ଓଡିଶା

odisha

By ETV Bharat Odisha Team

Published : 4 hours ago

ETV Bharat / international

ଆତଙ୍କବାଦ ବିଶ୍ବ ପାଇଁ ବଡ଼ ବିପଦ: ପ୍ରଧାନମନ୍ତ୍ରୀ ମୋଦି - Summit of The Future

Summit of The Future: ଆତଙ୍କବାଦ ବିଶ୍ବ ପାଇଁ ସବୁଠୁ ବଡ ବିପଦ । ସଂଯୁକ୍ତ ରାଷ୍ଟ୍ର ମହାସଭାର ‘ସମିଟ୍‌ ଫର୍‌ ଫ୍ୟୁଚର’କୁ ସମ୍ବୋଧନ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆଉ କଣ କଣ କହିଲେ ପ୍ରଧାନମନ୍ତ୍ରୀ ପଢନ୍ତୁ ପୂରା ଖବର ।

PM Modi
SUMMIT OF THE FUTURE (@narendramodi)

ନ୍ୟୁୟର୍କ:ଆତଙ୍କବାଦ ଦୁନିଆ ପାଇଁ ସବୁଠୁ ବଡ ବିପଦ । ବୈଶିକ ଶାନ୍ତି ଓ ବିକାଶ ପାଇଁ ଗ୍ଲୋବାଲ ସଂସ୍ଥା ଗୁଡିକରେ ସଂସ୍କାର ଆସିବା ଆବଶ୍ୟକ ଅଟେ । ଆମେରିକାର ନ୍ୟୁୟର୍କରେ ସଂଯୁକ୍ତ ରାଷ୍ଟ୍ର ମହାସଭା( United Nations General Assembly)ରେ ସମିଟ୍‌ ଫର୍‌ ଫ୍ୟୁଚରକୁ ସମ୍ବୋଧନ କରିବା ଅବସରରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଭାରତରେ 250 ମିଲିୟନ ଲୋକଙ୍କୁ ଆମେ ଗରିବୀରୁ ବାହାରକୁ ଆଣି ଏହା ପ୍ରମାଣିତ କରୁଛି ଯେ ସମାବେଶୀ ବିକାଶ ସଫଳ ହୋଇପାରେ । ମାନବ ଜାତିର ହିତ ପାଇଁ ଭାରତ ମନସା-ବାଚା-କର୍ମଣା ଅର୍ଥାତ (ମନ-ବଚନ ଓ କର୍ମ)ରେ କରିକି ଦେଖାଇଛି ।

ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ:

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହୁରି କହିଛନ୍ତି, ‘ବିଶ୍ବର କଲ୍ୟାଣ ପାଇଁ ଭାରତ ନିଜର ପବ୍ଲିକ ଇନଫ୍ରାଷ୍ଟକରକୁ ସମଗ୍ର ବିଶ୍ବ ସହ ବାଣ୍ଟିବା ପାଇଁ ପ୍ରସ୍ତୁତ ଅଛି । ଭାରତ ପାଇଁ ୱାନ ଆର୍ଥ, ୱାନ ଫ୍ୟାମିଲି, ୱାନ ଫ୍ୟୁଚର (ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ) ପ୍ରତିଶ୍ରୁତିବଦ୍ଧ ଅଟେ । ଭାରତର ପଦକ୍ଷେପ ଗୁଡିକରେ ୱାନ ଅର୍ଥ, ୱାନ ହେଲ୍‌ଥ, ୱାନ ସନ୍‌, ୱାନ ୱାଲର୍ଡ ଦେଖାଯାଉଛି ।’

ଭାରତରେ ଗରିବୀରୁ ମୁକୁଳିଛନ୍ତି 250 ମିଲିୟନ:

ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି, ‘ବିଶ୍ବର ସବୁଠୁ ବଡ ଲୋକତନ୍ତ୍ର ଭାରତ ଓ ଏହାର 140 କୋଟି ଭାରତୀୟଙ୍କ ତରଫରୁ ମୁଁ ସମସ୍ତଙ୍କୁ ନମସ୍କାର ଜଣାଉଛି । ଗତ ଜୁନରେ ମାନବ ଇତିହାସରର ସବୁଠୁ ବଡ ନିର୍ବାଚନରେ ଭାରତର ନାଗରିକ ମୋତେ ତୃତୀୟ ଥର ପାଇଁ ସେବା କରିବାର ଅବସର ଦେଇଛନ୍ତି । ଆଜି ମୁଁ ସେମାନଙ୍କ ସ୍ବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆସିଛି । ଯେତେବେଳେ ଆମେ ଗ୍ଲୋବାଲ ଫ୍ୟୁଚର(ବିଶ୍ବର ଭବିଷ୍ୟତ) ଉପରେ ଆଲୋଚନା କରୁଛନ୍ତି, ସେତେବେଳେ ହ୍ୟୁମାନ ସେଣ୍ଟ୍ରିକ ଆପ୍ରୋଚ ବିଷୟରେ ପ୍ରଥମେ ଆଲୋଚନା ହେବା ଦରକାର । ଦୀର୍ଘସ୍ଥାୟୀ ବିକାଶକୁ ପ୍ରାଥମିକତା ଦେଇ ଆମେ ମାନବ କଲ୍ୟାଣ, ଖାଦ୍ୟ, ସ୍ବାସ୍ଥ୍ୟ ଓ ସୁରକ୍ଷାର ସୁନିଶ୍ଚିତ କରିବାକୁ ପଡିବ...ଭାରତର 250 ମିଲିୟନ ଲୋକଙ୍କୁ ଆମେ ଦାରିଦ୍ର୍ୟରୁ ମୁକୁଳାଇ ଆମେ କରି ଦେଖାଇଛୁ ।’

3 ବର୍ଷ ପରେ ସମିଟ୍‌:

UN(ଜାତିସଂଘ) ମୁଖ୍ୟ ଆଣ୍ଟିନିଓ ଗୁଟେରସ୍‌ ଏହି ସମ୍ମିଳନୀକୁ 2021ରେ କରିବାକୁ ପ୍ରସ୍ତାବ ଦେଇଥିଲେ । ହେଲେ କୋରୋନା କାରଣରୁ ଏହା ହୋଇପାରିନଥିଲା । 3 ବର୍ଷ ପରେ ଏହି ସମ୍ମିଳନୀ ହେଉଛି । ଯେଉଁଥିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ଜାତିସଂଘର 193 ଦେଶର ନେତା ସାମିଲ ହୋଇଛନ୍ତି ।

ବିଶ୍ବକୁ ବିପଦରୁ ବଞ୍ଚାଇବା ଏହାର ଲକ୍ଷ୍ୟ:

ସମିଟ୍‌ ଫର୍‌ ଫ୍ୟୁଚରର ଉଦ୍ଦେଶ୍ୟ ହେଉଛି, ବିଶ୍ବକୁ ଆସିବାକୁ ଥିବା ବିପଦରୁ ବଞ୍ଚାଇବା । 1970ରୁ 2021 ମଧ୍ୟରେ ପାଣିପାଗରେ ପରିବର୍ତ୍ତନରେ କାରଣରୁ 11,778 ଦୁର୍ବିପାକରେ 20 ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ତେବେ ଏହି ସମିଟରେ ବିଶ୍ବ ଶାନ୍ତି, ସ୍ଥାୟୀ ବିକାଶ, ପାଗରେ ପରିବର୍ତ୍ତନ, ମାନବଧିକାର ଓ ଲିଙ୍ଗଗତ ବିଷୟ ଉପରେ ଆଲୋଚନା ହୋଇଛି ।

ଏହା ମଧ୍ୟ ପଢନ୍ତୁ:

ପ୍ରମୁଖ ଆମେରିକୀୟ ଟେକ୍‌ କମ୍ପାନୀ CEOଙ୍କୁ ଭେଟିଲେ ମୋଦି; ଭାରତରେ କାମ କରିବାକୁ କଲେ ଆହ୍ବାନ

ସରିଲା ‘କ୍ବାଡ’; ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନରେ ପ୍ରଶଂସା, ଆମେରିକୀୟ ବିଜିନେସ ଟାଇକୁନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ମୋଦିଙ୍କୁ ଦେଖି ଖୁସିରେ କୁଣ୍ଢାଇ ପକାଇଲେ ବାଇଡେନ, କ୍ବାଡ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ABOUT THE AUTHOR

...view details