ETV Bharat / opinion

SCO ସମ୍ମିଳନୀ ପୂର୍ବରୁ ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ

SCO ସମ୍ମିଳନୀ ପୂର୍ବରୁ ଆତଙ୍କବାଦୀ ଆକ୍ରମଣ ନେଇ ଲଜ୍ଜାଜନକ ସ୍ଥିତିରେ ପାକିସ୍ତାନ । ଚୀନ ଚାପରେ ଦୂତାବାସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ସରିଫ୍ । ମେଜର ଜେନେରାଲ(ଅବସରପ୍ରାପ୍ତ) ହର୍ଷ କାକରଙ୍କ ଆଲେଖ୍ୟ

author img

By Major General Harsha Kakar

Published : 4 hours ago

SCO ସମ୍ମିଳନୀ ପୂର୍ବରୁ ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ
SCO ସମ୍ମିଳନୀ ପୂର୍ବରୁ ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ (ETV Bharat Odisha)

ହାଇଦ୍ରାବାଦ: ପାକିସ୍ତାନରେ ସଂଘାଇ ସହଯୋଗ ସଂଗଠନ (SCO) ସମ୍ମିଳନୀର ଚଳିତ ସଂସ୍କରଣ ଆୟୋଜିତ ହେବାକୁ ଯାଉଛି । ଏଥର ପାକିସ୍ତାନ ଏହାର ଆୟୋଜନ ଗ୍ରହଣ କରି ସମଗ୍ର ଏସିଆରେ ଚର୍ଚ୍ଚାରେ ରହିଛି । ମାତ୍ର ଏହା ପୂର୍ବରୁ ପାକିସ୍ତାନରେ ଏକ ଆତ୍ମଘାତୀ ବିସ୍ଫୋରଣ ଘଟଣା ଦେଖିବାକୁ ମିଳିଛି । କରାଚିର ଜିନ୍ନା ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଯାଉଥିବା ଚୀନ ଇଞ୍ଜିନିୟରଙ୍କ ଏକ କନଭଏକୁ ଟାର୍ଗେଟ କରାଯାଇଛି । ଏଥିରେ ଦୁଇ ଚୀନ ନାଗରିକଙ୍କ ସମେତ ମୋଟ ୩ ଜଣ ପ୍ରାଣ ହରାଇଛନ୍ତି । ଏକାଧିକ ଆହତ ମଧ୍ୟ ହୋଇଛନ୍ତି । ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ ପୂର୍ବରୁ ଏପରି ଆକ୍ରମଣ ଏବେ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ପାକିସ୍ତାନର ଛବି ମଧ୍ୟ ଖରାପ କରିଛି ।

  • ଏଥର ପାକିସ୍ତାନ ଆୟୋଜନ କରୁଛି SCO ସମ୍ମିଳନୀ

ଚଳିତମାସ (ଅକ୍ଟୋବର) 15-16 ତାରିଖରେ ପାକିସ୍ତାନ ରାଜଧାନୀ ଇସଲାମାବାଦରେ ‘ଏସସିଓ’ (ସଂଘାଇ ସହଯୋଗ ସଂଗଠନ) ଶିଖର ସମ୍ମିଳନୀ ଆୟୋଜନ ହେବାକୁ ଯାଉଛି । ଏଥିରେ ପରିଷଦର ସଦସ୍ୟ ଥିବା ରାଷ୍ଟ୍ରମୁଖ୍ୟମାନେ ଅଂଶଗ୍ରହଣ କରିବେ । ଏଥିପାଇଁ ପାକିସ୍ତାନ ସରକାର ଗୋଟିଏ ପଟେ ବ୍ୟବସ୍ଥା ଜାରି ରଖିଥିବା ବେଳେ କରାଚି ସହରର ବିମାନ ବନ୍ଦର ପରି ସମ୍ବେଦନଶୀଳ ସ୍ଥାନରେ ଆତଙ୍କବାଦୀ ଆତ୍ମଘାତୀ ବିସ୍ଫୋରଣ କରିବା ଘଟଣା ପାକିସ୍ତାନର ଆୟୋଜନ ଓ ସୁରକ୍ଷା ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । କାରଣ ବିମାନ ବନ୍ଦର ସୁରକ୍ଷା ପାଇଁ ଏକାଧିକ ଲ’ ଏନଫୋର୍ସମେଣ୍ଟ ସଂସ୍ଥା ଦାୟିତ୍ବରେ ରହିଛନ୍ତି । ଏହା ସହ ପାକିସ୍ତାନ ସେନାର ମୁଖ୍ୟାଳୟ ମଧ୍ୟ କରାଚି ସହରରେ ରହିଛି । ବିମାନ ବନ୍ଦର ନିକଟବର୍ତ୍ତୀ ଏରିଆରେ ଏକାଧିକ ସାମରିକ ପ୍ରତିଷ୍ଠାନ ମଧ୍ୟ ରହିଛି । ତମାମ ସୁରକ୍ଷା ବଳୟ ଭେଦ କରି ଆତଙ୍କବାଦୀମାନେ ଏୟାରପୋର୍ଟ ନିକଟରେ ଏକ ବିଦେଶୀ ଟିମକୁ ଆତ୍ମଘାତୀ ବିସ୍ଫୋରଣରେ ଉଡାଇ ଦେବା ଘଟଣା ପାକିସ୍ତାନ ପାଇଁ ଏକ ଲଜ୍ଜାନଜକ ସ୍ଥିତି ସୃଷ୍ଟି କରିଛି । ଏହି ଆକ୍ରମଣ ପାଇଁ ବାଲୁଚ ଲିବରେସନ୍ ଆର୍ମି (ବିଏଲ୍ଏ)କୁ ଦାୟୀ କରିଛି ପାକିସ୍ତାନ ସରକାର । ଏହାର ତଦନ୍ତ ମଧ୍ୟ ଜାରି ରହିଥିବା ଶେହଓ୍ବାଜ ସରିଫ ସରକାର କହିଛନ୍ତି ।

  • ପ୍ରଥମେ ତୈଳ ଟ୍ୟାଙ୍କର ବିସ୍ଫୋରଣ କହିଥିଲା ପାକିସ୍ତାନ

ପ୍ରଥମେ ଏହି ଘଟଣାକୁ ପାକିସ୍ତାନ ସରକାର ଭିନ୍ନ ରୂପ ଦେବାକୁ ପ୍ରୟାସ ମଧ୍ୟ କରିଥିଲେ । ଏହାକୁ ପ୍ରଥମେ ଇସଲାମାବାଦ ଏକ ତୈଳ ଟ୍ୟାଙ୍କର ବିସ୍ଫୋରଣ ବୋଲି କହିଥିଲା । ମାତ୍ର ଚୀନ ଦୂତାବାସ ପକ୍ଷରୁ ଚାପ ପଡିବା ପରେ ଇସଲାମାବାଦ ବିବୃତ୍ତିରେ ପରିବର୍ତ୍ତନ କରି ଏହା ଏକ ଆତଙ୍କବାଦୀ ଆକ୍ରମଣ ବୋଲି ସ୍ବୀକାର କରିଥିଲା । ଇସଲାମାବାଦ ଏହାକୁ ଦୁର୍ଘଟଣା ବୋଲି କହିବା ପରେ ପାକିସ୍ତାନରେ ଅବସ୍ଥାପିତ ଚୀନ ଦୂତାବାସ କହିଥିଲା, ଚୀନ ଇଞ୍ଜିନିୟରଙ୍କୁ ନେଇ ଏହି କନଭେୟଟି ପୋର୍ଟ କାସିମ୍ ଇଲେକ୍ଟ୍ରିକ୍ ପାୱାର୍ କମ୍ପାନୀ ଲିମିଟେଡ ଥିଲା । ଏହି କମ୍ପାନୀ ସହ ପାକିସ୍ତାନର ଅର୍ଥ ମନ୍ତ୍ରଣାଳୟ ଋଣ ରିପ୍ରଫଲିଙ୍ଗ ପ୍ରସଙ୍ଗରେ ଆଲୋଚନା କରୁଛି । ଏହି ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି ଓ ଏଥିରେ ଚୀନ ନାଗରିକଙ୍କ ମୃତ୍ୟୁ ଘଟିଛି । ଚୀନ୍ ଏହା କହିବା ପରେ ପାକିସ୍ତାନ ମଧ୍ୟ ଏହାକୁ ଏକ ଆତଙ୍କୀ ଆକ୍ରମଣ ବୋଲି କହିବାକୁ ବାଧ୍ୟ ହୋଇଥିଲା ।

  • ପାକିସ୍ତାନକୁ ଚୀନର କଡା ତାଗିଦ

କେବଳ ଏତିକି ନୁହେଁ ବରଂ ଚୀନ ଏହି ପ୍ରସଙ୍ଗରେ ପାକିସ୍ତାନକୁ ତାଗିଦ ମଧ୍ୟ କରିଛି । ଏହି ଘଟଣା ପରେ ଇସଲାମାବାଦରେ ଅବସ୍ଥାପିତ ଚୀନ୍ ଦୂତାବାସ ଏକ ବିବୃତ୍ତି ଜାରି କରି କହିଛି, ଯେ ପାକିସ୍ତାନ ଏହି ଆକ୍ରମଣର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରିବା ସହ ଅପରାଧୀଙ୍କୁ କଠୋର ଦଣ୍ଡ ଦେବା ଏବଂ ପାକିସ୍ତାନରେ ଚୀନ୍ ନାଗରିକ, ଅନୁଷ୍ଠାନ ଏବଂ ପ୍ରକଳ୍ପର ସୁରକ୍ଷା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଉଚିତ । ଚୀନର ଏହି ତାଗିଦରେ ପାକିସ୍ତାନ ସରକାର ଦୋହଲି ଯାଇଥିଲା । ଏମିତିକି ନିଜେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଚୀନ ଦୂତାବାସ ପରିଦର୍ଶନ କରିଥିଲେ । ଘଟଣାରେ ସମବେଦନା ଜଣାଇବା ସହ ଚୀନ ରାଷ୍ଟ୍ରଦୂତଙ୍କୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବେ ବୋଲି ପ୍ରତିଶ୍ରୁତି ଦେବାକୁ ମଧ୍ୟ ବାଧ୍ୟ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ :-ଇସ୍ରାଏଲ ଆକ୍ରମଣ ଜବାବ ଦେଲା ଇରାନ: ବଢିପାରେ ଆଞ୍ଚଳିକ ବିବାଦ, କିନ୍ତୁ.. - Iran Response To Israel

ଏହା ମଧ୍ୟ ପଢନ୍ତୁ: ଭାରତର ସଙ୍କଟଗ୍ରସ୍ତ ପଡୋଶୀ - Indias troubled neighborhood

ଏହା ମଧ୍ୟ ପଢନ୍ତୁ :- ଏହା ମଧ୍ୟ ପଢନ୍ତୁ:- ଆତଙ୍କବାଦ ବିଶ୍ବ ପାଇଁ ବଡ଼ ବିପଦ: ପ୍ରଧାନମନ୍ତ୍ରୀ ମୋଦି - Summit of The Future

ଚୀନର ଗଣମାଧ୍ୟମ ସଂସ୍ଥା ଦୈନିକ ଏକ ସମ୍ପାଦକୀୟରେ ଲେଖିଛି, 'ଚୀନ୍ ଏବଂ ପାକିସ୍ତାନ ଆତଙ୍କବାଦ ବିରୋଧୀ ତଥା ସୁରକ୍ଷା ସହଯୋଗକୁ ଆହୁରି ମଜବୁତ କରିବା ଉଚିତ୍ । ଯେତେବେଳେ ପାକିସ୍ତାନରେ ‘ସିପିଇସି’ ପ୍ରକଳ୍ପ ଉପରେ ଆତଙ୍କବାଦୀ ଆକ୍ରମଣ ହୁଏ ସେତେବେଳେ ଚୀନର ବିରୋଧୀ ଶକ୍ତିମାନେ ଖୁସି ହୁଅନ୍ତି । ଚୀନ ପୁଣି ଥରେ ପରୋକ୍ଷରେ ସୂଚାଇ ଦେଇଛି ଯେ, ଚୀନ ପ୍ରକଳ୍ପ ଓ ନାଗରିକଙ୍କ ସୁରକ୍ଷା ପାଇଁ ପାକିସ୍ତାନରେ ଚୀନ ସେନା ନିୟୋଜିତ କରିବା ଉଚିତ । ଚୀନ ଯଦି ଏପରି ନିୟୋଜନ କରେ, ତେବେ ଏହା ପାକିସ୍ତାନ ପାଇଁ ଅପମାନଜନକ ହେବା ନିଶ୍ଚିତ । ପାକିସ୍ତାନର ପଶ୍ଚିମ-ପ୍ରଦେଶରେ କ୍ରମାଗତ ଆତଙ୍କବାଦୀ ଘଟଣା ଜାରି ରହିଛି । ପ୍ରତିଦିନ ସୁରକ୍ଷା ବାହିନୀ, ଆତଙ୍କବାଦୀ ଏବଂ ନିରୀହ ଲୋକଙ୍କ ମୃତ୍ୟୁ ଖବର ଆସିବାରେ ଲାଗିଛି । ଏହି ଅଞ୍ଚଳରେ ସରକାର ବିରୋଧୀ କାର୍ଯ୍ୟକଳାପ ବିରୋଧୀ ଜାରି ରହିଛି ।

  • ସମ୍ମିଳନୀ ସୁରକ୍ଷା ଦାୟିତ୍ବରେ ସେନା

ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ‘ପିଟିଆଇ’ ମଧ୍ୟ ଏହି ପ୍ରସଙ୍ଗରେ ସେହେଓ୍ବାଜ ସରିଫ ସରକାରକୁ ବିରୋଧ କରିଛି । ସ୍ଥିତି ଉପରେ ନିୟନ୍ତ୍ରଣ ରଖିବା ଓ ‘ଏସସିଓ’ ସମ୍ମିଳନୀକୁ ଶୃଙ୍ଖଳାରେ ଶେଷ କରିବା ପାଇଁ ପାକିସ୍ତାନ ସେନା ପୂରା ଇଭେଣ୍ଟର ସୁରକ୍ଷା ଦାୟିତ୍ବ ଗ୍ରହଣ କରିଛି । ଇସଲାମାବାଦରେ ହେବାକୁ ଥିବା ଏହି ଶିଖର ସମ୍ମିଳନୀର ସୁରକ୍ଷା ଦାୟିତ୍ବ ପାକିସ୍ତାନ ସେନା ଉପରେ ନ୍ୟସ୍ତ ରହିଛି । ରାଜଧାନୀ ଇସଲାମାବାଦ ଏବଂ ଏହାର ଆଖପାଖ ଅଞ୍ଚଳରେ କୌଣସି ପ୍ରକାର ସମାବେଶକୁ ରୋକିବା ପାଇଁ ପାକିସ୍ତାନ ପୂର୍ବରୁ ଧାରା-144 ଲାଗୁ କରିଛି । ପାକିସ୍ତାନ ନେତୃତ୍ୱ ସ୍ପଷ୍ଟ ଭାବେ କହିଛନ୍ତି ଯେ ଆତଙ୍କବାଦ ବୃଦ୍ଧି ଏବଂ ପିଟିଆଇର ହିଂସାତ୍ମକ ବିରୋଧ, ଏସସିଓ ସମୂଦାୟ ସମ୍ମୁଖରେ ବର୍ତ୍ତମାନର ସରକାରଙ୍କୁ ଲଜ୍ଜିତ କରିବାକୁ ଷଡଯନ୍ତ୍ରମୂଳକ ଭାବେ କରାଯାଇଛି ।

  • ଆତଙ୍କବାଦରେ ସମ୍ପୂର୍ଣ୍ଣ ଗ୍ରାସ ପାକିସ୍ତାନ

ଆଗାମୀ ‘ଏସସିଓ’ ଶିଖର ସମ୍ମିଳନୀର ଆୟୋଜନ ସହ ପାକିସ୍ତାନ ଏବେ ବିଭିନ୍ନ ଦେଶଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏପରି ଆୟୋଜନ ବେଳେ ଆତଙ୍କବାଦକୁ ରୋକିବା ସହ ନିଜର ରାଜନୈତିକ ଶ୍ରେଣୀ ମଧ୍ୟରେ ତିକ୍ତତା ହ୍ରାସ କରି ଏକତା ପ୍ରଦର୍ଶନ କରିବା ପାକିସ୍ତାନ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ଭାବେ ସାମ୍ନାକୁ ଆସିଛି । ତେବେ ଉଭୟ ମାମଲାରେ ଇସଲାମାବାଦ ବିଫଳ ହୋଇଛି । ବିଶ୍ୱରେ ଅସ୍ଥିର ରାଷ୍ଟ୍ର ପାକିସ୍ତାନ ଏହାର ଆର୍ଥିକ ଦୁଃଖଦ ସ୍ଥିତି ଦୂର କରିବା ପାଇଁ କାର୍ଯ୍ୟ କରିବା ପରିବର୍ତ୍ତେ ବଢୁଥିବା ରାଜନୈତିକ ଅସ୍ଥିରତା, ଉଗ୍ରବାଦୀ ଚିନ୍ତାଧାରା ଏବଂ ହିଂସାକୁ ରୋକିବା ପାଇଁ ସଂଘର୍ଷ କରୁଥିବା ସ୍ଥିତିରେ ଆଗାମୀ ଦିନରେ ନଜର ଆସିପାରେ ।

ସମ୍ପାଦକୀୟ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.