ଓଡିଶା

odisha

ETV Bharat / international

ଜି-7 ସମ୍ମିଳନୀରେ ମୋଦିଙ୍କୁ ଭେଟିଲେ ଟ୍ରୁଡୋ, ପରେ ପ୍ରତିକ୍ରିୟାରେ କଣ କହିଲେ ! - Justin Trudeau meet PM Modi

Justin Trudeau Meeting PM Modi At G7: ଇଟାଲୀ ପରସ୍ପରକୁ ଭେଟିଲେ ମୋଦି ଓ କାନାଡା ପ୍ରଧାନମନ୍ତ୍ରୀ । ଉଭୟ ଦେଶ ବିବାଦ ପରେ ପ୍ରଥମ ପ୍ରତ୍ୟକ୍ଷ ସାକ୍ଷାତକାର । ଅଧିକ ପଢନ୍ତୁ

ଜି-7 ସମ୍ମିଳନୀରେ ମୋଦିଙ୍କୁ ଭେଟିଲେ ଟ୍ରୁଡୋ, ପରେ କଣ କହିଲେ !
ଜି-7 ସମ୍ମିଳନୀରେ ମୋଦିଙ୍କୁ ଭେଟିଲେ ଟ୍ରୁଡୋ, ପରେ କଣ କହିଲେ ! (ETV Bharat Odisha)

By ETV Bharat Odisha Team

Published : Jun 16, 2024, 1:34 PM IST

ନୂଆଦିଲ୍ଲୀ:ଜି-7 ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ଇଟାଲୀ ଗସ୍ତ କରିଥିବା ପ୍ରଧାନମନ୍ତ୍ରୀ ମୋଦି ଏକାଧିକ ରାଷ୍ଟ୍ରମୁଖ୍ୟଙ୍କ ସହ ବ୍ୟକ୍ତିଗତ ସାକ୍ଷାତ କରିଛନ୍ତି । ଏହିକ୍ରମରେ ସେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ସହ ମଧ୍ୟ ସାକ୍ଷାତ ହୋଇଛି । କାନାଡା ଭାରତ କୂଟନୈତିକ ତିକ୍ତତା ମଧ୍ୟରେ ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତକାର । ଆପୁଲିଆରେ ମୁଖ୍ୟ କାର୍ଯ୍ୟକ୍ରମର ପାର୍ଶ୍ବ କାର୍ଯ୍ୟକ୍ରମ ଭାବେ ଉଭୟ ପରସ୍ପର ସହ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ସ୍ବଳ୍ପକାଳୀନ ଆଲୋଚନା ମଧ୍ୟ କରିଥିଲେ । ଏହାପରେ ପ୍ରତିପକ୍ଷ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ତମାମ କୂଟନୈତିକ ଗତିରୋଧ ସତ୍ତ୍ବେ ମଧ୍ୟ କାନାଡା ଭାରତ ପ୍ରତ୍ୟେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଏକାଠି କାମ କରିବେ ବୋଲି ଜଷ୍ଟିନ କହିଛନ୍ତି ।

ଶୁକ୍ରବାର ଉଭୟ ନେତାଙ୍କ ମଧ୍ୟରେ ସୌଜନ୍ୟମୂଳକ ସାକ୍ଷାତକାର ହେବା ପରେ ଗଣମାଧ୍ୟମରେ ଏହି ପ୍ରତିକ୍ରିୟା ରଖିଛନ୍ତି ଟ୍ରୁଡୋ । କାନାଡା ଓ ଭାରତ ଏକାଠି କାମ କରିବା ଜାରି ରଖିଛନ୍ତି । ପ୍ରତ୍ୟେକ ଗମ୍ଭୀର ପ୍ରସଙ୍ଗରେ ଉଭୟ ଦେଶ ସହଯୋଗ ଓ ସମନ୍ବୟ ରକ୍ଷା କରି କାମ ଜାରି ରଖିବେ । ସେ ଗମ୍ଭୀର ପ୍ରସଙ୍ଗକୁ ସାମ୍ନାରେ ରଖିବାକୁ ଚାହାନ୍ତି ନାହିଁ ବରଂ ଗୁରୁତ୍ୱପୂର୍ଣ୍ଣ, ସମ୍ବେଦନଶୀଳ ପ୍ରସଙ୍ଗର ସବିଶେଷ ତଥ୍ୟ ଭିତରକୁ ଯିବାକୁ ଯାଉ ନାହିଁ, କିନ୍ତୁ ଆଗାମୀ ଦିନରେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ମୁକାବିଲା କରିବା ପାଇଁ ଏହା ଉଭୟ ଦେଶ ମଧ୍ୟରେ ଏକ ପ୍ରତିବଦ୍ଧତା ଥିଲା ବୋଲି ଜଷ୍ଟିନ କହିଛନ୍ତି । ତେବେ ଜଷ୍ଟିନଙ୍କ ସହ ସାକ୍ଷାତ ସମ୍ପର୍କରେ ଭାରତୀୟ ବିଦେଶ ମନ୍ତ୍ରଣାଳୟ କୌଣସି ସୂଚନା ରଖିନି ।

ଏହା ମଧ୍ୟ ପଢନ୍ତୁ:- ଗୃହ-ଅର୍ଥ ବିଭାଗ ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଜାଣନ୍ତୁ ଆଉ କହାକୁ ମିଳିଲା କେଉଁ ବିଭାଗ - CM Mohan Majhi allocates portfolios

ଖଲିସ୍ତାନୀ ଆତଙ୍କବାଦୀ ନିଜ୍ଜାର ହତ୍ୟା ମାମଲାରେ ଭାରତ-କାନାଡା ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ଅତିମାତ୍ରାରେ ପ୍ରଭାବିତ ହୋଇଥିଲା । ନିଜେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଗତବର୍ଷରେ ଜି-20 ସମ୍ମିଳନୀରେ ଅଂଶଗ୍ରହଣ ପାଇଁ ନୂଆଦିଲ୍ଲୀରୁ ଫେରିବା ପରେ ଭାରତ ବିରୋଧରେ ଏହି ଅଭିଯୋଗ ଆଣିଥିଲେ । ଖଲିସ୍ତାନୀ ଆତଙ୍କବାଦୀ ଘୋଷିତ ନିଜ୍ଜାରକୁ ଭାରତୀୟ ଏଜେନ୍ସିର ଷଡଯନ୍ତ୍ରରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା ।

ଏହାକୁ ଭାରତ ତୀବ୍ର ବିରୋଧ କରିବା ସହ କାନାଡାକୁ ପ୍ରମାଣ ହସ୍ତାନ୍ତର କରିବାକୁ କହିଥିଲା । ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ଭାରତ କାନାଡାକୁ ସାମୟିକ ଭାବେ ଭିସା ସେବା ମଧ୍ୟ ବନ୍ଦ କରିଥିଲା । ଅବଶ୍ୟ ପରେ ସ୍ଥିତିରେ ସୁଧାର ଆସିଛି । ନିକଟରେ ପ୍ରାୟ 4ଜଣ ଭାରତୀୟଙ୍କୁ ଏହି ହତ୍ୟା ଅଭିଯୋଗରେ କାନାଡା ପୋଲିସ ଗିରଫ ମଧ୍ୟ କରିଥିବା ଦାବି କରିଛି । ଏହାକୁ ନେଇ ନୂଆଦିଲ୍ଲୀ କିଛି ସ୍ପଷ୍ଟୀକରଣ ରଖିନି । ଏହି ବିବାଦ ପରେ ଅନ୍ତର୍ଜାତୀୟ ସମ୍ମିଳନୀରେ ପ୍ରଥମ ଥର ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ସାକ୍ଷାତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details