ଓଡିଶା

odisha

ETV Bharat / lifestyle

ଆଜିର ରାଶିଫଳ; ଏହି ରାଶିଙ୍କ ଆର୍ଥିକ ସ୍ଥିତିରେ ଆସିବ ସୁଧାର, ଏମାନଙ୍କ ଫିଟିବ ବିବାହ ଯୋଗ

କେମିତି କଟିବ ଆଜିର ଦିନ । କାହାକୁ ମିଳିବ ଖୁସି ଖବର । କିଏ ରହିବେ ସତର୍କ । ସବୁ ପ୍ରଶ୍ନର ଉତ୍ତର ପାଇଁ ପଢନ୍ତୁ ଆଜିର ରାଶିଫଳ ।

today horoscope
today horoscope (ETV Bharat Odisha)

By ETV Bharat Odisha Team

Published : Nov 6, 2024, 12:11 AM IST

ମେଷ: ଆପଣଙ୍କ ରାଗକୁ ଦମନ କରିବାର ଆବଶ୍ୟକ ଯେହେତୁ ଆପଣଙ୍କର କାର୍ଯ୍ୟ ଏବଂ ସଂପର୍କ ନଷ୍ଟ କରିଦେବାର ସମ୍ଭାବନା ରହିଛି । ବ୍ୟାକୁଳତା ଏବଂ ଶତୃତା ମନୋଭାବ ଆପଣଙ୍କୁ କାର୍ଯ୍ୟରେ ଏକାଗ୍ରତା ରଖିବାକୁ ଦେବ ନାହିଁ । ଆପଣ ଆଜି ଅତ୍ୟନ୍ତ ସାଧାରଣ ରହିବେ । ଆପଣ ଏକ ଧର୍ମ ସ୍ଥାନକୁ ପରିଦର୍ଶନ କରିପାରନ୍ତି କିମ୍ୱା ଶୁଭ ଆୟୋଜନକୁ ନିମନ୍ତ୍ରିତ ହୋଇପାରନ୍ତି । ଆପଣ ଯଦି କିଛି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଚାହୁଁଥାନ୍ତି କିମ୍ଵା ନୂତନ କାର୍ଯ୍ୟର ଶୁଭାରମ୍ଭ କରିବାକୁ ମନସ୍ଥ କରିଛନ୍ତି, ତାହାହେଲେ ଏହି ସନ୍ଧ୍ୟାଟି ଆପଣଙ୍କ ପାଇଁ ଉତ୍କଷ୍ଟ ସମୟ ଅଟେ । ଦିନଟି ଖୁସିରେ କଟିବ ।

TODAY HOROSCOPE (ARIES)

ବୃଷ: ଆଜି, ଆପଙ୍କର ସ୍ୱାସ୍ଥ୍ୟ ଉତ୍ତମ ରହିବ ନାହିଁ । ଉଭୟ ଶାରିରୀକ ଏବଂ ମାନସିକ ଭାବରେ ଅସ୍ଥିରତା ଅନୁଭବ କରିବାର ସମ୍ଭାବନା ରହିଛି । ଆପଣଙ୍କ ଖାଦ୍ୟ ଉପରେ ନିୟନ୍ତ୍ରଣ ରଖନ୍ତୁ । ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇଲେ ପରିସ୍ଥିତି ଆହୁରି ଖରାପ ଆଡକୁ ଗତି କରିପାରେ । ଭ୍ରମଣ କରିବା ଏଡାନ୍ତୁ । ଆଜି ଯୋଜନା କରିଥିବା ସମସ୍ତ କାର୍ଯ୍ୟ ହୁଏତ ସମାପ୍ତ କରିବା ପାଇଁ ଆପଣ ସମର୍ଥ ହେବେ ନାହିଁ । ପାଠ ପଢାରେ, ଆପଣଙ୍କ ମନରେ ଯାହା ସମସ୍ୟାର ସମାଧାନ ପାଇ ନିଷ୍ପତ୍ତି ନେଇଥିବେ ତାହା କରିବେ । କାର୍ଯ୍ୟ ସ୍ଥଳରେ ମଧ୍ୟ ଚିଡଚିଡା ସ୍ୱଭାବ ରହିବ । ଆଜି କରିଥିବା କାର୍ଯ୍ୟରୁ ସୁଫଳ ମିଳିବ ନାହିଁ ।

TODAY HOROSCOPE (TAURUS)

ମିଥୁନ: ଆଜିର ଦିନ ପୁରା ଭାବରେ ହସ ଖୁସି ଏବଂ ଆନନ୍ଦରେ ଭରା ରହିବ । ଆପଣଙ୍କ ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ସହିତ ଆପଣ ହସ କୌତୁହଳରେ ସମୟ ବିତାଇ ପାରନ୍ତି । ଆପଣ କେତେକ ପ୍ରକାର ସାମାଜିକ ସମ୍ମାନ ଏବଂ ଖ୍ୟାତି ପାଇବାର ଆଶା ରଖନ୍ତୁ । ବୈବାହିକ ଜୀବନ ଆନନ୍ଦମୟ ହେବ । ନିଜ ପ୍ରେମିକ ବା ପ୍ରେମିକାଙ୍କୁ ବିବାହ କରିପାରନ୍ତି । ଏଥିପାଇଁ ପରିବାର ସମର୍ଥନ କରିପାରନ୍ତି । ସୁଖାଦ୍ୟ ପ୍ରାପ୍ତି ଯୋଗ ରହିଛି । ଖର୍ଚ୍ଚ ପ୍ରତି ସତର୍କତା ଅବଲମ୍ୱନ କରିବା ଉଚିତ୍‍ । ଧ୍ୟାନ କଲେ ମାନସିକ ଶାନ୍ତି ମିଳିପାରେ ।

TODAY HOROSCOPE (GEMINI)

କର୍କଟ:ନକ୍ଷତ୍ରଗଣ ଆପଣଙ୍କ ସପକ୍ଷରେ ରହିଛନ୍ତି । ଆପଣ ଆଜି ଅନେକ ସଫଳତା ଏବଂ ଖୁସି ପାଇବାର ଆଶା କରିପାରିବେ । ଆପଣଙ୍କ ପରିବାର ସଦସ୍ୟ ଆପଣଙ୍କ ପ୍ରତି ଅନୁକୂଳ ମନୋଭାବ ନେବେ । ଘର ପରିବେଶ ଉଜ୍ଜ୍ୱଳ ଏବଂ ହସଉଲ୍ଲାସରେ ଭରା ରହିବ । ଆବଶ୍ୟକ ଜିନିଷ ଗୁଡିକରେ ଆପଣ କିଛି ଖର୍ଚ୍ଚ କରିପାରନ୍ତି । ନ ଅନ୍ତ୍ୟନ୍ତ କଳ୍ପନାତ୍ମକ, ସୃଜନଶୀଳ, ପ୍ରୋତ୍ସାହକ ଏବଂ ଆଧୁନିକ କଳାରେ ଭରପୁର ରହିବ । ଆପଣଙ୍କ ଶାରିରୀକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ । ଆପଣଙ୍କ ସୃଜନଶୀଳତା ଏବଂ କ୍ରମ ଉନ୍ନତି କରିବା ଗୁଣରେ ଆପଣଙ୍କର ବିଶ୍ୱାସ ମଜଭୁତ ହେବ ।

TODAY HOROSCOPE (CANCER)

ସିଂହ:ଆଜି, ଆପଣ ଉତ୍ତମ ସ୍ୱାସ୍ଥ୍ୟ ଭଲ ରହିବ ଏବଂ ମନ ଉତ୍ସାହିତ ରହିବ । ଆପଣ ଦିନସାରା ଆଶାବାଦୀ ରହିବେ । ସମସ୍ତ ପ୍ରଚେଷ୍ଟା ଗଠନମୁଳକ ହେବ ଏବଂ ଫଳାଫଳ ଆଶାବାଦୀ ହେବ । ଆପଣଙ୍କ ପିଲାମାନଙ୍କଠାରୁ କିଛି ଭଲ ଜିନିଷ ଆଶା କରିବେ । ଆପଣ ଆଜି ଯାହା ବି କାମ ଧରିବେ ସେଥିରେ ଆପଣ ସଫଳତା ପାଇବେ । ଆପଣଙ୍କ ବନ୍ଧୁମାନଙ୍କ ସହିତ ଏକ ହସଖୁସିର ସନ୍ଧ୍ୟା ଆପଣ ବିତାଇବେ । ସାମାଜିକ ଜୀବନରେ ପ୍ରତିଷ୍ଠା ମିଳି ନ ପାରେ । ଆଇନ କାନୁନ ମାମଲାରେ ସାବଧାନ ହେବା ଆବଶ୍ୟକ ।

TODAY HOROSCOPE (LEO)

କନ୍ୟା: ନକ୍ଷତ୍ର ଆପଣଙ୍କ ସପକ୍ଷରେ ନାହିଁ । ଦିନସାରା ବ୍ୟସ୍ତତା ଏବଂ ବ୍ୟାକୁଳତାରେ ଭରା ରହିବ । ଏହା ଆପଣଙ୍କୁ ଅନେକ ଶାରିରୀକ ଏବଂ ମାନସିକ ଷ୍ଟ୍ରେସ୍‌ ଦେଇପାରେ । ଆପଣଙ୍କ ପରିବାର ସଦସ୍ୟ ଆପଣଙ୍କ ପ୍ରତି ଅପ୍ରୀତିକର ଏବଂ ଅସହଯୋଗୀ ହୋଇ ପାରନ୍ତି । ଆପଣଙ୍କର ମାଆଙ୍କର ସ୍ୱାସ୍ଥ୍ୟ ଅନ୍ୟଏକ ବ୍ୟସ୍ତତାର କାରଣ ହୋଇପାରେ । ଆର୍ଥିକ ସ୍ଥିତି ସ୍ୱଛଳ ରହିପାରେ । ମନ ହରଷ ରହିବ । ଉଚ୍ଚ ବିଚାର ଧାରା ଯୋଗୁଁ ସାମାଜିକ ସମ୍ପର୍କରେ ମଧୁରତା ବୃଦ୍ଧି ପାଇବ । ବ୍ୟବସାୟରେ ପ୍ରଚୁର ଲାଭ ହେବ । ଯଦ୍ୱାରା ଆର୍ଥିକ ସ୍ଥିତି ବୃଦ୍ଧି ପାଇପାରେ ।

TODAY HOROSCOPE (VIRGO)

ତୁଳା:ଆଜି ଆପଣଙ୍କ ପାଇଁ ସୁଫଳ ଯୁକ୍ତ ଦିନଟି ହେବ । ଭ୍ରାତୃ ସମ୍ପର୍କ ବଢିବ । ଦର୍ଶନୀୟ ସ୍ଥାନ ପରିଦର୍ଶନରେ ଯିବେ । ଅର୍ଥ ବ୍ୟୟ ବଢିବ । ବିଦେଶରୁ ସୁ ସମ୍ୱାଦ ପାଇବେ । ବିବାହ ଇତ୍ୟାଦି କାର୍ଯ୍ୟରେ ଯୋଗଦେବେ । ନୂତନ କାର୍ଯ୍ୟରମ୍ଭ ପାଇଁ ଦିନଟି ଖୁବ ଭଲ ଅଟେ । ଶରୀର ଓ ମନ ଭଲ ରହିବ । ଧନ ଲଗାଣ କ୍ଷେତ୍ରରୁ ଲାଭ ବାନ ହେବେ । ସ୍ତ୍ରୀଙ୍କର ଭାଗ୍ୟ ଆପଣଙ୍କୁ ସହାୟ ହେବ । ନିଜ ସ୍ୱପ୍ନର କାମ ପାଇପାରନ୍ତି, କିମ୍ବା କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି । ସମ୍ପତ୍ତି ସଂକ୍ରାନ୍ତୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଫଳପ୍ରଦ ହେବ ଏବଂ ବ୍ୟବସାୟରେ ଉନ୍ନତି ହେବ । ଘରେ ଶାନ୍ତି ଏବଂ ସଦ୍‍ଭାବ ପରିପୂର୍ଣ୍ଣ ରହିବ ।

TODAY HOROSCOPE (LIBRA)

ବିଛା:ଆଜିଦିନ ଆପଣଙ୍କ ପାଇଁ ମଧ୍ୟମ ଧରଣର ହୋଇପାରେ । ଅବଶ୍ୟ, ଅନାବଶ୍ୟକ ଖର୍ଚ୍ଚ ଉପରେ ଆପଣ ନଜର ରଖିବା ଆବଶ୍ୟକ । କଥାବାର୍ତ୍ତା କଲାବେଳେ ଆପଣ ଯତ୍ନଶୀଳ ରହନ୍ତୁ, ନମ୍ର ଏବଂ ଉଲ୍ଲାସ ରହନ୍ତୁ । ତାହା ଆପଣଙ୍କୁ ଘରୋଇ ଶାନ୍ତି ଏବଂ ସ୍ୱହାର୍ଦପୁର୍ଣ୍ଣତା ସୁନିଶ୍ଚିତ କରିବ । ଅନାବଶ୍ୟକ ଭାବରେ ନିରାଶାବାଦୀ ହୁଅନ୍ତୁ ନାହିଁ । ଧର୍ମ କାର୍ଯ୍ୟରେ ଆପଣ ଖର୍ଚ୍ଚ କରିପାରନ୍ତି । ବିବାହିତ ଦମ୍ପତ୍ତି ପୁତ୍ର ସୁଖ ଲାଭ କରିପାରନ୍ତି । ସାମାଜିକ ଜୀବନ ଅତ୍ୟନ୍ତ ସୁଖପ୍ରଦ ହେବ । ସନ୍ଧ୍ୟାରେ ବନ୍ଧୁଙ୍କ ଗହଣରେ ଆମୋଦ ପ୍ରମୋଦରେ ସମୟ ଅତିବାହିତ କରିବେ ।

TODAY HOROSCOPE (SCORPIO)

ଧନୁ:ଏକ ଧାର୍ମୀକ କାର୍ଯ୍ୟରେ ଯୋଗ ଦେବାକୁ ଆପଣ ନିଜକୁ ପ୍ରସ୍ତୁତ ରଖନ୍ତୁ । ଯେଉଁ କାର୍ଯ୍ୟକରିବାକୁ ଆପଣ ଯୋଜନା କରିଥିଲେ , ତାହା ଆଜି ସାରିବାକୁ ସକ୍ଷମ ହେବେ । ଏହା ଆପଣଙ୍କ ଉତ୍କଣ୍ଠିତ ଚିତ୍ତକୁ ଉତ୍ସାହିତ କରିପାରେ । ଆପଣଙ୍କ ଘରେ ଏକ ମାଙ୍ଗଳିକ କାର୍ଯ୍ୟକ୍ରମ ହୋଇପାରେ ଏବଂ ଆପଣ ନିଜର ପ୍ରିୟଜନଙ୍କ ସଙ୍ଗ ଲାଭ କରି ଖୁସି ହେବେ । ସାମାଜିକ ଜୀବନରେ ଆପଣଙ୍କ ସମ୍ମାନ ବୃଦ୍ଧି ଘଟିପାରେ ।

TODAY HOROSCOPE (SAGITTARIUS)

ମକର:ଆଜି ଦିନଟି ଆପଣଙ୍କ ଧାର୍ମୀକ କାର୍ଯ୍ୟରେ ଅତିବାହିତ ହେବ । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ସୁଚାରୁ ରୁପେ ସମ୍ପାଦନ କରିବା ପାଇଁ ଆପଣଙ୍କୁ କିଛି ଖର୍ଚ୍ଚ କରିବାକୁ ପଡିପାରେ । ଆଇନ ସମ୍ମତ କାଗଜପତ୍ର ସଂକ୍ରାନ୍ତୀୟ କର୍ମ ପାଇଁ ଆପଣ ଆଗ୍ରହ ପ୍ରକାଶ କରିପାରନ୍ତି । ମାତ୍ର ଆଦୌ କୌଣସି କାର୍ଯ୍ୟକରିବାକୁ ଆପଣଙ୍କ ଇଛା କମିଯିବ । ଦୁର୍ଘଟଣା ପ୍ରତି ସାବଧାନ ରୁହନ୍ତୁ । ପୁଞ୍ଜି ଲଗାଣର ଆଜି ସଫଳତା ହାସଲ କରିବେ । ଆପଣଙ୍କର ତୀକ୍ଷ୍ମ ବୁଦ୍ଧି ଓ ବିକାଶ ପ୍ରଦର୍ଶନ କରି ଅର୍ଥ ଲାଭ କରନ୍ତୁ । କୌଣସି ଲୋକର କୁଦୃଷ୍ଟି ଯୋଗୁଁ ଆପଣଙ୍କ ସ୍ୱାସ୍ଥ୍ୟ ଠିକ୍‍ ରହିନପାରେ ।

TODAY HOROSCOPE (CAPRICORN)

କୁମ୍ଭ: ଆଜି ଆପଣଙ୍କ ପାଇଁ ଏକ ମହତ୍ୱପୁର୍ଣ୍ଣଦିନ ରହିବ । ଏହି ସମୟ ଭିତରେ ଆପଣ ପ୍ରାପ୍ତ କରିଥିବା ଲାଭ ଯୋଗୁଁ ଖୁସି ହେବେ । ନୂଆ ପ୍ରକଳ୍ପ ଆରମ୍ଭ କରିବା ପାଇଁ ଆଜି ହେଉଛି ଉପଯୁକ୍ତ ସମୟ । ବ୍ୟବସାୟ ବାଣିଜ୍ୟରେ ଲିପ୍ତ ଥିବା ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ଫଳ ପ୍ରଦ ରହିବ । ଆପଣଙ୍କ ସମ୍ମାନ ଏବଂ ଲୋକପ୍ରିୟତାରେ ବୃଦ୍ଧି ହେବ । ଆପଣଙ୍କର ସମ୍ବେଦନଶୀଳ ଏବଂ ଉତ୍ସର୍ଗୀକୃତ ସ୍ୱଭାବ ଯୋଗୁଁ ଆଜି ସନ୍ଧ୍ୟାରେ ପ୍ରିୟଜନଙ୍କ ସହ ବିତାଇଥିବା ମୁହୂର୍ତ୍ତଗୁଡ଼ିକ ସ୍ମରଣୀୟ ହେବ । ଯଦି ଆପଣ ଏକ ସ୍ଥିର ସମ୍ପର୍କରେ ନାହାଁନ୍ତି, ଆପଣଙ୍କୁ ଅନେକ ସୁଯୋଗ ମିଳିବ । ଦେଖିଚାହିଁ ଖର୍ଚ୍ଚ କରିବା ପାଇଁ ପରାମର୍ଶ ଦିଆଯାଉଛି । ଏହା ସୃଜନଶୀଳ କାର୍ଯ୍ୟ କରିବାର ଉପଯୁକ୍ତ ସମୟ ଅଟେ ।

TODAY HOROSCOPE (AQUARIUS)

ମୀନ:ଆଜି ଦିନ ଆପଣଙ୍କ ପାଇଁ ଏକ ପ୍ରୀତିକର ଏବଂ ଉତ୍ସାହିତ ଦିନ ରହିବ । ଆପଣଙ୍କଠାରୁ ବଡ ଲୋକମାନେ ଆପଣଙ୍କୁ ପ୍ରଶଂସା କରିବେ । ବ୍ୟବସାୟ ହେଉ କିମ୍ୱା ସର୍ଭିସ୍‌ ହେଉ, ଆପଣ ଅନୁକୂଳ ଫଳାଫଳ ଆଶା କରିବେ । ପ୍ରତ୍ୟେକ ଜିନିଷ ଯେଉଁ ଭାବରେ ଆଗେଇବ, ଆପଣ ଦେଖି ଖୁସୀ ହେବେ । ବାପା ଏବଂ ବଡମାନଙ୍କ ଠାରୁ ଆପଣ ଲାଭ ଏବଂ ସପକ୍ଷ ଆଶା କରିପାରିବେ । ବଣଭୋଜି କରିବା ପାଇଁ ଆଜି ଦିନଟି ସର୍ବୋକୃଷ୍ଟ ଅଟେ । ତେଣୁ ବନ୍ଧୁ, ପରିବାର ଓ ସହକର୍ମୀଙ୍କ ସହ ମିଳିମିଶି ଭ୍ରମଣ କରିବାକୁ ଯାଇପାରନ୍ତି । ସାମାଜିକ କ୍ଷେତ୍ରରେ ଆପଣଙ୍କର ସମ୍ମାନ ଓ ମର୍ଯ୍ୟଦା ବୃଦ୍ଧି ପାଇପାରେ ।

TODAY HOROSCOPE (PISCES)


ABOUT THE AUTHOR

...view details