ହାଇଦ୍ରାବାଦ:ଚିନି ଆମ ଖାଦ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ମିଠା ଖାଦ୍ୟ ହେଉ ଅବା ଚା' କିମ୍ବା କଫି ହେଉ, ଲୋକମାନେ ପ୍ରାୟ ସବୁ ଖାଦ୍ୟରେ ଚିନି ବ୍ୟବହାର କରନ୍ତି । ଅନେକ ଲୋକ ଏହାର ସ୍ୱାଦକୁ ବହୁତ ପସନ୍ଦ କରୁଥିବା ବେଳେ ଏହାକୁ ଅତ୍ୟଧିକ ଖାଇବା ଆରମ୍ଭ କରନ୍ତି, ଯାହା ସେମାନଙ୍କ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇପାରେ । ଅତ୍ୟଧିକ ପରିମାଣର ଚିନି କେବଳ ଶାରୀରିକ ନୁହେଁ ମାନସିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ କ୍ଷତିକାରକ ହୋଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସୂଚନା ଅନୁସାରେ, ଚିନି ଆପଣଙ୍କ ମନୋବଳ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ବିଶେଷ ପ୍ରଭାବ ପକାଇଥାଏ ।
ମନୋବଳ ପରିବର୍ତ୍ତନ କରାଏ
ଯଦି ଆପଣ ନିୟମିତ ଭାବରେ ପ୍ରତିଦିନ ଅଧିକ ପରିମାଣର ଚିନି ଖାଉଛନ୍ତି, ତେବେ ଏହା ଆପଣଙ୍କ ମନୋବଳରେ ପରିବର୍ତ୍ତନ ଆଣିପାରେ । ଅତ୍ୟଧିକ ପରିମାଣର ଚିନି ଖାଇବା ଦ୍ୱାରା ମନୋବଳ ପରିବର୍ତ୍ତନ, ଚିନ୍ତା ଏବଂ ଉଦାସୀନତା କରାଇଥାଏ । ଏହି କାରଣରୁ ମାତ୍ରାଧିକ ଚିନି ସେବନଠାରୁ ଦୂରେଇ ରୁହନ୍ତୁ ।
କ୍ଳାନ୍ତ ଏବଂ ବିରକ୍ତ ହେବା
ଶରୀରରେ ଥିବା ଡୋପାମାଇନର ଶୀଘ୍ର ମୁକ୍ତି ହେତୁ ଚିନି ମନୋବଳ ଏବଂ ଶକ୍ତିରେ ସାମାନ୍ୟ ବୃଦ୍ଧି କରାଇଥାଏ । ତଥାପି, କିଛି ସମୟ ପରେ ଏହାର ଅତ୍ୟଧିକ ବ୍ୟବହାର ହେତୁ ଆପଣ କ୍ଳାନ୍ତ, କ୍ରୋଧିତ ଏବଂ ଅଧିକ ଚାପଗ୍ରସ୍ତ ଅନୁଭବ କରିପାରନ୍ତି । କହିରଖୁଛୁ କି, ଡୋପାମାଇନ୍ ହେଉଛି ଏକ ପ୍ରକାର ନ୍ୟୁରୋଟ୍ରାନ୍ସମିଟର । ଶରୀର ଏହାକୁ ତିଆରି କରେ ଏବଂ ସ୍ନାୟୁ କୋଷଗୁଡ଼ିକ ମଧ୍ୟରେ ବାର୍ତ୍ତା ପଠାଇବା ପାଇଁ ସ୍ନାୟୁ ପ୍ରଣାଳୀ ଏହାକୁ ବ୍ୟବହାର କରେ । ଏହାକୁ ରାସାୟନିକ ଦୂତ ବୋଲି ମଧ୍ୟ କୁହାଯାଏ । ଏହା ଚିନ୍ତା କରିବା ଏବଂ ଯୋଜନା କରିବା ଦକ୍ଷତାର ଏକ ବଡ଼ ଅଂଶ ଅଟେ ।
ଚିନି ନିଶା