ଓଡିଶା

odisha

ETV Bharat / lifestyle

ଭ୍ରମଣରେ ବାହାରିବା ପୂର୍ବରୁ ବ୍ୟାଗରେ ରଖନ୍ତୁ ଏହି ଜିନିଷ, ତ୍ବଚାରେ ରହିବ ଚମକ

ଏହି ଶୀତ ଦିନରେ କୌଣସି ସ୍ଥାନକୁ ଭ୍ରମଣ ପାଇଁ ପ୍ଲାନ କରୁଛନ୍ତି କି ? ଯାତ୍ରା ସମୟରେ କିପରି ନିଜ ଚେହେରାର ସୌନ୍ଦର୍ଯ୍ୟ ବଜାୟ ରଖିବେ, ଜାଣନ୍ତୁ ଏହି ଖବରରେ

ବୁଲିଯିବାକୁ ପ୍ଲାନ କରୁଛନ୍ତି ? ଥଣ୍ଡାରୁ ତ୍ବଚାକୁ ରକ୍ଷା ପାଇଁ ବ୍ୟାଗରେ ରଖନ୍ତୁ ଏହି ଜିନିଷ
ବୁଲିଯିବାକୁ ପ୍ଲାନ କରୁଛନ୍ତି ? ଥଣ୍ଡାରୁ ତ୍ବଚାକୁ ରକ୍ଷା ପାଇଁ ବ୍ୟାଗରେ ରଖନ୍ତୁ ଏହି ଜିନିଷ (ETV Bharat)

By ETV Bharat Lifestyle Team

Published : 7 hours ago

ଶୀତ ଦିନ ବୁଲାବୁଲି କରିବାର ସବୁଠୁ ଭଲ ସମୟ । ଏହି ଦିନରେ ସମସ୍ତେ ନିଜ ସାଙ୍ଗସାଥୀ, ପରିବାର ସହ ପିକନିକ୍ ତଥା ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲିଯାଆନ୍ତି । କିନ୍ତୁ ଥଣ୍ଡାରେ ବୁଲାବୁଲି କରିବା ଯୋଗୁଁ ଆମର ତ୍ବଚା ବା ସ୍କିନ ପ୍ରଭାବିତ ହୋଇଥାଏ । ମୁହଁ, ଓଠ ଫାଟିବା ସହ ଡ୍ରାଏନେସ ସମସ୍ୟା ହୋଇପାରେ । ତେଣୁ ଶୀତ ଦିନେ ଯାତ୍ରା କରିବା ସମୟରେ ନିଜ ସ୍କିନର ବିଶେଷ ଯତ୍ନ ନେବା ଅତି ଜରୁରୀ । କାରଣ ଏହି ଋତୁରେ ଥଣ୍ଡା ପାଗ ଓ ଶୁଷ୍କ ବାୟୁ ସ୍କିନକୁ ଡ୍ରାଏ କରିଦିଏ । ବୁଲାବୁଲି ଭିତରେ ସବୁବେଳେ ସ୍କିନର ଉପଯୁକ୍ତ ଯତ୍ନ ନେବା ସମ୍ଭବପର ହୋଇନଥାଏ । ଯେଉଁ କାରଣରୁ ସ୍କିନ ଖୁବ୍ ଡ୍ରାଏ ହେବା ସହ ରଙ୍ଗ ଫିକା ଦେଖାଯାଏ । ଏଥିପାଇଁ କୌଣସି ବି ସ୍ଥାନକୁ ଯାତ୍ରା କରିବା ପୂର୍ବରୁ ନିଜ ବ୍ୟାଗରେ କେତୋଟି ସାଧାରଣ ବ୍ୟୁଟି ପ୍ରଡକ୍ଟ ରଖିବା ନିହାତି ଆବଶ୍ୟକ, ଯାହାଦ୍ବାରା ଆପଣଙ୍କ ସ୍କିନରେ ଗ୍ଲୋ ବଜାୟ ରହିପାରିବ । ଜାଣନ୍ତୁ ସେଗୁଡିକ କ'ଣ...

ସନସ୍କ୍ରିନ:

ଖରାଦିନ ହେଉ କି ଶୀତ ସବୁବେଳେ ସନସ୍କ୍ରିନ ବ୍ୟବହାର କରିବା ଦରକାର । ଭ୍ରମଣ ପାଇଁ ବାହାରିବା ପୂର୍ବରୁ ସର୍ବଦା ନିଜ ବ୍ୟାଗରେ ସନସ୍କିନ ରଖନ୍ତୁ । ଟ୍ୟାନିଂ ସହିତ ଏହା ଆପଣଙ୍କୁ ସୂର୍ଯ୍ୟଙ୍କ ହାନିକାରକ କିରଣରୁ ମଧ୍ୟ ରକ୍ଷା କରିଥାଏ । ଶୀତ ଦିନେ ଥଣ୍ଡା ପାଗ ଯୋଗୁଁ ଆମେ କିଛି ସମୟ ଖରାରେ ବସିବାକୁ ଇଚ୍ଛା କରିଥାଉ । ତେଣୁକରି ସ୍କିନର ସୁରକ୍ଷା ପାଇଁ ପ୍ରତି ତିନି-ଚାରି ଘଣ୍ଟାରେ ସନସ୍କ୍ରିନ ଲଗାଇବା ଭଲ ।

ମଇଶ୍ଚରାଇଜର:

ଶୀତ ଦିନେ ଥଣ୍ଡା ବାୟୁ ପ୍ରଭାବରେ ସ୍କିନ ଶୁଷ୍କ ଓ ରୁକ୍ଷ ହେବାକୁ ଲାଗିଥାଏ । ସ୍କିନର ରଙ୍ଗ ମଧ୍ୟ ଫିକା ଦେଖାଯାଏ । ଏଥିପାଇଁ ନିଜ ପାଖରେ ଏକ ଭଲ ମଇଶ୍ଚରାଇଜର ରଖନ୍ତୁ । ଯାହା ଆପଣଙ୍କ ତ୍ବଚାକୁ ନରମ ଓ କୋମଳ ରଖିବାରେ ସାହାଯ୍ୟ କରିବ । ବୁଲିବାକୁ ଯାଉଥିଲେ ବ୍ୟାଗରେ ପ୍ରଥମେ ମଇଶ୍ଚରାଇଜର ପ୍ୟାକ୍ କରନ୍ତୁ ।

ହାୟଲ୍ୟୁରୋନିକ ଏସିଡ:

ଶୀତ ଦିନେ ସବୁଠୁ ବଡ ସମସ୍ୟା ହେଲା ସ୍କିନର ମଇଶ୍ଚର କମିଯିବା । ଯେଉଁଥିପାଇଁ ସ୍କିନ ଡ୍ରାଏ ହୋଇଯାଏ । ହାୟଲ୍ୟୁରୋନିକ ଏସିଡ ଏହି ସମସ୍ୟା ଦୂର କରିବାରେ ସାହାଯ୍ୟ କରିପାରେ । ଏହା ଆପଣଙ୍କ ସ୍କିନରେ ମଇଶ୍ଚର ବଜାୟ ରଖିଥାଏ । ଆପଣ ଚାହିଁଲେ ହାୟଲ୍ୟୁରୋନିକ ଏସିଡ ସିରମର ଏକ ଛୋଟ ବୋତଲ ନିଜ ସହ ନେଇପାରିବେ । ନହେଲେ ସିଟ୍ ମାସ୍କ ମଧ୍ୟ ବ୍ୟବହାର କରିପାରିବେ ।

ପାଣି ବୋତଲ:

ଶୀତ ଦିନେ ଆମକୁ କମ୍ ଶୋଷ ଲାଗିଥାଏ । ଆମେ କମ୍ ପାଣି ପିଇଥାଉ । ଶରୀରରେ ପାଣିର ଅଭାବ ହେଲେ ଏହା ସ୍ବାସ୍ଥ୍ୟ ସହ ଆମର ସ୍କିନକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ । ସେଥିପାଇଁ ବାହାରକୁ ଯିବା ସମୟରେ ନିଜ ସହ ସବୁବେଳେ ପାଣି ବୋତଲ ରଖନ୍ତୁ । ଯାହାଦ୍ବାରା ଡିହାଇଡ୍ରେସନ ସମସ୍ୟା ରହିବନି ।

ଲିପ୍ ବାମ:

ଶୀତ ଦିନେ ଓଠ ଫାଟିବା ଏକ ସାଧାରଣ ସମସ୍ୟା । ତଥାପି ଅନେକ ଲୋକ ନିଜ ଓଠର ଉପଯୁକ୍ତ ଯତ୍ନ ନେଇନଥାନ୍ତି । ଖାସ୍ କରି ଭ୍ରମଣ ସମସୟରେ । ଯାହାଫଳରେ ଓଠ ଫାଟିବା ସହ ବେଳେବେଳେ ରକ୍ତସ୍ରାବ ମଧ୍ୟ ହୋଇଥାଏ । ଓଠକୁ ସୁସ୍ଥ ଓ କୋମଳ ରଖିବା ପାଇଁ ସବୁବେଳେ ନିଜ ପାଖରେ ଲିପ୍ ବାମ୍ ରଖନ୍ତୁ ଏବଂ ପ୍ରତି 2-3 ଘଣ୍ଟାରେ ବ୍ୟବହାର କରନ୍ତୁ ।

ଏହା ମଧ୍ୟ ପଢନ୍ତୁ: ମଧୁମେହ ରୋଗୀ ପାଇଁ ଲାଭଦାୟକ ଏହି 5 ପରିବା ଜୁସ୍

ଏହା ମଧ୍ୟ ପଢନ୍ତୁ: ଶୀତଦିନେ କେତେ ଥର ଓ କେଉଁ ସାମ୍ପୂରେ କେଶ ଧୋଇବେ ? ଜାଣନ୍ତୁ ଏକ୍ସପର୍ଟଙ୍କଠାରୁ

ABOUT THE AUTHOR

...view details