ଓଡିଶା

odisha

ETV Bharat / health

ଆସ୍ଥାମା ରୋଗୀ ଭୁଲରେ କରନ୍ତୁନି ଏହି କାମ, ରୋଗର କାରଣ ଓ ଲକ୍ଷଣ କହିଲେ ଡାକ୍ତର - Asthma symptoms and treatment - ASTHMA SYMPTOMS AND TREATMENT

What cause Asthma & its treatment: ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ହେଉଛି କି ? କୌଣସି କାର୍ଯ୍ୟ କଲେ ଧଇଁସଇଁ ଲାଗୁଛି ? ହୋଇପାରେ ଆସ୍ଥାମା ରୋଗ । ଜାଣନ୍ତୁ କ'ଣ ଏହାର ଲକ୍ଷଣ ଓ କେମିତି କରିବେ ଚିକିତ୍ସା

ଅଧିକ ଧଇଁସଇଁ ଓ ଅଣନିଶ୍ବାସୀ ଲାଗୁଛି କି ?
ଅଧିକ ଧଇଁସଇଁ ଓ ଅଣନିଶ୍ବାସୀ ଲାଗୁଛି କି ? (ETV Bharat)

By ETV Bharat Health Team

Published : Oct 2, 2024, 5:18 PM IST

Updated : Oct 2, 2024, 7:43 PM IST

ଭୁବନେଶ୍ବର: ଆସ୍ଥମା ହେଉଛି ଏକ ଫୁସଫୁସ ଜନିତ ରୋଗ । ଏହି ରୋଗ ହେଲେ ନିଶ୍ୱାସ ପ୍ରଶ୍ୱାସରେ ନେବାରେ ସମସ୍ୟା ହୋଇଥାଏ । ଛୋଟ ପିଲାଠୁ ବୟସ୍କ ପର୍ଯ୍ୟନ୍ତ ସବୁ ବୟସର ଲୋକଙ୍କୁ ଏହି ରୋଗ ହୋଇପାରେ । ସାଧାରଣତଃ ବାୟୁ ପ୍ରଦୂଷଣ, ଆଲର୍ଜି, ସଂକ୍ରମଣ ଓ ଜୀବନଶୈଳୀରେ ପରିବର୍ତ୍ତିନ ପ୍ରଭୃତି କାରଣରୁ ଆସ୍ଥାମା ହେବାର ସମ୍ଭାବନା ଥାଏ । ଆସ୍ଥାମା ସମ୍ପୂର୍ଣ୍ଣ ଆରୋଗ୍ୟ ହୁଏ ନାହିଁ ହେଲେ ଏହାକୁ ନିୟନ୍ତ୍ରଣ କରାଯାଇପାରିବ । ବିଶେଷ ଭାବେ ଶୀତ ଋତୁରେ ବା ଥଣ୍ଡା ସମୟରେ ଏହା ଦେଖାଯାଏ । ଆସ୍ଥାମା ଏହା ଏକ ଦୀର୍ଘସ୍ଥାୟୀ ରୋଗ ଓ ଏହାର ନିରାକରଣ କେବଳ ନିଜ ହାତରେ ହିଁ ରହିଛି ବୋଲି କହିଛନ୍ତି ଡାକ୍ତର ଶରତ କୁମାର ବେହେରା ।

ଆସ୍ଥମା ରୋଗର ଲକ୍ଷଣ:

ଶୁଖିଲା କାଶ ହେବା
ଅଣନିଶ୍ୱାସୀ ଲାଗିବା
ଜୋରରେ ନିଶ୍ବାସ ନେବା
ଥଣ୍ଡା ସର୍ଦ୍ଦି ହେଲେ ଧଇଁସଇଁ ଲାଗିବା
ଅଧିକ ଧୂଳି ସଂସ୍ପର୍ଶରେ ଆସିଲେ ଧଇଁସଇଁ ହେବା
ଥଣ୍ଡା ପାଣି ପିଇବା କିମ୍ବା ଆଇସକ୍ରିମ ଖାଇବା ଦ୍ବାରା ଆସ୍ଥାମା ବଢିଥାଏ

କୌଣସି କାରଣରୁ ଛାତିରେ ଇନଫେକ୍ସନ ହେଲେ ଆସ୍ଥାମା ଭଳି ଲକ୍ଷଣ ଦେଖାଯାଏ ।
ଯେଉଁମାନଙ୍କର ଆସ୍ଥାମା ରହିଥାଏ, ସେମାନେ ଅଧିକ ବ୍ୟାୟାମ କିମ୍ବା ଯୋଗ କଲେ ଧଇଁସଇଁ ହୁଅନ୍ତି । ଏସବୁ ଲକ୍ଷଣ ଦେଖାଗଲେ ଆସ୍ଥମା ହେବାର ସମ୍ଭାବନା ଅଧିକ ରହିଥାଏ ବୋଲି କହିଛନ୍ତି ବିଶେଷଜ୍ଞ ।

ଆସ୍ଥାମା ରୋଗୀ କରନ୍ତୁନି ଏହି କାମ, ରୋଗର କାରଣ ଓ ଲକ୍ଷଣ କହିଲେ ଡାକ୍ତର (ETV Bharat Odisha)
ଆସ୍ଥମା ରୋଗର କାରଣ:

ଡାକ୍ତର ଶରତ କୁମାର ବେହେରା କହିଛନ୍ତି, ଆସ୍ଥମାର ସବୁଠୁ ସାଧାରଣ କାରଣ ହେଉଛି ଆଲର୍ଜି । ଧୂଳି କିମ୍ବା କୌଣସି ଖାଦ୍ୟ ପାଇଁ ଆଲର୍ଜି ହୋଇଥାଏ । ଏହାସହ ଫ୍ଲୁ କିମ୍ବା ସଂକ୍ରମଣ ହେଲେ ଆସ୍ଥମା ହେବାର ଆଶଙ୍କା ଅଧିକ ରହିଥାଏ । ଏହାର ଆଉ ଏକ ବଡ଼ କାରଣ ହେଉଛି ଧୂମ୍ରପାନ । ଧୂମ୍ରପାନ କରୁଥିବା ବ୍ୟକ୍ତି କିମ୍ବା ଧୂମ୍ରପାନରୁ ବାହାରୁଥିବା ଧୂଆଁର ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କୁ ଆସ୍ଥମା ହେବାର ଆଶଙ୍କା ଅଧିକ ରହିଥାଏ । ସେହିପରି ବାୟୁ ପ୍ରଦୂଷଣ ଓ ମାନସିକ ଚାପ ଯୋଗୁଁ ମଧ୍ୟ ଏହି ରୋଗ ହୋଇଥାଏ ।

1. ଆସ୍ଥମା ବଂଶାନୁକ୍ରମିକ ହୋଇପାରେ
2. ବାରମ୍ବାର ଛିଙ୍କ କାଶ ହେବା
3. ନାକରୁ ପାଣି ବାହାରିବା ଓ କୁଣ୍ଡାଇ ହେବା
4. ଆଖି କୁଣ୍ଡେଇ ହେବା ଭଳି ଦେଖାଗଲେ ଆସ୍ଥମା ହେବାର ଆଶଙ୍କା ରହିଛି
5. ବିଭିନ୍ନ ପ୍ରକାରର ସଂକ୍ରମଣ ଦ୍ବାରା ହୋଇଥାଏ
6. ରଙ୍ଗ କିମ୍ବା ଧୂଳିରେ କାମ କରୁଥିବା ବ୍ୟକ୍ତିଙ୍କୁ ଆସ୍ଥମା ଭଳି ସମସ୍ୟା ଦେଖାଯାଇଥାଏ
7. ଅଧିକାଂଶ ଛୋଟ ପିଲାଙ୍କଠାରେ ଆସ୍ଥମା ସମସ୍ୟା ଦେଖାଦେଇଥାଏ । କିନ୍ତୁ ବୟସ ବଢ଼ିବା ସହିତ ଆସ୍ଥମା କମି କମି ଯାଏ ।

ଅଧିକ ଧଇଁସଇଁ ଓ ଅଣନିଶ୍ବାସୀ ଲାଗୁଛି କି ? (ETV Bharat)


ଆସ୍ଥମା ରୋଗର ନିରାକରଣ କ'ଣ:

1. ଧୂମ୍ରପାନ ଠାରୁ ଦୂରେଇ ରହିବା
2. ଆଲର୍ଜି ହେଉଥିବା ଖାଦ୍ୟ ନ ଖାଇବା
3. ବ୍ୟାୟାମ କରିବା ଯୋଗୁଁ ଆସ୍ଥମା ହେଉଥିଲେ କମ୍ ସମୟ ବ୍ୟାୟାମ କରିବା
4. ଧୂଳିକଣା କାରଣରୁ ଯଦି ଆଲର୍ଜି ହେଉଛି ତେବେ ଘରକୁ ଭଲ ଭାବରେ ସଫା ରଖିବା ଉଚିତ୍ । ତକିଆ, ବେଡ୍‌ସିଟ୍‌ ଆଦି ସଫା ରଖିବେ ।

ଆସ୍ଥମା ରୋଗର ଚିକିତ୍ସା:

ସାଧାରଣତଃ ଆସ୍ଥମା ରୋଗ ପାଇଁ ଇନ୍‌ହେଲର ଦିଆଯାଏ । ଡାକ୍ତରଙ୍କ ପରାମର୍ଶ କ୍ରମେ ଇନ୍‌ହେଲର ବ୍ୟବହାର କଲେ ଆସ୍ଥମା ନିୟନ୍ତ୍ରଣରେ ରହେ । ଯଦି ଫ୍ଲ୍ୟୁ ଯୋଗୁଁ ଆସ୍ଥମା ହୋଇଛି ତେବେ ଏହାକୁ ରୋକିବା ପାଇଁ ପ୍ରତିବର୍ଷ ଟିକା ନେବା ଆବଶ୍ୟକ । ଯଦି ଅତ୍ୟଧିକ ଧଇଁସଇଁ ଲାଗୁଛି କିମ୍ବା ନିଶ୍ୱାସ ନେଲାବେଳେ କଷ୍ଟ ହେଉଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ଅଧିକ ଧଇଁସଇଁ ଓ ଅଣନିଶ୍ବାସୀ ଲାଗୁଛି କି ? (ETV Bharat)
କେଉଁ ବୟସରେ ଅଧିକ ହୋଇଥାଏ ଆସ୍ଥମା:


ଆସ୍ଥମା ହେଉଛି ବାୟୁ ଜନିତ ରୋଗ । ଏହା ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିମାନଙ୍କୁ ଆକ୍ରାନ୍ତ କରିପାରେ । ବିଶେଷ ଭାବେ ୩୦ ବର୍ଷ ବୟସ ମଧ୍ୟରେ ଆସ୍ଥମା ଅଧିକ ହୋଇଥାଏ । ବୟସ୍କ ଲୋକଙ୍କ ମଧ୍ୟରେ ଶ୍ୱାସରୋଗ ହେବାର ସମ୍ଭାବନା ଅଧିକ । ଛୋଟ ପିଲାଙ୍କୁ ମଧ୍ୟ ହୋଇଥାଏ ଶ୍ୱାସରୋଗ । ବୟସ ବଢିବା ସହିତ ଛୋଟ ପିଲାର ଆସ୍ଥାମା କମି କମି ଯାଇଥାଏ । ଆସ୍ଥମା ରୋଗୀମାନଙ୍କୁ ସକାଳୁ ସକାଳୁ ଅତ୍ୟଧିକ ସମସ୍ୟା ହୋଇଥାଏ । ସକାଳୁ ଅଧିକ ମାତ୍ରାରେ କଫ ହୋଇପାରେ, ଧଇଁସଇଁ ଲାଗିପାରେ ଓ ଛାତି ଟାଇଟ୍ ଲାଗିପାରେ । ଏହାସହ କାଶ ମଧ୍ୟ ଅଧିକ ହୋଇପାରେ ବୋଲି କହିଛନ୍ତି ଡାକ୍ତର ଶରତ ବେହେରା ।

ଆସ୍ଥମା ହେଲେ କ'ଣ କରିବେନି:

1. ନିୟମିତ ଥଣ୍ଡା ପାଣି ପିଇବେ ନାହିଁ
2. ଏସିରେ ରହୁଥିଲେ ଏସି କମ୍ କରିବା ଆବଶ୍ୟକ
3. ନିୟମିତ ଭାବରେ ଔଷଧ ଖାଇବା
4. ମଦରେ ବରଫ ପକାଇ ପିଇବେ ନାହିଁ
5. ବର୍ଷକୁ ଥରେ ଫ୍ଲୁ ଟିକା ନେବା ଆବଶ୍ୟକ
6. ଜଙ୍କଫୁଡ୍ ଠାରୁ ଦୂରେଇ ରହିବା
7. ଆଲାର୍ଜି ହେଉଥିବା ଜିନିଷରୁ ଦୂରେଇ ରହିବା
8. ଅଧିକ ଥଣ୍ଡା କାକରରେ ମର୍ଣ୍ଣିଂ ୱାକ୍ ନ କରିବା
9. ଅତ୍ୟଧିକ ଧୂଳି ଉଡୁଥିବା ସ୍ଥାନକୁ ନ ଯିବା
10. ଥଣ୍ଡା ଜ୍ବର ହୋଇଥିଲେ ମାସ୍କ ପରିଧାନ କରିବା


ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 2, 2024, 7:43 PM IST

ABOUT THE AUTHOR

...view details