ଓଡିଶା

odisha

ETV Bharat / international

ପ୍ୟାରିସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ, 'AI ବଦଳାଇଦେବ କୋଟି କୋଟି ଲୋକଙ୍କ ଜୀବନ' - PARIS AI ACTION SUMMIT

ପ୍ୟାରିସରେ ପ୍ରଧାନମନ୍ତ୍ରୀ ମୋଦି, AI ଆକ୍ସନ ସମ୍ମିଳନୀରେ ଯୋଗ ଦେଇ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋନଙ୍କ ସହ କଲେ ସହ-ଅଧ୍ୟକ୍ଷତା ।

Prime Minister Narendra Modi addresses AI Action Summit in Paris
Prime Minister Narendra Modi addresses AI Action Summit in Paris (AP Photo)

By ETV Bharat Odisha Team

Published : Feb 11, 2025, 7:44 PM IST

ପ୍ୟାରିସ:ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ଆୟୋଜିତ ଏଆଇ ଆକ୍ସନ ସମ୍ମିଟରେ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧନ କରିଛନ୍ତି । ଏହି ଅବସରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଉପରେ ଅଧିକ ଧ୍ୟାନ ଦେବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ଏଆଇର ମାନଦଣ୍ଡ ପ୍ରତିଷ୍ଠା ଜରୁରୀ:

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି,"AI ରାଜନୀତି, ଅର୍ଥନୀତି, ସୁରକ୍ଷା ଓ ସମାଜକୁ ଏକ ପୁନଃଆକୃତି ଦେଉଛି । ଏଆଇ ଦ୍ରୁତ ଗତିରେ ବିକଶିତ ହେଉଛି ଏହାକୁ ଆହୁରି ଦ୍ରୁତ ଗତିରେ ଗ୍ରହଣ ଓ ସଦୁପଯୋଗ କରାଯାଉଛି । ସୀମା ବାହାରେ ମଧ୍ୟ ଏହାର ନିର୍ଭରଶୀଳତା ବୃଦ୍ଧି ପାଉଛି । ସମାନ ମୂଲ୍ୟବୋଧକୁ ବଜାୟ ରଖିବା ଏବଂ ବିପଦକୁ ସମାଧାନ କରିବା ପାଇଁ ଏଆଇର ମାନଦଣ୍ଡ ପ୍ରତିଷ୍ଠା କରିବା ପାଇଁ ସାରା ବିଶ୍ୱ ସାମୂହିକ ପ୍ରୟାସ କରିବା ଜରୁରୀ । ଯାହାଦ୍ୱାରା ଏଆଇ ସ୍ୱାସ୍ଥ୍ୟ, ଶିକ୍ଷା, କୃଷି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଉନ୍ନତି ଆଣି ଲକ୍ଷ ଲକ୍ଷ ଜୀବନକୁ ପରିବର୍ତ୍ତନ କରିବାରେ ସାହାଯ୍ୟ କରିପାରିବ ।

'ଏଆଇ ଯୋଗୁଁ ଚାକିରି ହରାଇବାର ଭୟ':

ଅନ୍ୟପଟେ ଏଆଇ ଯୋଗୁଁ ଚାକିରି ହରାଇବାର ଭୟକୁ ନେଇ ମୋଦି କହିଛନ୍ତି, "ଇତିହାସ ଦର୍ଶାଏ ଯେ ପ୍ରଯୁକ୍ତିବିଦ୍ୟା ପାଇଁ କେବେ କାମ ବନ୍ଦ ହୋଇଯାଏନାହିଁ । ଏହାର ପ୍ରକୃତି ପରିବର୍ତ୍ତନ ହୁଏ ଓ ନୂତନ ପ୍ରକାର ଚାକିରି ସୃଷ୍ଟି ହୁଏ । ଏକ ଏଆଇ-ଚାଳିତ ଭବିଷ୍ୟତ ପାଇଁ ଆମ ଲୋକମାନଙ୍କ ମଧ୍ୟରେ ଦକ୍ଷତା ଓ ପୁନଃଦକ୍ଷତା ବଢାଇବାରେ ନିବେଶ କରିବାରେ ଆବଶ୍ୟକତା ରହିଛି ।

ଭାରତରେ AI ଆପ୍ଲିକେସନର ବିକଶିତ:

AIକୁ ନେଇ ଭାରତର ସଫଳତା ବିଷୟରେ ମୋଦି କହିଛନ୍ତି, " ଏଆଇ ଭବିଷ୍ୟତ ସମସ୍ତଙ୍କ ପାଇଁ ଭଲ ହେବା ନିଶ୍ଚିତ କରିବା ପାଇଁ ଭାରତ ନିଜର ଅଭିଜ୍ଞତା ଓ ବିଶେଷଜ୍ଞତା ବାଣ୍ଟିବାକୁ ପ୍ରସ୍ତୁତ । ଆଜି ଭାରତ ତଥ୍ୟ ଗୋପନୀୟତା ଉପରେ AI ଗ୍ରହଣ ଏବଂ ଟେକ୍ନୋଲୋଜି-ଆଇନଗତ ସମାଧାନରେ ନେତୃତ୍ୱ ନେଉଛି । ଆମେ ଜନସାଧାରଣଙ୍କ ମଙ୍ଗଳ ପାଇଁ AI ଆପ୍ଲିକେସନ୍ ବିକଶିତ କରୁଛୁ । ଆମେ ଏକ ଏପରି ଏଆଇ ଯୁଗର ଆରମ୍ଭରେ ଅଛୁ ଯାହା ମାନବତାକୁ ରକ୍ଷା କରିବ। କିଛି ଲୋକ ଚିନ୍ତା କରନ୍ତି ଯେ, ମେସିନଗୁଡ଼ିକ ମଣିଷ ଅପେକ୍ଷା ବୁଦ୍ଧିମତ୍ତା କ୍ଷେତ୍ରରେ ଶ୍ରେଷ୍ଠ, କିନ୍ତୁ ଆମ ସାମୂହିକ ଭବିଷ୍ୟତର ଚାବିକାଠି କାହା ପାଖରେ ନାହିଁ ଏବଂ ମଣିଷ ବ୍ୟତୀତ ଅନ୍ୟ କାହା ପାଖରେ ଭାଗ୍ୟ ନାହିଁ । ଦାୟିତ୍ୱର ସେହି ଭାବନା ଆମକୁ ମାର୍ଗଦର୍ଶନ କରିବା ଉଚିତ ।"

ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ:

ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ଯାଇ ପ୍ୟାରିସରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ପ୍ରଧାନମନ୍ତ୍ରୀ AI ଆକ୍ସନ ସମ୍ମିଳନୀରେ ଯୋଗଦେଇ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋନଙ୍କ ସହ AI ଆକ୍ସନ ସମ୍ମିଳନୀର ସହ-ଅଧ୍ୟକ୍ଷତା କରିଛନ୍ତି । ଗତକାଲି (ସୋମବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ପହଞ୍ଚିବା ପରେ ପ୍ରତିପକ୍ଷ ମାକ୍ରୋନ ତାଙ୍କୁ ବିମାନ ବନ୍ଦରରେ ଭବ୍ୟ ସ୍ବାଗତ କରିଥିଲେ ।

ଏହାମଧ୍ୟ ପଢନ୍ତୁ...

ପ୍ୟାରିସରେ AI ଆକ୍ସନ ସମ୍ମିଳନୀ, ମୋଦି-ମାକ୍ରୋନ କରିବେ ଯୁଗ୍ମ ଅଧ୍ୟକ୍ଷତା - PM MODI VISIT TO FRANCE

ଆମେରିକା ଯିବେ ପ୍ରଧାନମନ୍ତ୍ରୀ ମୋଦି, 13 ରେ ଟ୍ରମ୍ପଙ୍କ ସହ ଭେଟଘାଟ୍‌

ପ୍ୟାରିସ ପରେ ଯିବେ ଆମେରିକା:-

ଦୁଇଦିନିଆ ପ୍ୟାରିସ ଗସ୍ତ ଶେଷ କରିବା ପରେ ପ୍ରଧାନମନ୍ତ୍ରୀ ଆସନ୍ତାକାଲି (ବୁଧବାର) ରାତିରେ ଆମେରିକା ଅଭିମୁଖେ ଯାତ୍ରା କରିବେ । ସେଠାରେ ସେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସାକ୍ଷାତ କରିବେ । ୨୦୨୪ ରେ ମୋଦି ପ୍ରଧାନମନ୍ତ୍ରୀ ଭାବେ ଓ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଏହା ପ୍ରଥମ ଭେଟଘାଟ୍‌ । ଉଭୟ ଦେଶର ମିଳିତ ପ୍ରସଙ୍ଗ ସହ ବୈଶ୍ବିକ ପ୍ରସଙ୍ଗରେ ମଧ୍ୟ ଉଭୟଙ୍କ ମଧ୍ୟରେ ଆଲୋଚନା ହେବ । ଟ୍ରମ୍ପଙ୍କ ଆକ୍ରମଣାତ୍ମକ ବାଣିଜ୍ୟ ଓ ଇମିଗ୍ରେସନ ନୀତି ମଧ୍ଯରେ ସାରା ବିଶ୍ବ ଭୟଭୀତ ଥିବା ବେଳେ ମୋଦିଙ୍କର ଏହି ଗସ୍ତ ଭୂ-ରାଜନୈତିକ ସ୍ଥିତିରେ ବେଶ ଗୁରୁତ୍ବପୂର୍ଣ୍ଣ ବିଚାର କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details