ଓଡିଶା

odisha

ETV Bharat / lifestyle

ପାର୍ବଣରେ ଘରେ ଚୁଟ୍‌କିରେ ବନାନ୍ତୁ ଗୁଲାବ ଜାମୁନ, ଯିଏ ଖାଇବ କହିବ ବାଃ ବାଃ - GULAB JAMUN RECIPE

ଏହି ଦଶହରାରେ ନିଜ ଘରେ ଏମିତି ସହଜରେ ପ୍ରସ୍ତୁତ କରନ୍ତୁ ସୁସ୍ବାଦୁ ଗୁଲାବ ଜାମୁନ । ପରିବାର ଲୋକଙ୍କ ପାଟିରୁ ଛାଡିବନି ସ୍ବାଦ । କହିଲେ ବାଃ ବାଃ

ସହଜରେ ଘରେ ଏମିତି ବନାନ୍ତୁ ଗୁଲାବ ଜାମୁନ, ଯିଏ ଖାଇବ କହିବ ବାଃ ବାଃ
ସହଜରେ ଘରେ ଏମିତି ବନାନ୍ତୁ ଗୁଲାବ ଜାମୁନ, ଯିଏ ଖାଇବ କହିବ ବାଃ ବାଃ (ETV Bharat)

By ETV Bharat Lifestyle Team

Published : Oct 9, 2024, 4:02 PM IST

Gulab Jamun Recipe:ଗୁଲାବ ଜାମୁନ...ନାଁ ଶୁଣିବା ମାତ୍ରେ ପାଟିରୁ ଲାଳ ବାହାରେ । ନାନା ପ୍ରକାର ଭାରତୀୟ ମିଷ୍ଟାନ୍ନ ମଧ୍ୟରୁ ଗରମ ଗରମ ସିରାରୁ ବାହାରିଥିବା ନରମ ଗୁଲାବ ଜାମୁନର ସ୍ଥାନ ବେଶ୍ ସ୍ବତନ୍ତ୍ର । ଛୋଟ ପିଲାଠୁ ବୁଢା ପର୍ଯ୍ୟନ୍ତ, ସମସ୍ତଙ୍କର ଭାରି ପସନ୍ଦର ମିଠା । ସହର ବଜାରର ସବୁ ମିଠା ଦୋକାନରେ ରସଗୋଲା, ଛେନାପୋଡ ଭଳି ଗୁଲାବ ଜାମୁନ ମିଳିବା ନିଶ୍ଚିତ । ତେବେ ଆପଣ ବି ନିଜ ଘରେ ଏମିତି ସୁସ୍ବାଦୁ ଗୁଲାବ ଜାମୁନ ବନାଇ ପାରିବେ । ଆଜି ଆମେ ଆପଣଙ୍କ ପାଇଁ ନେଇଆସିଛୁ ଗୁଲାବ ଜାମୁନ ପ୍ରସ୍ତୁତି ରେସିପି । ଦଶହରାରେ ନିଜ ଘରେ ଏହି ରେସିପି ଅନୁସାରେ ଗୁଲାବ ଜାମୁନ ବନାଇ ପରିବାର ଲୋକଙ୍କୁ ପରଷି ଦିଅନ୍ତୁ ।

ଘରେ ଏମିତି ଚୁଟ୍‌କିରେ ବନାନ୍ତୁ ଗୁଲାବ ଜାମୁନ (ETV Bharat)

ଆବଶ୍ୟକ ସାମଗ୍ରୀ:

  • କ୍ଷୀର
  • ଖୁଆ
  • ମଇଦା
  • ସୁଜି
  • ଚିନି
  • ଗୁଜୁରାତି
  • ଛାଣିବା ପାଇଁ ତେଲ କିମ୍ବା ଘିଅ

ପ୍ରସ୍ତୁତି ପ୍ରଣାଳୀ

ଗୁଲାବ ଜାମୁନ ବନାଇବା ପାଇଁ ପ୍ରଥମେ ସିରା ପ୍ରସ୍ତୁତ କରିବା ଦରକାର । ଏଥିପାଇଁ କଡେଇରେ ଚିନି ଢାଳି ଏଥିରେ 2 କପ୍ ପାଣି ମିଶାଇ ମେଲ୍ଟ ହେବା ପର୍ଯ୍ୟନ୍ତ ଗୋଳାନ୍ତୁ । ଏହାପରେ ଗ୍ୟାସ୍‌ର ଫ୍ଲେମ 2-3 ମିନିଟ୍ ପାଇଁ କମ୍ କରି ସେଥିରେ ଚିମୁଟାଏ ଗୁଜୁରାତି ପାଉଡର ପକାନ୍ତୁ । ଏଥିରେ ହାଲ୍‌କା ଲେମ୍ବୁ ରସ୍ ମଧ୍ୟ ମିଶାଇପାରିବେ । ସିରାକୁ ପତଳା କରିବା ପାଇଁ ଅଳ୍ପ ପାଣି ମିଶାଇପାରିବେ ।

ଖୁଆ ଓ ଛେନାରୁ ଗୁଲାବ ଜାମୁନ ପ୍ରସ୍ତୁତ ହୋଇଥାଏ । ଆପଣ ଘରେ ଛେନା ଛିଡାଇ ପାରିବେ । ଏଥିପାଇଁ କିଛି ସମୟ କ୍ଷୀର ଫୁଟାଇ ଏଥିରେ ଲେମ୍ବୁ ରସ ମିଶାନ୍ତୁ । ଛେନା ଛିଡାଗଲା ପରେ ଏକ ପାତ୍ର ଉପରେ ସଫା ସୂତା କପଡା ରଖି ଛେନାକୁ ଛାଣନ୍ତୁ । ଛାଣିବା ସମୟରେ ଟିକିଏ ପାଣି ମିଶାନ୍ତୁ । ଏବେ କପଡାରେ ଛେନାକୁ ଭଲ ଭାବେ ଚୁପୁଡି କିଛି ସମୟ ହାତରେ ଚକଟି ଦିଅନ୍ତୁ । ସେହିପରି ଖୁଆ ନେଇ କିଛି ସମୟ ହାତରେ ଚକଟନ୍ତୁ । ଏବେ ଛେନା ସହ ଖୁଆ ଓ ଅଳ୍ପ ମଇଦା, ସୁଜା ମିଶାନ୍ତୁ । ଯେତିକି ଖୁଆ ନେଇଛନ୍ତି ତା'ଠୁ ଅଧା ମଇଦା ନେବେ । ଏଥିରେ ଅଳ୍ପ ଗୁଜୁରାତି ପାଉଡର ମିଶାନ୍ତୁ । ବର୍ତ୍ତମାନ ହାତରେ ଛୋଟ ଛୋଟ ଗୁଳା କରନ୍ତୁ ।

ଏବେ ଏକ କଡେଇରେ ତେଲ କିମ୍ବା ଘିଅ ଗରମ କରନ୍ତୁ । ଗୁଲାବ ଜାମୁନ ଛାଣିବା ପୂର୍ବରୁ ଜାଲିରେ ତେଲକୁ ଟିକେ ଏପଟ ସେପଟ କରନ୍ତୁ । ଏହାପରେ ତେଲରେ ଗୁଲାବ ଜାମୁନ ଗୁଳା ପକାଇ ଛାଣନ୍ତୁ । ଟିକେ ଅଧିକ ଆଞ୍ଚରେ ଛାଣନ୍ତୁ । ଗୁଲାବ ଜାମୁନ ଗୋଲ୍ଡେନ ବ୍ରାଉନ ରଙ୍ଗର ହୋଇଗଲା ପରେ ତେଲରୁ ବାହାର କରି ସିରାରେ ମିଶାନ୍ତୁ । ଧ୍ୟାନ ରଖିବେ ଯେମିତି ଗୁଲାବ ଜାମୁନ ପକାଇବା ବେଳେ ସିରା ଅଧିକ ଗରମ କିମ୍ବା ଅଧିକ ଥଣ୍ଡା ହୋଇନଥାଏ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଟେଷ୍ଟି ଗୁଲାବ ଜାମୁନ ।

ଏହା ମଧ୍ୟ ପଢନ୍ତୁ:ନବରାତ୍ରିର ସପ୍ତମ ଦିନରେ ପିନ୍ଧନ୍ତୁ ନୀଳ ରଙ୍ଗର ପୋଷାକ, ବର୍ଷିବ ମା' କାଳରାତ୍ରିଙ୍କ କୃପା - Navaratri 2024

ଏହା ମଧ୍ୟ ପଢନ୍ତୁ:ରୁଟି କଲାବେଳେ ମାନନ୍ତୁ ଏହି ଟିପ୍ସ, ଗୋଟିଏ ଜାଗାରେ 3ଟା ଖାଇବେ ପିଲା

ଏହା ମଧ୍ୟ ପଢନ୍ତୁ:ବିନା ଭିସାରେ ବୁଲନ୍ତୁ ବିଶ୍ବର ଏହି 7 ସୁନ୍ଦର ଦେଶ - Visa Free Countries For Indians

ABOUT THE AUTHOR

...view details