ଓଡିଶା

odisha

3 ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ; କ୍ବାଡ ସମ୍ମିଳନୀରେ ସାମିଲ ହେବେ, ବାଇଡେନଙ୍କୁ ଭେଟିବେ - Modi visits America

By ETV Bharat Odisha Team

Published : 4 hours ago

PM Modi emplanes for US: ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି । ତିନି ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ । କ୍ବାଡ ସମ୍ମିଳନୀରେ ସାମିଲ ହେବେ ଓ ୟୁଏନ ସମିତି ଅଫ ଫିୟୁଚରକୁ ସମ୍ଭୋଧିତ କରିବେ । ଅଧିକ ପଢନ୍ତୁ

Etv Bharat
Etv Bharat (@MEAIndia)

ନୂଆଦିଲ୍ଲୀ: ଆଜିଠୁ 3ଦିନିଆ ଆମେରିକା ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ବାର୍ଷିକ କ୍ବାଡ ସମ୍ମିଳନୀରେ ସାମିଲ ହେବା ସହ ଜାତିସଂଘ ମହାସଭାର ଫ୍ୟୁଚର ସମ୍ମିଟ କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିବେ । ଏଥସହ ରାଷ୍ଟ୍ରପତି ଜୋ.ବାଇଡେନଙ୍କ ସହ ଦ୍ବିପାକ୍ଷିକ ଆଲୋଚନା ମଧ୍ୟ କରିବେ ମୋଦି । ଆମେରିକାରେ ରହୁଥିବା ପ୍ରବାସୀ ଭାରତୀୟଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଭେଟିବାର କାର୍ଯ୍ୟକ୍ରମ ରହିଛି । ଆଗକୁ ଭାରତ ‘କ୍ବାଡ ସମ୍ମିଳନୀ’ ଆୟୋଜନ କରିବାକୁ ଥିବା ବେଳେ ଏହି ଗସ୍ତ ବେଶ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି ।

  • ମୋର ବନ୍ଧୁମାନଙ୍କ ସହ ସମ୍ମିଳନୀରେ ସାମିଲ ହେବାକୁ ଉତ୍ସାହିତ:

ଆମେରିକା ଗସ୍ତ ପୂର୍ବରୁ ମୋଦି କହିଛନ୍ତି,''ମୁଁ ତିନି ଦିନିଆ ଆମେରିକା ଗସ୍ତରେ ଯାଉଛି । ସେଠାରେ ରାଷ୍ଟ୍ରପତି ବାଇଡେନଙ୍କ ଦ୍ବାରା ହୋମଟାଉନ ୱିଲିଂଟନରେ ଆୟୋଜିତ ‘କ୍ୱାଡ ସମ୍ମିଳନୀ’ରେ ଅଂଶଗ୍ରହଣ କରିବି । ନ୍ୟୁୟର୍କରେ ମିଳିତ ଜାତିସଂଘ ମହାସଭାରେ ଭବିଷ୍ୟତ ସମ୍ମିଳନୀକୁ ସମ୍ବୋଧିତ କରିବି । ମୋର ବନ୍ଧୁ, ରାଷ୍ଟ୍ରପତି ବାଇଡେନ, ପ୍ରଧାନମନ୍ତ୍ରୀ ଆଲବେନିସ ଏବଂ ପ୍ରଧାନମନ୍ତ୍ରୀ କିଶିଦାଙ୍କ ସହ ଏହି ସମ୍ମିଳନୀରେ ସାମିଲ ହେବାକୁ ଉତ୍ସାହିତ ଅଛି । ଏହି ସମ୍ମିଳନୀ ‘ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର’ରେ ଶାନ୍ତି, ପ୍ରଗତି ଏବଂ ସମୃଦ୍ଧତା ପାଇଁ କାର୍ଯ୍ୟ କରିବାକୁ ସମାନ ବିଚାର ଧାରା ଦେଶର ଏକ ପ୍ରମୁଖ ଗୋଷ୍ଠୀ ଭାବରେ ଉଭା ହୋଇଛି । ''

ଏହା ମଧ୍ୟ ପଢନ୍ତୁ-ଫଟୋରେ ଖବର: ମୋଦିଙ୍କୁ ଦେଖି ଭାବବିହ୍ୱଳ ହେଲେ ୟୁକ୍ରେନ ରାଷ୍ଟ୍ରପତି - Photos Of Modi And Zelensky

ଏହା ମଧ୍ୟ ପଢନ୍ତୁ-PM Modi in Egypt: 2ଦିନିଆ ଗସ୍ତରେ ଇଜିପ୍ଟରେ ପହଞ୍ଚିଲେ ପିଏମ୍ ମୋଦି, ପ୍ରତିପକ୍ଷ ପ୍ରଧାନମନ୍ତ୍ରୀ କଲେ ସ୍ବାଗତ

ମୋଦି ଆହୁରି ମଧ୍ୟ କହିଛନ୍ତି, ''ରାଷ୍ଟ୍ରପତି ବାଇଡେନଙ୍କ ସହ ମୋର ସାକ୍ଷାତକାର ଭାରତ-ଆମେରିକାର ବିଶ୍ବ ରଣନୀତିକ ଭାଗିଦାରୀକୁ ସୁଦୃଢ କରିବ । ମୁଁ ପ୍ରବାସୀ ଭାରତୀୟ ଏବଂ ଆମେରିକୀୟ ବ୍ୟବସାୟୀଙ୍କ ସହ ଆଲୋଚନା ପାଇଁ ଉତ୍ସାହିତ ଅଛି । ଭବିଷ୍ୟତର ଶିଖର ସମ୍ମିଳନୀ ବିଶ୍ୱ ସମୁଦାୟ ପାଇଁ ମାନବିକତାର ଉନ୍ନତି ପାଇଁ ଆଗାମୀ ଦିନରେ ରାସ୍ତା ଦେଖାଇବାର ସୁଯୋଗ ।’’

ଏହା ମଧ୍ୟ ପଢନ୍ତୁ-ପ୍ରଧାନମନ୍ତ୍ରୀ ମୋଦି ପିନ୍ଧିବେ ଓଡ଼ିଶା ଖଦି ବସ୍ତ୍ର, ଜନ୍ମ ଦିନରେ ଦେଲେ ବଇନା - PM MODI TO WEAR KHADI CLOTHES

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ ଟ୍ବିଟ କରି କହିଛନ୍ତି,''ପ୍ରଧାନମନ୍ତ୍ରୀ ଆମେରିକା ଗସ୍ତ କରିଛନ୍ତି । ସେଠାରେ ଷଷ୍ଠ କ୍ୱାଡ ସମ୍ମିଳନୀରେ ଅଂଶଗ୍ରହଣ କରିବେ ।ଏଥିସହ ନ୍ୟୁୟର୍କରେ ମିଳିତ ଜାତିସଂଘ ମହାସଭାରେ ‘ଭବିଷ୍ୟତର ସମ୍ମିଳନୀ’କୁ ସମ୍ବୋଧିତ କରିବେ ।''

  • ଟ୍ରମ୍ପଙ୍କୁ ମଧ୍ୟ ଭେଟି ପାରନ୍ତି ମୋଦି:-

ପ୍ରଧାନମନ୍ତ୍ରୀ ମୋଦି ଏହି ଗସ୍ତ ମଧ୍ୟରେ ପୂର୍ବତନ ରାଷ୍ଟ୍ରପତି ତଥା ଚଳିତ ନିର୍ବାଚନର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ମଧ୍ୟ ଭେଟି ପାରନ୍ତି । କାରଣ ଟ୍ରମ୍ପ ମୋଦିଙ୍କ ସହ ସାକ୍ଷାତ କରିବାକୁ ଆଗ୍ରହୀ ଥିବା ନିକଟରେ ଏକ କାର୍ଯ୍ୟକ୍ରମରେ କହିଥିଲେ । ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ବେଳେ ଟ୍ରମ୍ପ ମୋଦିଙ୍କୁ ପ୍ରଶଂସା କରିବା ସହ କ୍ବାଡ ସମ୍ମିଳନରେ ଅଂଶଗ୍ରହଣ କରିବାକୁ ଆସୁଥିବା ମୋଦିଙ୍କୁ ସାକ୍ଷାତ କରିବେ ବୋଲି କହିଥିଲେ । ଭାରତ ପକ୍ଷରୁ ଏନେଇ କୌଣସି ସୂଚନା ନଥିଲେ ମଧ୍ୟ ମୋଦି ଟ୍ରାମ୍ପ ଭେଟଘାଟ ମଧ୍ୟ ହୋଇପାରେ ।

  • ତୃତୀୟ ପାଳି ଆରମ୍ଭରେ ଏକାଧିକ ବିଦେଶ ଗସ୍ତ କଲେଣି ପ୍ରଧାନମନ୍ତ୍ରୀ :

ଶେଷ ଥର ପାଇଁ ପ୍ରଧାନମନ୍ତ୍ରୀ 2023 ଜୁନ୍‌ ମାସରେ 4 ଦିନିଆ ଆମେରିକା ଗସ୍ତ କରିଥିଲେ । ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଏହା ପ୍ରଥମ ଆମେରିକା ଗସ୍ତ । ତେବେ 2024 ସାଧାରଣ ନିର୍ବାଚନରେ ବିଜୟୀ ହୋଇ ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ମୋଦି ଏକାଧିକ ବିଦେଶ ଗସ୍ତ କରିସାରିଛନ୍ତି । ଏହା ମଧ୍ୟରେ ବ୍ରୁନେଇ, ସିଙ୍ଗାପୁର, ୟୁକ୍ରେନ ଓ ଋଷ ପରି ଦେଶ ରହିଛି । ନିକଟରେ ମୋଦିଙ୍କର ପରସ୍ପର ବିରୋଧୀ ଦେଶ ଋଷ ଓ ୟୁକ୍ରେନ ଗସ୍ତ ବିଶ୍ବବ୍ୟାପୀ ଚର୍ଚ୍ଚାରେ ଥିଲା । ଉଭୟ ରାଷ୍ଟ୍ରମୁଖ୍ୟଙ୍କ ସହ ମୋଦି ଆଲୋଚନା କରିବା ସହ ଯୁଦ୍ଧ ବନ୍ଦ କରିବା ପାଇଁ ଭାରତ ଶାନ୍ତିପୂର୍ଣ୍ଣ ଆଭିମୁଖ୍ୟକୁ ସ୍ପଷ୍ଟ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details