ଓଡିଶା

odisha

ETV Bharat / health

ଆଖି-କାନରେ ଯନ୍ତ୍ରଣା ହେଉଥିଲେ ସାବଧାନ ! ହୋଇପାରେ କୋଗେନ ସିଣ୍ଡ୍ରୋମ - କୋଗେନ ସିଣ୍ଡ୍ରୋମ

Cogan Syndrome: ଆଖି ଏବଂ କାନରେ ଯନ୍ତ୍ରଣା ହେଲେ ଅଣଦେଖା କରନ୍ତୁ ନାହିଁ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହା କୋଗେନ ସିଣ୍ଡ୍ରୋମର ମଧ୍ୟ ଲକ୍ଷଣ ହୋଇପାରେ । ଅଧିକ ପଢନ୍ତୁ

କୋଗେନ ସିଣ୍ଡ୍ରୋମ
କୋଗେନ ସିଣ୍ଡ୍ରୋମ

By ETV Bharat Odisha Team

Published : Jan 27, 2024, 7:50 PM IST

ହାଇଦ୍ରାବାଦ : ଶରୀରରେ ରହିଥିବା ସମ୍ପୁର୍ଣ୍ଣ ଅଙ୍ଗ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । କିନ୍ତୁ ସେଥି ମଧ୍ୟରୁ ଆଖି ଏବଂ କାନକୁ ଅଧିକ ଗୁରୁତ୍ବ ଦିଆଯାଇଥାଏ । ଏହି ଦୁଇଟି ଅଙ୍ଗ ବିନା ଜୀବନର ପରିକଳ୍ପନା କରିବା କଷ୍ଟକର ହୋଇଥାଏ । ତେବେ ଅନେକ କାରଣ ପାଇଁ କାନ ବା ଆଖିରେ ଫୁଲା ଦେଖାଯାଇଥାଏ । ଯେଉଁଥି ପାଇଁ ଅନେକ ପ୍ରକାର ସମସ୍ୟା ହୋଇଥାଏ । କିନ୍ତୁ ଏହାକୁ ଅନେକ ଲୋକ ଅଣଦେଖା କରିଥାଆନ୍ତି । କିନ୍ତୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏଭଳି କରିବା ଅନୁଚିତ ବୋଲି କୁହାଯାଇଛି ।

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଆଖିରେ ଯନ୍ତ୍ରଣା ଅନୁଭବ କରିବାର ଅନେକ କାରଣ ହୋଇଥାଏ । ସେଥିମଧ୍ୟରୁ କୋଗେନ ସିଣ୍ଡ୍ରୋମ ଅନ୍ୟତମ ଅଟେ । ଯତେବେଳେ ଶରୀରରେ ରହିଥିବା କୋଷଗୁଡିକ ଆଖି ଏବଂ ରକ୍ତନଳୀରେ ପ୍ରଦାହ ସୃଷ୍ଟି ହୋଇଥାଏ ସେତେବେଳେ ସଠିକ ଭାବେ ଦେଖିବା ଏବଂ ଶୁଣିବାରେ ଅସୁବିଧା ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ : Diabetes Symptoms: ଆଖି କୁହେ ମଧୁମେହ ଲକ୍ଷଣ, ଏମିତି ଚିହ୍ନିପାରିବେ କହିଲେ ସ୍ବାସ୍ଥ୍ୟ ବିଶେଷଜ୍ଞ

କୋଗେନ ସିଣ୍ଡ୍ରୋମ କଣ: କୋଗେନ ସିଣ୍ଡ୍ରୋମ ଏକ ଅଟୋଇମ୍ୟୁନ ଡିସଅର୍ଡର ଅଟେ । ଯାହା ଦ୍ବାରା ଆଖି ଏବଂ ରକ୍ତବାହୀରେ ଫୁଲା ଦେଖାଯାଇଥାଏ । ଏହା ଦ୍ବାରା ଶରୀରର ସୁସ୍ଥ ରୋଗ ଗୁଡିକ ଅଙ୍ଗକୁ କ୍ଷତି ପହଞ୍ଚାଇଥାଏ । ଫଳରେ ବ୍ୟକ୍ତିକୁ ଦେଖିବା ଏବଂ ଶୁଣିବାରେ ଅସୁବାରେ ହୋଇଥାଏ । ଏହି ରୋଗର ପ୍ରାରମ୍ଭିକ ଅବସ୍ଥାରେ ଶରୀରକୁ ବାହ୍ୟ ସଂକ୍ରମଣରୁ ରକ୍ଷା କରିବା ପାଇଁ କାର୍ଯ୍ୟ କରୁଥିବା ପ୍ରତିରକ୍ଷା ପ୍ରଣାଳୀ ମଧ୍ୟ ଶରୀରର ସୁସ୍ଥ ଅଙ୍ଗକୁ କ୍ଷତି ପହଞ୍ଚାଇବା ଆରମ୍ଭ କରିଥାଏ । ଏହି ସମସ୍ୟା ହେଲେ ରକ୍ତବାହୀ ପ୍ରଭାବିତ ହେବା ସହିତ ଆଖି ଏବଂ କାନର ସୁସ୍ଥ ଟିସୁ ମଧ୍ୟ ନଷ୍ଟ ହୋଇଯାଇଥାଏ । ଏହା କର୍ଣ୍ଣିଆ ଉପରେ ମଧ୍ୟ ପ୍ରଭାବିତ କରିଥାଏ । ଯାହା ଆଖିପତାକୁ ଆଚ୍ଛାଦିତ କରି ରଖିଥାଏ । ଏହି କାରଣରୁ ଆଖି ଲାଲ ହୋଇଯିବା ସହିତ କର୍ଣ୍ଣିଆ ମଧ୍ୟ ଫୁଲି ଯାଇଥାଏ । ଯାହା ଦ୍ବାରା ଆଖିରେ ଯନ୍ତ୍ରଣା ହୋଇଥାଏ । କେତେକ କ୍ଷେତ୍ରରେ ବ୍ୟକ୍ତି ଦୃଷ୍ଟିଶକ୍ତି ମଧ୍ୟ ହରାଇ ଥାଆନ୍ତି । ଅନେକ ଏହାକୁ ଜେନେଟିକ କହୁଥିଲେ ହେଁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏହାକୁ ଖଣ୍ଡନ କରିଛନ୍ତି।

ବିଦ୍ର: ଏହା ଇଟିଭି ଭାରତର ନିଜସ୍ବ ମତ ନୁହେଁ କିମ୍ବା ଭୟାବହତା ସୃଷ୍ଟି କରିବା ଆମର ଉଦ୍ଦେଶ୍ୟ ନୁହେଁ । ଏହା ଏକ ତଥ୍ୟ ଭିତ୍ତିକ ଖବର ଅଟେ ।

ABOUT THE AUTHOR

...view details