ଓଡିଶା

odisha

By ETV Bharat Odisha Team

Published : May 28, 2024, 11:55 AM IST

ETV Bharat / health

ବିକଶିତ ଭାରତର ସ୍ବପ୍ନ ସମୟରେ ମଧ୍ୟ ଆଜିବି ଅନେକ ଭୋକିଲା, ମା' ସମୃଦ୍ଧ ହେଲେ ସମୃଦ୍ଧି ହେବ ଦେଶ - World Hunger Day

World Hunger Day: ପାଣିପାଗ ପରିସ୍ଥିତି, ଅସ୍ଥିରତା, ପ୍ରାକୃତିକ ବିପର୍ଯ୍ୟୟ ସମେତ ବିଭିନ୍ନ କାରଣରୁ ପ୍ରତିବର୍ଷ ଫସଲ ଉତ୍ପାଦନ ନିୟମିତ ଭାବେ ପ୍ରଭାବିତ । ଏଭଳି ପରିସ୍ଥିତିରେ ଲୋକଙ୍କୁ ଭୋକିଲାରୁ ବଞ୍ଚିତ କରିବା ବର୍ତ୍ତମାନ ସମୟର ବଡ ଆହ୍ବାନ ଅଟେ । ଅଧିକ ପଢନ୍ତୁ

World Hunger Day
World Hunger Day (ETV Bharat Odisha)

ହାଇଦ୍ରାବାଦ:ଖାଦ୍ଯ ବିନା ଜୀବନ ଅସମ୍ଭବ । ତେବେ ଏକ ରିପୋର୍ଟ ଅନୁସାରେ, ବିଶ୍ବରେ ପ୍ରାୟ 800 ମିଲିୟନ ଲୋକ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ପାଇବାରନ୍ତି ନାହିଁ । ଯାହାକି ଏକ ପ୍ରକାର ଚିନ୍ତାର ବିଷୟ ଅଟେ । 2011 ମସିହାରେ ହଙ୍ଗର ପ୍ରୋଜେକ୍ଟ ଦ୍ବାରା ଓ୍ବାର୍ଲ୍ଡ ହଙ୍ଗର ଡେ ଆରମ୍ଭ ହୋଇଥିଲା । କ୍ଷୁଧା ଏବଂ ଦାରିଦ୍ର୍ୟର ସ୍ଥାୟୀ ସମାଧାନ କରିବା ଆଜି ଦିନର ମୁଖ୍ୟ ଉଦ୍ଦେଶ୍ୟ ଅଟେ । ପ୍ରତିବର୍ଷ ମେ 28 ତାରିଖରେ ଓ୍ବାର୍ଲ୍ଡ ହଙ୍ଗର ଡେ ବା ବିଶ୍ବ କ୍ଷୁଧା ଦିବସ ଭାବେ ପାଳନ କରାଯାଇଥାଏ ।

World Hunger Day (ETV Bharat Odisha)

ଯୁଦ୍ଧ, ଦୁର୍ବିପାକ, ଜଳବାୟୁ ପରିବର୍ତ୍ତନ ଏବଂ ଅନ୍ୟାନ୍ୟ କାରଣରୁ ସାରା ବିଶ୍ୱରେ ମହିଳା ଏବଂ ଶିଶୁ ପୁଷ୍ଟିହୀନତାର ସମ୍ମୁଖୀନ ହେଉଛନ୍ତି । ଯଦି ଦେଖିବା 1 ଆରବରୁ ଅଧିକ କିଶୋର ଏବଂ ମହିଳା ପୃଷ୍ଟିହୀନତାର ଶିକାର ହେଉଛନ୍ତି। ତେବେ ଏକ ମା' ପୃଷ୍ଟିହୀନତାର ଶିକାର ହେଲେ ଏହାର ପ୍ରଭାବ ଶିଶୁ ପର୍ଯ୍ୟନ୍ତ ପହଞ୍ଚିଥାଏ । ପୁଷ୍ଟିହୀନ ମା'ମାନେ ପୁଷ୍ଟିହୀନ ପିଲାମାନଙ୍କୁ ଜନ୍ମ ଦେଇଥାନ୍ତି । ମସ୍ତିଷ୍କର ବିକାଶ ଏବଂ ପିଲାମାନଙ୍କର ଭବିଷ୍ୟତ ଉପରେ ଏଗୁଡ଼ିକର ଅପୂରଣୀୟ ପ୍ରଭାବ ରହିଛି । ତେବେ ପ୍ରତ୍ୟେକ ବର୍ଷ ଏକ ଥିମକୁ ନେଇ ବିଶ୍ବ କ୍ଷୁଧା ଦିବସ ପାଳନ କରାଯାଇଥାଏ । ତେବେ ଚଳିତ ବର୍ଷର ଥିମ ରହିଛି ମାଆ ସମୃଦ୍ଧ ହେଲେ ସମୃଦ୍ଧ ହେବ ବିଶ୍ବ (Thriving Mothers Thriving World) ।

ବିଶ୍ବରେ କେତେ ଭୋକିଲା ରହିଛନ୍ତି:

  • 8 ବିଲିୟନ ଲୋକ ଖାଇବା ପାଇବା ପାଇଁ ବିଶ୍ବରେ ସେତିକି ଉତ୍ପାଦନ ହୋଇଥାଏ । ତଥାପି ପ୍ରତିଦିନ 828 ଲୋକ ଭୋକିଲା ରହିଥାନ୍ତି ।
  • ସର୍ବଭାରତୀୟ ସ୍ତରରେ 42 ପ୍ରତିଶତ ଲୋକ ଏକ ସୁସ୍ଥ ଖାଦ୍ୟର ଖର୍ଚ୍ଚ ବହନ କରିପାରନ୍ତି ନାହିଁ (SOFI 2023) ।
  • ସର୍ବଭାରତୀୟ ସ୍ତରରେ 1 ବିଲିୟନ ବାଳିକା ଏବଂ ମହିଳା ପୁଷ୍ଟିହୀନତାର ସମ୍ମୁଖୀନ ହେଉଛନ୍ତି ।
  • 5 ବର୍ଷରୁ କମ୍ 149 ନିୟୁତ ପିଲା ଅବିକଶିତ ରହିଥାନ୍ତି ।
  • କ୍ଷୁଧା ଯୋଗୁଁ 5 ବର୍ଷରୁ କମ୍ ପ୍ରତିବର୍ଷ 90 ଲକ୍ଷ ଲୋକଙ୍କ ପ୍ରାଣ ଯାଇଥାଏ ।
  • 2022 ମସିହାରେ ଋଷ ୟୁକ୍ରେନ ଯୁଦ୍ଧ କାରଣରୁ ତିନିମାସ ମଧ୍ୟରେ କ୍ଷୁଧା ସମସ୍ୟା ବୃଦ୍ଧି ପାଇଥିଲା । ତିନିମାସ ମଧ୍ୟରେ 25 ପ୍ରତିଶତ ବୃଦ୍ଧି ପାଇଥିଲା ।

ଏହା ମଧ୍ୟ ପଢନ୍ତୁ:World Hunger Day: କୁପୋଷଣ, ପୁଷ୍ଟିହୀନତା ସହ ଖାଦ୍ୟ ଅପଚୟ ରୋକିବାକୁ ସଂକଳ୍ପ

ଖାଦ୍ୟ ସଙ୍କଟ ଉପରେ ଗ୍ଲୋବାଲ୍ ରିପୋର୍ଟରେ ପ୍ରକାଶ କରାଯାଇଛି ଯେ, 2024 ରେ 2030 ସୁଦ୍ଧା କ୍ଷୁଧା ସମାପ୍ତ କରିବା ନେଇ ଲକ୍ଷ୍ୟ ରଖାଯାଇଛି । 2023 ରେ 59 ଟି ଦେଶ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପ୍ରାୟ 282 ନିୟୁତ ଲୋକଙ୍କୁ ବିଶ୍ଲେଷଣ କରାଯାଇଥିଲା । ଜନସଂଖ୍ୟାର 21.5 ପ୍ରତିଶତ ଉଚ୍ଚ ସ୍ତରର ତୀବ୍ର ସମସ୍ୟାର ସମ୍ମୁଖୀନ ହୋଇଥିଲେ । ସମୟ ଅନୁସାରେ, କେତେକ ଦେଶରେ ଏହି ସମସ୍ୟା କମିବା ବଦଳରେ ବୃଦ୍ଧି ପାଇବାରେ ଲାଗିଛି ।

ଭାରତରେ କେତେ ଲୋକ ଭୋକିଲା ?:2023 ଗ୍ଲୋବାଲ୍ ହଙ୍ଗର୍ ଇଣ୍ଡେକ୍ସରେ 2023 GHI ଅନୁସାରେ, 125 ଦେଶ ମଧ୍ୟରୁ ଭାରତ 111ତମ ସ୍ଥାନରେ ରହିଛି । 2023 ଗ୍ଲୋବାଲ୍ ହଙ୍ଗର୍ ଇଣ୍ଡେକ୍ସରେ 28.7 ସ୍କୋର ସହିତ ଭାରତରେ ଭୋକର ସ୍ତର ଗମ୍ଭୀର ସ୍ଥିତିରେ ରହିଛି । ସୂଚକାଙ୍କ ଉପରେ ଆଧାରିତ ରିପୋର୍ଟରେ କୁହାଯାଇଛି ଯେ ବିଶ୍ୱରେ ଶିଶୁ ଅପଚୟ ହାରରେ ଭାରତ ସର୍ବୋଚ୍ଚ ସ୍ତରରେ ରହିଛି । 18.7 ପ୍ରତିଶତ ରହିଥିବା ବେଳେ ଏହା ପୃଷ୍ଟିହୀନତାକୁ ପ୍ରତିଫଳିତ କରିଥାଏ । ଭାରତରେ ପୁଷ୍ଟିହୀନତା ହାର 16.6 ପ୍ରତିଶତ ଏବଂ ପାଞ୍ଚ ବର୍ଷରୁ କମ୍ ପିଲାମାନଙ୍କର ମୃତ୍ୟୁ ହାର 3.1 ପ୍ରତିଶତ ଅଟେ । 15 ରୁ 24 ବର୍ଷ ମହିଳାଙ୍କ ମଧ୍ୟରେ ରକ୍ତହୀନତାର ମାତ୍ରା 58.1 ପ୍ରତିଶତ ଅଟେ ।

ABOUT THE AUTHOR

...view details