂଶ ଆତ୍ମଘାତୀ ଆକ୍ରମଣ ପରି ହେବ । ଏଥିରେ କୌଣସି ମାନବ ଜୀବନହାନି ହେବ ନାହିଁ । ଏହାକୁ ଲୁଟେରୀ ମୁନିସନ୍ ଅସ୍ତ୍ର ମଧ୍ୟ କୁହାଯାଉଛି । ପ୍ରଥମ ବ୍ୟାଚରେ ଏହି ପରି 120ଟି ଡ୍ରୋନ ଭାରତୀୟ ସେନାକୁ ନିର୍ମାଣକାରୀ କମ୍ପାନୀ ହସ୍ତାନ୍ତର କରିସାରିଲାଣି । ଭାରତୀୟ ସେନା ଏହି ବର୍ଗର ପ୍ରାୟ 420 ଟି ଡ୍ରୋନ କ୍ରୟ କରିବା ପାଇଁ ଲକ୍ଷ୍ୟ ରଖିଛି । ଏପର୍ଯ୍ୟନ୍ତ ଯୋଗାଣ ପ୍ରକ୍ରିୟା ଜାରି ରହିଛି ।

ଏହି ଯୁଦ୍ଧାସ୍ତ୍ର କ’ଣ?

ଏହାର ଫିଚର ଦୃଷ୍ଟିରୁ ଦେଖବାକୁ ଗଲେ ଏହା ଏକ ଆତ୍ମଘାତୀ ଡ୍ରୋନ ବର୍ଗର ବୋଲି କହିପାରିବା । କାମିକାଜେ ଡ୍ରୋନ୍ କିମ୍ବା ବିସ୍ଫୋରଣକାରୀ ଡ୍ରୋନ୍ ଭାବରେ ମଧ୍ୟ ଏହା ଜଣାଶୁଣା । ଏହା ଏକ ବାୟୁଅସ୍ତ୍ର । ଜିପିଏସ ମାଧ୍ୟମରେ ଟାର୍ଗେଟକୁ ଚିହ୍ନଟ କରିବା ସହ ଏହାର ନିକଟବର୍ତ୍ତୀ ହୋଇଥାଏ । ଟାର୍ଗେଟ ଉପରେ ଘୁରି ବୁଲିବା ପରେ ଏହାକୁ ନିଶାନ ସ୍ପଷ୍ଟ କରେ । ଆହୁରି ନିକଟବର୍ତ୍ତୀ ହୋଇ ବିସ୍ଫୋରଣ ହୋଇଥାଏ । ଆକ୍ରମଣରେ ଟାର୍ଗେଟକୁ ନଷ୍ଟ କରିବା ସହ ନିଜେ ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଏ ଏହି ଡ୍ରୋନ ।

କେମିତି କରାଯାଇ ପାରିବ ଲଞ୍ଚ:

ଏହାକୁ ବିଭିନ୍ନ ପ୍ଲାଟଫର୍ମରୁ ଲଞ୍ଚ କରାଯାଇ ପାରିବ । ଗ୍ରାଉଣ୍ଡ ଭେଇକଲ, ବିମାନ କିମ୍ବା ଯୁଦ୍ଧପୋତରୁ ଏହାକୁ ଅତି ସହଜରେ ଲଞ୍ଚ କରାଯାଇ ପାରିବ । କୌଣସି ଭିତ୍ତିଭୂମି ନଥିବା ସ୍ଥଳେ ଏହାକୁ ହାତ ସାହାଯ୍ୟରେ ମଧ୍ୟ ସେନାର ଯବାନମାନେ ଏହାର ଏକ କ୍ଷୁଦ୍ର ଭର୍ସନ ବା ପ୍ରକାରକୁ ଉଡାଣ କରାଇ ପାରିବେ । ପୂର୍ବରୁ ସ୍ଥିର ହୋଇଥିବା ଟାର୍ଗେଟ ନିକଟରେ ଏହା ପହଞ୍ଚିବା ପରେ ତାହା ଉପରେ କିଛି ସମୟ ଘୁରି ବୁଲିବ । ଏହାର ଓ୍ବାରହେଡରେ ରାସାୟନିକ କିମ୍ବା ଅତ୍ୟଧିକ ବିସ୍ଫୋରକ କ୍ଷମତା ବିଶିଷ୍ଟ ଅସ୍ତ୍ର ରଖାଯାଇଥାଏ । ଯାହା ବିସ୍ଫୋରଣ ସହ ଟାର୍ଗେଟକୁ ହିଟ କରେ । ଏହା ଏକାଧିକ କ୍ଷମତା ସମ୍ପନ୍ନ ଭାବେ ବିକଶିତ କରାଯାଇଛି । ମାରକ କ୍ଷମତା କାରଣରୁ ଏହାର ଏକାଧିକ ଭର୍ସନ ମଧ୍ୟ ରହିଛି । ସର୍ଟ-ରେଞ୍ଜ ବା ସ୍ବଳ୍ପଗାମୀ ଭର୍ସନରେ 10 ରୁ 20 କି.ମି ପର୍ଯ୍ୟନ୍ତ ଟାର୍ଗେଟକୁ ହିଟ କରିବାର କ୍ଷମତା ରହିଛି । ଏହା ହେଉଛି ଏହି ପ୍ରଣାଳୀର ସର୍ବକ୍ଷୁଦ୍ର ଡ୍ରୋନ । ସେହିପରି ଏହା 100 କିମି ପର୍ଯ୍ୟନ୍ତ ମଧ୍ୟ ଲକ୍ଷ୍ୟ ଭେଦ କରିବାର ଏକାଧିକ ଭର୍ସନ ସହିତ ବିକଶିତ ହୋଇଛି । ପ୍ରତ୍ୟେକ ଭର୍ସନରେ ଆକ୍ରମଣ କରିବା କ୍ଷମତା, ଉଡାଣ କ୍ଷମତା, କାର୍ଯ୍ୟକ୍ଷମ ରହିବାର ଅବଧି ଆଦି ଭିନ୍ନ ଭିନ୍ନ ହୋଇଥାଏ ।

ନାଗାସ୍ତ୍ର -1ର ସାମର୍ଥ୍ୟ :

ଏହି ନାଗାସ୍ତ୍ର -1 ହେଉଛି ପ୍ରତିରକ୍ଷା ମନ୍ତ୍ରଣାଳୟର ମେଡ-ଇନ-ଇଣ୍ଡିଆ କାର୍ଯ୍ୟକ୍ରମର ପ୍ରତୀକ । ଏହା ଦୁଇଟି ଇଲେକ୍ଟ୍ରିକ ମୋଟର ଦ୍ୱାରା ଚାଳିତ ଏକ ଫିକ୍ସଡ୍ ୱିଙ୍ଗ ଲୁଟରିଂ ମେସିନ ବ୍ୟବସ୍ଥିତ । ଏହା 15 କିଲୋମିଟର ପରିସର ମଧ୍ୟରେ ନିୟନ୍ତ୍ରଣକାରୀ ଟିମ ଦ୍ୱାରା ନିୟନ୍ତ୍ରିତ ହୋଇପାରିବ । ଏହାର ସର୍ବାଧିକ ଉଡ଼ାଣ ଦୂରତା 30 କିଲୋମିଟର ପର୍ଯ୍ୟନ୍ତ ରହିପାରେ । ଡ୍ରୋନ ପ୍ରିଲୋଡ କ୍ଷମତା ସହ ଜିପିଏସ୍ ଦ୍ୱାରା ପରିଚାଳିତ । ନିର୍ଦ୍ଧାରିତ ଟାର୍ଗେଟର ଦୁଇ କିଲୋମିଟର ମଧ୍ୟରେ ଏହା ସଠିକତାର ସହ ଆକ୍ରମଣ କରିପାରିବ । ଯଦି ଏହା ଟାର୍ଗେଟ ହିଟ କରିବାରେ ବିଫଳ ହୁଏ, ତେବେ ସଫ୍ଟ ଲ୍ୟାଣ୍ଡିଂ ମଧ୍ୟ କରିପାରିବ । ଏଥିପାଇଁ ପାରାଚ୍ୟୁଟ ବ୍ୟବସ୍ଥା ମଧ୍ୟ ରହିଛି । ଫଳରେ ଏହାକୁ ପୁନଶ୍ଚ ଠାବ କରି ଉଦ୍ଧାର କରାଯାଇ ପାରିବା ସହ ପୁନଃବ୍ୟବହାର ମଧ୍ୟ କରାଯାଇପାରିବ ।

ABOUT THE AUTHOR

...view details