ଓଡିଶା

odisha

ETV Bharat / lifestyle

ଆସିଲାଣି ଶୀତ ଦିନ, ଏହିସବୁ ରୋଗରୁ ରକ୍ଷା ପାଇଁ ପ୍ରତିଦିନ ଖାଆନ୍ତୁ ମହୁ - HONEY HEALTH BENEFITS

Health Benefits Of Honey: ଶୀତ ଦିନେ ଅନେକ ରୋଗରୁ ରକ୍ଷା କରେ ମହୁ । ପ୍ରତିଦିନ ମହୁ ଖାଇଲେ ମିଳେ ଏମିତି ଚମତ୍କାର ଫାଇଦା, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଆସିଲାଣି ଶୀତ ଦିନ, ଏହିସବୁ ରୋଗରୁ ରକ୍ଷା ପାଇଁ ପିଅନ୍ତୁ ମହୁ
ଆସିଲାଣି ଶୀତ ଦିନ, ଏହିସବୁ ରୋଗରୁ ରକ୍ଷା ପାଇଁ ପିଅନ୍ତୁ ମହୁ (ETV Bharat)

By ETV Bharat Lifestyle Team

Published : Nov 7, 2024, 11:50 AM IST

Health Benefits Of Honey: ମହୁ ଆମର ସ୍ବାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ । ବିଶେଷଜ୍ଞଙ୍କ କହିବା କଥା, ଶୀତ ଦିନେ ନିୟମିତ ମହୁ ପିଇଲେ ଅନେକ ସ୍ବାସ୍ଥ୍ୟଗତ ଲାଭ ମିଳିଥାଏ । ଏହା ଋତୁକାଳୀନ ରୋଗ ପାଇଁ ଏକ ଭଲ ପ୍ରତିକାର ଭାବେ କାର୍ଯ୍ୟ କରେ । ଏଥିର ଥିବା ଔଷଧୀୟ ଗୁଣ ଓ ପୋଷକତତ୍ତ୍ବ ଥଣ୍ଡା, କାଶ ସମେତ ବିଭିନ୍ନ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରେ । ଖାସ୍ କରି ଶୀତ ଦିନରେ । ସାଧାରଣତଃ ଶୀତ ଦିନେ ଅନେକ ଲୋକଙ୍କୁ ଥଣ୍ଡା କାଶ ଆଦି ହୋଇଥାଏ । ଏମିତିରେ ପ୍ରତିଦିନ ମହୁ ଖାଇବା ଭଲ । ଏହି ଖବରରେ ଜାଣନ୍ତୁ ନିୟମିତ ମହୁ ଖାଇଲେ ଶରୀରକୁ କେମିତି ଫାଇଦା ମିଳେ ।

ମହୁ ଖାଇବାର ଫାଇଦା:

ମହୁ ଔଷଧୀୟ ଗୁଣରେ ଭରପୂର । ଏଥିରେ ମ୍ୟାଗ୍ନେସିୟମ, ଆଇରନ ଓ କ୍ୟାଲସିୟମ ଭଳି ଖଣିଜସାର ମିଳେ । ଯାହା ସଂକ୍ରାମକ ରୋଗ ସହ ଲଢିବାରେ ଶରୀରକୁ ଶକ୍ତି ଯୋଗାଏ । ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରେ ।

ଶୀତ ଦିନେ ମହୁ ପିଇଲେ ଥଣ୍ଡା, କାଶ ଭଳି ସମସ୍ୟାରୁ ମୁକ୍ତି ମିଳେ । ନିୟମିତ ମହୁ ସେବନ ଦ୍ବାରା ଓଜନ ନିୟନ୍ତ୍ରଣ ରହେ । ରୋଗ ପ୍ରତିରୋଧକ କ୍ଷମତା ବଢେ ।

ବଦହଜମୀ ଓ କୋଷ୍ଠକାଠିନ୍ୟ ଭଳି ପେଟ ସମସ୍ୟା ଦୂର ହୋଇଯାଏ । ଏଥିସହ ରକ୍ତରେ ହିମଗ୍ଲୋବିନ ବୃଦ୍ଧି ପାଏ । ମହୁ ହୃଦରୋଗ, ତ୍ବଚା ଓ ଦାନ୍ତ ସମ୍ବନ୍ଧୀୟ ସମସ୍ୟାରୁ ମଧ୍ୟ ରକ୍ଷା କରେ ।

କେମିତି ମହୁ ସେବନ କରିବେ ?

ଉଷୁମ ପାଣିରେ ଅଳ୍ପ ମହୁ ଓ ଲେମ୍ବୁ ରସ ମିଶାଇ ପିଇଲେ ଶ୍ବାସ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯାଏ । ଏକ ଚାମଚ ମହୁ ଓ ଏକ ଚାମଚ ଲବଙ୍ଗ ପାଉଡର ସେବନ କରିବା ସ୍ବାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ ।ଏଥିରେ ଥିବା ଆଣ୍ଟିଭାଇରାଲ ଓ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରୋଗ ସହ ଲଢିବାକୁ ଶରୀରରେ ଶକ୍ତି ବଢାଇଥାଏ । ଥଣ୍ଡା, କାଶ, ଗଳା ଖସଖସ ପ୍ରଭୃତି ସମସ୍ୟାରୁ ଆରାମ ଦିଏ ।

ହର୍ବାଲ ଚା'ରେ ମହୁ ମିଶାଇ ପିଇବା ଦ୍ବାରା ମାନସିକ ସ୍ବାସ୍ଥ୍ୟ ସମସ୍ୟା ହ୍ରାସ ପାଏ । ଶରୀରରେ ଜମା ବର୍ଜ୍ୟ ବାହାର କରେ । ହୃଦୟ ସ୍ବାସ୍ଥ୍ୟରେ ସୁଧାର ଆଣେ ।

କୋଷ୍ଠକାଠିନ୍ୟ ଓ ପେଟ ସହ ଜଡିତ ସମସ୍ୟା ଦୂର କରିବାରେ ମହୁ ଭାରି ଉପଯୋଗୀ । ରାତିରେ 1 ଗ୍ଲାସ ପାଣିରେ ଏକ ଚାମଚ ମହୁ ମିଶାଇ ପିଇଲେ ବଦହଜମୀ ଓ କୋଷ୍ଠକାଠିନ୍ୟ ଭଳି ସମସ୍ୟା କମି ଯାଇଥାଏ । ଦୁଇ ଚାମଚ ଆପଲ ସାଇଡର ଭିନେଗାର ଓ ଏକ ଚାମଚ ମହୁ ମିଶାଇ ପିଇଲେ ସାଇନସ ସମସ୍ୟା ଦୂର ହୁଏ ।

ଏକ ଚାମଚ ମହୁରେ ଅଧା ଚାମଚ ଡାଲଚିନି ପାଉଡର ଓ ଅଧା ଚାମଚ ଅଦା ରସ ମିଶାଇ ସକାଳେ ପିଅନ୍ତୁ । ଏହା ଶରୀରର ଚର୍ବି ତରଳାଇ ଦିଏ । ଶୀତ ଦିନରେ ନିୟମିତ ମହୁ ସେବନ କରିବା ଫଳରେ ରାତିରେ ଭଲ ନିଦ ହେବା ସହ ମାନସିକ ଚାପ ହ୍ରାସ ପାଏ ।

(Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।)

ABOUT THE AUTHOR

...view details