ଓଡିଶା

odisha

ETV Bharat / lifestyle

ଶୀତ ଦିନିଆ ଡ୍ରାଏ ସ୍କିନ ନେଇ ଚିନ୍ତିତ ? ଏହି ଘରୋଇ ଉପାୟ ଆପଣଙ୍କ ପାଇଁ... - HOME REMEDIES FOR DRY SKIN

ଶୀତ ଦିନରେ ରୁକ୍ଷ ତ୍ବଚା, ମୁହଁ ଫାଟିବା ନେଇ ଚିନ୍ତିତ କି ? ଆପଣାନ୍ତୁ ଏହି ଘରୋଇ ଉପଚାର ରୁକ୍ଷ ତ୍ବଚା ହୋଇଯିବ ନରମ । ଅଧିକ ପଢନ୍ତୁ

ଶୀତ ଦିନେ ଏମିତି ନିଅନ୍ତୁ ତ୍ବଚାର ଯତ୍ନ
ଶୀତ ଦିନେ ଏମିତି ନିଅନ୍ତୁ ତ୍ବଚାର ଯତ୍ନ (ETV Bharat)

By ETV Bharat Lifestyle Team

Published : Nov 7, 2024, 1:47 PM IST

Home remedies for dry skin: ଶୀତ ଦିନ ଆସିବା ମାତ୍ରେ ଅଧିକାଂଶ ଲୋକଙ୍କ ମୁହଁ, ଓଠ ଫାଟିବା, ତ୍ବଚା ରୁକ୍ଷ ହେବା ଭଳି ସମସ୍ୟା ଦେଖାଯାଏ । ଚେହେରାର ରଙ୍ଗ ମଧ୍ୟ କମ୍ ଲାଗିଥାଏ । ବିଶେଷକରି ଯେଉଁମାନଙ୍କ ତ୍ବଚା ରୁକ୍ଷ ବା ଡ୍ରାଏ ସ୍କିନ ସେମାନଙ୍କୁ ଅଧିକ ସମସ୍ୟା ହୁଏ । ଏଥିପାଇଁ ଯୁବତୀ ତଥା ମହିଳାମାନେ ନିଜ ତ୍ବଚାକୁ କୋମଳ ଓ ଚମକଦାର କରିବା ଲାଗି ବଜାରରୁ ବିଭିନ୍ନ ବିୟୁଟି ପ୍ରଡକ୍ଟର ବ୍ୟବହାର କରନ୍ତି । ହେଲେ ଆପଣ କିଛି ଘରୋଇ ଉପାୟ ଆପଣାଇ ବି ନିଜର ଶୁଷ୍କ ରୁକ୍ଷ ତ୍ବଚାକୁ ନରମ ମୁଲାୟମ କରିପାରିବେ ।

ନଡିଆ ତେଲ:

ଶୀତ ଦିନେ ଶୁଷ୍କ ତ୍ବଚାକୁ ନରମ ତଥା କୋମଳ କରିବା ପାଇଁ ନଡିଆ ତେଲ ବେଶ୍ ଉପଯୋଗୀ । 2014ରେ ଏକ ଅଧ୍ୟୟନରୁ ଜଣାପଡିଥିଲା ଯେ, ଶୁଷ୍କ ତ୍ବଚାର ଚିକିତ୍ସା ପାଇଁ ନଡିଆ ତେଲ ସୁରକ୍ଷିତ ଓ ପ୍ରଭାବଶାଳୀ । ଏହା ତ୍ବଚାକୁ ହାଇଡ୍ରେଟ ରଖେ । ଏଥିରେ ଥିବା ସାଚୁରେଟେଡ ଫ୍ୟାଟି ଏସିଡ ପ୍ରାକୃତିକ ମଇଶ୍ଚରାଇଜର ଭଳି କାମ କରେ । ଶୁଷ୍କ ତ୍ବଚାରେ ଥିବା ଖାଲି ଜାଗାକୁ ଭରିବା ସହ ତ୍ବଚା ନରମ କରେ ।

ଶୀତ ଦିନେ ଏମିତି ନିଅନ୍ତୁ ତ୍ବଚାର ଯତ୍ନ (ETV Bharat)

ମହୁ:

ମହୁରେ ଔଷଧୀୟ ଗୁଣ ରହିଛି । ଏହା ବିଭିନ୍ନ ପ୍ରକାରର ଚର୍ମ/ତ୍ବଚା ସମସ୍ୟା ଦୂର କରିବାରେ ସହାୟକ ବୋଲି ରିସର୍ଚ୍ଚରୁ ଜଣାପଡେ । ତେଣୁକରି ଶୀତ ଦିନେ ଶୁଷ୍କ ତ୍ବଚାକୁ ମୁଲାୟମ ତଥା କୋମଳ କରିବାକୁ ଚାହୁଁଥିଲେ ମହୁ ଏକ ଉତ୍ତମ ଘରୋଇ ଉପଚାର । ଆପଣ ମହୁକୁ ସିଧାସଳଖ ମୁହଁରେ ଲଗାଇପାରିବେ । ଏହା ପ୍ରାକୃତିକ ହୋଇଥିବାରୁ ତ୍ବଚା ପାଇଁ ସମ୍ପୂର୍ଣ୍ଣ ସୁରକ୍ଷିତ ।

ଶୀତ ଦିନେ ଏମିତି ନିଅନ୍ତୁ ତ୍ବଚାର ଯତ୍ନ (ETV Bharat)

ଆଲୋଭେରା:

ରୁକ୍ଷ ତ୍ବଚା ପାଇଁ ମହିଳାମାନେ ଆଲୋଭେରା ବ୍ୟବହାର କରିପାରିବେ । ଡ୍ରାଏ ସ୍କିନରୁ ମୁକ୍ତି ଦେବାରେ ଏହା ଉପଯୋଗୀ । ସାଧାରଣତଃ ଶୀତ ଦିନେ ମୁହଁ ସହ ହାତଗୋଡ ମଧ୍ୟ ଶୁଷ୍କ ଲାଗିଥାଏ । ଆଲୋଭେରା ଜେଲକୁ ନିଜର ହାତଗୋଡରେ ଲଗାଇ ମୋଜା ଓ ଗ୍ଲୋଭରେ ଘୋଡାଇ ରଖିଲେ ଫାଇଦା ମିଳେ । ବିଶେଷକରି ଲୋକମାନେ ରାତିରେ ଶୋଇବା ପୂର୍ବରୁ ଏପରି କରିବାକୁ ପସନ୍ଦ କରନ୍ତି ।

ପ୍ରଚୁର ପାଣି ପିଅନ୍ତୁ:

ସାଧାରଣତଃ ଶୀତ ଦିନେ ଲୋକମାନେ କମ୍ ପାଣି ପିଇଥାନ୍ତି । ଶରୀରରେ ଜଳ ଅଭାବରୁ ସ୍କିନ ରୁକ୍ଷ ହୋଇଯାଏ । ତେଣୁ ଶୀତ ଦିନରେ ଅଧିକରୁ ଅଧିକ ପାଣି ପଇବା ଜରୁରୀ । ଶରୀର ହାଇଡ୍ରେଟ ରହିଲେ ତ୍ବଚା ରୁକ୍ଷ ଦେଖାଯିବ ନାହିଁ ।

ଶୀତ ଦିନେ ଏମିତି ନିଅନ୍ତୁ ତ୍ବଚାର ଯତ୍ନ (ETV Bharat)

ଉଷୁମ ପାଣିରେ ଗାଧାନ୍ତୁ ନାହିଁ:

ସାଧାରଣତଃ ଶୀତ ଦିନେ ଲୋକମାନେ ସବୁଦିନ ଉଷୁମ ପାଣିରେ ଗାଧୋଇବା ପସନ୍ଦ କରନ୍ତି । ଏହାଦ୍ବାରା ତ୍ବଚା ଆହୁରି ଶୁଷ୍କ ହୋଇଯାଏ । ତେଣୁ ରୁକ୍ଷ ତ୍ବଚା ଥିବା ଲୋକମାନେ ଅଧିକ ଉଷୁମ ପାଣିରେ ନ ଗାଧୋଇବାକୁ ପରାମର୍ଶ ଦିଆଯାଏ ।

ଆଣ୍ଟିଅକ୍ସିଡାଣ୍ଟ ଓ ଓମେଗା-3

ତ୍ବଚାକୁ ସୁସ୍ଥ ଓ କୋମଳ ରଖିବାକୁ ଚାହୁଁଥିଲେ ଆଣ୍ଟିଅକ୍ସିଡାଣ୍ଟ ଓ ଓମେଗା-3 ଫ୍ୟାଟି ଏସିଡ ଯୁକ୍ତ ଖାଦ୍ୟ ଖାଇବା ଲାଭଦାୟକ । ଆପଣ ବ୍ଲୁବେରୀ, ଟମାଟୋ, ଗାଜର, ବିନ୍ସ, ଡାଲି ସମେତ ସାଲମନ ଭଳି ମାଛ ଖାଇପାରିବେ ।

Ref-https://www.medicalnewstoday.com/articles/319555

ଏହା ମଧ୍ୟ ପଢନ୍ତୁ:ଆସିଲାଣି ଶୀତ ଦିନ, ଏହିସବୁ ରୋଗରୁ ରକ୍ଷା ପାଇଁ ପ୍ରତିଦିନ ଖାଆନ୍ତୁ ମହୁ

ଏହା ମଧ୍ୟ ପଢନ୍ତୁ:ମସ୍ତିଷ୍କରେ ବ୍ଲାକଆଉଟ କ'ଣ ? ଜାଣନ୍ତୁ, କାହିଁକି ହୁଏ ଓ ଏହାର ଲକ୍ଷଣ

(Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।)

ABOUT THE AUTHOR

...view details