ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଆଉ ଏକ ଝଟକା । ଦୁର୍ନୀତି ମାମଲାରେ ଜେଲ ଦଣ୍ଡାଦେଶ ଶୁଣାଇଲେ କୋର୍ଟ। ଖାଲି ଇମ୍ରାନ ନୁହେଁ, ପତ୍ନୀ ବୁଶରା ବିବିଙ୍କୁ ମଧ୍ୟ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ପାକିସ୍ତାନୀ କୋର୍ଟ। ଦୁର୍ନୀତି ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶରା ବିବି ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।
ଇମ୍ରାନଙ୍କ ନାଁରେ କ'ଣ ରହିଛି ମାମଲା?
ଅଲ୍-କାଦିର ଟ୍ରଷ୍ଟ କେୟାରର 190 ମିଲିୟନ ପାଉଣ୍ଡ ଟଙ୍କା ହେରଫେର କରିଥିବା ନେଇ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ନାଁରେ ରହିଛି ଅଭିଯୋଗ । ଯାହାକୁ ନେଇ ଇମ୍ରାନଙ୍କୁ 14 ବର୍ଷ ଓ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ 7 ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ବିଚାରପତି ନସିର ଜାଭେଦ ରାନା ଏହି ରାୟ ଶୁଣାଇଛନ୍ତି । ତେବେ ଇମ୍ରାନ ନିଜ କ୍ଷମତାର ଦୁରୁପଯୋଗ କରିଥିବା ନେଇ ଏହି ମାମଲାରେ ଦର୍ଶାଯାଇଛି ।
ଜାତୀୟ ଆକାଉଣ୍ଟେବିଲିଟି ବ୍ୟୁରୋ (NAB) ଡିସେମ୍ବର 2023 ରେ ଇମ୍ରାନ ଖାନ ଓ ତାଙ୍କ ପତ୍ନୀଙ୍କ ସମେତ ଅନ୍ୟ 6 ଜଣଙ୍କ ବିରୁଦ୍ଧରେ ମାମଲା ହୋଇଥିଲା । ସେମାନଙ୍କ ନାଁରେ 190 ମିଲିୟନ ପାଉଣ୍ଡ ଟଙ୍କା ଘୋଟାଲା ଅଭିଯୋଗ ରହିଥିଲା ।