ସାଧାରଣତଃ ଚାଉଳ ଧୋଇବା ପରେ ପାଣିକୁ ସମସ୍ତେ ଫିଙ୍ଗି ଦେଇଥାନ୍ତି । ହେଲେ ଏହି ସାମାନ୍ୟ ଲାଗୁଥିବା ପାଣିର ଚମତ୍କାର ଫାଇଦା ଅନେକ ଲୋକ ଜାଣିନଥାନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ପ୍ରାଚୀନ କାଳରୁ ଚାଉଳ ପାଣି ନ୍ୟାଚୁରାଲ ସ୍କିନକେୟାର ଟ୍ରିଟମେଣ୍ଟ ଭାବେ ବ୍ୟବହୃତ ହୋଇଆସୁଛି । ଚାଉଳ ଧୁଆ ପାଣି ଚେହେରାରେ ଦାଗ, ବ୍ରଣ କମାଇବା, ରଙ୍ଗ ଉଜ୍ଜ୍ବଳ କରିବା, ମୁଲାୟମ ଓ ଚମକଦାର କରିବା ସହ ତ୍ବଚାକୁ ସୁସ୍ଥ ରଖିବା ଭଳି ଅନେକ ଲାଭ ପ୍ରଦାନ କରିଥାଏ । କାରଣ ଏହି ପାଣିରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ, ମିନେରାଲ ଆଦି ଅନେକ ପୋଷକ ତତ୍ତ୍ବ ଭରପୂର ଯାହା ତ୍ବଚା ସହ ଜଡିତ ବିଭିନ୍ନ ସମସ୍ୟାର ସମାଧାନ କରିପାରେ ।
ଚାଉଳ ଧୁଆ ପାଣିରେ ପୋଷକ ତତ୍ତ୍ବ:
ଭିଟାମିନ ବି: ଏହି ଭିଟାମିନ ତ୍ବଚାକୁ ସୁସ୍ଥ ରଖେ । ସେଲ୍ ଡ୍ୟାମେଜ ରୋକିଥାଏ ।
ଆଣ୍ଟିଅକ୍ସିଡାଣ୍ଟ: ଆଣ୍ଟିଅକ୍ସିଡାଣ୍ଟ ଫ୍ରି ରାଡିକାଲ୍ସ ସହ ଲଢିଥାଏ ଓ ବୟସ ବଢିବାର ଲକ୍ଷଣକୁ କମ୍ କରିପାରେ । ଫ୍ରି ରାଡିକାଲ୍ସ ତ୍ବଚାକୁ କ୍ଷତି ପହଞ୍ଚାଇଥାଏ ।
ଏମିନୋ ଏସିଡ:ଏମିନୋ ଏସିଡ ତ୍ବଚା ସୁସ୍ଥ ରଖେ ଓ କୋଲେଜନ ଉତ୍ପାଦନ ବୃଦ୍ଧି କରିଥାଏ । ଏଥିସହ ବୟସ ବଢିବା ଯୋଗୁଁ ତ୍ବଚାରେ ଦେଖାଯାଉଥିବା ରିଙ୍କଲ୍ସ କମ୍ କରିଥାଏ ।
ମିନେରାଲ: ଚାଉଳ ପାଣିରେ ଜିଙ୍କ, ମ୍ୟାଗ୍ନେସିୟମ ଓ ପୋଟାସିୟମ ଭଳି ମିନେରାଲ ମିଳେ ଯାହା ତ୍ବଚାକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।
ତ୍ବଚାରେ ଚାଉଳ ପାଣି ଲଗାଇବାର ଫାଇଦା:
ତ୍ବଚାରେ ଚମକ ଆଣେ:ଚାଉଳ ପାଣିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ତ୍ବଚାରେ ଚମକ ଆଣିଥାଏ । କଳା ଦାଗ, ଚିହ୍ନ ଦୂର କରିବାରେ ସାହାଯ୍ୟ କରେ ।