ମେଷ:ଆଜି ଦିନର ଲାଭ ପ୍ରାପ୍ତ କରିବା ପାଇଁ ଆପଣ ଅନାବଶ୍ୟକ ଯୁକ୍ତିତର୍କ, ଅର୍ଥହୀନ ତର୍କ ଏବଂ ପ୍ରତିକୂଳ ମନୋଭାବରୁ ଦୂରରେ ରହନ୍ତୁ । ଅନ୍ୟଥା ଆପଣଙ୍କ ପାଇଁ ଭାରି ପଡିବ ଏବଂ ଆପଣଙ୍କ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିପାରେ । କାର୍ଯ୍ୟ ସମାପ୍ତ କରିବା ଏବଂ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ସମାପ୍ତ କରିବା ଏକ ସମସ୍ୟା ହେବ ନାହିଁ, ଆଜିଦିନ ସଫଳ ରହିବ । କଠିନ ପରିଶ୍ରମ କରିବା ପାଇଁ ଦିନଟି ଅତି ଶୁଭଙ୍କର ଅଟେ । ଶାରିରୀକ ସୁସ୍ଥତା ଓ ମାନସିକ ଶାନ୍ତି ଅବ୍ୟାହିତ ରହିବ ।
ବୃଷ: ଆଜି, ନକ୍ଷତ୍ରଗଣ ଆପଣଙ୍କ ସପକ୍ଷରେ ନୁହନ୍ତି । ତେଣୁ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ କିମ୍ବା କୌଣସି ଜିନିଷରେ ଆପଣ ନିଜକୁ ସଂପୃକ୍ତ କରିବା ପୂର୍ବରୁ ନିଶ୍ଚିତ କରନ୍ତୁ ଯେ ଆପଣ କୌଣସି ଅନୈତିକ କିମ୍ୱା ଆଇନ ବିରୁଦ୍ଧ କାର୍ଯ୍ୟ କରିବେ ନାହିଁ । ନୂଆ କାର୍ଯ୍ୟ ଏବଂ ପ୍ରକଳ୍ପ ହାତକୁ ନିଅନ୍ତୁ ନାହିଁ କାରଣ ଏହା ଫଳପ୍ରଦ ହୋଇ ନପାରେ । ଏହା ପରିବର୍ତ୍ତେ, ଆପଣ ନିଜର ପ୍ରିୟ ଅଭ୍ୟାସ ଏବଂ ମନ-ତାଜା କରିବା କାର୍ଯ୍ୟରେ ଲିପ୍ତ ରହନ୍ତୁ, ଏହା ଆପଣଙ୍କ ବ୍ୟାକୁଳତା ଏବଂ ଷ୍ଟ୍ରେସ୍ କମ୍ କରିବାରେ ସାହାଯ୍ୟ କରିବ ।
ମିଥୁନ: ଆଜିର ଦିନ ମିଶ୍ରିତ ଫଳ ପ୍ରଦାନ କରିବ । ପ୍ରଥମ ଭାଗ ଆମୋଦପ୍ରମୋଦ, ଖୁସୀ ଏବଂ ଉତ୍ତମ ସ୍ୱାସ୍ଥ୍ୟକୁ ପ୍ରତିନିଧିତ୍ୱ କରୁଛି ଏବଂ ଦ୍ୱିତୀୟ ଭାଗ ଆପଣଙ୍କ ପାଇଁ ଅସୁବିଧା ଆଣିଦେବ । ତେଣୁ ଦିନର ଅଧିକାଂଶ ସମୟ ମଙ୍ଗଳକାରୀ କାର୍ଯ୍ୟରେ ବିତାନ୍ତୁ ଏବଂ ବନ୍ଧୁ ଓ ପରିବାର ବର୍ଗଙ୍କ ସହିତ ମିଳାମିଶା ଏବଂ ଆନନ୍ଦ ଉଲ୍ଲାସରେ କାଟନ୍ତୁ । ସ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଆପଣଙ୍କୁ ଖୁସି କରିବ । ବିଦ୍ୟାର୍ଥୀ ପାଇଁ ଭଲ ଦିନ କଠିନ ପରିଶ୍ରମ ଦ୍ୱାରା ପାଇବେ ସୁଫଳ । ଆପଣଙ୍କ ଶାରୀରିକ ସମ୍ୱନ୍ଧ ଭଲ ରହିବ ।
କର୍କଟ: ନୂଆ ବ୍ୟାପାର ଆରମ୍ଭ କରିବା ପାଇଁ ଏହା ଏକ ଶୁଭ ଦିନ, ସେଥିପାଇଁ ବେପାର ଲମ୍ଵା ଅବଧିର ରହିବ ଓ ଲାଭଦାୟକ ମଧ୍ୟ ହେବ, ଆପଣ ନୂଆ କାର କିମ୍ଵା ଘର କିଣିପାରନ୍ତି । ବନ୍ଧୁମାନଙ୍କ ଠାରୁ ମଧ୍ୟ ଲାଭ ପାଇପାରିବେ । ବିଦ୍ୟାର୍ଥୀମାନେ ଭଲ କରିବେ ଓ ଧ୍ୟାନ ବଢିବ । ଆଜି ଆପଣ ସବୁକାର୍ଯ୍ୟରେ ସଫଳତା ହାସଲ କରିବେ । ଶତ୍ରୁ ତଥା ଦୁର୍ଜନମାନେ ପରାଜିତ ହେବ । ଆପଣଙ୍କର ଭାବାବେଗ ପ୍ରିୟଜନଙ୍କ ସହିତ ସମ୍ପର୍କକୁ ବୃଦ୍ଧି କରିବେ । ବିଭିନ୍ନ ଘଟଣାବଳୀରୁ ଜଣାପଡିବ ଯେ ଆଜି ଦିନଟିରେ ଆପଣଙ୍କର ଭାଗ୍ୟ ଅନୁକୂଳ ଅଛି ।
ସିଂହ:ଆଜି ଦିନଟି ଭଲ ରହିଛି । ସ୍ୱାସ୍ଥ୍ୟ ଭଲ ରହିବ । ଆତ୍ମୀୟ ସ୍ଵଜନଙ୍କ ସହିତ ସୁନ୍ଦର ଜାଗା ପରିଦର୍ଶନରେ ଯିବେ । ବନ୍ଧୁ ତଥା ନିଜ ଲୋକ ଉନ୍ନତିରେ ସହାୟ ହେବେ । ଶରୀର , ମନ ଓ ଆତ୍ମା ପାଇଁ ଭଲ ଦିନ ଅଟେ । ମାଙ୍ଗଳିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ଦୂର ଯାତ୍ରା ପାଇଁ ଯୋଜନା କରିପାରନ୍ତି । କୌଣସି କାରଣରୁ ରାଗିପାରନ୍ତି । ବିଦେଶୀ ବନ୍ଧୁଙ୍କ ଠାରୁ ସାହାଯ୍ୟ ପାଇବେ । ପିଲାଙ୍କ ଠାରୁ ଶୁଭ ଖବର ପାଇବେ । ପିଲାଙ୍କ ପାଇଁ ଚିନ୍ତା ବଢିବ । ବ୍ୟବସାୟୀମାନେ ବାଧାର ସମ୍ମୁଖିନ ହେବେ ।
କନ୍ୟା: ଆକସ୍ମିକ ଲାଭ ଆପଣଙ୍କୁ ପୁରୁଣା କ୍ଷତିରୁ ସୁରକ୍ଷା ଦେବ । ଅପରାହ୍ନରେ ଆପଣଙ୍କର ସମ୍ଭାବ୍ୟ ବିବାହ ବିଷୟରେ ଖୁସି ଖବର ପାଇପାରନ୍ତି । କିନ୍ତୁ ଆପଣଙ୍କ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ଆଗକୁ ଯିବା ସମୟରେ ଧ୍ୟାନର ସହିତ ନିଷ୍ପତ୍ତି ନିଅନ୍ତୁ । ଘରେ ଏବଂ କାର୍ଯ୍ୟ କ୍ଷେତ୍ରରେ ଆପଣ ଅଧିକ ଭାବନାତ୍ମକ ଭାବେ ଖୁସି ହେବେ । ବିଶେଷ କରି ଆପଣଙ୍କ ବନ୍ଧୁ ଏବଂ ସହକର୍ମୀ ଆପଣଙ୍କୁ ସହଯୋଗ ଦେଖାଇବେ । ଆପଣଙ୍କ ଲାଗି ରହିଥିବା ଅସୁସ୍ଥତା ଧିରେ ଧିରେ ପୂର୍ଣ୍ଣ କରିବ ।
ତୁଳା:ଆଜି ଆପଣଙ୍କ ଭାବନା ସହ ଖେଳୁଥିବା ଓ ଆପଣଙ୍କ ଦକ୍ଷତାରେ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ପ୍ରତିଯୋଗୀମାନଙ୍କ ସହ ସମସ୍ୟା ହୋଇପାରେ, କିନ୍ତୁ ଆପଣ ସେମାନଙ୍କୁ ସହଜରେ ହରାଇଦେବେ । ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ ଆପଣ କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି ତେବେ ଏହି ଲୋକମାନେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ । ଆପଣଙ୍କର ପିଲାମାନଙ୍କର ସ୍ୱାସ୍ଥ୍ୟ ବିଷୟରେ ଏହାର ଫଳାଫଳ ଆପଣଙ୍କୁ ନିଷ୍କ୍ରିୟ କରିଦେଇପାରେ । ପ୍ରତିଦ୍ୱନ୍ଦ୍ବୀ, ଦୁଶ୍ଚିନ୍ତା ଏବଂ ଲାଭାନ୍ୱିତ ହେବାର ଅଭାବ ଆପଣଙ୍କୁ ଦମନ କରିବ ।
ବିଛା: ଆଜି ଏକ ଲାଭଜନକ ଦିନ ଅଟେ । ଆପଣ ଆଜି ଦିନଟିକୁ ଯେମିତି ଚାହିଁବେ ସେମିତି ଉପଭୋଗ କରିପାରିବେ । ଅବିବାହିତ ଯୁବକ ଯୁବତୀ ମାନଙ୍କ ପାଇଁ ବିବାହ ସୁତ୍ରରେ ବାନ୍ଧି ହେବାର ଆଜି ଏକ ଶୁଭ ଦିନ ଅଟେ । ବ୍ୟବସାୟ ପରିଚାଳନା ଓ ବୁଦ୍ଧିରେ ଅତି ଆଗ୍ରହୀ ବ୍ୟକ୍ତି ପ୍ରଚୁର ଅର୍ଥଲାଭ କରିବେ । ଚାକିରିଆ ମାନଙ୍କ କ୍ଷେତ୍ରରେ ସେମାନେ ସେମାନଙ୍କର ହାକିମଙ୍କ ଶୁଭ ଦୃଷ୍ଟିରେ ରହିପାରନ୍ତି । ଆପଣଙ୍କ କାର୍ଯ୍ୟ ଦକ୍ଷତାକୁ ସେ ପ୍ରଶଂସା କରିବେ । ଆପଣ ନିଜର ବନ୍ଧୁଙ୍କ ସହ ସକ୍ଷାତ କରିବେ । ଆପଣ ଏକ ବିସ୍ମୟଜନକ ସୌନ୍ଦର୍ଯ୍ୟରେ ଭରପୁର ଜାଗାକୁ ବୁଲିବାକୁ ଯାଇପାରନ୍ତି ।
today horoscope (SCORPIO) ଧନୁ:ଆପଣଙ୍କ ପାଇଁ ଆଜିର ଦିନ ସାଧାରଣ ରହିବ । ଦିନର ପ୍ରଥମ ଭାଗରେ ଖୁସୀ ଏବଂ ସନ୍ତୁଷ୍ଟିର ବର୍ଷା ହେବ, କିନ୍ତୁ ଦିନର ଦ୍ୱିତୀୟ ଭାଗରେ ଆପଣ ଅସୁବିଧାର ସମ୍ମୁଖୀନ ହେବେ । ଆର୍ଥିକ ଲାଭ, ସାମାଜିକ ପରିଦର୍ଶନ ଏବଂ ମନ୍ଦିରକୁ ଯାତ୍ରା ହେବାର ସମ୍ଭାବନା ରହିଛି । ଦ୍ୱିତୀୟ ଭାଗ ଆପଣଙ୍କ ପାଇଁ ସହାୟକ ଏବଂ ସାହାଯ୍ୟକାରୀ ହେବ । ଆପଣ ସାରାଦିନ ସୁସ୍ଥ ଅନୁଭବ କରିବେ । ଆପଣ ଆପଣଙ୍କ ସାଙ୍ଗରେ ବାହାରକୁ ବୁଲିଯିବେ ଏବଂ ମଉଜ ମଜଲିସ୍ କରିବେ । ଏକ ଆନନ୍ଦମୟ ଆଧ୍ୟାତ୍ମିକ ଅନୁଭବ ନେବାର ଅଛି ।
today horoscope (SAGITTARIUS) ମକର:ଆଜି, ସକାଳ ସମୟରେ ଆପଣଙ୍କ ପାଇଁ କିଛି ସମସ୍ୟା ରହିବ, କିନ୍ତୁ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ । ଦିନର ପ୍ରଥମ ଭାଗରେ, ଆପଣ ଅତ୍ୟନ୍ତ ସଜାଗ ଏବଂ ଯତ୍ନଶୀଳ ରହନ୍ତୁ, ଯଦି ଆପଣ କୌଣସି ଆଇନଗତ ବିବାଦରେ ସାକ୍ଷୀ ହୋଇଛନ୍ତି । ଗାଡି ଅଧିକ ସ୍ପିଡ କରନ୍ତୁ ନାହିଁ କାରଣ ଦୁର୍ଘଟଣା ହେବାର ସମ୍ଭାବନା ରହିଛି । ଅଦରକାରୀ ଖର୍ଚ୍ଚ ଆପଣଙ୍କ ସମସ୍ୟାକୁ ବଢାଇପାରେ । ବିଶେଷ କରି ଆପଣଙ୍କ ଶରୀର ପ୍ରତି ଯତ୍ନ ନିଅନ୍ତୁ । ଛାତ୍ରମାନେ ସେମାନଙ୍କ ପାଠ ପଢା ପ୍ରତି ଧ୍ୟାନମଗ୍ନ ହୋଇ ନପାରନ୍ତି ।
today horoscope (CAPRICORN) କୁମ୍ଭ:ଆଜି, ଆପଣଙ୍କ ପାଇଁ ଏକ ଫଳପ୍ରଦ ଦିନ । ସାମାଜିକ ଏବଂ ଆର୍ଥିକ ଦୃଷ୍ଟିକୋଣରୁ ଆଜିର ଦିନ ଫଳପ୍ରଦ ହେବ । ଦିନର ଦ୍ୱିତୀୟ ଭାଗରେ ପରିସ୍ଥିତି କଷ୍ଟକର ହେବ, ଯେହେତୁ ଘରର ପରିବେଶ ଶାନ୍ତରୁ ଶାନ୍ତ ଅପ୍ରୀତିକର ଆଡକୁ ଗତି କରିବ । ପରିବାରରେ ଅପ୍ରିତିକର ପରିବେଶ ସୌହାର୍ଦପୂର୍ଣ୍ଣ ଏବଂ ଶାନ୍ତତାକୁ ନଷ୍ଟ କରିଦେବ । ଚୋରୀ ପରି ଅନୈତିକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ଆପଣଙ୍କ ନୈରାଶବାଦୀ ଭାବ ଅନ୍ୟ କାହା ମନରେ ଆଘାତ ନଦେବାକୁ ଆପଣ ଆଦୌ ଖରାପ ଭାଷା ବ୍ୟବହାର କରନ୍ତୁ ନାହିଁ । ପରିବାରର କୌଣସି ଏକ ଶୁଭକର୍ମ ପାଇଁ ଖର୍ଚ୍ଚର ପରିମାଣ ବଢିଯାଇପାରେ ।
today horoscope (AQUARIUS) ମୀନ:ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ଆଜି ଆପଣ ଉନ୍ନତି କରିବେ । ସାମାଜିକ ଦୃଷ୍ଟିକୋଣରୁ ଆପଣଙ୍କ ସମ୍ମାନରେ ବୃଦ୍ଧି ହେବ ଏବଂ ପେଶାଦାର ଦୃଷ୍ଟିକୋଣରୁ ପଦୋନ୍ନତି ହୋଇପାରେ ଏବଂ ଆର୍ଥିକ ଲାଭ ମଧ୍ୟ ହୋଇପାରେ । ଅବଶ୍ୟ ବ୍ୟକ୍ତିଗତ ଦୃଷ୍ଟିକୋଣରୁ ଅତ୍ୟନ୍ତ ଭଲ ରହିବ । ଆଜିର ଜୀବନ ଆପଣଙ୍କ ପାଇଁ ଖୁସି, ଶାନ୍ତତା ଏବଂ ସନ୍ତୁଷ୍ଟିର ଉପଯୁକ୍ତ ସନ୍ତୁଳନ ରହିବ । ଆପଣ ନିଜର ଜୀବନସାଥୀ ପାଇପାରନ୍ତି । ସନ୍ଧ୍ୟାରେ ଆପଣ ନିଜର ସାଥୀଙ୍କ ସହ ଆଗରୁ ସ୍ଥିରିକୃତ ଯାଗାକୁ ଯାଇ ଆମୋଦ ପ୍ରମୋଦରେ ସମୟ କାଟିପାରନ୍ତି ।