ଓଡିଶା

odisha

ETV Bharat / international

ବନାଗ୍ନି କବଳରେ ଚିଲି: ଶହେ ଟପିଲା ମୃତକଙ୍କ ସଂଖ୍ୟା, ଶତାଧିକ ନିଖୋଜ - ଚିଲି ଜଙ୍ଗଲ ନିଆଁ

Chile Forest Fire: ଚିଲି ଦେଶରେ ବନାଗ୍ନି ବିପତ୍ତି । ଗତ 3 ଦିନ ହେଲ ନିଆଁ କବଳରେ ଦେଶର ଅର୍ଦ୍ଧାଧିକ ଅଞ୍ଚଳ । ଏହି ଅଗ୍ନିକାଣ୍ଡରେ 100ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେବି ଶତାଧିକ ନିଖୋଜ ଅଛନ୍ତି । ଅଧିକ ପଢନ୍ତୁ

Chile Forest Fire
ବନାଗ୍ନି କବଳରେ ଚିଲି

By ETV Bharat Odisha Team

Published : Feb 5, 2024, 11:08 AM IST

ସାଣ୍ଟିଆଗୋ: ଭୟଙ୍କର ବନାଗ୍ନିରେ ଜଳୁଛି ଦକ୍ଷିଣ ଆମେରିକୀୟ ଦେଶ ଚିଲି । ଗତ 3 ଦିନ ହେଲା ବନାଗ୍ନିରେ ସନ୍ତୁଳି ହେଉଛି ସେଣ୍ଟ୍ରାଲ ଚିଲି । ଏହି ନିଆଁ ଏବେ ଅଣାୟତ୍ତ ହେବାରେ ଲାଗିଛି । ଏହି ଭୟଙ୍କର ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା 112 ଛୁଇଁଥିବା ବେଳେ ଶତାଧିକ ଏବେବି ନିଖୋଜ ରହିଛନ୍ତି । ନିଆଁ ଲିଭା କାର୍ଯ୍ୟ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଭିନାଡେଲମାର ସମେତ ଏହାର ପଡୋଶୀ ସହର ଗୁଡିକରେ କର୍ଫ୍ୟୁ ଜାରି କରାଯାଇଛି । ପାଖାପାଖି 161 ବର୍ଗ କିଲୋମିଟର ଅଞ୍ଚଳରେ ନିଆଁ ବ୍ୟାପିଛି ।

ଦେଶର 3 ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଭିନାଡେଲମାର ସହର ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି । ଶତାଧିକ ଲୋକେ ଘର ମଧ୍ୟରେ ଫସି ରହିଛନ୍ତି । ଶତାଧିକ ଘର, ଗାଡି ଜଳି ନଷ୍ଟ ହୋଇଯାଇଛି । ଧୂଆଁ ଓ ନିଆଁ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି । ଭିନାଡେଲମାରରେ ପାଖାପାଖି 200 ଲୋକ ନିଖୋଜ ଥିବା ଜଣାପଡିଛି । ଏହି ଅଞ୍ଚଳର ପ୍ରସିଦ୍ଧ ବଟାନିକାଲ ଗାର୍ଡେନ ନିଆଁର କବଳରେ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି । ଭିନାଡେଲମାର ସମେତ ପଡୋଶୀ ସହର ଭିଲ୍ଲା ଆଲେମାନା, କ୍ୱିଲପେ ଆଦି ସହର ଗୁଡିକରେ ସରକାରଙ୍କ ପକ୍ଷରୁ କର୍ଫ୍ୟୁ ଜାରି କରାଯାଇଛି । ଲୋକମାନଙ୍କୁ ଘରୁ ନ ବାହାରିବାକୁ ଅପିଲ କରାଯାଇଛି ।

ଏହାମଧ୍ୟ ପଢନ୍ତୁ..ଚିଲିରେ ଜନବହୁଳ ଅଞ୍ଚଳକୁ ବ୍ୟାପିଲା ଜଙ୍ଗଲ ନିଆଁ: 50ରୁ ଅଧିକ ମୃତ, ଜରୁରୀ ସ୍ଥିତି ଘୋଷଣା କଲେ ରାଷ୍ଟ୍ରପତି

ଚିଲି ଫରେନ୍ସିକ ମେଡିସିନ ସର୍ଭିସ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତି ସୁଦ୍ଧା ବନାଗ୍ନିରେ ମୃତକଙ୍କ ସଂଖ୍ୟା 112ରେ ପହଞ୍ଚିଛି । ଦେଶର ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଏବଂ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଅନେକ ଜଣ ଚିକିତ୍ସିତ ହେଉଥିବା ଯୋଗୁ ମୃତକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରିଛନ୍ତି ରାଷ୍ଟ୍ରପତି ଗାବ୍ରିଏଲ ବୋରିକ । ଦେଶରେ 2 ଦିନିଆ ଶୋକ ପାଳନ ନେଇ ଘୋଷଣା କରିଛନ୍ତି ରାଷ୍ଟ୍ରପତି । ସେ ଆଉ ମଧ୍ୟ କହିଛନ୍ତି, 'ସମଗ୍ର ଚିଲି ଯନ୍ତ୍ରଣା ଭୋଗୁଛି କିନ୍ତୁ ଆମକୁ ପୁଣି ଥରେ ଛିଡା ହେବାକୁ ପଡିବ ।'

ଦେଶରେ ଉଦ୍ଧାର କାର୍ଯ୍ୟ ଓ ନିଆଁଲିଭା କାର୍ଯ୍ୟ ଜାରି ରହିଛି । ଫାୟାରଫାଇଟର୍ସ ହେଲିକପ୍ଟର ଓ ଟ୍ରକ୍ ମାଧ୍ୟମରେ ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି । ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବା ସହ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ ଅପିଲ କରାଯାଇଛି । ବନାଗ୍ନି ଯୋଗୁ ଦେଶର ପାଣିପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ତାପମାତ୍ରା ଅସାଧାରଣ ଭାବେ ବୃଦ୍ଧି ପାଇବାରେ ଲାଗିଛି ଏବଂ ଆଦ୍ରତା ମଧ୍ୟ ଖୁବ କମ ରହିଛି । ସାରା ଦେଶରେ ଜରୁରୀ ସ୍ଥିତି ଘୋଷଣା କରାଯାଇଛି ।

ABOUT THE AUTHOR

...view details