ହାଇଦ୍ରାବାଦ:କୁହାଯାଏ ବିବାହ ସ୍ବର୍ଗରେ ସ୍ଥିର ହୁଏ ଏବଂ ଧରିତ୍ରୀ ଉପରେ ସମ୍ପାଦନ ହୋଇଥାଏ । ଅଗ୍ନିକୁ ସାକ୍ଷୀ ରଖି ପତ୍ନୀଙ୍କୁ ସାତ ଜନ୍ମର ସାଥୀ କରେ ପତି । ସ୍ବାମୀ ସ୍ତ୍ରୀଙ୍କ ଦାମ୍ପତ୍ୟ ଜୀବନ ସୁଖ ସ୍ବାଚ୍ଛନ୍ଦ୍ୟରେ ଭରି ରହିବାକୁ ଆଶୀର୍ବାଦ କରିଥାନ୍ତି ଉପସ୍ଥିତ ଗୁରୁଜନଗଣ । ହେଲେ ଆଜିକାଲିର ବାହାଘର କଥା ନକହିଲେ ଭଲ । ବାହାଘର ପରେ ସ୍ବାମୀ ସ୍ତ୍ରୀ ଅଲଗା ହେବା ଗୋଟିଏ ସାଧାରଣ କଥା ହୋଇଗଲାଣି । ଯୁଗ ଯୁଗର ସମ୍ପର୍କ ବଦଳରେ ପରସ୍ପରର ଗୋହି ଖୋଳାଖୋଳି ହୋଇ କଥା ଛାଡପତ୍ରକୁ ଯାଉଛି । ପରେ କୋର୍ଟ କଚେରୀ ଦୌଡି ଦୌଡି ନୟାନ୍ତ ହେଉଛନ୍ତି ଦମ୍ପତ୍ତି ।
ଲଭ୍ ମ୍ୟାପ ବନାନ୍ତୁ-
ଆପଣଙ୍କ ପାର୍ଟନରଙ୍କୁ ପ୍ରଥମେ ବୁଝନ୍ତୁ । ଆପଣଙ୍କ ସାତ ଜନ୍ମର ସାଥୀଙ୍କ ପସନ୍ଦ ନା ପସନ୍ଦଙ୍କୁ ଜାଣନ୍ତୁ । ତାଙ୍କୁ ସବୁବେଳେ ଗୁରୁତ୍ବ ଦେବା ସହିତ ସମ୍ନାନ କରନ୍ତୁ ଏବଂ ତାଙ୍କ କଥାର ମୂଲ୍ୟ ବୁଝନ୍ତୁ । ଉଭୟଙ୍କ ପାରସ୍ପାରିକ ବୁଝାମଣା, ଆଗକୁ ସମ୍ପର୍କ ସୁଦୃଢ କରିବାରେ ସହାୟକ ହେବ ।
ସ୍ବାମୀ-ସ୍ତ୍ରୀ ଦୁହେଁ ଭଲ ବନ୍ଧୁ ବନନ୍ତୁ
ଆପଣଙ୍କ ସାଥୀଙ୍କ ତୃଟି ସର୍ବଦା ବାଛନ୍ତୁ ନାହିଁ । ସାଥୀଙ୍କ ସକରାତ୍ମକ ଦିଗକୁ ଚିହ୍ନନ୍ତୁ ଏବଂ ତାଙ୍କୁ ଏଥିପାଇଁ ପ୍ରଶଂସା କରନ୍ତୁ । ଦୁହେଁ ଦୁହିଁଙ୍କ କାମକୁ ପ୍ରଶଂସା କରିବା ଦ୍ବାରା ବନ୍ଧୁତ୍ବ ଦୃଢ ହୋଇଥାଏ । ଫଳରେ ଦୁହିଁଙ୍କ ମଧ୍ୟରେ କଳହ ପ୍ରବେଶ କରିନଥାଏ ଏବଂ ସମ୍ପର୍କ ସୁଦୃଢ ହୋଇଥାଏ ।
ଉଭୟ ଉଭୟଙ୍କୁ ସମୟ ଦିଅନ୍ତୁ-
ଆପଣ ସବୁବେଳେ ଆପଣଙ୍କ ସାଥୀଙ୍କୁ କ୍ବାଲିଟି ଟାଇମ୍ ଦିଅନ୍ତୁ । ଯେତେ ବ୍ୟସ୍ତ ଥିଲେ ମଧ୍ୟ ସାଥୀଙ୍କ ପାଇଁ ସମୟ କାଢନ୍ତୁ । ଏହା ଉଭୟଙ୍କ ମଧ୍ୟରେ କନେକସନକୁ ବଢାଇଥାଏ । ଏହାସହିତ ଦୁହଁଙ୍କୁ ନିକଟତରତା ବଢିଥାଏ । ଏପରି କଲେ ସମ୍ପର୍କ ମଜବୁତ ହୋଇଥାଏ ।
ସମ୍ନାନ ଏବଂ ପ୍ରଶଂସା