ଓଡିଶା

odisha

ETV Bharat / international

ଭାରତର ତ୍ରିରଙ୍ଗାକୁ ଅପମାନ କରିଥିଲେ, କ୍ଷମା ମାଗିଲେ ମାଳଦ୍ୱୀପର ନିଲମ୍ବିତ ମନ୍ତ୍ରୀ - Maldives Minister Apologises

Suspended Maldives Minister Apologises: ଭାରତର ଜାତୀୟ ପତାକାକୁ ଅପମାନ କରି କ୍ଷମା ମାଗିଲେ ମାଳଦ୍ବୀପର ନିଲମ୍ବିତ ମନ୍ତ୍ରୀ ମରିୟମ ଶିଉନା । ଏମଡିପିକୁ ଟାର୍ଗେଟ କରିବା ପାଇଁ ସୋସିଆଲ ମିଡିଆ ପୋଷ୍ଟରେ ଅଶୋକ ଚକ୍ରକୁ କରିଥିଲେ ବ୍ୟବହାର । ଅଧିକ ପଢନ୍ତୁ

Maldives Minister Apologises
Maldives Minister Apologises

By ETV Bharat Odisha Team

Published : Apr 9, 2024, 8:25 AM IST

ହାଇଦ୍ରାବାଦ: ଭାରତର ଜାତୀୟ ପତାକାକୁ ଅପମାନ କରି କ୍ଷମା ମାଗିଲେ ମାଳଦ୍ବୀପର ନିଲମ୍ବିତ ମନ୍ତ୍ରୀ ମରିୟମ ଶିଉନା । ସେ ମାଳଦ୍ବୀର ବିରୋଧୀ ପାର୍ଟି ଏମଡିପିକୁ ଟାର୍ଗେଟ କରିବା ପାଇଁ ଜାତୀୟ ପତାକାରେ ଥିବା ଅଶୋକ ଚକ୍ରର ବ୍ୟବହାର କରିଥିଲେ । ଏନେଇ ସୋସିଆଲ ମିଡିଆରେ ସେ ଏକ ପୋଷ୍ଟ ସେୟାର କରିଥିଲେ । ଯାହାକୁ ବିରୋଧ କରାଯିବାରୁ ପୋଷ୍ଟଟିକୁ ଡିଲିଟ କରିବା ସହ କ୍ଷମା ମାଗିଛନ୍ତି ମରିୟମ ଶିଉନା ।

ଏହା ମଧ୍ୟ ପଢନ୍ତୁ-ଭାରତ ବିରୋଧୀ ମନ୍ତବ୍ୟ ଦେଇଥିବା 3 ମନ୍ତ୍ରୀ ନିଲମ୍ବିତ ଚର୍ଚ୍ଚା, ରିପୋର୍ଟକୁ ମାଳଦ୍ବୀପ ମନ୍ତ୍ରୀଙ୍କ ଖଣ୍ଡନ

ସେ ଏକ ପୋଷ୍ଟ କରି କହିଛନ୍ତି, ''ମୁଁ ମୋର ଏକ ସୋସିଆଲ ମିଡିଆ ପୋଷ୍ଟ ଉପରେ କହିବାକୁ ଚାହୁଁଛି ଯାହା ପାଇଁ ମୋତେ ସମାଲୋଚନା କରାଯାଉଛି । ମୋର ସୋସିଆଲ ମିଡିଆ ପୋଷ୍ଟକୁ ନେଇ ସୃଷ୍ଟି ହୋଇଥିବା ଦ୍ବନ୍ଦ ଓ ଅପରାଧ ପାଇଁ ମୁଁ କ୍ଷମା ମାଗୁଛି । ଏମଡିପି ବିରୋଧରେ କରିଥିବା ପୋଷ୍ଟରେ ବ୍ୟବହୃତ ହୋଇଥିବା ଛବି ଭାରତର ଜାତୀୟ ପତକା ସହ ମେଳ ଖାଉଥିବା ମୁଁ ଜାଣିବାକୁ ପାଇଲି । ମୁଁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ, ଏହା ସମ୍ପୂର୍ଣ୍ଣ ଅଜାଣତରେ ହୋଇଥିଲା । ଭାରତର ଜାତୀୟ ପତାକାକୁ ଅପମାନ କରିବା ମୋର ଉଦ୍ଦେଶ୍ୟ ନୁହଁ । ମାଳଦ୍ୱୀପ ଭାରତ ସହ ସମ୍ପର୍କ ଏବଂ ଦୁଇ ଦେଶ ମଧ୍ୟରେ ପାରସ୍ପରିକ ସମ୍ମାନକୁ ଗଭୀର ଭାବରେ ଗୁରୁତ୍ୱ ଦେଉଛି । ଭବିଷ୍ୟତରେ ଯେପରି ମୋ ଦ୍ବାରା ଏପରି କିଛି ଭୁଲ ନହୁଏ ତା' ଉପରେ ମୁଁ ଦୃଷ୍ଟି ଦେବି । କିଛି ପୋଷ୍ଟ କରିବା ପୂର୍ବରୁ ଯାଞ୍ଚ କରିବି ।''

ଏହା ମଧ୍ୟ ପଢନ୍ତୁ-ମୁଇଜୁଙ୍କ ଉପରେ ବଢୁଛି ଚାପ: ମୋଦି ଓ ଭାରତୀୟଙ୍କୁ କ୍ଷମା ମାଗିବାକୁ ବିରୋଧୀ ଦଳର ଦାବି

ଡିଲିଟ ହୋଇଥିବା ପୋଷ୍ଟରେ ମରିୟମ ଶିଉନା ମାଲଦ୍ୱୀପ ଡେମୋକ୍ରାଟିକ୍ ପାର୍ଟିର (MDP) ପ୍ରଚାର ପୋଷ୍ଟର ଦେଖାଯାଇଥିଲା । ଯେଉଁଥିରେ ଭାରତ ଜାତୀୟ ପତାକାରେ ଥିବା ଅଶୋକ ଚକ୍ରକୁ ପାର୍ଟିର ଲୋଗୋ ଭାବେ ଦର୍ଶାଯାଇଥିଲା । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାକ୍ଷାଦ୍ବୀପ ଗସ୍ତକୁ ନେଇ ବିବାଦୀୟ ଟିପ୍ପଣୀ ଦେଇଥିଲେ ମରିୟମ ଶିଉନା । ଏହାପରେ ତାଙ୍କୁ ମନ୍ତ୍ରୀ ପଦରୁ ନିଲମ୍ବିତ କରାଯାଇଥିଲା । ମରିୟମ ଶିଉନାଙ୍କ ବ୍ୟତୀତ ମାଲଶା ସରିଫ ଓ ମହଜୁମ ମଜିଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାକ୍ଷାଦ୍ବୀପ ଗସ୍ତକୁ ସୋସିଆଲ ମିଡିଆରେ ସମାଲୋଚନା କରିଥିଲେ । ଯାହା ଭାରତ-ମାଳଦ୍ବୀପ ଦ୍ବିପାକ୍ଷିକ ସମ୍ପର୍କକୁ ପ୍ରଭାବିତ କରିଥିଲା । ଏହାପରେ 3 ମନ୍ତ୍ରୀଙ୍କୁ ମାଳଦ୍ବୀପ ସରକାର ନିଲମ୍ବିତ କରିଥିଲେ ।

ABOUT THE AUTHOR

...view details