ହାଇଦ୍ରାବାଦ: ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଯାହା ଫଳରେ ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ପ୍ରବଳ ଗରମ ଅନୁଭୂତ ହେଉଛି । ଫଳରେ ଅତ୍ୟଧିକ ଗରମରୁ ଶରୀର ଡିହାଇଡ୍ରେସନ ହୋଇଯାଏ । ତେବେ ଡିହାଇଡ୍ରେସନ ନ ହେବା ଏବଂ ଗରମରୁ ମୁକ୍ତି ପାଇବା ପାଇଁ ଲୋକେ ପ୍ରାୟତଃ ପଇଡ଼, ବିଭିନ୍ନ ପ୍ରକାରର ଫଳ ରସ ଏବଂ ତରଭୁଜ ଖାଇଥାନ୍ତି । ବିଶେଷକରି ଅନେକ ଲୋକ ଗ୍ରୀଷ୍ମ ସମୟରେ ତରଭୁଜ ଖାଇବାକୁ ବେଶ ଭଲପାଆନ୍ତି । ଏଥିରେ ଜଳର ମାତ୍ରା ଅଧିକ ଥିବାରୁ ଶରୀର ଡିହାଇଡ୍ରେଟ୍ ହୋଇନଥାଏ । ତେବେ ବିଶେଷଜ୍ଞମାନେ କହିଛନ୍ତି ଯେ ଅଧିକ ତରଭୁଜ ଖାଇବା ଦ୍ୱାରା ଶରୀର କୁପ୍ରଭାବ ପଡିଥାଏ । ତେବେ ତରଭୁଜ ଖାଇବାର ପାର୍ଶ୍ୱ ପ୍ରତିକ୍ରିୟା କ'ଣ ହୋଇପାରେ ? ଜାଣନ୍ତୁ,
- ଶର୍କରା ସ୍ତର ବୃଦ୍ଧି କରେ:ତରଭୁଜରେ ପ୍ରାକୃତିକ ଶର୍କରା ଭରପୂର ଅଟେ । ତଥାପି, ମଧୁମେହରେ ପୀଡ଼ିତ ଲୋକମାନେ ଯଦି ଅଧିକ ମାତ୍ରାରେ ଏହାକୁ ଖାଆନ୍ତି ତେବେ ରକ୍ତରେ ଶର୍କରା ସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଇପାରେ । ତେଣୁ, ବିଶେଷଜ୍ଞମାନେ ମଧୁମେହ ରୋଗୀଙ୍କୁ ଏକ କିମ୍ବା ଦୁଇ ଖଣ୍ଡ ତରଭୁଜ ଖାଇବାକୁ ପରାମର୍ଶ ଦିଅନ୍ତି ।
- ଝାଡ଼ା ହୁଏ: ତରଭୁଜରେ ପାଣି, ପ୍ରାକୃତିକ ଶର୍କରା ଏବଂ ଫ୍ରୁଟକୋଜ୍ ଅଧିକ ମାତ୍ରାରେ ଥାଏ । ତେବେ ବିଶେଷଜ୍ଞମାନେ କହିଛନ୍ତି ଯେ ଅଧିକ ତରଭୁଜ ଖାଇବା ଦ୍ୱାରା ଝାଡ଼ା ହୋଇପାରେ । ତେଣୁ ତରଭୁଜକୁ ଅଳ୍ପ ପରିମାଣରେ ଖାଇବାକୁ ପରାମର୍ଶ ଦିଆଯାଇଛି ।
- ହଜମ ପ୍ରକ୍ରିୟାରେ ସମସ୍ୟା:ତରଭୁଜରେ ଜଳର ମାତ୍ରା ଏବଂ ଫାଇବରରେ ଅଧିକ ଥାଏ । ବିଶେଷଜ୍ଞମାନେ କହିଛନ୍ତି ଯେ ଏହାକୁ ଅଧିକ ଖାଇବା ଦ୍ୱାରା ପେଟ ଫୁଲିବା ଏବଂ ଗ୍ୟାସ୍ ଭଳି ହଜମ ପ୍ରକ୍ରିୟା ଭଳି ସମସ୍ୟା ହୋଇପାରେ ।
- ହାର୍ଟ ସମସ୍ୟା: ତରଭୁଜ ପୋଟାସିୟମର ଏକ ଉତ୍ତମ ଉତ୍ସ ଭାବରେ ବିବେଚନା କରାଯାଏ ଯାହା ଶରୀରକୁ ସୁସ୍ଥ ରଖିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଏହା ଇଲେକ୍ଟ୍ରୋଲାଇଟ୍ କାର୍ଯ୍ୟକୁ ବଜାୟ ରଖିବାରେ ସାହାଯ୍ୟ କରେ । ଆମ ହୃଦୟକୁ ସୁସ୍ଥ ରଖେ, କିନ୍ତୁ ଅତ୍ୟଧିକ ପୋଟାସିୟମ୍ ମଧ୍ୟ ହାର୍ଟ ସମସ୍ୟାକୁ ଆମନ୍ତ୍ରଣ କରିଥାଏ ।