ହାଇଦ୍ରାବାଦ:ଜୁନ ୨୦୨୩ରେ ଜଳବାୟୁ ପରିବର୍ତ୍ତନ, ପରିବେଶଗତ ବିବିଧତା ଓ ଆର୍ଥିକ ବିକାଶର ସ୍ଥିତି ଉପରେ ୱାର୍ଲ୍ଡ ରିସୋର୍ସ ଇନଷ୍ଟିଚ୍ୟୁଟ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ନିମ୍ନଲିଖିତ ଚେତାବନୀ ଦିଆଯାଇଛି, "ଯଦି ଆମେ ଏହି ପଥରେ ଆଗକୁ ବଢ଼ିବା ଜାରି ରଖୁ, ତେବେ ବିଶ୍ୱ ଜଳବାୟୁ ଏବଂ ଜୈବ ବିବିଧତା ସଙ୍କଟର ମୁକାବିଲା କରିବାରେ ଏହାର ସବୁଠାରୁ ପ୍ରଭାବଶାଳୀ ସହଯୋଗୀଙ୍କ ମଧ୍ୟରୁ ଜଣଙ୍କୁ ହରାଇବ ଏବଂ ଉପକୂଳବର୍ତ୍ତୀ ସମ୍ପ୍ରଦାୟ, ବିଶେଷକରି ଛୋଟ ଦ୍ୱୀପ ଏବଂ ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ, ଏକ ଗୁରୁତ୍ୱପୂର୍ଣ୍ଣ ସମ୍ପଦ ହରାଇବେ ଯାହା ଉପରେ ସେମାନେ ଜୀବିକା, ଖାଦ୍ୟ ଏବଂ ଜଳ ସୁରକ୍ଷା ଏବଂ ଜଳବାୟୁ ପ୍ରଭାବ ପ୍ରତି ସ୍ଥିରତା ପାଇଁ ନିର୍ଭର କରନ୍ତି ।" ରିପୋର୍ଟରେ ଉଲ୍ଲେଖ କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ହେଉଛି 'ବ୍ଲୁ କାର୍ବନ', ଆନ୍ତର୍ଜାତୀୟ ଜଳବାୟୁ ପରିସ୍ଥିତିରେ ଏକ ନୂତନ ଉତ୍ପାଦ ।
ବ୍ଲୁ କାର୍ବନ ହେଉଛି ସମୁଦ୍ର ଏବଂ ଉପକୂଳୀୟ ଇକୋସିଷ୍ଟମରେ ସଂରକ୍ଷିତ କାର୍ବନ, 'ବ୍ଲୁ' ଏହାର ଜଳୀୟ ଉତ୍ପତ୍ତିକୁ ଦର୍ଶାଉଛି । ନୀଳ କାର୍ବନର ଏକ ବଡ଼ ଅଂଶ ସମୁଦ୍ରରେ ଦ୍ରବୀଭୂତ କାର୍ବନ ଡାଇଅକ୍ସାଇଡ୍ (CO2) ଭାବରେ ବିଦ୍ୟମାନ ଏବଂ ଛୋଟ ଅଂଶ ପାଣି ତଳେ ଥିବା ଅବଶେଷ, ଉପକୂଳୀୟ ଉଦ୍ଭିଦ, ମାଟି ଏବଂ ସାମୁଦ୍ରିକ ଜୀବ ଅର୍ଥାତ୍ ତିମିଠାରୁ ଫାଇଟୋପ୍ଲାଙ୍କଟନ ପର୍ଯ୍ୟନ୍ତ ସଂରକ୍ଷିତ ହୁଏ । ବ୍ଲୁ କାର୍ବନ ଇକୋସିଷ୍ଟମ ହେନ୍ତାଳ ବୃକ୍ଷ (Mangrove), ସମୁଦ୍ର ଘାସ, କେଲ୍ପ ଏବଂ ଟାଇଡାଲ ମାର୍ଶ ଓ ଅନ୍ୟ ଉତ୍ସ କରିଥାଏ ।
ଏହି କାର୍ବନ ସଂରକ୍ଷଣ ପ୍ରଣାଳୀଗୁଡ଼ିକର ଦକ୍ଷତା, ସ୍ଥଳଭାଗର ଜଙ୍ଗଲ ତୁଳନାରେ CO2 ଶୋଷଣ କରିବାର କ୍ଷମତା ଅଧିକ, ଧୀରେ ଧୀରେ ପଚିଯାଉଥିବା, ଆନାରୋବିକ୍ ମୃତ୍ତିକା କାର୍ବନକୁ ସଂରକ୍ଷଣ କିମ୍ବା 'ଅବୃତ' କରିବା ପାଇଁ ଏକ ଅନୁକୂଳ ପରିବେଶ ପ୍ରଦାନ କରୁଥିବାରୁ ଏପରି ହୋଇଥାଏ । ମହାସାଗରର ପ୍ରାୟ 0.2% ଅଞ୍ଚଳକୁ ଆବୃତ କରି ସେମାନେ କାର୍ବନ ବୁରିଆଲ ପ୍ରାୟ 50% ପାଇଁ ଦାୟୀ, ଲବଣାକ୍ତତା, ତାପମାତ୍ରା ପରିବର୍ତ୍ତନ, ଜୁଆର ପ୍ରବାହ ଏବଂ ଝଡ଼ ଉଷ୍ଣତାରୁ ବଞ୍ଚି ରହିଥାନ୍ତି । ସେମାନଙ୍କର ଜଳବାୟୁ ପ୍ରଶମନ ଏବଂ ଅନୁକୂଳନ କ୍ଷମତା ସତ୍ତ୍ୱେ, ଜଳବାୟୁ ପ୍ରଭାବକୁ ହ୍ରାସ କରୁଥିବା ଏବଂ ଉପକୂଳୀୟ ସମ୍ପ୍ରଦାୟକୁ ସମର୍ଥନ କରୁଥିବା ଏହି ଜଳବନ୍ଦୀ ଇକୋସିଷ୍ଟମଗୁଡ଼ିକ, ଯାହା ମୁଖ୍ୟତଃ ବିକାଶମୂଳକ କାର୍ଯ୍ୟକଳାପ ଯୋଗୁଁ ଶୀଘ୍ର ଅବକ୍ଷୟ କିମ୍ବା ନଷ୍ଟ ହେଉଛି। ଜଳବାୟୁ ପରିବର୍ତ୍ତନ ବିପର୍ଯ୍ୟୟ ହ୍ରାସ ପାଇଁ ପ୍ରୟାସ ଗତି ପାଇବା ସହିତ, ନୀଳ କାର୍ବନ, କାର୍ବନ ଅଫସେଟ୍, କ୍ରେଡିଟ୍ ଏବଂ ବାଣିଜ୍ୟ ଭଳି ଚିନ୍ତାଧାରା ଜଳବାୟୁ ପରିବର୍ତ୍ତନ ରିପୋର୍ଟ କାର୍ଡର ଶୀର୍ଷରେ ସ୍ଥାନ ପାଇଛି ।
କାର୍ବନ ବାଣିଜ୍ୟ ପ୍ରକ୍ରିୟା:
ଯେହେତୁ ବ୍ଲୁ କାର୍ବନର ସମ୍ପର୍କ CO2 ସଂରକ୍ଷଣ ସହ ରହିଥାଏ, ଏହି କାର୍ବନ ଅଫସେଟିଂ ହେଉଛି ଏକ ବାଣିଜ୍ୟିକ ପ୍ରକ୍ରିୟା ଯାହା ଦ୍ୱାରା ଗ୍ରୀନହାଉସ୍ ଗ୍ୟାସ ନିର୍ଗମନର ଭରଣ କରିବା ପାଇଁ ପ୍ରକଳ୍ପଗୁଡିକରେ ନିବେଶ କରାଯାଇଥାଏ । ଯାହା ନିର୍ଗମନକୁ ହ୍ରାସ କରିବା, ଏଡାଇବା କିମ୍ବା ସମ୍ପୂର୍ଣ୍ଣ ଭାବେ ଦୂର କରିବା ପାଇଁ ଦିଗରେ କାର୍ଯ୍ୟ କରିଥାଏ ।
1997 କ୍ୟୋଟୋ ପ୍ରୋଟୋକଲ୍ ଅନୁଯାୟୀ କାର୍ବନ କ୍ରେଡିଟ୍ ମୁଦ୍ରାରେ ରୂପାନ୍ତରିତ ହୋଇପାରିବ, ଯାହା ସଂଗଠନଗୁଡ଼ିକୁ କାର୍ବନ ନିର୍ଗମନକୁ ହ୍ରାସ କରିବାକୁ ଏବଂ କାର୍ବନ ସିଙ୍କକୁ ସୁରକ୍ଷା ଦେବାକୁ ଏବଂ ଭଲ୍ୟୁମଟାରୀ କାର୍ବନ ମାର୍କେଟ (VCM)ରେ କ୍ରେଡିଟ୍ ବାଣିଜ୍ୟ କରିବାକୁ ଅନୁମତି ଦିଏ । ଗୋଟିଏ କାର୍ବନ କ୍ରେଡିଟ୍ ଏକ ମେଟ୍ରିକ୍ ଟନ୍ CO2 ହ୍ରାସ, ପରିହାର କିମ୍ବା ଅପସାରଣ କରିପାରେ ।
ମାଇକ୍ରୋସଫ୍ଟ, ଗୁଗୁଲ୍ ଏବଂ ଷ୍ଟାରବକ୍ସ ପରି ଅନେକ ବଡ଼ ବଡ ସ୍ଂସ୍ଥା VCMର ଏକ ଅଂଶ ହୋଇ କାର୍ବନ ନିୟୁଟ୍ରାଲିଟି ହାସଲ କରିବା ପାଇଁ ମହତ୍ୱାକାଂକ୍ଷୀ ଲକ୍ଷ୍ୟ ସ୍ଥିର କରୁଛନ୍ତି । ଉଦାହରଣସ୍ବରୂପ, ଏକ ଏୟାରଲାଇନ କମ୍ପାନୀ ଯାହା କାର୍ବନ ନିୟୁଟ୍ରାଲିଟି ପାଇଁ ଦାବି କରିବାକୁ ଚାହୁଁଛନ୍ତି ସେ କେତେ ପରିମାଣର କାର୍ବନ ନିର୍ଗମନ କରିପାରିବେ ନାହିଁ ତାହା ଗଣନା କରିପାରିବେ । ସେମାନେ VCM ବ୍ୟବହାର କରି ବ୍ରାଜିଲରେ ଏକ ରିଜେନେରେଟିଭ ଫାର୍ମିଂ (ଏକ କୃଷି ପ୍ରଣାଳୀ ଯାହା ରାସାୟନିକ ଓ କୀଟନାଶକ ବ୍ୟବହାରକୁ କମ ମାଟିର ଉର୍ବରତା ବଜାୟ ରଖିବାରେ କାମ କରେ) ପ୍ରକଳ୍ପରେ ନିବେଶ କରି ସମାନ ପରିମାଣର କାର୍ବନ ଅଫସେଟ୍ କ୍ରେଡିଟ୍ କ୍ରୟ କରିପାରିବେ । ଏପରି କରିବା ଦ୍ୱାରା ଏୟାରଲାଇନ୍ସ କମ୍ପାନୀ କାର୍ବନ ନିୟୁଟ୍ରାଲିଟି ଦାବି କରିପାରିବ । ଗଛର ପ୍ରକୃତି ଏବଂ ସେମାନଙ୍କର କାର୍ବନ ଚକ୍ର ଯୋଗୁଁ ଗଛ ଦ୍ୱାରା ନିର୍ଗମନ ଏବଂ ଅପସାରଣର ଗଣିତ ଜଟିଳ । MIT ବିଶେଷଜ୍ଞମାନେ ସେମାନଙ୍କର ଏକ ରିପୋର୍ଟରେ କହିଛନ୍ତି ଯେ, ଏହା କେବଳ ଅଧିକ ଗଛ ଲଗାଇବା ବିଷୟରେ ନୁହେଁ ବରଂ ସଠିକ୍ ଗଛ ଲଗାଇବା ଏବଂ ଜଙ୍ଗଲକୁ ସୁରକ୍ଷା ଦେବା ବିଷୟରେ ମଧ୍ୟ ।
କାର୍ବନ କ୍ରେଡିଟ୍ ମାର୍କେଟ ଗତ କିଛି ବର୍ଷ ଧରି ଜାରି ହୋଇଥିବା କ୍ରେଡିଟ୍ ମୂଲ୍ୟ ଉପରେ ନଜର ରଖିଛି ଏବଂ ପାଣ୍ଠିର ସଠିକ୍ ବ୍ୟବହାର ହେଉଛି କି ନାହିଁ ସେ ଉପରେ ପ୍ରଶ୍ନ ମଧ୍ୟ ଉଠିଛି । ବାଣିଜ୍ୟିକ ପରମିଟ୍ ବ୍ୟବହାରର ସୀମା ରହିଛି କାରଣ ଜଳବାୟୁ ପରିବର୍ତ୍ତନର ପ୍ରକୃତି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଭିନ୍ନ ହେବ, ସେହିପରି ନିର୍ଗମନ ପ୍ରକୃତି ମଧ୍ୟ ଭିନ୍ନ ହେବ, ଯାହା କାର୍ବନ ଅଫସେଟ୍ ଗଣନା ପ୍ରକ୍ରିୟାକୁ ଜଟିଳ କରିବ । ବ୍ଲୁ କାର୍ବନ ପଦକ୍ଷେପଗୁଡ଼ିକୁ ବୃଦ୍ଧି କରିବାରେ ପ୍ରାଥମିକ ଅସୁବିଧା ମଧ୍ୟରୁ ଗୋଟିଏ ହେଉଛି ସାମୁଦ୍ରିକ ଏବଂ ଉପକୂଳ ପରିବେଶରେ କାର୍ଯ୍ୟ କରିବାର ଅନ୍ତର୍ନିହିତ ଜଟିଳତା ।
ସ୍ଥଳଚର ଇକୋସିଷ୍ଟମ ବିପରୀତ, ମହାସାଗରୀୟ କ୍ଷେତ୍ରର ଗତିଶୀଳ ପ୍ରକୃତି ଯୋଗୁଁ ଏହାର ପରିଚାଳନା ଏବଂ ତଦାରଖ କରିବା ଅଧିକ କଷ୍ଟକର, ଯାହା ସଂରକ୍ଷଣ ଏବଂ ପୁନରୁଦ୍ଧାର ପ୍ରୟାସକୁ ଜଟିଳ କରିଥାଏ । ଏହା ସହିତ, ବ୍ଲୁ କାର୍ବନର ବୈଜ୍ଞାନିକ ଦୃଷ୍ଟିକୋଣ ଜଙ୍ଗଲ କାର୍ବନ ତୁଳନାରେ ନୂଆ ଏବଂ ସାମୁଦ୍ରିକ ଇକୋସିଷ୍ଟମରେ କାର୍ବନ ପୃଥକିକରଣକୁ ମାପିବା, ରିପୋର୍ଟିଂ କରିବା ଏବଂ ଯାଞ୍ଚ କରିବା ପଦ୍ଧତିଗୁଡ଼ିକ ଏବେ ବି ବିକଶିତ ହେଉଛି । ଅନ୍ୟରଟେ ଅର୍ଥର ନିର୍ଭରଶୀଳତା, ବ୍ୟବହାର ଏବଂ କେନ୍ଦ୍ରୀକରଣ ପ୍ରାୟତଃ ଧନୀମାନଙ୍କୁ ଲାଭ ପହଞ୍ଚାଏ ଏବଂ ଜନସଂଖ୍ୟାର ଏକ ବଡ଼ ଅଂଶ ବଞ୍ଚିତ ରହେ ।
ଟେକ୍ନିକାଲ ଚ୍ୟାଲେଞ୍ଜ୍: