ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅନୁକୂଳ ଶକ୍ତି ପ୍ରଦାରକ ହେବ । ଆଜି ଆପଣ ସଂପୂର୍ଣ୍ଣ ଭାବରେ ସାମର୍ଥ୍ୟଯୁକ୍ତ ହେବେ ଏବଂ ପୂର୍ଣ୍ଣ ଆଗ୍ରହର ସହ ଆପଣ କାର୍ଯ୍ୟକୁ ଆଗେଇ ନେବେ । ପରିବାର ସହିତ ଘର ପରିବେଶରେ ଆନନ୍ଦମୟ ସମୟ ବିତାଇବେ ଯାହାକି ଆପଣଙ୍କୁ ସଂପୂର୍ଣ୍ଣ ଭାବରେ ଖୁସି ଦେବ । ଆଉ ମଧ୍ୟ ଗୋଟିଏ ସାମାଜିକ ଭାବରେ ଏକାଠି ହେବା କିମ୍ବା ପାର୍ଟି କରିବେ । ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ । ବିଦ୍ୟାର୍ଥୀ ପାଠପଢ଼ାରେ ଉନ୍ନତି କରିବେ ।
ବୃଷ:ଆଜି, ନକ୍ଷତ୍ରଗଣ ଆପଣଙ୍କ ସପକ୍ଷରେ ଅଛନ୍ତି । ଆପଣଙ୍କର ଦକ୍ଷ ଚିନ୍ତାଧାରା ଓ କରୁଣ ବାକ୍ୟ ଦ୍ୱାରା ଅନ୍ୟଙ୍କୁ ବାନ୍ଧି ରଖିବେ । ନିଜର ଦକ୍ଷତା ବଳରେ ଭଲ କାମ କରିବେ ଏବଂ ନିଜ କଥା ଦ୍ୱାରା ଅନେକଙ୍କୁ ଆପାୟିତ କରିବେ । ପରିବାର ଏବଂ ପ୍ରିୟଜନଙ୍କ ସହିତ ଆପଣ ଆଜିର ସନ୍ଧ୍ୟା ହସ ଉଲ୍ଲାସରେ ବିତାଇପାରନ୍ତି । ସମ୍ଭବତଃ, ଏହା ଏକ ଉତ୍ତମ ଚିନ୍ତାଧାରା ହେବ । ପ୍ରେମ ସମ୍ପର୍କରେ କହିବାକୁ ଗଲେ ସାଥୀଙ୍କ ସହ ହସଖୁସିରେ ଦିନ କାଟିପାରନ୍ତି । ଆପଣଙ୍କ ନିଜ ସାଥୀଙ୍କୁ ସରପ୍ରାଇଜ ଦେବା ସହ ରାତ୍ରୀ ଭୋଜନ କିମ୍ୱା ମୁଭି ଯାଇ ସମୟ ଅତିବାହିତ କରିପାରନ୍ତି ।
ମିଥୁନ:ଏହି ଦିନଟି ଆପଣଙ୍କ ପାଇଁ ଅଧିକ ଲାଭପ୍ରଦ ହେବ । ଅବିବାହିତଙ୍କ ପାଇଁ ଉପଯୁକ୍ତ ଜୀବନସାଥୀ ମିଳିବାର ସମ୍ଭାବନା ଅଛି । ଏହା ମଧ୍ୟ ଆର୍ଥିକ ଲାଭ ପାଇଁ ଏକ ଉତ୍ତମ ଦିନ । ସାଙ୍ଗସାଥିଙ୍କ ସହ ଭେଟ କରିବା ଏବଂ ଏକ ସଫଳତା ଦିନ ପାଇବେ । ବର୍ତ୍ତମାନ, ସମସ୍ତ ଭଲ ଜିନିଷ ଏକା ସହିତ ଆସିବାର ସମ୍ଭାବନା ଅଛି । ପିଲାଙ୍କ ଠାରୁ ଭଲ ଖବର ପାଇବାର ଆଶା ଅଛି ।
କର୍କଟ: ଗ୍ରହମାନଙ୍କ ଶୁଭଦୃଷ୍ଟି ଯୋଗୁଁ ଦିନଟି ଶୁଭଙ୍କର ଅଟେ । ବିଦେଶରୁ ସୁଖବର ପ୍ରାପ୍ତି ଯୋଗ ରହିଛି । କୌଣସି ତୀର୍ଥସ୍ଥାନ ଦର୍ଶନ କରିବାକୁ ଯାଇପାରନ୍ତି କିମ୍ୱା ଛୋଟକାଟିଆ ଯାତ୍ରାକରି ଆନନ୍ଦ ଉପଯୋଗ କରିପାରନ୍ତି । ଶାରୀରିକ ଓ ମାନସିକ ସୁସ୍ଥତା ଜାରି ରହିବ । ନିଜର ବନ୍ଧୁ ଓ ପରିବାର ସହ ମଉଜ ମଜଲିସ କରିପାରନ୍ତି । ବୃତ୍ତିଧାରୀଙ୍କ ପାଇଁ ହଠାତ ଅର୍ଥପ୍ରାପ୍ତି ଯୋଗ ଅଛି । ବିଦେଶ ଯାତ୍ରା କିସ୍ୱା ତୀର୍ଥଯାତ୍ରା ପାଇଁ ଆପଣ ଯୋଜନା କରିପାରନ୍ତି ।
ସିଂହ:ଆଜି ଦିନଟିରେ ଆପଣ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହେବା ଆବଶ୍ୟକ । ଡାକ୍ତରୀ ଖର୍ଚ୍ଚ ଅପେକ୍ଷାକୃତ ଭାବରେ ବଢିପାରେ । ଆଜି ଆପଣ ବାହାରେ ନ ଖାଇବା ଆପଣଙ୍କୁ ସାହାଯ୍ୟ କରିପାରେ । ସାରା ଦିନ କିଛି ପ୍ରତିକୂଳ ଭାବନା ଆପଣଙ୍କ ମନକୁ ବ୍ୟସ୍ତ କରିପାରେ । ସେଥିରୁ ଦୁରରେ ରହିବା ପାଇଁ ଆପଣଙ୍କୁ ପରାମର୍ଶ ଦିଆଯାଇଛି । ଧ୍ୟାନ ଏବଂ ଆଧ୍ୟାତ୍ମିକତା ଏହି ପ୍ରକାର ସମସ୍ୟାରୁ ଆପଣଙ୍କୁ ଦୁରରେ ରଖିବାରେ ସାହାଯ୍ୟ କରିବ ଏବଂ ଆପଣଙ୍କୁ ମାନସିକ ଶାନ୍ତି ଦେବ ।
କନ୍ୟା:ଆଜି ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ । ଆପଣ ସହଜରେ ନାମ ଏବଂ ଯଶ ଅର୍ଜନ କରିପାରନ୍ତି । ଆଜି ଆପଣଙ୍କର ବ୍ୟବସାୟ ଏବଂ ସେମାନଙ୍କ ବ୍ୟବସାୟ ଅଂଶୀଦାରମାନଙ୍କ ମଧ୍ୟରେ ଅନୁକୂଳ ଭାବନା ବଢି ରହିବ । ନୂତନ ବସ୍ତ୍ର କିଣିବାରେ ଆପଣ ଅଧିକ ଖୁସି ହେବେ । ବନ୍ଧୁମାନଙ୍କ ସହ ଗୋଟିଏ ଛୋଟିଆ ଯାତ୍ରା ଆପଣଙ୍କୁ ଅନେକ ଖୁସି ଦେବ । ସମ୍ପର୍କୀୟଙ୍କ ସଙ୍ଗେ ବନ୍ଧୁତ୍ୱ ଲାଭଦାୟକ ହୋଇପାରେ । ପରିବାରର ସଦସ୍ୟ ଏବଂ ବାନ୍ଧବୀ ଆପଣଙ୍କୁ ସହାୟତା ପ୍ରଦାନ କରିବେ ।
ତୁଳା: ଆଜି ଆପଣ ଶାରୀରିକ ପକ୍ଷେ ବେଶ୍ ସୁସ୍ଥ ରହିବେ । ପେଶା କ୍ଷେତ୍ରରେ ଆପଣ ଲାଭବାନ ହେବେ । ଆପଣ ସହକର୍ମୀ ଆପଣଙ୍କ ପାଇଁ ବାଦ ସାହାଯ୍ୟକାରୀ ହେବେ । ଅଧିକ ଭାବରେ କହିବାକୁ ଗଲେ, ବ୍ୟକ୍ତିଗତ ଭାବରେ ଆପଣ ଆଜି ଦିନଟି ଆପଣଙ୍କ ପରିବାର ସହସ୍ୟଙ୍କ ସହ ଖୁସିବାସୀରେ କଟାଇବେ । ଆଜି ଆପଣ ଆପଣଙ୍କ କାର୍ଯ୍ୟରେ ସଫଳତା ଅର୍ଜନ କରିବେ ଯାହାକି ଆପଣଙ୍କୁ ନାମ ଏବଂ ଯଶ ପ୍ରଦାନ କରିବ ।
ବିଛା: ଆପଣ ଆଜି ଦିନରେ ଖୋସାମତ କରିବାରୁ ବଞ୍ଚିତ ରହିବା ପାଇଁ ପରାମର୍ଶ ଦିଆଯାଇଥାଏ । ପିଲାମାନଙ୍କ ସମ୍ପର୍କିତ ଚିନ୍ତା ଆପଣଙ୍କୁ ବ୍ୟଥିତ କରିବ । ପିଲାମାନଙ୍କ ପାଇଁ ସଫଳତାରୂପକ ସ୍ୱାଦ ସେମାନକୁ ପାଠ ପଢା ଦିଗରେ ଆଗକୁ ବଢିବା ପାଇଁ ଆଗ୍ରହ ଜନ୍ମାଇବ । ଶାରୀରିକ ସୁସ୍ଥତା ସହ ମନ ଆନନ୍ଦିତ ରହିବ । ବନ୍ଧୁ ଏବଂ ପରିବାର ସହ କୌଣସି ସ୍ଥାନ ପରିଦର୍ଶନରେ ଯିବେ । ସେୟାର ବଜାରରେ ନିବେଶ କିମ୍ବା ବେଟିଂ ବଜାରରେ ନିବେଶ କରିବାରୁ ଦୂରେଇ ରୁହନ୍ତୁ ଯଦି ସମ୍ଭବ, ଯାତ୍ରା କରନ୍ତୁ ନାହିଁ ।
TODAY HOROSCOPE (SCORPIO) ଧନୁ: ଆଜି ମାନସିକ ବ୍ୟସ୍ତତା ଯୋଗୁଁ ମନ ଶାନ୍ତିରେ ରହିବ ନାହିଁ । ଆପଣ ସାରାଦିନ ପରିବାରରେ ଅସନ୍ତୁଳନ ବାତାବରଣ ଯୋଗୁଁ ପରିବାର ସଦସ୍ୟଙ୍କୁ ଖୋସାମତ କରିବାରେ ଲାଗି ରହି ପାରନ୍ତି । ଯଦି ସମ୍ପତ୍ତି ସମ୍ବନ୍ଧିତ ଏହି ଘଟଣା ହୋଇଥାଏ, ତେବେ କଥାବାର୍ତ୍ତା ହେବାବେଳେ ସାବଧାନତା ଅବଲମ୍ବନ କରିବାକୁ ପଡିଥାଏ । ଆଜି ଦିନରେ ମଧ୍ୟ ଆର୍ଥିକ ହାନି ହୋଇପାରେ । ସ୍ବାସ୍ଥ୍ୟଗତ ସମସ୍ୟା ଦୂର ପାଇଁ ଧ୍ୟାନଦେବେ । ବିଦ୍ୟାର୍ଥୀ କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ ।
TODAY HOROSCOPE (SAGITTARIUS) ମକର:ଆପଣ ଆଜି ଦିନରେ ଅତି ଖୁସିରେ ଆପଣଙ୍କ ପରିବାର ଏବଂ ସାଙ୍ଗସାଥିଙ୍କ ସହ ଖୁସିରେ କଟାଇବେ । ଏକ ଆନନ୍ଦମୟ ଯାତ୍ରାର ସମ୍ଭାବନା ଅଛି । ସମ୍ପତ୍ତି ସମ୍ପର୍କିତ ମାମଲାରେ ସାବଧାନ ରହିବେ । ପେଶାଦାର ଏବଂ ଛାତ୍ରମାନଙ୍କ ପାଇଁ ଅଧିକ ସୁବିଧାଜନକ ରହିପାରେ । ଆପଣ ଆପଣଙ୍କ ପ୍ରତିଦ୍ୱନ୍ଦ୍ବୀକୁ ହଟାଇପାରନ୍ତି । ଆପଣଙ୍କ ଶାରୀରିକ ଏବଂ ମାନସିକ ଅବସ୍ଥା ଆପଣଙ୍କୁ ଅସୁବିଧାରେ ପକାଇପାରିବ ନାହିଁ ।
TODAY HOROSCOPE (CAPRICORN) କୁମ୍ଭ: ଆପଣଙ୍କ ପାଇଁ ବିଭିନ୍ନ ବିଷୟରେ ସିଦ୍ଧାନ୍ତ ନେବାରେ ଅନେକ କଷ୍ଟକର ହୋଇପାରେ । ଅଯଥା ଖର୍ଚ୍ଚ ଠାରୁ ଦୂରେଇ ରୁହନ୍ତୁ । ଆପଣଙ୍କ କଥା ଉପରେ ନିୟନ୍ତ୍ରଣ ନ ରହିଲେ ଆପଣଙ୍କ ପରିବାର ସଦସ୍ୟଙ୍କ ସହ ଯୁକ୍ତିତର୍କ ହୋଇପାରେ । ଅନେକ କାରଣରୁ ନିଜ ବନ୍ଧୁଙ୍କ ସହ ମଧ୍ୟ କଳହ ହୋଇପାରେ । ଦୀର୍ଘ ଦିନରୁ ଲାଗି ରହିଥିବା ଶତ୍ରୁତା ହ୍ରାସ ହୋଇପାରେ । ଛାତ୍ରଙ୍କୁ ପାଠପଢାରେ ଧ୍ୟାନ ଦେବାକୁ ହେବ । ହୁଏତ ସଫଳତା ପାଇବା ପାଇଁ ବିଛି ସମୟ ନେଇପାରେ । ଧୈର୍ଯ୍ୟ ରଖନ୍ତୁ ।
TODAY HOROSCOPE (AQUARIUS) ମୀନ:ଆଜି ଆପଣ ମାନସିକ ଭାବରେ ଆରାମ ଏବଂ ଶାରୀରିକ ପକ୍ଷେ ବେଶ୍ ସୁସ୍ଥ ରହିବେ । ନୂଆ କାମ ହାତକୁ ନେବା ପାଇଁ ଆପଣଙ୍କ ଆଗ୍ରହ ଆପଣଙ୍କୁ ପ୍ରୋତ୍ସାହନ କରିବ । ଆପଣଙ୍କର ଘରୋଇ ଜୀବନ ବନ୍ଧୁତ୍ୱପୂର୍ଣ୍ଣ ରହିବ । ବନ୍ଧୁ ଏବଂ ପ୍ରିୟଜନମାନଙ୍କ ସହ ଯାତ୍ରା କରିପାରନ୍ତି । ଆଉ ମଧ୍ୟ ଆର୍ଥିକ ଲାଭ ହୋଇପାରେ । ଆପଣ ଧାର୍ମିକ କାର୍ଯ୍ୟରେ ମନଦେବେ ଏବଂ ତୀର୍ଥସ୍ଥାନ ଦର୍ଶନ କରିବେ । ବାହାରକୁ ବୁଲାବୁଲି କରିବା ପାଇଁ ଆଜି ଦିନଟି ସର୍ବୋକୃଷ୍ଟ ଅଟେ । ତେଣୁ ବନ୍ଧୁ, ପରିବାର ଓ ସହକର୍ମୀଙ୍କ ସହ ମିଳିମିଶି ଭ୍ରମଣ କରିବାକୁ ଯାଇପାରନ୍ତି । ଦାମ୍ପତ୍ୟ ଜୀବନ ପ୍ରେମମୟ ହେବ ।