ଆପଣ ପନିର ମସାଲା, ବଟର ପନିର, ପନିର ଟିକା, ପକୋଡା ଆଦି ଆଇଟମ ଖାଇଥିବେ । ହେଲେ କେବେ ପନିର ଦୋ ପ୍ୟାଜା ଖାଇଛନ୍ତି କି ? ହୁଏତ ଅନେକ ଲୋକ ହୋଟେଲ କିମ୍ବା ରେସ୍ତୋରାଁରେ ଏହାକୁ ଖାଇଥିବେ । ପନିରର ଏହି ରେସିପିକୁ ଭାରି ପସନ୍ଦ କରାଯାଏ । ପନିର ଦୋ ପ୍ୟାଜା ଖାଇବାକୁ ଯେତିକି ସ୍ବାଦିଷ୍ଟ, ବନାଇବା ମଧ୍ୟ ସେତିକି ସହଜ । ଆପଣ ବି ନିଜ ଘରେ ପୁରା ରେସ୍ତୋରାଁ ଷ୍ଟାଇଲରେ ଏହି ଆଇଟମ ପ୍ରସ୍ତୁତ କରିପାରିବେ । ଚାଲନ୍ତୁ ଆଜି ଜାଣିବା ପନିରର ଏହି ରେସିପି ବିଷୟରେ
ଆବଶ୍ୟକୀୟ ସାମଗ୍ରୀ:
- ପନିର
- ଦହି
- ଟମାଟୋ ପ୍ୟୁରି
- ଅଦା ରସୁଣ ପେଷ୍ଟ
- ଲଙ୍କା ପାଉଡର
- ଧନିଆ ପାଉଡର
- ହଳଦୀ
- ଗରମ ମସାଲା
- ତେଜପତ୍ର
- ଡାଲଚିନି
- ଗୁଜୁରାତି
- କଞ୍ଚାଲଙ୍କା
- ତେଲ
- ଲୁଣ
- ଧନିଆ ପତ୍ର
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଏକ ପାତ୍ରରେ ଦହି ନେଇ ଏଥିରେ ହଳଦୀ, ଗରମ ମସାଲା, ଧନିଆ ପାଉଡର, ଲଙ୍କା ପାଉଡର ମିଶାଇ ଗୋଳାଇ ଦିଅନ୍ତୁ । ଏଥିରେ କଟା ପନିର ପକାଇ 15 ମିନିଟ୍ ମ୍ୟାରିନେଟ ହେବାକୁ ଛାଡି ଦିଅନ୍ତୁ ।
ଏବେ ଗ୍ୟାସ ଉପରେ ଆଉ ଏକ କଡେଇ ବସାନ୍ତୁ । ଏଥିରେ ଏକ ଚାମଚ ତେଲ ପକାଇ ମ୍ୟାରିନେଟ ହୋଇଥିବା ପନିର ପକାନ୍ତୁ ଏବଂ 2ରୁ 3 ମିନିଟ୍ ଭାଜନ୍ତୁ । ପନିର ହାଲକା ଭାଜି ହୋଇଗଲା ପରେ ବାହାର କରି ରଖନ୍ତୁ । ଏବେ ପୁଣିଥରେ କଡେଇରେ କିଛି ତେଲ ଗରମ କରନ୍ତୁ । ଗୋଟା ମସାଲା- ଜିରା, ଡାଲଚିନ, ତେଜପତ୍ର, ଗୁଜୁରାତି ପକାଇ କିଛି ସେକେଣ୍ଡ ଭାଜନ୍ତୁ । ଏହାପରେ କଟା ପିଆଜ ଓ କଞ୍ଚା ଲଙ୍କା ପକାଇ 5 ମିନିଟ୍ ଯାଏଁ ଭାଜନ୍ତୁ ।