ଓଡିଶା

odisha

ETV Bharat / international

ପାକିସ୍ତାନରେ ସସପେନ୍ସ ଜାରି: ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦେଲା ପିଟିଆଇ, କୋର୍ଟ ଗଲେ ସ୍ୱାଧୀନ ପ୍ରାର୍ଥୀ

Pakistan Election 2024: ପାକିସ୍ତାନରେ ଦେଶବ୍ୟାପୀ ଶାନ୍ତିପୂର୍ଣ୍ଣ ଆନ୍ଦୋଳନର ଡାକରା ଦେଲା ପିଟିଆଇ । ସେପଟେ ଭୋଟ ରିଗିଂ ଅଭିଯୋଗ ନେଇ କୋର୍ଟଙ୍କ ଦ୍ୱାରସ୍ତ ହେଲେ ସ୍ୱାଧୀନ ପ୍ରାର୍ଥୀ । ଅନ୍ୟପଟେ କିଛି ବିଜୟୀ ସ୍ୱାଧୀନ ପ୍ରାର୍ଥୀମାନେ ନଓ୍ୱାଜ ଶରିଫଙ୍କ ଆଡକୁ ଢଳୁଥିବା ଦେଖିବାକୁ ମିଳିଛି । ପଢନ୍ତୁ ପୁରା ଖବର

Pakistan Election 2024
ପାକିସ୍ତାନ ନିର୍ବାଚନ

By ETV Bharat Odisha Team

Published : Feb 11, 2024, 12:24 PM IST

ଇସଲାମାବାଦ:ସାଧାରଣ ନିର୍ବାଚନକୁ ପାକିସ୍ତାନରେ ହଟଚମଟ ଲାଗି ରହିଛି । ଭୋଟିଂ ପରେ ଚୂଡାନ୍ତ ଫଳାଫଳ ଘୋଷଣାରେ ବିଳମ୍ୱ ହେବାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି । ଏହାକୁ ବିରୋଧ କରି ଆଜି (ରବିବାର) ଦେଶବ୍ୟାପୀ ଆନ୍ଦୋଳନର ଡାକରା ଦେଇଛି ଇମ୍ରାନ ଖାନଙ୍କ ପାର୍ଟି ତେହରିକ-ଏ- ଇନସାଫ(ପିଟିଆଇ) । ଗତକାଲି(ଶନିବାର) ଦିନ ଅପରାହ୍ନ 2ଟା ସୁଦ୍ଧା ପାର୍ଟିର କୋର କମିଟି ବୈଠକରେ ଦେଶବ୍ୟାପୀ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବା ନେଇ ନିଷ୍ପତ୍ତି ନିଆଯାଇଥିବା ନେଇ ସୂଚନା ରହିଛି । ଅନ୍ୟପଟେ ବୁଥ ରିଗିଂ ଅଭିଯୋଗ ଆଣି ନ୍ୟାୟାଳୟର ଦ୍ୱାରସ୍ତ ହୋଇଛନ୍ତି ଇମ୍ରାନ ଖାନଙ୍କ ଦଳ ପିଟିଆଇ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ।

ଆଜି ପାକିସ୍ତାନରେ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦେଇଛି ଇମ୍ରାନ ଖାନଙ୍କ ପାର୍ଟି ତେହରିକ-ଏ- ଇନସାଫ(ପିଟିଆଇ) । ନିର୍ବାଚନରେ ବୁଥ ରିଗିଂଠାରୁ ଫଳାଫଳ ଘୋଷଣା ହେବାରେ ବିଳମ୍ୱକୁ ନେଇ ଅସନ୍ତୋଷ ଜାହିର କରିବା ସହ ନିର୍ବାଚନରେ ଅନେକ ଅନିୟମିତତା ଦେଖାଯାଇଥିବା ଅଭିଯୋଗ ଆଣିଛି ଦଳ । ଶନିବାର ଦିନ ଅପରାହ୍ନ 2ଟା ସୁଦ୍ଧା ଏନେଇ ପାର୍ଟିର କୋର କମିଟି ବୈଠକ ବସିଥିବା ବେଳେ ନିର୍ବାଚନ ସମ୍ୱନ୍ଧୀୟ ବିଭିନ୍ନ ଦିଗରେ ଆଲୋଚନା ହୋଇଥିଲା । ଫଳାଫଳ ଘୋଷଣାରେ ବିଳମ୍ୱ ହେଉଥିବା ଅଭିଯୋଗ ଆଣି ରବିବାର ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦେଇଛି ଦଳ । ତେବେ ଶାନ୍ତିପୂର୍ଣ୍ଣ ଭାବେ ଏହି ଆନ୍ଦୋଳନ କରିବା ନେଇ ଦଳ କୋର୍ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଏହାମଧ୍ୟ ପଢନ୍ତୁ..ଆଗରେ ଇମ୍ରାନଙ୍କ ପାର୍ଟି, କିନ୍ତୁ କ୍ଷମତା ଛଡାଇନେବେ ନଓ୍ବାଜ-ବିଲାଓ୍ବଲ ଯୋଡି !

ଅନ୍ୟପଟେ ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇ ସମର୍ଥିତ ଅନେକ ସ୍ୱାଧୀନ ପ୍ରାର୍ଥୀ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି । ରିଟର୍ଣ୍ଣିଂ ଅଫିସରଙ୍କ ଉପରେ ଚାପ ପକାଇ ଗଣତିରେ ହେରଫେର କରିଥିବା ଅଭିଯୋଗ କରିଛନ୍ତି ସ୍ୱାଧୀନ ପ୍ରାର୍ଥୀମାନେ । ଲାହୋର ହାଇକୋର୍ଟରେ ପିଟିଆଇ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀମାନେ ଆବେଦନ କରିଛନ୍ତି । ବାପା-ପୁଅ ଶେହବାଜ ସରିଫ ଓ ହମଜା ଶେହବାଜ ବିଜୟକୁ ଚ୍ୟାଲେଞ୍ଜ କରି ମଧ୍ୟ କୋର୍ଟରେ ଆବେଦନ କରିଛନ୍ତି ପ୍ରାର୍ଥୀ ।

ଅନ୍ୟପଟେ ନିର୍ବାଚନ ଫଳାଫଳ ଘୋଷଣା ବିଳମ୍ବ ହେଉଥିବା ବେଳେ 3 ଜଣ ନିର୍ଦଳୀୟ ପ୍ରାର୍ଥୀ ନଓ୍ୱାଜ ଶରିଫ ପାର୍ଟି ପାକିସ୍ତାନ ମୁସଲିମ ଲିଗ ନଓ୍ୱାଜ (ପିଏମଏଲ-ଏନ)ରେ ସାମିଲ ହେବା ନେଇ ଘୋଷଣା କରିଛନ୍ତି । ଏକ ଭିଡିଓ ବାର୍ତ୍ତା ଜାରି କରି ଏନେଇ ଘୋଷଣା କରିଛନ୍ତି 3 ନିର୍ଦଳୀୟ ପ୍ରାର୍ଥୀ । ତେବେ ନିର୍ବାଚନ ଫଳାଫଳକୁ ଦେଖିଲେ ମୋଟ 266 ଆସନ ମଧ୍ୟରୁ ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟି ‘ପିଟିଆଇ’ ସମର୍ଥିତ ପ୍ରାର୍ଥୀମାନେ ଭଲ ପ୍ରଦର୍ଶନ କରି ଏକକ ଦଳ ଭାବେ ସର୍ବାଧିକ ଆସନ ହାସଲ କରିଛି ।

ଇମ୍ରାନଙ୍କ ଦଳୀୟ ଓ ସମର୍ଥିତ ସ୍ବାଧୀନ ବିଜେତା ସାଂସଦଙ୍କ ସଂଖ୍ୟା 100 ପାର କରିସାରିଥିଲେ ମଧ୍ୟ ହେଲେ ଏକକ ବହୁମତ ପାଇନଥିବା ଇମ୍ରାନଙ୍କୁ ମାତ ଦେବାରେ ସଫଳ ହୋଇପାରନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ । କାରଣ ନଓ୍ବାଜଙ୍କ ପାର୍ଟି PML-N ମାତ୍ର 71 ଆସନ ଜିତିଥିବା ବେଳେ ବିଲାଓ୍ବାଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କ ପାର୍ଟି PPP ଓ ଅନ୍ୟ କିଛି ଛୋଟ ସହଯୋଗୀ ଦଳଙ୍କ ସହ ମିଶି ସରକାର ଗଠନ କରିବାକୁ ଯାଉଥିବା ସୂଚନା ମିଳିଛି । କିଛି ସ୍ୱାଧିନ ପ୍ରାର୍ଥୀ ମଧ୍ୟ ନଓ୍ୱାଜଙ୍କ ଆଡକୁ ଢଳୁଥିବା ଦେଖିବାକୁ ମିଳିଲାଣି ।

ABOUT THE AUTHOR

...view details