ଓଡିଶା

odisha

ବାଂଲାଦେଶରେ ରାଜରାସ୍ତାକୁ ଓହ୍ଲାଇଲେ ହଜାର ହଜାର ହିନ୍ଦୁ, ମାଗିଲେ ସୁରକ୍ଷା - Minority Hindu protest in Dhaka

By ETV Bharat Odisha Team

Published : Aug 10, 2024, 6:49 PM IST

Bangladesh crisis: ସରକାର ବିରୋଧୀ ଆନ୍ଦୋଳନ ଏବେ ସଂଖ୍ୟାଲଘୁ ବିରୋଧୀ ହିଂସା । ଢାକାରେ ରାସ୍ତାକୁ ଓହ୍ଲାଇଲେ ହଜାର ହଜାର ସଂଖ୍ୟାଲଘୁ ହିନ୍ଦୁ । ହାତରେ ପ୍ଲାକକାର୍ଡ ଧରି ମାଗିଲେ ସୁରକ୍ଷା । ଅଧିକ ପଢନ୍ତୁ

ବାଂଲାଦେଶରେ ରାଜରାସ୍ତାରକୁ ଓହ୍ଲାଇଲେ ହଜାର ହଜାର ସଂଖ୍ୟାଲଘୁ ହିନ୍ଦୁ, ମାଗିଲେ ସୁରକ୍ଷା
ବାଂଲାଦେଶରେ ରାଜରାସ୍ତାରକୁ ଓହ୍ଲାଇଲେ ହଜାର ହଜାର ସଂଖ୍ୟାଲଘୁ ହିନ୍ଦୁ, ମାଗିଲେ ସୁରକ୍ଷା (ETV Bharat Odisha)

ଢାକା: ବାଂଲାଦେଶରେ ଜାରି ରହିଥିବା ସରକାର ବିରୋଧୀ ହିଂସାରେ ସଂଖ୍ୟାଲଘୁ ହିନ୍ଦୁ ଓ ଅନ୍ୟ ସମ୍ପ୍ରଦାୟକୁ ଆକ୍ରମଣ କରୁଛନ୍ତି ବିଦ୍ରୋହୀ । କେଉଁଠି ହିନ୍ଦୁ ପରିବାରକୁ ଆକ୍ରମଣ ଓ ହତ୍ୟା କରାଯାଉଛି ତ, କେଉଁଠି ଶିକ୍ଷାନୁଷ୍ଠାନରେ ହିନ୍ଦୁ ଛାତ୍ରଛାତ୍ରୀଙ୍କ ସହ ବର୍ବର ନିର୍ଯାତନାର ଭିଡିଓ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଆଜି ଏହାରି ମଧ୍ୟରେ ରାଜଧାନୀ ଢାକାରେ ହଜାର ହଜାର ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ପ୍ରତିବାଦ କରିଛନ୍ତି । ସୁରକ୍ଷା ଦେବାକୁ ସେମାନେ ଦାବି କରିଛନ୍ତି । ହାତରେ ‘ସେଭ୍‌ ବାଂଲାଦେଶୀ ହିନ୍ଦୁ’ ଓ ସେଭ ମାଇନରଟିଜ୍‌’ ଲେଖାଥିବା ପ୍ଲାକାର୍ଡ ଧରି ଏମାନେ ସୁରକ୍ଷା ମାଗିଛନ୍ତି ।

  • ସୁରକ୍ଷା ଦାବିରେ ରାସ୍ତାକୁ ଓହ୍ଲାଇଲୋ ହିନ୍ଦୁ ସମ୍ପ୍ରଦାୟ:-

ବାଂଲାଦେଶରେ ସରକାରୀ ନିଯୁକ୍ତିରେ ନିର୍ଦ୍ଦିଷ୍ଟ ବର୍ଗକୁ ସଂରକ୍ଷଣ ବିବାଦରୁ ଆରମ୍ଭ ହୋଇଥିବା ଛାତ୍ର ଆନ୍ଦୋଳନ ଉଗ୍ରରୂପ ଧାରଣ କରିଛି । ନିର୍ବାଚିତ ସରକାରର ପତନ ହୋଇସାରିଛି । ଆନ୍ଦୋଳନ ହଠାତ ଏମିତି ହିଂସକ ରୂପ ଧାରଣ କଲା ଯେ, ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଇସ୍ତଫା ଦେଇ ଦେଶ ଛାଡି ଭାରତରେ ଶରଣ ନେବାକୁ ବାଧ୍ୟ କଲା । ବିଭିନ୍ନ ସରକାରୀ ପ୍ରତିଷ୍ଠାନ ଉପରେ ଉତ୍ୟକ୍ତ ଆନ୍ଦୋଳନକାରୀମାନେ ଆକ୍ରମଣ କରି ପ୍ରଭୃତି କ୍ଷୟକ୍ଷତି କରିଛନ୍ତି । ଏବେ ସୁଦ୍ଧା ପ୍ରାୟ 4 ଶହରୁ ଅଧିକ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି ।

  • ସଂଖ୍ୟାଲଘୁଙ୍କୁ କରାଯାଉଛି ଆକ୍ରମଣ:-
    ବାଂଲାଦେଶରେ ରାଜରାସ୍ତାରକୁ ଓହ୍ଲାଇଲେ ହଜାର ହଜାର ସଂଖ୍ୟାଲଘୁ ହିନ୍ଦୁ, ମାଗିଲେ ସୁରକ୍ଷା (ETV Bharat Odisha)

ସରକାର ବିରୋଧୀ ଏହି ଆନ୍ଦୋଳନ କିଛି ସ୍ଥାନରେ ସାମ୍ପ୍ରଦାୟିକ ହିଂସାରେ ପରିଣତ ହୋଇଛି । ହିନ୍ଦୁ ସମ୍ପ୍ରଦାୟ ଉପରେ ଆକ୍ରମଣ ଓ ମନ୍ଦିର ଭଙ୍ଗାରୁଜାର ଖବର ଆସିବାରେ ଲାଗିଛି । ଢାକା ସମେତ ବିଭିନ୍ନ ସ୍ଥାନରେ ହିନ୍ଦୁ ମନ୍ଦିର ଭଙ୍ଗା ଯାଇଛି । ବିଭିନ୍ନ ସ୍କୁଲ କଲେଜ ଓ ଶିକ୍ଷାନୁଷ୍ଠାନରେ ସଂଖ୍ୟାଲଘୁ ହିନ୍ଦୁ ଛାତ୍ରଛାତ୍ରୀଙ୍କୁ ବର୍ବରାତର ସହ ନିର୍ଯାତନା ଦିଆଯାଉଥିବାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି ।

ଏହା ମଧ୍ୟ ପଢନ୍ତୁ :- ବାଂଲାଦେଶ ସଙ୍କଟ: ପ୍ରଧାନମନ୍ତ୍ରୀଙ୍କ ପରେ ପଦ ଛାଡିଲେ ପ୍ରଧାନ ବିଚାରପତି, ଘଣ୍ଟାଏ ମହଲତ ଦେଇଥିଲେ ବିଦ୍ରୋହୀ - Bangladesh Chief Justice Resigns

  • ଅନ୍ତରୀଣ ସରକାର ଗଠନ ପରେ ମଧ୍ୟ ଥମୁନି ହିଂସା:-

ଗତକାଲିଠାରୁ ବାଂଲାଦେଶରେ ସେନା ସମର୍ଥିତ ଅନ୍ତରୀଣ ସରକାର ଗଠନ ହୋଇସାରିଛି । ତଥାପି ହିଂସା ଥମିବାର ନାଁ ନେଉନି । ଆଜି ବିଦ୍ରୋହୀଙ୍କ ଚେତାବନୀରେ ବାଂଲାଦେଶରେ ପ୍ରଧାନ ବିଚାରପତି ଅବଦ୍ଦୁଲ ହାସନ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ବାଂଲାଦେଶ ସହ ସର୍ବାଧିକ ଅନ୍ତର୍ଜାତୀୟ ସୀମା ସେୟାର କରୁଥିବା ଭାରତ ମଧ୍ୟ ଘଟଣାକ୍ରମ ଉପରେ କଡା ନଜର ରଖିଛି । ଦୁଇ ଦେଶର ଅନ୍ତର୍ଜାତୀୟ ସୀମାରେ ଅନୁପ୍ରବେଶ ଆଶଙ୍କା ଥିବାରୁ ସୀମା ସୁରକ୍ଷା ବଳ ପାଟ୍ରୋଲିଂକୁ କଡାକଡି କରିଛି । ବାଂଲାଦେଶରେ ପ୍ରାୟ 20 ହାଜର ଭାରତୀୟ ଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ଫେରି ଆସିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details