ଓଡିଶା

odisha

ବିନା ଭିସାରେ ବୁଲନ୍ତୁ ବିଶ୍ବର ଏହି 7 ସୁନ୍ଦର ଦେଶ - Visa Free Countries For Indians

ଆପଣ ବି କ'ଣ ଟ୍ରାଭେଲ ଲଭର୍ ? କମ୍ ବଜେଟରେ ବିଦେଶ ଟ୍ରିପ୍ ପ୍ଲାନ କରୁଛନ୍ତି ? ତାହେଲେ ନିଶ୍ଚୟ ବୁଲନ୍ତୁ ଏହି 7ଟି ଦେଶ, ଏଠାରେ ଭାରତୀୟଙ୍କୁ ଲୋଡା ନାହିଁ ଭିସା ।

By ETV Bharat Lifestyle Team

Published : 4 hours ago

Published : 4 hours ago

Updated : 4 hours ago

ବିନା ଭିସାରେ ବୁଲନ୍ତୁ ବିଶ୍ବର ଏହି 7 ସୁନ୍ଦର ଦେଶ
ବିନା ଭିସାରେ ବୁଲନ୍ତୁ ବିଶ୍ବର ଏହି 7 ସୁନ୍ଦର ଦେଶ (ETV Bharat)

Visa Free Travel: ବିଦେଶ ଭ୍ରମଣ କରିବା କାହାର ବା ଇଚ୍ଛା ହୁଏନା । ହେଲେ ପାସପୋର୍ଟ ଓ ଭିସା ଆବେଦନର ଝିନଝଟ୍ ଯୋଗୁଁ ଅନେକ ଲୋକ ନିଜ ବିଦେଶ ଟ୍ରିପ୍ ପ୍ଲାନ ଭୁଲି ଯାଆନ୍ତି । କାରଣ ନିଜ ଦେଶରୁ ଅନ୍ୟ ଦେଶ ଯିବା ପାଇଁ ଭାରତୀୟଙ୍କୁ ଭିସା ଆବଶ୍ୟକ ହୋଇଥାଏ । ହେଲେ ଆପଣ ଜାଣି ଖୁସି ହେବେ ଯେ, ବିଶ୍ବର ଏମିତି କିଛି ସୁନ୍ଦର ଦେଶ ରହିଛି, ଯେଉଁଠି ଭାରତୀୟଙ୍କ ପାଇଁ ଭିସା ଫ୍ରି । ସେସବୁ ଦେଶରେ ଭାରତୀୟ ନାଗରିକମାନେ ବିନା ଭିସାରେ ଭ୍ରମଣ କରିବେ । ଏହି ତାଲିକାରେ ଥାଇଲାଣ୍ଡଠାରୁ ଆରମ୍ଭ କରି ମାଳଦ୍ବୀପ, ଇଣ୍ଡୋନେସିଆ, ମାଲେସିଆ ପ୍ରଭୃତି ଅନେକ ଦେଶ ରହିଛି । ଏବେ ଶ୍ରୀଲଙ୍କା ମଧ୍ୟ ଅକ୍ଟୋବର 31ରୁ ଭାରତୀୟଙ୍କ ପାଇଁ ଭିସା ମୁକ୍ତ ଟ୍ରାଭେଲ ଘୋଷଣା କରିଛି ।

ଆଜି ଆମେ ଆପଣଙ୍କୁ ଏମିତି 7ଟି ଦେଶ ବିଷୟରେ କହିବୁ । ଯଦି ଆପଣ ବି ଜଣେ ଟ୍ରାଭେଲ ଲଭର୍ ଏବଂ କମ୍ ବଜେଟରେ ବିଦେଶ ଟ୍ରିପ୍ ପ୍ଲାନିଂ କରୁଛନ୍ତି, ତାହେଲେ ନିଶ୍ଚୟ ନିଜ ପାର୍ଟନର କିମ୍ବା ସାଙ୍ଗସାଥୀ ସହ ଏଠାକୁ ପ୍ଲାନ କରିପାରିବେ ।

ବିନା ଭିସାରେ ବୁଲନ୍ତୁ ବିଶ୍ବର ଏହି 7 ସୁନ୍ଦର ଦେଶ (ETV Bharat)

ମାଳଦ୍ବୀପ:

ନବ ବିବାହିତ କପଲଙ୍କ ପାଇଁ ସବୁଠୁ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ ହେଲା ମାଳଦ୍ବୀପ । ଭାରତୀୟଙ୍କ ଦୃଷ୍ଟିରେ ଏହା ବେଷ୍ଟ ହନିମୁନ ଡେଷ୍ଟିନେସନ । ଏଠାରେ ଭାରତୀୟ ନାଗରିକଙ୍କ ପାଇଁ ଭିସା ଫ୍ରି । ଏହି କାରଣରୁ ଦେଶରୁ ପ୍ରତିବର୍ଷ ଲକ୍ଷ ଲକ୍ଷ ସଂଖ୍ୟକ ପର୍ଯ୍ୟଟକ ମାଳଦ୍ବୀପ ଭ୍ରମଣ କରିଥାନ୍ତି । ଏଠାକାର ସି-ବିଚ୍ ଆକର୍ଷଣର କେନ୍ଦ୍ରବିନ୍ଦୁ । ଏହାବ୍ୟତୀତ ମାଳ ଅଟୋଲ, ସନ ଆଇଲ୍ୟାଣ୍ଡ, ବନାନା ରିଫ, ଅଲିମାଥା ଆଇଲାଣ୍ଡ, ଆର୍ଟିଫିସିଆଲ ବିଚ୍ ଓ ବାରୁସ ଆଇଲାଣ୍ଡ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ରହିଛି । ଭାରତୀୟମାନେ ବିନା ଭିସାରେ ଏଠି 30 ଦିନ ଭ୍ରମଣ କରିପାରିବେ ।

ବିନା ଭିସାରେ ବୁଲନ୍ତୁ ବିଶ୍ବର ଏହି 7 ସୁନ୍ଦର ଦେଶ (ETV Bharat)

ଇଣ୍ଡୋନେସିଆ:

ଆପଣ ଇଣ୍ଡୋନେସିଆ ବୁଲିବାକୁ ପ୍ଲାନ କରୁଥିଲେ, ଏଠାରେ ମଧ୍ୟ ଭିସା ଆବଶ୍ୟକ ନାହିଁ । ଭାରତୀୟ ନାଗରିକମାନେ 30 ଦିନ ପର୍ଯ୍ୟନ୍ତ ବିନା ଭିସାରେ ଭ୍ରମଣ କରିପାରିବେ । ସୁମାତ୍ରା, ଜାଭା, ବାଲି ଦ୍ବୀପ ପ୍ରମୁଖ ଇଣ୍ଡୋନେସିଆରେ ଆକର୍ଷଣର କେନ୍ଦ୍ରବିନ୍ଦୁ । ଏଠି ଆପଣ ନିଜ ପାର୍ଟନର ସହ ପ୍ରକୃତି କୋଳରେ ନୈସର୍ଗିକ ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ ।

ବିନା ଭିସାରେ ବୁଲନ୍ତୁ ବିଶ୍ବର ଏହି 7 ସୁନ୍ଦର ଦେଶ (ETV Bharat)

ମାଲେସିଆ:

ମାଲେସିଆ ଏକ ଖୁବ୍ ସୁନ୍ଦର ଟ୍ରାଭେଲ ଡେଷ୍ଟିନେସନ । ଏହି ଦେଶ ନିଜର ପ୍ରାଚୀନ ବହୁସାଂସ୍କୃତିକ ଜୀବନଶୈଳୀ ପାଇଁ ପରିଚିତ । ମାଲେସିଆରେ ଥିବା ପେଟ୍ରୋନାସ ଟ୍ବିନ ଟାୱାର, ବଟୁ ଗୁମ୍ଫା, ଲେଗୋଲ୍ୟାଣ୍ଡ ପ୍ରମୁଖ ଟ୍ୟୁରିଷ୍ଟ ସ୍ପଟ୍ । ଯଦି ଆପଣ ପାହାଡ, ଜଙ୍ଗଲ, ବନ୍ୟଜନ୍ତୁ, ସମୁଦ୍ର ତଟ ବୁଲିବାକୁ ସଉକ ରଖନ୍ତି, ତାହେଲେ ମାଲେସିଆ ଏକ ପରଫେକ୍ଟ ସ୍ଥାନ । ଏଠାରେ ମଧ୍ୟ ଭିସା ଫ୍ରି ଏଣ୍ଟି 30 ଦିନ ।

ବିନା ଭିସାରେ ବୁଲନ୍ତୁ ବିଶ୍ବର ଏହି 7 ସୁନ୍ଦର ଦେଶ (ETV Bharat)

ଭିଏତନାମ:

ଭିଏତନାମରେ ଏସିଆର ସବୁଠୁ ବଡ ଗୁମ୍ଫା ରହିଛି । ଏଠାରେ ଆପଣ ବିଭିନ୍ନ ଦ୍ବୀପ, ଜଙ୍ଗଲ, ଧାର୍ମିକ ସ୍ଥଳୀ ଏବଂ ଆହୁରି ଅନେକ ଆକର୍ଷଣୀୟ ଦୃଶ୍ୟ ଉପଭୋଗ କରିପାରିବେ । ଏଠିକାର ଶଙ୍ଖ ମଲମଲ ପାହାଡ ବିଶେଷ ଆକର୍ଷଣର କେନ୍ଦ୍ର । ଭିଏତନାମ ନିଜର ଷ୍ଟ୍ରିଟଫୁଡ୍ ପାଇଁ ମଧ୍ୟ ବେଶ୍ ଲୋକପ୍ରିୟ । ଷ୍ଟ୍ରିଟଫୁଡରେ ଆପଣ ନୁଡଲ୍ ସୁପ୍, ଚାଉଳରୁ ତିଆରି ବିଭିନ୍ନ ବ୍ୟଞ୍ଜନର ଆନନ୍ଦ ନେଇପାରିବେ ।

ବିନା ଭିସାରେ ବୁଲନ୍ତୁ ବିଶ୍ବର ଏହି 7 ସୁନ୍ଦର ଦେଶ (ETV Bharat)

ଥାଇଲ୍ୟାଣ୍ଡ:

2023 ନଭେମ୍ବରରେ ଥାଇଲ୍ୟାଣ୍ଡ ଭାରତୀୟଙ୍କ ପାଇଁ ଭିସା ଫ୍ରି ଏଣ୍ଟ୍ରି ଘୋଷଣା କରିଥିଲା । ଏହାର ଉଦ୍ଦେଶ୍ୟ ଥିଲା ଦେଶର ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା । ଥାଇଲ୍ୟାଣ୍ଡ ଭାରତ ବ୍ୟତୀତ ଚୀନ ଓ ଅନ୍ୟ କିଛି ଦେଶର ନାଗରିକଙ୍କ ପାଇଁ ଭିସା ମୁକ୍ତ ଟ୍ରାଭେଲ ଘୋଷଣା କରିଛି । ଭାରତୀୟ ନାଗରିକମାନେ ଚଳିତ ବର୍ଷ ନଭେମ୍ବର 11 ପର୍ଯ୍ୟନ୍ତ ବିନା ଭିସାରେ ଏହି ଦେଶ ଭ୍ରମଣ କରିପାରିବେ । ଦ ଗ୍ରାଣ୍ଡ ପ୍ୟାଲେସ, ଖାଓ ୟାଇ ରାଷ୍ଟ୍ରୀୟ ଉଦ୍ୟାନ ଥାଇଲ୍ୟାଣ୍ଡର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ।

ବିନା ଭିସାରେ ବୁଲନ୍ତୁ ବିଶ୍ବର ଏହି 7 ସୁନ୍ଦର ଦେଶ (ETV Bharat)

ନେପାଳ:

ନେପାଳ ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଖୁବ୍ ଜଣାଶୁଣା । ନେପାଳରେ ଆପଣ ହିମାଳୟ, ସବୁଜ ଘନ ଜଙ୍ଗଲ, ସୁଉଚ୍ଚ ପାହାଡ ଏକ୍ସପ୍ଲୋର କରିପାରିବେ । ମାଉଣ୍ଟ ଏଭରେଷ୍ଟ ସହ ଦୁନିଆର 8 ସୁଉଚ୍ଚ ଗିରଶୃଙ୍ଗ ନେପାଳରେ ରହିଛି । ଏଠାକାର ବୌଦ୍ଧ ମଠଗୁଡିକୁ ଦେଖିବାକୁ ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ନେପାଳ ବୁଲିବାକୁ ଯାଆନ୍ତି । ଏହାଛଡା ପଶୁପତିନାଥ ମନ୍ଦିର, ବୌଦ୍ଧ ସ୍ତୁପ, ସ୍ବୟମ୍ଭୁ ମହାଚୈତ୍ୟ ପ୍ରଭୃତି ପର୍ଯ୍ୟଟନ ସ୍ଥଳୀ ପ୍ରମୁଖ ଆକର୍ଷଣ ।

ବିନା ଭିସାରେ ବୁଲନ୍ତୁ ବିଶ୍ବର ଏହି 7 ସୁନ୍ଦର ଦେଶ (ETV Bharat)

ଶ୍ରୀଲଙ୍କା:

ନିକଟରେ ଶ୍ରୀଲଙ୍କା ମଧ୍ୟ ଭାରତ ସହ 34ଟି ଦେଶର ନାଗରିକଙ୍କ ପାଇଁ ଭିସା ମୁକ୍ତ ଭ୍ରମଣ ଘୋଷଣା କରିଛି । ଏହି ଦେଶର ନିଜର ମନୋରମ ପର୍ଯ୍ୟଟନସ୍ଥଳୀ ପାଇଁ ବିଶେଷ ଜଣାଶୁଣା । ଏଠାରେ ଆପଣ ରାବଣ ୱାଟରଫଲ, ମିନଟେଲ ପର୍ବତମାଳା, ଏଡମ ଶୃଙ୍ଗ, ସିଗିରିୟା ରକ୍ ଦୁର୍ଗ ପ୍ରମୁଖ ମନୋରମ ପର୍ଯ୍ୟଟନସ୍ଥଳୀ ଭ୍ରମଣ କରିପାରିବେ । ତେଣୁ କମ୍ ବଜେଟରେ ବିଦେଶ ଟ୍ରିପ୍ ଚାହୁଁଥିଲେ ଶ୍ରୀଲଙ୍କା ପ୍ଲାନ କରିପାରିବେ ।

ଏସବୁ ଦେଶ ବ୍ୟତୀତ ଭୁଟାନ, ମରିସସ୍, କେନିୟା, ଇରାନ, ଡୋମିନିକା, ଗ୍ରେନାଡା ପ୍ରଭୃତି ବିନା ଭିସାରେ ଭାରତୀୟମାନେ ଭ୍ରମଣ କରିପାରିବେ ।

ଏହା ମଧ୍ୟ ପଢନ୍ତୁ:ଆପଣ ବଜାରରୁ କିଣୁଥିବା ପନିର ନକଲି ନୁହେଁ ତ ? ଏମିତି ଚିହ୍ନନ୍ତୁ - How to identify fake paneer

ଏହା ମଧ୍ୟ ପଢନ୍ତୁ:ଅଧିକ ସମୟ ବସି ରହୁଥିଲେ ସାବଧାନ ! ହୃଦରୋଗଠୁ କ୍ୟାନ୍ସର ଯାଏ ହୋଇପାରେ ମାରାତ୍ମକ ରୋଗ - Sitting risks

ଏହା ମଧ୍ୟ ପଢନ୍ତୁ:ଘରେ ଲଗାନ୍ତୁ ଏହି ଗଛ, ପାଖ ମାଡିବେନି ମଶା ମାଛି - Plants that keep mosquitoes away

Last Updated : 4 hours ago

ABOUT THE AUTHOR

...view details