ETV Bharat / health

ଶୀତ ଦିନେ ସୁସ୍ଥ ରହିବାକୁ ଚାହୁଁଛନ୍ତି ? ଖାଆନ୍ତୁ ଏହିସବୁ ଖାଦ୍ୟ - WINTER DIET

ଶୀତ ଦିନେ ଥଣ୍ଡା, କାଶ, ଜ୍ବର ସଂକ୍ରମଣ ଭଳି ନାନା ପ୍ରକାର ରୋଗ ହୋଇଥାଏ । ଯଦି ଏହି ଦିନରେ ସୁସ୍ଥ ରହିବାକୁ ଚାହୁଁଛନ୍ତି ତାହେଲେ ଖାଆନ୍ତୁ ନିମ୍ନୋଲିଖିତ ଖାଦ୍ୟ ।

ଶୀତ ଦିନେ ଖାଆନ୍ତୁ ଏହି ଖାଦ୍ୟ, ସୁସ୍ଥ ରହିବ ଶରୀର
ଶୀତ ଦିନେ ଖାଆନ୍ତୁ ଏହି ଖାଦ୍ୟ, ସୁସ୍ଥ ରହିବ ଶରୀର (ETV Bharat)
author img

By ETV Bharat Health Team

Published : Nov 29, 2024, 2:00 PM IST

ଶୀତ ଋତୁ ଅଧିକାଂଶ ଲୋକଙ୍କୁ ଭାରି ପସନ୍ଦ । ଏହି ଋତୁରେ ବିଭିନ୍ନ ପର୍ବପର୍ବାଣି ସହ ଶୀତୁଆ ସକାଳେ କମ୍ବଳ ଭିତରେ ଶୋଇବାର ମଜା କାହାକୁ ବା ଭଲ ନ ଲାଗିବ । ଶୀତ ଋତୁ ଥଣ୍ଡା ପାଗ ସହ ବିଭିନ୍ନ ପ୍ରକାର ରୋଗ ମଧ୍ୟ ନେଇ ଆସିଥାଏ । ଏହି ଦିନରେ ଥଣ୍ଡା, କାଶ, ଜ୍ବର ଭଳି ସ୍ବାସ୍ଥ୍ୟ ସମସ୍ୟା ସାଧାରଣ ହୋଇଥାଏ । ତେଣୁ ଶୀତ ଦିନେ ସୁସ୍ଥ ରହିବାକୁ ହେଲେ ନିଜ ଖାଦ୍ୟପେୟ ପ୍ରତି ବିଶେଷ ଯତ୍ନବାନ ହେବା ଆବଶ୍ୟକ । ଆଜି ଏହି ଖବରରେ ଜାଣିବା ଶୀତ ଋତୁରେ କେଉଁଭଳି ଖାଦ୍ୟ ଖାଇବା ଦେହ ପାଇଁ ହିତକର...

ମାଟି ତଳେ ଫଳୁଥିବା ପନିପରିବା: ଶୀତ ଦିନେ ମାଟି ତଳେ ଫଳୁଥିବା ପନିପରିବା ଯଥା ଗାଜର, ବିଟ୍, ମୂଳା, କନ୍ଦମୂଳ ଇତ୍ୟାଦି ଖାଇବା ଦେହ ପାଇଁ ହିତକର । ଏସବୁ ପରିବା ଡାଇଟାରୀ ଫାଇବର, ମିନେରାଲ ଏବଂ ଭିଟାମିନ ଏ, ସି ଭଳି ପୋଷକ ତତ୍ତ୍ବରେ ଭରପୁର ହୋଇଥାଏ । ଏହାଛଡା ଏଥିରେ ଥିବା ବିଟା କାରୋଟିନ ଆପଣଙ୍କ ଇମ୍ୟୁନ ସିଷ୍ଟମ ବା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ ।

ଉଷୁମ କ୍ଷୀର: କ୍ଷୀର ଓ ଦହି, ଚିଜ୍ ଭଳି ଅନ୍ୟାନ୍ୟ ଦୁଗ୍ଧଜାତ ପଦାର୍ଥ ଶୀତ ଦିନେ ଖାଇବା ଭଲ । କାରଣ ଏଥିରୁ ପ୍ରଚୁର ପରିମାଣରେ ଭିଟାମିନ ବି12 ଓ ଏ, ପ୍ରୋଟିନ ଓ କ୍ୟାଲସିୟମ ରହିଛି, ଯାହା ଶରୀର ସୁସ୍ଥ ରଖେ । ଅନେକ ଲୋକ ଶୀତ ଦିନେ ବାରମ୍ବାର ଥଣ୍ଡାରେ ପଡିଥାନ୍ତି । ଏହି ଲୋକମାନେ ପ୍ରତିଦିନ ଉଷୁମ କ୍ଷୀର ପିଇବା ଉଚିତ୍ । ଏହା ଥଣ୍ଡା, ଜ୍ବରରୁ ରକ୍ଷା କରିଥାଏ ।

ଫୁଲକୋବି ଓ ବ୍ରୋକଲି: କ୍ଷୀର, ବିଭିନ୍ନ ସବୁଜ ପନିପରିବା ଓ ଫିଟନେସ୍ ଗତିବିଧି ବ୍ୟତୀତ ଆଉ କିଛି ପରିବା ମଧ୍ୟ ଶୀତ ଜନିତ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ଫୁଲକୋବି ଓ ବ୍ରୋକଲି ଭିଟାମିନ ସିରେ ଭରପୂର, ଯାହା ପ୍ରତିରକ୍ଷା ପ୍ରଣାଳୀ ଉନ୍ନତ କରେ । ଏଥିରୁ ଶରୀରକୁ ବହୁ ପୌଷ୍ଟିକ ତତ୍ତ୍ବ ମିଳିଥାଏ ।

ଗୁଡ: ଗୁଡକୁ ପୋଷକ ତତ୍ତ୍ବର ଭଣ୍ଡାର କୁହାଯାଏ । ଏଥିରେ ପ୍ରଚୁର ମାତ୍ରାରେ ପ୍ରୋଟିନ, ପୋଟାସିୟମ, ହେଲ୍‌ଦି ଫ୍ୟାଟ୍, ଆଇରନ, ଭିଟାମିନ ବି, କ୍ୟାଲେସିୟମ, କପର ଓ ଜିଙ୍କ୍ ରହିଛି । ଇନ୍ଦୋରର ପୋଷଣ ବିଶେଷଜ୍ଞ ଡଃ ସଙ୍ଗୀତା ମାଲୁ କହିଛନ୍ତି ଯେ, ଗୁଡରେ ପ୍ରାକୃତିକ ସୁଗାର ସହ ଭରପୁର ନ୍ୟୁଟ୍ରିଏନ୍ସ ମିଳେ । ନିୟମିତ ଗୁଡ ଖାଇଲେ ଶରୀରର ମେଟାବୋଲିକ ସ୍ବାସ୍ଥ୍ୟ ବଢେ ଓ ଓଜନ ନିୟନ୍ତ୍ରଣରେ ରହେ । ଶୀତ ଦିନେ ନିୟମିତ ଗୁଡ ଖାଉଥିବା ଲୋକଙ୍କ ଶରୀର ପ୍ରାକୃତିକ ଭାବେ ଗରମ ରହେ ଏବଂ ରୋଗ ପ୍ରତିରୋଧକ କ୍ଷମତା ବଢେ । ଏହାଦ୍ବାରା ଥଣ୍ଡା, କାଶ ଆଦି ସଂକ୍ରମଣରୁ ରକ୍ଷା ମିଳେ ।

ଖଟା ଫଳ: ଲେମ୍ବୁ, କମଳା, କାଗଜି ଆଦି ଖଟା ଜାତୀୟ ଫଳରେ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ । ଏହା ଆପଣଙ୍କ ଇମ୍ୟୁନ ସିଷ୍ଟମ ସୁଦୃଢ କରିବାରେ ସାହାଯ୍ୟ କରେ । ବିଭିନ୍ନ ରୋଗ ସହ ଲଢିବାରୁ ଶରୀରକୁ ଶକ୍ତି ମିଳେ ।

ଘିଅ: ଶୀତ ଦିନେ ଘିଅ ଖାଇବା ଶରୀର ପାଇଁ ଲାଭଦାୟକ । ଏହା ଆପଣଙ୍କ ଶରୀରକୁ ଉଷୁମ ରଖେ । ଏଥିସହ ହେଲ୍‌ଦି ଫ୍ୟାଟ୍ ଓ ଏନର୍ଜି ଯୋଗାଏ । ଘିଅକୁ ନିଜର ଶୀତଦିନିଆ ଡାଏଟ୍ ଚାଟ୍‌ରେ ସାମିଲ କରିପାରିବେ ।

ମାଛ ଓ ଅଣ୍ଡା: ଶୀତ ଦିନେ ଅଧିକ ମାଛ, ଅଣ୍ଡା ଓ ପନିର ଖାଇପାରିବେ । ଏହି ଖାଦ୍ୟରେ ଭିଟାମିନ ବି12 ଥାଏ ଯାହା ପ୍ରତିରକ୍ଷା ପ୍ରଣାଳୀକୁ ପ୍ରୋତ୍ସାହିତ କରେ । ଏହାକୁ ଖାଇଲେ ଥକ୍କାପଣ ବା ଦୁର୍ବଳତା ଦୂର ହୋଇଥାଏ । ଯେକୌଣସି ସମୟରେ ଆପଣ ଏସବୁ ଖାଦ୍ୟ ଖାଇପାରିବେ ।

ଏହାବ୍ୟତୀତ ସୁପ୍ ଶୀତ ଦିନିରେ ସବୁଠୁ ଭଲ ଖାଦ୍ୟ ଯାହା ଥଣ୍ଡାରୁ ଶରୀରକୁ ଆରାମ ଦେଇଥାଏ । ତେବେ ସୁପ୍‌ରେ ଅଧିକ ଲୁଣ ବ୍ୟବହାର କରିବାରୁ ଦୂରେଇ ରହୁନ୍ତୁ । ଏମିତି ସୁପ୍ ପ୍ରସ୍ତୁତ କରନ୍ତୁ ଯେଉଁଥିରେ ଅଧିକ ପରିମାଣର ପାଣି ସହ ଢେର୍ ସାରା ପନିପରିବା ଥିବ ।

ଏହା ମଧ୍ୟ ପଢନ୍ତୁ: ପ୍ରୋଟିନର ଭଣ୍ଡାର ଗ୍ରୀନ ମଟର, ଜାଣନ୍ତୁ ଶୀତ ଦିନେ ଖାଇଲେ କ'ଣ ଲାଭ ହୁଏ

ଏହା ମଧ୍ୟ ପଢନ୍ତୁ: ମଳରେ ରକ୍ତ ପଡିବା କେବଳ ମଳକଣ୍ଟକ ନୁହେଁ, ହୋଇପାରେ ଏହି କ୍ୟାନ୍ସର

ଏହା ମଧ୍ୟ ପଢନ୍ତୁ: ହୃଦୟ ପାଇଁ ହିତକର କ୍ଷୀର, ପ୍ରତିଦିନ ପିଇଲେ ମିଳେ ଏମିତି ଫାଇଦା

(Disclaimer- ଏଠାରେ ଦିଆଯାଇଥିବା ସମସ୍ତ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.