ଓଡିଶା

odisha

By ETV Bharat Odisha Team

Published : Aug 23, 2024, 1:14 PM IST

Updated : Aug 23, 2024, 1:40 PM IST

ETV Bharat / international

ନେପାଳରେ ନଦୀକୁ ଖସିଲା ବସ୍‌; ୧୪ ଭାରତୀୟ ମୃତ - Nepal bus tragedy

Indian passenger bus traveling from Pokhara to Kathmandu plunges into Marsyangdi river: ନେପାଳର ନଦୀରେ ଖସିପଡିଲା ଭାରତୀୟ ଯାତ୍ରୀବାହି ବସ୍‌ । 14 ଜଣଙ୍କର ମୃତ୍ୟୁ । ଅଧିକ ପଢନ୍ତୁ

Etv Bharat
Etv Bharat (ANI)

କାଠମାଣ୍ଡୁ:ନେପାଳରେ ନଦୀକୁ ଖସିଲା ଭାରତୀୟ ଯାତ୍ରୀ ବସ୍‌ । 40 ଜଣ ଯାତ୍ରୀଙ୍କୁ ନେଇ ପୋଖରାର କାଠମାଣ୍ଡୁକୁ ଯାଉଥିବା ବେଳେ ମାର୍ସିଆଙ୍ଗଡି ନଦୀରେ ବସ୍‌ଟି ଖସି ପଡିଛି । ଏହି ଦୁର୍ଘଟଣାରେ 14 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ସମସ୍ତ ଯାତ୍ରୀ ଆହତ ହୋଇଛନ୍ତି । ଏନେଇ ନେପାଳ ଶସସ୍ତ୍ରବାହିନୀ ପକ୍ଷରୁ ସୂଚନା ଦିଆଯାଇଛି । ଘଟଣା ସ୍ଥଳରେ ନେପାଳ ସେନା ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ । ତଦନ୍ତ ପରେ ସ୍ପଷ୍ଟ ହେବ ।

ବସ୍‌ଟି ୟୁପିର:ବସ୍‌ଟି ୟୁପିର ହୋଇଥିବା ନମ୍ବର ପ୍ଲେଟରୁ ଜଣାପଡିଛି । କିନ୍ତୁ ସେଥିରେ କୌଣସି ଉତ୍ତରପ୍ରଦେଶର ଯାତ୍ରୀ ଥିଲେ ନା ନାହିଁ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, '' ଭାରତୀୟ ଯାତ୍ରୀଙ୍କୁ ନେଇ ଯାଉଥିବା ଯାତ୍ରୀବାହି ବସ୍ ପୋଖରାରୁ କାଠମାଣ୍ଡୁ ଅଭିମୁଖେ ଯାଉଥିଲା। ଅହାର ଗାଡି ନମ୍ବର ହେଉଛି UP FT 7623। ଏହା ନଦୀ କୂଳରେ ପଡିଛି । ଏହି ଘଟଣାରେ ଉତ୍ତରପ୍ରଦେଶ ରିଲିଫ କମିଶନର କହିଛନ୍ତି, '' ନେପାଳରେ ବସ୍‌ ନଦୀକୁ ଖସିବା ପରେ ସେଥିରେ ଉତ୍ତରପ୍ରଦେଶର ଲୋକ ଥିଲେ ନା ନାହିଁ ତାହା ବର୍ତ୍ତମାନ ଜଣାପଡିନାହିଁ । ଏହି ଘଟଣାରେ ଅଧିକ ବିବରଣୀ ଅପେକ୍ଷା କରାଯାଇଛି । ''

ଏହା ମଧ୍ୟ ପଢନ୍ତୁ-ନେପାଳରେ ଭାସିଗଲା ୨ଟି ଯାତ୍ରାବାହୀ ବସ, 7 ଭାରତୀୟଙ୍କ ସମେତ ୬୩ ନିଖୋଜ - Landslide hits Nepal

ପୂର୍ବରୁ 2ଟି ଯାତ୍ରୀବାହି ବସ୍‌ ଭାସିଯାଇଥିଲା:ଗତ ଜୁଲାଇ ମାସରେ ନେପାଳରେ ଭୂସ୍ଖଳନ ପରେ ନଦୀରେ ଭାସିଗଲା ୨ଟି ଯାତ୍ରୀବାହି ବସ୍‌ ଭାସି ଯାଇଥିଲା । ୨ ଟା ଯାକ ବସରେ ପାଖାପାଖି ୬୫ ଜଣ ଯାତ୍ରୀ ଥିବା ବେଳେ ୬୩ ଜଣ ନିଖୋଜ ହୋଇଯାଇଥିଲେ । ନିଖୋଜଙ୍କ ମଧ୍ୟରେ ୭ ଜଣ ଭାରତୀୟ ଥିଲେ । ଏହି ଘଟଣା ପରେ ଖରାପ ପାଣିପାଗ ଯୋଗୁ କାଠମାଣ୍ଡୁରୁ ଭରତପୁର ଓ ଚିତଓ୍ବାନ ଯାଉଥିବା ସମସ୍ତ ବିମାନ ସେବାକୁ ରଦ୍ଦ କରାଯାଇଥିଲା ।

Last Updated : Aug 23, 2024, 1:40 PM IST

ABOUT THE AUTHOR

...view details