ଓଡିଶା

odisha

By ETV Bharat Odisha Team

Published : 4 hours ago

Updated : 3 hours ago

ETV Bharat / opinion

ଆୟୁଷ୍ମାନ ଭାରତ: ଦେଶର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ମାଇଲଖୁଣ୍ଟ - Ayushman Bharat

Ayushman Bharat Pradhan Mantri Jan Arogya Yojana:ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (AB-PMJAY)ର ଷଷ୍ଠ ବାର୍ଷିକୀ ପାଳନ ହେଉଛି । ଦେଶର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏହା ମାଇଲଖୁଣ୍ଟ ବୋଲି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା । ପଢନ୍ତୁ ଆଲେଖ୍ୟ ।

Ayushman Bharat
Ayushman Bharat (ETV Bharat)

(ଲେଖକ- ଜେପି ନଡ୍ଡା, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ)

ହାଇଦ୍ରାବାଦ: ଦେଶ ପାଳୁଛି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (AB-PMJAY)ର ଷଷ୍ଠ ବାର୍ଷିକୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ବରେ ସେପ୍ଟେମ୍ବର 2018ରେ ଆରମ୍ଭ ହୋଇଥିବା AB-PMJAY ଏବେ ବିଶ୍ବର ସବୁଠାରୁ ବଡ ସ୍ବାସ୍ଥ୍ୟସେବା ଯୋଜନା ପାଲଟିଛି । ଏହି ଯୋଜନା ସମସ୍ତ ନାଗରିକଙ୍କୁ, ବିଶେଷକରି ସବୁଠାରୁ ଅସୁରକ୍ଷିତ ବର୍ଗକୁ ସମାନ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ସହାୟକ ହୋଇଛି । ଗତ 6 ବର୍ଷ ମଧ୍ୟରେ, ଏହି ଯୋଜନା ଲକ୍ଷ ଲକ୍ଷ ଲୋକଙ୍କୁ ସୁବିଧା ପ୍ରଦାନ କରିଛି । ସେମାନଙ୍କ ଆରୋଗ୍ୟ କ୍ଷେତ୍ରରେ ଜୀବନ ରକ୍ଷାକାରୀ ଚିକିତ୍ସା ଯୋଗାଇ ଆସୁଛି ।

Ayushman Bharat (Ministry Of Health)

ସ୍ବାସ୍ଥ୍ୟସେବାରେ ବୈପ୍ଲବିକ ପରିବର୍ତ୍ତନ:

ଆୟୁଷ୍ମାନ ଭାରତର ମୂଖ୍ୟ ଲକ୍ଷ୍ୟ ହେଉଛି ଆର୍ଥିକ ମାନ୍ଦାବସ୍ଥା କାରଣରୁ ଦେଶର କୌଣସି ବ୍ୟକ୍ତି ଯେପରି ଉତ୍ତମ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ନହୁଅନ୍ତୁ । ଏହି ଯୋଜନାରେ ମେଡିକାଲ କଲେଜରେ ଚିକିତ୍ସା ପାଇଁ ପ୍ରତି ପରିବାକୁ ବାର୍ଷିକ 5 ଲକ୍ଷ ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯାଉଛି । ଏହାସହ ଦେଶର କେତେକ ସର୍ବୋତ୍ତମ ଡାକ୍ତରଖାନାରେ ବିନା ମୂଲ୍ୟରେ ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି ।

Ayushman Bharat (Ministry Of Health)

ନିକଟରେ 70 ବର୍ଷ ବା ତା'ଠାରୁ ଉର୍ଦ୍ଧ୍ବ ବୟସ୍କ ନାଗରିକଙ୍କ ପାଇଁ ଭାରତ ସରକାରଙ୍କ AB-PMJAY ଯୋଜନା ଆରମ୍ଭ ନେଇ ନିଷ୍ପତ୍ତି ହୋଇଥିଲା । ଏହାପୂର୍ବରୁ ଆଶା, ଅଙ୍ଗନୱାଡି କର୍ମୀ ଏବଂ ଅଙ୍ଗନୱାଡି ସହାୟକଙ୍କୁ ଏହି ଯୋଜନା ଅଧୀନରେ ଅଣାଯାଇଥିଲା । ଏହି ଯୋଜନା ଅନ୍ତର୍ଗତ ମାଗଣା ସ୍ବାସ୍ଥ୍ୟସେବା ପାଇଁ 55 କୋଟିରୁ ଅଧିକ ଲୋକ ଯୋଗ୍ୟ ଅଟନ୍ତି । 1 ଲକ୍ଷ କୋଟିରୁ ଅଧିକ ସହାୟତା ପ୍ରଦାନ କରାଯାଇଥିବାବେଳେ ଏପର୍ଯ୍ୟନ୍ତ 7.5 କୋଟିରୁ ଅଧିକ ସଫଳ ଚିକିତ୍ସା ଯୋଗାଇ ଦିଆଯାଇଛି ।

ଏହି ଯୋଜନାରେ ଚିକିତ୍ସାର ପରିସରକୁ ବ୍ୟାପକ କରାଯାଇଛି । 19ଶହରୁ ଅଧିକ ଚିକିତ୍ସା ପ୍ରଣାଳୀ, ହାର୍ଟ ବାଇପାସ୍ ସର୍ଜରୀ, କର୍କଟ ଏବଂ କିଡନୀ ରୋଗର ଚିକିତ୍ସା ପର୍ଯ୍ୟନ୍ତ ଜଟିଳ ଅସ୍ତ୍ରୋପଚାର କରାଯାଉଛି । ବର୍ତ୍ତମାନ AB-PMJAY ମାଧ୍ୟମରେ ଏହି ସବୁ ଚିକିତ୍ସା ସୁବିଧାରେ ତଥା ସୁଲଭ ଭାବେ ସମସ୍ତଙ୍କ ପାଇଁ ଉପଲବ୍ଧ ହୋଇପାରିଛି ।

Ayushman Bharat (Ministry Of Health)

ବ୍ୟାପକ ନେଟୱାର୍କ ଏବଂ ମଜବୁତ ଚିକିତ୍ସା ପ୍ରଣାଳୀ:

AB-PMJAY DICGCର ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ କରିବାରେ ସହାୟକ ହୋଇପାରିଛି । ଏହି ଯୋଜନାର ବ୍ୟବହାର 13 ହଜାରରୁ ଅଧିକ ବେସରକାରୀ ଡାକ୍ତରଖାନା ସମେତ ସମଗ୍ର ଭାରତରେ 29ହଜାରରୁ ଅଧିକ ଡାକ୍ତରଖାନା ବ୍ୟବହାର ହେଉଛି । ଏହି ନେଟୱାର୍କ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ସବୁଠି ପରିବ୍ୟାପ୍ତ ହୋଇଛି । ଆୟୁଷ୍ମାନ ଭାରତର ସଫଳତା ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଅନେକାଂଶରେ ସଂସ୍କାର ଆଣିଛି । ଗୁଣାତ୍ମକ ସ୍ବାସ୍ଥ୍ୟସେବା ଉପରେ ଏହି ଯୋଜନା ଗୁରୁତ୍ବ ବହନ କରୁଛି ।

Ayushman Bharat (Ministry Of Health)

ଆୟୁଷ୍ମାନ ଆରୋଗ୍ୟ ମନ୍ଦିର:

ଆୟୁଷ୍ମାନ ଭାରତ କେବଳ ହସ୍ପିଟାଲ କେୟାର ବା ସ୍ବାସ୍ଥ୍ୟ ସେବା ପାଇଁ ସହାୟକ ତା' ନୁହେଁ, ଏହା ପ୍ରାଥମିକ ସ୍ବାସ୍ଥ୍ୟ ସୁବିଧା ପାଇଁ ମଧ୍ୟ ଅନେକାଂଶରେ ସହାୟକ ହୋଇଛି । ଯେପରିକି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର (Ayushman Arogya Mandir)ର ବ୍ୟବସ୍ଥା । ଏହି କେନ୍ଦ୍ର ଅଧିକ ଜନସଂଖ୍ୟା ଥିବା ସ୍ଥାନରେ କମ୍ ସମୟରେ ଚିକିତ୍ସା ସୁବିଧା ପହଞ୍ଚାଇବା ଦିଗରେ କାର୍ଯ୍ୟ କରିଥାଏ । ଭାରତ ବର୍ଷରେ ମୋଟ୍ 1.73ଲକ୍ଷ AAM ନିର୍ମାଣ କରାଯାଇଛି । ଯେଉଁଥିରେ ଡାଇବେଟିସ, ରକ୍ତଚାପ ଆଦିର ପରୀକ୍ଷା କରାଯିବା ସହ ଔଷଧ ବିତରଣ ମଧ୍ୟ ହେଉଛି ।

ଏହା ବି ପଢନ୍ତୁ...ଗ୍ଲୋବାଲ-ସାଉଥର ସ୍ୱର ଏବେ ଭାରତ - India as Voice of the Global South

ଏହା ବି ପଢନ୍ତୁ...ଦ୍ବନ୍ଦ୍ବ ବଢାଉଛି BSKY-ଆୟୁଷ୍ମାନ ଭାରତ, ‘ଯୋଜନା ବନ୍ଦ ହେଲେ ବଢିବ ଜନ ଆକ୍ରୋଶ’ - BSKY Scheme and Ayushman Bharat Scheme

ଏହା ବି ପଢନ୍ତୁ...ରାଜ୍ୟରେ ବନ୍ଦ ହେଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ବଦଳିଲା ‘କାଳିଆ’ - Odisha Budget 2024

ଏହା ବି ପଢନ୍ତୁ...ମେଗା ସ୍ବାସ୍ଥ୍ୟ ମେଳା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ; ମାଗଣାରେ ହେଲା ଚକ୍ଷୁ ପରୀକ୍ଷା, ହଜାର ହଜାର ଲୋକ ଉପକୃତ - Mega health fair

ସୁସ୍ଥ ଭାରତ ଗଠନ ଲକ୍ଷ୍ୟ:

ଜଣେ ସ୍ବାସ୍ଥ୍ୟମନ୍ତ୍ରୀ ଭାବେ ମୁଁ ବିଶ୍ବାସ କରେ ଯେ, ସୁସ୍ଥ ଭାରତ ଗଠନ ପାଇଁ ସମସ୍ତ ନାଗରିକଙ୍କ ସୁସ୍ଥତା ଏକାନ୍ତ ଆବଶ୍ୟକ । ଆଉ ବିକଶିତ ଭାରତ ଗଠନ ଦିଗରେ ଆୟୁଷ୍ମାନ ଭାରତ ଯୋଜନାର ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ । ଏହି ଯୋଜନାର ସଫଳତା ହିଁ ବୟାନ କରୁଛି ଯେ ପ୍ରତିଟି ନାଗରିକଙ୍କ ଉତ୍ତମ ସ୍ବାସ୍ଥ୍ୟସେବା ପାଇଁ ସରକାର କି ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଷଷ୍ଠ ବାର୍ଷିକୀ ଅବସରରେ ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ଅଭିବାଦନ ଜଣାଉଛି । ଆସନ୍ତୁ ଆମେ ସମସ୍ତେ ମିଳିମିଶି ସୁସ୍ଥ ଭାରତ ଗଠନ କରିବା ।

(ଏହା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିଜସ୍ବ ମତ)

Last Updated : 3 hours ago

ABOUT THE AUTHOR

...view details