ଓଡିଶା

odisha

ETV Bharat / lifestyle

ସୂର୍ଯ୍ୟାସ୍ତ ପରେ କରନ୍ତୁନି ଏହି କାମ; ହୋଇଥାଏ ଅଶୁଭ, ଘରୁ ହଜିଯାଏ ସୁଖ-ଶାନ୍ତି

ସୂର୍ଯ୍ୟାସ୍ତ ପରେ ଏସବୁ କାମ କରୁଥିଲେ ସାବଧାନ ! ଘରୁ ଚାଲିଯିବ ଲକ୍ଷ୍ମୀଙ୍କ ବାସ, ଘୋଟିଆସିବ ଅଶାନ୍ତି, କାଙ୍ଗାଳ । ପଢନ୍ତୁ ପୁରା ଖବର

ସୂର୍ଯ୍ୟାସ୍ତ ପରେ କରନ୍ତୁନି ଏହି କାମ
ସୂର୍ଯ୍ୟାସ୍ତ ପରେ କରନ୍ତୁନି ଏହି କାମ (ETV Bharat)

By ETV Bharat Odisha Team

Published : Nov 13, 2024, 5:20 PM IST

ହିନ୍ଦୁ ଧର୍ମରେ ବାସ୍ତୁର ବେଶ୍ ମହତ୍ତ୍ବ ରହିଛି । କୁହାଯାଏ, ବାସ୍ତୁ ଶାସ୍ତ୍ର ଅନୁଯାୟୀ ସମସ୍ତ କାର୍ଯ୍ୟ କଲେ ଶୁଭ ଫଳ ପ୍ରାପ୍ତି ହୁଏ । ଘରେ ମା' ଲକ୍ଷ୍ମୀଙ୍କ ବାସ ହୁଏ ଏବଂ ସୁଖ, ସମୃଦ୍ଧି, ଶାନ୍ତି ବଜାୟ ରହେ । ବାସ୍ତୁ ଶାସ୍ତ୍ରରେ ସୂର୍ଯ୍ୟାସ୍ତ ପରେ କେତେକ କାର୍ଯ୍ୟ କରିବାକୁ ବାରଣ କରାଯାଏ । ନଚେତ୍ ମା' ଲକ୍ଷ୍ମୀ ରୋଷ କରନ୍ତି ଓ ଘରେ ନକରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ ବୋଲି ବିଶ୍ବାସ କରାଯାଏ । ଏହାଦ୍ବାରା ଘରେ କାଙ୍ଗାଳ ଘୋଟିଆସେ ଓ ଯେତେ ରୋଜଗାର କଲେ ଅଣ୍ଟେନି । ଏହି ଖବରରେ ଜାଣନ୍ତୁ ସନ୍ଧ୍ୟା ପରେ କେଉଁ ସବୁ କାର୍ଯ୍ୟ କରିବାରୁ ନିବୃତ୍ତ ରହିବେ ।

ସନ୍ଧ୍ୟା ପରେ ଭୁଲ୍‌ରେ ବି କରନ୍ତୁନି ଏସବୁ କାମ । ଯେମିତିକି:-

ନଖ କାଟିବା:ସାଧାରଣତଃ ପ୍ରତି ଘରେ ରାତିରେ ନଖ କାଟିବାକୁ ବାରଣ କରିଥାନ୍ତି । କାରଣ ରାତିରେ ନଖ ଓ ଚୁଟି କାଟିବା ଅଶୁଭ ହୋଇଥାଏ । ହିନ୍ଦୁଧର୍ମରେ ବିଶ୍ବାସ ରହିଛି ଯେ, ରାତିରେ ନକାରାତ୍ମକ ଶକ୍ତି ଅଧିକ ସକ୍ରିୟ ଓ ଶକ୍ତିଶାଳୀ ହୋଇଥାନ୍ତି । ନଖ ଚଟାଣରେ ପଡିଲେ ଏହା ଖରାପ ଶକ୍ତିକୁ ଆକର୍ଷିତ କରିପାରେ । ଫଳରେ ଘରର ଅମଙ୍ଗଳ ହୁଏ ।

ଭଙ୍ଗା ଜିନିଷ ବ୍ୟବହାର କରିବା: ବାସ୍ତୁ ଶାସ୍ତ୍ର ଅନୁସାରେ ଭଙ୍ଗା ଜିନିଷ ଯେପରି ଦର୍ପଣ, ଘଣ୍ଟା, କାଚ ଇତ୍ୟାଦି ବ୍ୟବହାର କରିବା କିମ୍ବା ଘରେ ରଖିବା ଅଶୁଭ ହୋଇଥାଏ । ଏସବୁ ଜିନିଷ ଘରେ ନକାରାତ୍ମକ ଶକ୍ତିକୁ ଆକର୍ଷିତ କରିଥାଏ । ଖରାପ ଶକ୍ତି ପ୍ରବେଶ କରିବା ଦ୍ବାରା ସବୁବେଳେ ଅଶାନ୍ତି, ଅଭାବ ଅନଟନ ଲାଗି ରହେ ।

ଡ୍ରେସ ଧୋଇବା:ଅନେକ ଲୋକଙ୍କ ଅଭ୍ୟାସ ରାତିରେ ଶୋଇବା ପୂର୍ବରୁ ଡ୍ରେସ ସଫା କରିବା । ହେଲେ ଏଭଳି କାମ ଭୁଲରେ କରନ୍ତୁ ନାହିଁ । ବିଶ୍ବାସ ଅଛି, ରାତିରେ ଡ୍ରେସ ଧୋଇଲେ କିମ୍ବା ଶୁଖାଇଲେ ଏଥିରେ ନକାରାତ୍ମକ ଶକ୍ତି ପ୍ରବେଶ କରେ । ଯେତେବେଳେ ଏହାକୁ ଆମେ ଦିନରେ ପିନ୍ଧୁ, ସେହି ଶକ୍ତିର ପ୍ରଭାବ ଆମ ଶରୀର ଉପରେ ପଡେ । ଯାହା ଆମ ପାଇଁ ଆଦୌ ଭଲ ନୁହେଁ । କୁହାଯାଏ, ପୋଷାକ ସୂର୍ଯ୍ୟକିରଣ ଶୁଖିଲେ ଏକ ନୂତନ ସକାରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ । ନକରାତ୍ମକ ଶକ୍ତି ଦୂରେଇ ଯାଏ ।

କ୍ଷୀର, ଦହି, ଲୁଣ, ଚିନି ଦେବା: ସନ୍ଧ୍ୟା ପରେ କାହାରିକୁ ଲୁଣ, ଚିନି, କ୍ଷୀର, ଦହି ଦିଅନ୍ତୁ ନାହିଁ । ଖାସ୍ କରି ରାତିରେ ଘରୁ ଲୁଣ ଉଧାର ଦେବାକୁ ବାରଣ କରାଯାଏ । ବାସ୍ତୁ ଅନୁଯାୟୀ, ଏପରି କଲେ ମା' ଲକ୍ଷ୍ମୀଙ୍କ ରୋଷର ଶିକାର ହେବାକୁ ପଡିଥାଏ । ଜୀବନରେ ଅଶାନ୍ତି ଓ ଆର୍ଥିକ ସଙ୍କଟ ଦେଖାଦିଏ ।

ଘର ସଫା: ସନ୍ଧ୍ୟା ପରେ କେବେ ବି ଘର ଝାଡୁ କିମ୍ବା ପୋଛାପୋଛି କରନ୍ତୁ ନାହିଁ । ଯଦି ଝାଡୁ କରୁଛନ୍ତି ତାହେଲେ ଅଳିଆ ବାହାରକୁ ନିଅନ୍ତୁ ନାହିଁ । ସବୁବେଳ ସକାଳ ବେଳା ହିଁ ଘର ସଫା କରନ୍ତୁ । କୁହାଯାଏ, ରାତିରେ ଘରେ ଝାଡୁ କଲେ କିମ୍ବା ଅଳିଆ ବାହାରେ ଫିଙ୍ଗିଲେ ଲକ୍ଷ୍ମୀ ଘରୁ ଚାଲି ଯାଆନ୍ତି । ଏହାଦ୍ବାରା ଘରେ ପାରିବାରିକ ଅଶାନ୍ତି, ଆର୍ଥିକ ସମସ୍ୟା ଦେଖାଦିଏ । ଘର ପରିଷ୍କାର ପରିଚ୍ଛନ ରହିଲେ ଲକ୍ଷ୍ମୀଙ୍କ ବାସ ହୁଏ ।

ଏହା ମଧ୍ୟ ପଢନ୍ତୁ:ସୁଖୀ ଦାମ୍ପତ୍ୟ ଜୀବନରେ ବିଷ ଭରିଦିଏ ଏହି 8ଟି ଜିନିଷ

ଏହା ମଧ୍ୟ ପଢନ୍ତୁ:ଓଡ଼ିଶାରେ ରହି ଏ ଯାଏଁ ବୁଲିନାହାନ୍ତି ଏସବୁ ମନ୍ଦିର ? ତାହେଲେ ଡେରି କାହିଁକି...

(Disclaimer- ଏହି ବିବରଣୀ ଧର୍ମ, ଜ୍ୟୋତିଷ, ବାସ୍ତୁଶାସ୍ତ୍ର ଉପରେ ଆଧାରିତ ଏବଂ କେବଳ ପାଠକଙ୍କ ଜାଣିବା ପାଇଁ । ଏନେଇ ଇଟିଭି ଭାରତ କୌଣସି ସ୍ପଷ୍ଟୀକରଣ ଦିଏ ନାହିଁ । ଏହା ଉପରେ ବିଚାର କରିବା ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ନେଇପାରିବେ ।)

ABOUT THE AUTHOR

...view details