ଶୀତ ଋତୁ ଆସିବା ମାତ୍ରେ ଲୋକେ ଥଣ୍ଡା ପାଣି ଛୁଇଁବାକୁ ଡରନ୍ତି । ମୁଣ୍ଡ ସଫା କରିବା ତ ଦୂରର କଥା ଗାଧୋଇବାକୁ ବି ଭୟ କରିଥାନ୍ତି । ଥଣ୍ଡାରୁ ରକ୍ଷା ପାଇଁ ଅନେକ ଲୋକ ସବୁଦିନ ଗରମ ପାଣିରେ ଗାଧୋଉଥିବା ଦେଖାଯାଏ । କେଶକୁ ମଧ୍ୟ ଗରମ ପାଣିରେ ଧୁଅନ୍ତି । ତେବେ ଆପଣ ଜାଣନ୍ତି କି ଶୀତ ଦିନେ କେଉଁ ପାଣିରେ ମୁଣ୍ଡ ଧୋଇବା ଭଲ, ଗରମ ପାଣି ନା ଥଣ୍ଡା ? କ'ଣ କଲେ କେଶ ସୁସ୍ଥ ଓ ଚମକଦାର ରହିବ ?
ଯଦି ଗରମ ପାଣି କଥା କହିବା, କେଶକୁ ସଫାସୁତୁରା ରଖିବା ପାଇଁ ଗରମ ପାଣି ଉତ୍ତମ ମନେକରାଯାଏ । କାରଣ ଗରମ ପାଣିରେ ମୁଣ୍ଡ ସଫା କଲେ କେଶରେ ଥିବା ତେଲ ଓ ଅଳିଆ ଭଲ ଭାବେ ବାହାରିଯାଏ । ତଥାପି କେଶ ପାଇଁ ଏହା ଲାଭଦାୟକ ହୋଇନପାରେ । ଯଦିଓ ମୁଣ୍ଡରୁ ମଇଳା ସଫା ହୋଇଯାଏ ହେଲେ ଏହାଦ୍ବାରା ଲୋମଛିଦ୍ର ଖୋଲିଯାଉଥିବାରୁ କେଶ ରୁକ୍ଷ ହୋଇପାରେ । ଥଣ୍ଡା ପାଣି କେଶର କ୍ୟୁଟିକଲକୁ ବନ୍ଦ କରି ଏହାର ନମନୀୟତା ଲକ୍ କରିଥାଏ । ଏହି କାରଣରୁ କେଶ ସୁସ୍ଥ ରହିବା ସହ ଚମକଦାର ବା ସାଇନ୍ କରିଥାଏ । ଥଣ୍ଡା ପାଣି କେଶର ରଙ୍ଗ ବଜାୟ ରଖିବାରେ ସାହାଯ୍ୟ କରେ । ଏଥିରେ ଠିକ୍ ଭାବେ ରକ୍ତ ସଞ୍ଚାଳନ ହେଉଥିବାରୁ କେଶ ମୂଳ ମଜଭୁତ ହୋଇପାରେ ।
ଚର୍ମ ବିଶେଷଜ୍ଞଙ୍କ କହିବା ଅନୁସାରେ, ଗରମ ପାଣି କେଶ ପାଇଁ ହାନିକାରକ । କାରଣ ଏହା କେଶକୁ ଡିହାଇଡ୍ରେଟ କରିଦିଏ । ଏହାଦ୍ବାରା କେଶ ଶୁଷ୍କ, ଭଙ୍ଗୁର ଓ ରୁକ୍ଷ ହୋଇଯାଏ । କେଶର କ୍ୟୁଟିକଲ୍ ଗରମ ପାଣିରେ କ୍ଷତିଗ୍ରସ୍ତ ହୋଇଥାଏ । ଫଳରେ କେଶ ଝଡିବା ସମ୍ଭାବନା ଥାଏ । ହେଲେ ଥଣ୍ଡା ପାଣି କେଶ ପାଇଁ ସର୍ବୋତ୍ତମ । କାରଣ ଏଥିରେ କ୍ୟୁଟିକଲ୍ସକୁ ଆଦୌ କ୍ଷତି ପହଞ୍ଚେନାହିଁ ।
ଗରମ ପାଣି ମୁଣ୍ଡରୁ ମଇଳା ସଫା କରିବାରେ ସାହାଯ୍ୟ କରେ । କାରଣ ଏଥିରେ କେଶର କ୍ୟୁଟିକଲ ଖୋଲିଯାଏ ଯାହାଫଳରେ ସାମ୍ପୂ ଭଲ ଭାବେ ମୁଣ୍ଡରେ ଥିବା ଅଳିଆ ସଫା କରିପାରେ । କିନ୍ତୁ ଗରମ ପାଣିରେ ମୁଣ୍ଡ ଧୋଇବା ଅନୁଚିତ୍ । ଏହା ବଦଳରେ ସାମାନ୍ୟ ଉଷୁମ ପାଣି ବ୍ୟବହାର କରିପାରିବେ ।
କେଉଁ ପାଣିରେ ମୁଣ୍ଡ ଧୋଇଲେ କ'ଣ ହୁଏ
- ଗରମ ପାଣି ଲୋମଛିଦ୍ରକୁ ଖୋଲି ଭଲ ଭାବେ ସଫା କରେ
- ହେଲେ ଏଥିରେ କେଶ ଶୁଷ୍କ ଓ ରୁକ୍ଷ ହୋଇଥାଏ । କେଶ ଝଡିବା ସମସ୍ୟା ମଧ୍ୟ ଦେଖାଦେଇପାରେ
- ନଖ ଉଷୁମ ପାଣିରେ କେଶ ଧୋଇପାରିବେ
- ଥଣ୍ଡା ପାଣିରେ କେଶର ନମନୀୟତା ବଜାୟ ରଖେ
- ଏହା କେଶରେ ମଇଶ୍ଚର ବା ନମନୀୟତା ଲକ୍ କରିଥାଏ । କେଶ ହାଇଡ୍ରେଟ ରହିବା ସହ ଚମକଦାର ଦିଶେ ।