ଷ୍ଟ୍ରବେରୀ ଦୁନିଆର ସବୁଠୁ ସ୍ବାସ୍ଥ୍ୟକର ଫଳ ମଧ୍ୟରେ ଗଣାଯାଏ । କାରଣ ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ମାତ୍ରା ଅନ୍ୟ ଫଳଗୁଡିକ ତୁଳନାରେ ଅଧିକ । ଏଥିପାଇଁ ଷ୍ଟ୍ରବେରୀ ଖାଇବା କେବଳ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ନୁହେଁ, ବରଂ ତ୍ବଚା ଓ କେଶ ପାଇଁ ମଧ୍ୟ ଲାଭଦାୟକ । ଏହା ସ୍କିନକୁ ଲମ୍ବା ସମୟ ପର୍ଯ୍ୟନ୍ତ ଯୁବା ଓ ସୁସ୍ଥ ରଖିବାରେ ସାହାଯ୍ୟ କରେ । ତ୍ବଚାରେ ବୟସର ଛାପ ନଜର ଆସିବାରୁ ରୋକିଥାଏ । ଆପଣ ଷ୍ଟ୍ରବେରୀ ଖାଇପାରିବେ ନଚେତ୍ ଏହାକୁ ନିଜ ତ୍ବଚାରେ ଲଗାଇପାରିବେ । ଏଥିରେ ତ୍ବଚାରେ ଚମକ ଆସିଥାଏ ।
ଷ୍ଟ୍ରବେରୀ ସାଧାରଣତଃ ଶୀତ ଦିନେ ବଜାରରେ ଅଧିକ ମିଳିଥାଏ । ଏହା ପାଟିକୁ ଅତି ସୁଆଦିଆ ସହ ସ୍କିନ ପାଇଁ ଉପଯୋଗୀ । ଆଜି ଜାଣିବା ମୁହଁରେ ଷ୍ଟ୍ରବେରୀ ଲଗାଇବାର ଫାଇଦା ଓ ଏହାକୁ କେମିତି ଲଗାଇବେ ।
ତ୍ବଚାରେ ଗ୍ଲୋ ଆଣିବା ପାଇଁ ଏମିତି ପ୍ରସ୍ତୁତ କରନ୍ତୁ ଷ୍ଟ୍ରବେରୀ ଫେସ୍ ମାସ୍କ:
- 3ରୁ 4ଟି ଷ୍ଟ୍ରବେରୀ ନେଇ ପାଣିରେ ଧୋଇଦିଅନ୍ତୁ ଏବଂ ଏହାକୁ ପେଶି ପେଷ୍ଟ ବନାନ୍ତୁ ।
- ଷ୍ଟ୍ରବେରୀ ପେଷ୍ଟରେ ଏକ ଚାମଚ ଫ୍ରେସ୍ ମଲାଇ କିମ୍ବା ମିଲ୍କ କ୍ରିମ ମିଶାନ୍ତୁ ।
- ପୁଣି ଏକ ଚାମଚ ମହୁ ମିଶାଇ ଭଲ ଭାବେ ଗୋଳାଇ ଦିଅନ୍ତୁ ।
- ଏବେ ଏହି ପେଷ୍ଟକୁ ନିଜ ଚେହେରାରେ ଲଗାନ୍ତୁ । ଧ୍ୟାନ ରଖିବେ, ଫେସ୍ ପ୍ୟାକ ଲଗାଇବା ପୂର୍ବରୁ ଆପଣ ମୁହଁରୁ ମେକ-ଅପ୍ ଭଲ ଭାବେ ସଫା କରିଥିବେ । ଏହି ଫେସ୍ ପ୍ୟାକ ଲଗାଇବା ବେଳେ ମୁହଁ ପୁରା ସଫା ଥିବା ଆବଶ୍ୟକ ।
- ଷ୍ଟ୍ରବେରୀ ଫେସ୍ ମାସ୍କକୁ ମୁହଁରେ 40ରୁ 60 ମିନିଟ୍ ଯାଏଁ ରଖନ୍ତୁ ।
- ମାସ୍କ ଶୁଖିଯିବା ପରେ ମୁହଁକୁ ସଫା ପାଣିରେ ଧୋଇ ଦିଅନ୍ତୁ ।
ଏହାବ୍ୟତୀତ ଶୀତ ଦିନେ ସ୍କିନକୁ ଭଲ ଭାବେ ସଫା କରିବା ପାଇଁ ଆପଣ ଷ୍ଟ୍ରବେରୀରୁ ହୋମମେଡ ସ୍କ୍ରବ ପ୍ରସ୍ତୁତ କରିପାରିବେ । ଶୀତରେ ସ୍କିନରେ ଡ୍ରାଏନେସ୍ ବଢିଯାଏ । ଫଳରେ ସ୍କିନ ରୁକ୍ଷ ହେବା ସହ ଗ୍ଲୋ କମିଯାଏ । ଡେଡ୍ ସ୍କିନ ସେଲ୍ସ ମୁହଁରେ ଜମା ହେଉଥିବାରୁ ରଙ୍ଗ ଫିକା ଦିଶେ । ଏହି ସମସ୍ୟାରୁ ମୁକ୍ତି ପାଇଁ ଆପଣ ସ୍କିନକୁ ଏକ୍ସଫଲିଏଟ କରିପାରିବେ । ଏଥିପାଇଁ ଘରେ ଷ୍ଟ୍ରବେରୀରୁ ନ୍ୟାଚୁରାଲ ସ୍କ୍ରିବ ତିଆରି କରିପାରିବେ ।