ଓଡିଶା

odisha

ETV Bharat / lifestyle

ଛାଡଖାଇରେ ଏମିତି ବନାନ୍ତୁ ମଲାଇ ଚିଙ୍ଗୁଡି, ମଟନ୍‌ ବି ଭୁଲିଯିବେ

ଛାଡଖାଇରେ ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ମଲାଇ ଚିଙ୍ଗୁଡି । ଚିକେନ, ମଟନ ଭୁଲିଯିବେ ସମସ୍ତେ ।

ଛାଡଖାଇରେ ଏମିତି ବନାନ୍ତୁ ମଲାଇ ଚିଙ୍ଗୁଡି
ଛାଡଖାଇରେ ଏମିତି ବନାନ୍ତୁ ମଲାଇ ଚିଙ୍ଗୁଡି (ETV Bharat)

By ETV Bharat Lifestyle Team

Published : 4 hours ago

ସରିଛି କାର୍ତ୍ତିକ ମାସ । ଆଜି ରବିବାର ଥିବାରୁ ପ୍ରତି ଓଡ଼ିଆ ଘରେ ପାଳନ ହେଉଛି ଛାଡଖାଇ । ଆପଣ ସବୁଥର ଛାଡଖାଇରେ ମଟନ୍ କିମ୍ବା ଚିକେନ ଖାଉଥିବେ । ହେଲେ ଏଥର ଘରେ ବନାନ୍ତୁ ରେସ୍ତୋରାଁ ଷ୍ଟାଇଲରେ ମଲାଇ ଚିଙ୍ଗୁଡି । ଏହାର ସ୍ବାଦ ଏମିତି ଯେ, ଆପଣ ଚିକେନ, ମଟନ୍ ବି ଭୁଲିଯିବେ । ଚାଲନ୍ତୁ ଜାଣିବା କେମିତି ପ୍ରସ୍ତୁତ କରିବେ ମଲାଇ ଚିଙ୍ଗୁଡି

ଆବଶ୍ୟକୀୟ ସାମଗ୍ରୀ:

ଚିଙ୍ଗୁଡି

ନଡିଆ କ୍ଷୀର

କଟା ପିଆଜ

ଅଦା ରସୁଣ ପେଷ୍ଟ

କଟା ଟମାଟୋ

ଲଙ୍କା ପାଉଡର, ଜିରା ପାଉଡର

ହଳଦୀ

ଲୁଣ

ଗରମ ମସାଲା

ତେଜପତ୍ର

ଡାଲଚିନି

ଗୁଜୁରାତି

ଜିରା

ପ୍ରସ୍ତୁତି ପ୍ରଣାଳୀ

  • ଚିଙ୍ଗୁଡିକୁ ଭଲ ଭାବେ ଧୋଇ ହଳଦୀ ଓ ଲୁଣ ପକାଇ ଗୋଳାଇ ରଖନ୍ତୁ । ଗ୍ୟାସ୍ ଉପରେ କଡେଇ ଗରମ କରି 2-3 ଚାମଚ ତେଲ ପକାନ୍ତୁ ଏବଂ ଏଥିରେ ଚିଙ୍ଗୁଡି ଭାଜନ୍ତୁ ।
  • ଏବେ କଡେଇରେ ପୁଣିଥରେ ତେଲ ପକାଇ ଏଥିରେ ଗୋଟା ମସାଲା ଯେମିତିକି- ତେଜପତ୍ର, ଲବଙ୍ଗ, ଡାଲଚିନି, ଗୁଜୁରାତି ଓ ଅଳ୍ପ ଜିରା ପକାନ୍ତୁ । ଏହାପରେ କଟା ପିଆଜ ପକାଇ ଭାଜନ୍ତୁ । ପିଆଜ ନରମ ହୋଇଆସିଲା ପରେ ଅଦା, ରସୁଣ ପେଷ୍ଟ ଏବଂ ଟମାଟୋ ପେଷ୍ଟ ପକାଇ କଷନ୍ତୁ ।
  • ମସଲା ତେଲ ଛାଡିବା ପରେ ଏଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଗରମ ମସାଲା ଓ କଟା କଞ୍ଚା ଲଙ୍କା ପକାନ୍ତୁ ।
  • ଭଲ ଭାବେ ମସଲା କଷି ହୋଇଗଲା ପରେ ନଡିଆ କ୍ଷୀର ପକାନ୍ତୁ । ଏବେ ସ୍ବାଦ ଅନୁସାରେ ଲୁଣ ମିଶାନ୍ତୁ । ଏହି ସମୟରେ ଅଳ୍ପ ଚିନି ଦିଅନ୍ତୁ । ମସଲାରେ ଗୋଟେ କପ୍ ପାଣି ଦେଇ ଭଲ ଭାବେ ଗୋଳାଇ ଦିଅନ୍ତୁ ।
  • ତରକାରୀ ଫୁଟିବା ପରେ ଭଜା ଚିଙ୍ଗୁଡି ପକାଇ 3ରୁ 4 ମିନିଟ୍ ପୁଣି ଫୁଟିବାକୁ ଛାଡି ଦିଅନ୍ତୁ ।
  • 3ରୁ 4 ମିନିଟ୍ ପରେ ଗ୍ୟାସ୍ ବନ୍ଦ କରି ଅଳ୍ପ ଗରମ ମସାଲା ପକାନ୍ତୁ ।

ଏଠି ପ୍ରସ୍ତୁତ ହୋଇଗଲା ସ୍ବାଦିଷ୍ଟ ଚିଙ୍ଗୁଡି ମଲାଇ । ଘରେ ଏହି ରେସିପି ପ୍ରସ୍ତୁତ କରି ନିଜେ ଖାଆନ୍ତୁ ଓ ପରିବାର ଲୋକଙ୍କୁ ପରଷି ଦିଅନ୍ତୁ ।

ଏହା ମଧ୍ୟ ପଢନ୍ତୁ:ଘରେ ବନାନ୍ତୁ ରେସ୍ତୋରାଁ ଷ୍ଟାଇଲ ପନିର ଦୋ ପ୍ୟାଜା

ଏହା ମଧ୍ୟ ପଢନ୍ତୁ:ଏମିତି ଘରେ ସହଜରେ ବନାନ୍ତୁ ମଲାଇ ପନିର

ABOUT THE AUTHOR

...view details